ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଜାତୀୟ ସାମୁଦ୍ରିକ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଭାରତର ଗୌରବମୟ ସାମୁଦ୍ରିକ ଇତିହାସ କଲେ ସ୍ମରଣ
प्रविष्टि तिथि:
05 APR 2022 10:07AM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ସାମୁଦ୍ରିକ ଦିବସ ଅବସରରେ ଭାରତର ଗୌରବମୟ ସାମୁଦ୍ରିକ ଇତିହାସର ସ୍ମୃତିଚାରଣ କରିଛନ୍ତି । ଦେଶର ଆର୍ଥିକ ଅଭିବୃଦ୍ଧିରେ ସାମୁଦ୍ରିକ କ୍ଷେତ୍ରରେ ଗୁରୁତ୍ୱ ଉପରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗତ ଆଠ ବର୍ଷ ମଧ୍ୟରେ ସରକାର ବନ୍ଦର ଭିତ୍ତିକ ବିକାଶ ଉପରେ ବିଶେଷ ଧ୍ୟାନ ଦେଉଛନ୍ତି । ଏହା ଦେଶର ଆର୍ଥିକ ବିକାଶ ସହିତ ଏକ ଆତ୍ମନିର୍ଭର ଭାରତ ଗଠନ ଦିଗରେ ବିଶେଷ ସହାୟକ ହେବ । ଭାରତ ସରକାର ସାମୁଦ୍ରିକ ବାତାବରଣ ଓ ବିବିଧତାର ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ସମସ୍ତ ପଦକ୍ଷେପ ନେଇଥିବା ଶ୍ରୀ ମୋଦୀ କହିଥିଲେ । ଧାରାବାହିକ ଟୁଇଟ ଜରିଆରେ ପଧାନମନ୍ତ୍ରୀ କହିଛନ୍ତି ଯେ, “ଆଜି, ଜାତୀୟ ସାମୁଦ୍ରିକ ଦିବସ ଅବସରରେ ଆମେ ଆମର ଗୌରବମୟ ସାମୁଦ୍ରିକ ଇତିହାସର ସ୍ମୃତିଚାରଣ କରିବା ସହ ଭାରତର ଆର୍ଥିକ ଅଭିବୃଦ୍ଧିରେ ସାମୁଦ୍ରିକ କ୍ଷେତ୍ର ମହତ୍ତ୍ୱ ଉପରେ ଆଲୋକପାତ କରୁଛୁ । ଗତ ଆଠ ବର୍ଷ ମଧ୍ୟରେ ଆମ ସାମୁଦ୍ରିକ କ୍ଷେତ୍ର ଏକ ନୂତନ ଶିଖରରେ ପହଞ୍ଚି ବାଣିଜ୍ୟ ଓ ବାଣିଜ୍ୟିକ କାର୍ଯ୍ୟକଳାପ ବୃଦ୍ଧିରେ ସହାୟକ ହୋଇଛି ।”
“ଗତ ଆଠ ବର୍ଷ ମଧ୍ୟରେ ଭାରତ ସରକାର ବନ୍ଦର ଭିତ୍ତିକ ବିକାଶ ଦିଗରେ ଧ୍ୟାନ କେନ୍ଦ୍ରିତ କରି, ବନ୍ଦର ସାମର୍ଥ୍ୟର ସଂପ୍ରସାରଣ କରି ଥିବା ପଦ୍ଧତିକୁ ଅଧିକ ଦକ୍ଷ କରିଛନ୍ତି । ଭାରତୀୟ ସାମଗ୍ରୀ ଯେପରି ନୂତନ ବଜାରରେ ଉପଲବ୍ଧ ହେବ ସେଥିପାଇଁ ଜଳପଥକୁ ଅଧିକ ଗତିଶୀଳ କରାଯାଇଛି ।”
“ଆମେ ସାମୁଦ୍ରିକ କ୍ଷେତ୍ରକୁ ଆର୍ଥିକ ପ୍ରଗତି ଓ ଆତ୍ମନିର୍ଭର ଭାରତ ଗଠନ ପାଇଁ ସଶକ୍ତ କରିବା ବେଳେ, ଭାରତର ଗର୍ବ ସାମୁଦ୍ରିକ ଜୈବ ବିବିଧତା ଓ ବାତାବରଣ ମଧ୍ୟ ଯେପରି ଅତୁଟ ରହେ ସେଥିପାଇଁ ଉପଯୁକ୍ତ ଯତ୍ନ ନେଉଛୁ ।”
SM/DD
(रिलीज़ आईडी: 1813640)
आगंतुक पटल : 207
इस विज्ञप्ति को इन भाषाओं में पढ़ें:
Marathi
,
Assamese
,
English
,
Urdu
,
हिन्दी
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam