ଅର୍ଥ ମନ୍ତ୍ରଣାଳୟ

୨୦୨୨ ମାର୍ଚ୍ଚରେ ମୋଟ ଜିଏସ୍‌ଟି ସଂଗ୍ରହର ସର୍ବକାଳୀନ ରେକର୍ଡ



ଏହା ପୂର୍ବରୁ ୨୦୨୨ଜାନୁୟାରୀରେ ସଂଗୃହୀତ ହୋଇଥିଲା ସର୍ବାଧିକ ୧, ୪୦, ୯୮୬ କୋଟି ଟଙ୍କାର ଜିଏସ୍‌ଟି

ମାର୍ଚ୍ଚରେ ଗୋଟିଏ ମାସରେ ସଂଗୃହୀତ ହୋଇଛି ମୋଟ ୧, ୪୨, ୦୯୫ କୋଟି ଟଙ୍କାର ଜିଏସ୍‌ଟି

Posted On: 01 APR 2022 3:33PM by PIB Bhubaneshwar

 

 ୨୦୨୨ ମାର୍ଚ୍ଚ ମାସରେ ଦେଶରେ ମୋଟ ୧, ୨,୦୯୫ କୋଟି ଟଙ୍କାର ଜିଏସ୍‌ଟି ସଂଗ୍ରହ ହୋଇଛି ଯାହା ଏକ ରେକର୍ଡ । ସେଥିରୁ କେନ୍ଦ୍ରୀୟ ଜିଏସ୍‌ଟିର ପରିମାଣ ୨୫, ୮୩୦ କୋଟି ଟଙ୍କା ହୋଇଥିବାବେଳେ ରାଜ୍ୟ ଜିଏସ୍‌ଟି ପରିମାଣ ୩୨, ୩୭୮କୋଟି ଆଇଜିଏସ୍‌ଟି ପରିମାଣ ୭୪, ୪୭୦ କୋଟି ଟଙ୍କା । ସମ୍ମିଳିତ ଜିଏସ୍‌ଟିରେ ୩୯, ୧୩୧ କୋଟି ଆମଦାନୀ ବାବଦ ଶୁଳ୍କ ରହିଛି ଯାହା ଆମଦାନୀ ହେଉଥିବା ବିଭିନ୍ନ ପ୍ରକାର ସାମଗ୍ରୀ ଉପରୁ ସଂଗୃହୀତ ହୋଇଛି । ସେହିଭଳି ଏହି ମାସରେ ଆଦାୟ ହୋଇଥିବା ଉପକର  ବା ସେସ୍ ଏବଂ ଅନ୍ୟାନ୍ୟ ଅତିରିକ୍ତ କରର ପରିମାଣ ୯,୪୧୭କୋଟି ଟଙ୍କା । ଏଥିରେ ଆମଦାନୀ ହୋଇଥିବା ସାମଗ୍ରୀ ଉପରୁ କେବଳ ୯୮୧ କୋଟି ଟଙ୍କାର ନିରୋଳା ସେସ୍ ଅନ୍ତର୍ଭୁକ୍ତ ।

୨୦୨୨ ମାର୍ଚ୍ଚରେ ଆଦାୟ ହୋଇଥିବା ମୋଟ  ଜିଏସ୍‌ଟି ଏକ ସର୍ବକାଳୀନ ରେକର୍ଡ । ଚଳିତବର୍ଷ ଜାନୁୟାରୀ ମାସରେ ଦେଶରେ ୧, ୪୦, ୯୮୬ କୋଟି ଟଙ୍କାର ମୋଟ ଜିଏସ୍‌ଟି ସଂଗୃହିତ ହୋଇ ଯେଉଁ ରେକର୍ଡ ସୃଷ୍ଟି ହୋଇଥିଲା ମାର୍ଚ୍ଚର ସଂଗ୍ରହ ସେ ରେକର୍ଡକୁ ଭାଙ୍ଗିଛି ।

ନିୟମିତ ଅଂଶ ପ୍ରଦାନ ବ୍ୟବସ୍ଥାରେ କେନ୍ଦ୍ର ସରକାର ଏଇମାସରେ ଆଦାୟ ହୋଇଥିବା ମୋଟ ଜିଏସ୍‌ଟିରୁ କେନ୍ଦ୍ରୀୟ ଜିଏସ୍‌ଟି ବାବଦରେ ୨୯, ୮୧୬କୋଟି ଟଙ୍କା ପ୍ରଦାନ କରିଥିବାବେଳେ ରାଜ୍ୟ ଜିଏସ୍‌ଟି ପ୍ରାପ୍ୟ ବାବଦରେ ରାଜ୍ୟମାନଙ୍କ ପାଇଁ ୨୫, ୦୩୨କୋଟି ଟଙ୍କା ପ୍ରଦାନ କରିଛନ୍ତି । ଏହା ସହିତ କେନ୍ଦ୍ର ସରକାର ମଧ୍ୟ ସମନ୍ୱିତ ଜିଏସ୍‌ଟି ବାବଦରେ ଆଦାୟ ହୋଇଥିବା ଅର୍ଥକୁ ଆଡହକ୍ ଭିତ୍ତିରେ ୫୦:୫୦ ଅନୁପାତରେ ବିଭାଜିତ କରି ରାଜ୍ୟମାନଙ୍କୁ ୨୦, ୦୦୦ କୋଟି ଟଙ୍କା ମାର୍ଚ୍ଚ ମାସରେ ଦେଇଛନ୍ତି । ନିୟମିତ ଓ ଆଡହକ (ଅସ୍ଥାୟୀ)ଜିଏସ୍‌ଟି ଭାଗ ଅନୁସାରେ ଏବର୍ଷ ମାର୍ଚ୍ଚ ମାସରେ କେନ୍ଦ୍ର ସରକାରଙ୍କୁ କେନ୍ଦ୍ରୀୟ ଜିଏସ୍‌ଟି ବାବଦରେ ମୋଟ ୬୫,୬୪୬ କୋଟି ଏବଂ ରାଜ୍ୟମାନଙ୍କୁ ରାଜ୍ୟ ଜିଏସ୍‌ଟି ବାବଦରେ ୬୭,୪୧୦ କୋଟି ଟଙ୍କା ମିଳିଛି । ଏହାଛଡା ଜିଏସ୍‌ଟି କ୍ଷତିପୂରଣ ବାବଦରେ ବିଭିନ୍ନ ରାଜ୍ୟକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୧୮,୨୫୨ କୋଟି ଟଙ୍କା ମାର୍ଚ୍ଚ ମାସରେ ଯୋଗାଇ ଦିଆଯାଇଛି ।

ଚଳିତବର୍ଷ ମାର୍ଚ୍ଚ ମାସରେ ଆଦାୟ ହୋଇଥିବା ମୋଟ ଜିଏସ୍‌ଟି ପରିମାଣ ୨୦୨୧ ବର୍ଷର ମାର୍ଚ୍ଚ ମାସରେ ଆଦାୟ ଜିଏସ୍‌ଟି ଠାରୁ ୧୫ ଶତାଂଶ ଅଧିକ । ୨୦୨୦ ମାର୍ଚ୍ଚ ମାସର ଆଦାୟ ସହିତ ଏହାକୁ ତୁଳନା କଲେ ଏହା ୪୬% ବେଶି । ୨୦୨୨ ମାର୍ଚ୍ଚ ମାସରେ ଆମଦାନୀ ସାମଗ୍ରୀ ଉପରୁ ୨୫ଶତାଂଶ ଅଧିକ ରାଜସ୍ୱ ଆଦାୟ ହୋଇଥିବାବେଳେ ଘରୋଇ କାରବାର ଓ ସେବା ରପ୍ତାନୀ ଆଦିରୁ ହୋଇଥିବା  ରାଜସ୍ୱ ଆୟ ୨୦୨୧ ମାର୍ଚ୍ଚ ତୁଳନାରେ ୧୧ ଶତାଂଶ ବୃଦ୍ଧି ପାଇଛି । ୨୦୨୨ ଫେବୃୟାରୀ ମାସରେ ମୋଟ ୬. ୯୧କୋଟିର ଇ-ୱେବିଲ ଜେନେରେଟ ହୋଇଥିବାବେଳେ ଏବର୍ଷ ଜାନୁୟାରୀରେ ଏହି ସଂଖ୍ୟା ଥିଲା ୬. ୮୮କୋଟି । ମାର୍ଚ୍ଚ ମାସ କାର୍ଯ୍ୟଦିବସ ଅନୁଯାୟୀ ଛୋଟ ହୋଇଥିବା ସତ୍ତ୍ୱେ ବ୍ୟାବସାୟିକ କାର୍ଯ୍ୟକଳାପର ପୁନରୁଦ୍ଧାର ଦ୍ରୁତତର ଥିଲା ।

୨୦୨୧-୨୨ ଆର୍ଥିକ ବର୍ଷର ଶେଷ ତ୍ରୈମାସିକରେ ହାରାହାରି ଜିଏସ୍‌ଟି  ପରିମାଣ ଥିଲା ୧.୩୮ କୋଟି ଟଙ୍କା। ସେହି ଆର୍ଥିକ ବର୍ଷର ପ୍ରଥମ, ଦ୍ୱିତୀୟ ଓ ତୃତୀୟ ତ୍ରୈମାସିକରେ ଏହି ସଂଗ୍ରହ ହାର ଥିଲା ଯଥାକ୍ରମେ ୧. ୧୦ଲକ୍ଷ କୋଟି, ୧.୧୫ଲକ୍ଷ କୋଟି ଓ ୧. ୩୦ଲକ୍ଷ କୋଟି ଟଙ୍କା  । ଅର୍ଥନୀତିକ ପୁନରୁଦ୍ଧାର ସହିତ ଟିକସ ଫାଙ୍କିକୁ ରୋକିବା ପାଇଁ ଗ୍ରହଣ କରାଯାଇଥିବା ଦୃଢ ପଦକ୍ଷେପ ଫଳରେ ଜିଏସ୍‌ଟି ସଂଗ୍ରହ ବଢିଛି । ଟିକସ ପୈଠରେ ଜାଲ ବିଲ୍ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଏହା ବ୍ୟତୀତ ଜିଏସ୍‌ଟି ପରିଷଦ ଟିକସ ବ୍ୟବସ୍ଥାର ସରଳୀକରଣ ଓ ଯୁକ୍ତିଯୁକ୍ତକରଣ ଉପରେ ଗୁରୁତ୍ୱ ଦେଉଥିବାରୁ ଏହା ମଧ୍ୟ ରାଜସ୍ୱ ଆଦାୟରେ ସହାୟକ ହୋଇଛି ।

ଚଳିତବର୍ଷ ମାସିକିଆ ମୋଟ ଜିଏସ୍‌ଟି ସଂଗ୍ରହର ହାର ନିମ୍ନରେ ପ୍ରଦତ୍ତ ଚାର୍ଟରେ ଦର୍ଶାଯାଇଛି । ପ୍ରଦତ୍ତ ଟେବୁଲରେ ପ୍ରତ୍ୟେକ ରାଜ୍ୟର ୨୦୨୨ ମାର୍ଚ୍ଚମାସ(1)ରେ  ଜିଏସ୍‌ଟି ସଂଗ୍ରହ ପରିମାଣ ଏବଂ ୨୦୨୧ ମାର୍ଚ୍ଚ ତୁଳନାରେ ଏହାର ଅଭିବୃଦ୍ଧି ହାର ଉଲ୍ଲେଖ କରାଯାଇଛି ।

State-wise growth of GST Revenues during March 2022[1]

 

State

Mar-21

Mar-22

Growth

1

Jammu and Kashmir

352

368

5%

2

Himachal Pradesh

687

684

0%

3

Punjab

1,362

1,572

15%

4

Chandigarh

165

184

11%

5

Uttarakhand

1,304

1,255

-4%

6

Haryana

5,710

6,654

17%

7

Delhi

3,926

4,112

5%

8

Rajasthan

3,352

3,587

7%

9

Uttar Pradesh

6,265

6,620

6%

10

Bihar

1,196

1,348

13%

11

Sikkim

214

230

8%

12

Arunachal Pradesh

92

105

14%

13

Nagaland

45

43

-6%

14

Manipur

50

60

18%

15

Mizoram

35

37

5%

16

Tripura

88

82

-7%

17

Meghalaya

152

181

19%

18

Assam

1,005

1,115

11%

19

West Bengal

4,387

4,472

2%

20

Jharkhand

2,416

2,550

6%

21

Odisha

3,285

4,125

26%

22

Chhattisgarh

2,544

2,720

7%

23

Madhya Pradesh

2,728

2,935

8%

24

Gujarat

8,197

9,158

12%

25

Daman and Diu

3

0

-92%

26

Dadra and Nagar Haveli

288

284

-2%

27

Maharashtra

17,038

20,305

19%

29

Karnataka

7,915

8,750

11%

30

Goa

344

386

12%

31

Lakshadweep

2

2

36%

32

Kerala

1,828

2,089

14%

33

Tamil Nadu

7,579

8,023

6%

34

Puducherry

161

163

1%

35

Andaman and Nicobar Islands

26

27

5%

36

Telangana

4,166

4,242

2%

37

Andhra Pradesh

2,685

3,174

18%

38

Ladakh

14

23

72%

97

Other Territory

122

149

22%

99

Centre Jurisdiction

141

170

20%

 

Total

91,870

1,01,983

11%

 

[1] ଆମଦାନୀ ସାମଗ୍ରୀ ଉପରେ ଜିଏସ୍‌ଟି ଅନ୍ତର୍ଭୁକ୍ତ ନୁହେଁ ।

****

TKM/ SLP

 



(Release ID: 1812576) Visitor Counter : 231