ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଏକ୍ଜାମ୍ ୱାରିଅର୍ସଙ୍କ ପାଇଁ ନିଜର ପରାମର୍ଶ ଭିଡିଓ ଶେୟାର କଲେ ପ୍ରଧାନମନ୍ତ୍ରୀ
ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ପାଇଁ ଏଥିରେ ପରୀକ୍ଷାର ବିଭିନ୍ନ ଦିଗ ଉପରେ ଆଲୋକପାତ କରାଯାଇଥିବା ସହଜ ଏବଂ ବୋଧଗମ୍ୟ ପରାମର୍ଶ ରହିଛି
ଆସନ୍ତାକାଲି ପରୀକ୍ଷା ପେ ଚର୍ଚ୍ଚା ୨୦୨୨ରେ ଅଂଶଗ୍ରହଣ କରିବେ ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
31 MAR 2022 8:07PM by PIB Bhubaneswar
ଆସନ୍ତାକାଲି ପରୀକ୍ଷା ପେ ଚର୍ଚ୍ଚା ୨୦୨୨ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏଥିପୂର୍ବରୁ ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଛାତ୍ରଛାତ୍ରୀ ଏବଂ ସେମାନଙ୍କର ମାତାପିତାଙ୍କ ପାଇଁ ବିଭିନ୍ନ ପ୍ରକାରର ପରାମର୍ଶ ଥିବା ଏକ ଭିଡିଓ ସିରିଜ୍ ଶେୟାର କରିଛନ୍ତି । ତାଙ୍କର ୟୁଟ୍ୟୁବ ଚାନେଲରେ ଏହି ଭିଡିଓଗୁଡ଼ିକୁ ଶେୟାର କରାଯାଇଛି । ଏଥିରେ ଛାତ୍ରଛାତ୍ରୀଙ୍କ ଜୀବନ ସହ ଜଡ଼ିତ ବ୍ୟାପକ ଗୁରୁତ୍ବପୂର୍ଣ୍ଣ, ବିଶେଷ କରି ପରୀକ୍ଷା ସଂକ୍ରାନ୍ତ ଦିଗ ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଛନ୍ତି । ବିଗତ କିଛି ବର୍ଷ ଧରି ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଏସବୁ ବିଶେଷ ପରାମର୍ଶ ଦେଇ ଆସିଛନ୍ତି ।
ନିମ୍ନରେ ସେହି ଭିଡ଼ିଓଗୁଡ଼ିକ ଦିଆଗଲା :
ସ୍ମୃତି ଶକ୍ତି ଉପରେ
ଛାତ୍ରଛାତ୍ରୀଙ୍କ ଜୀବନରେ ପ୍ରଯୁକ୍ତିର ଭୂମିକା
ପିଲାମାନେ କେବଳ ସେମାନଙ୍କ ପିତାମାତାଙ୍କ ଅସମ୍ପୂର୍ଣ୍ଣ ସ୍ୱପ୍ନ ପୂରଣ କରିବା ଉଚିତ୍ କି?
ମାନସିକ ଚାପ ମୁକାବିଲା କରିବେ କିପରି?
ମାନସିକ ଚାପ ପ୍ରତି ସତର୍କ ରୁହନ୍ତୁ
ପରୀକ୍ଷା ପ୍ରତି ସଠିକ୍ ଦୃଷ୍ଟିକୋଣ
ଅବସର ସମୟର ସଠିକ୍ ଉପଯୋଗ
କାହା ସହିତ ପ୍ରତିଦ୍ୱନ୍ଦ୍ୱିତା କରିବେ
ଏକଗ୍ରତାରେ ସୁଧାର ଆଣିବେ କିପରି?
ଧ୍ୟାନ କେନ୍ଦ୍ରିତ କରିବା ଲାଗି ଧ୍ୟାନ ଏଡ଼ାଇବା
ଲକ୍ଷ୍ୟ ନିର୍ଦ୍ଧାରଣ କରିବା ଏବଂ ସେଗୁଡ଼ିକୁ ହାସଲ କରିବା
ଶିକ୍ଷାଗତ ତୁଳନା ଏବଂ ସାମାଜିକ ପରିସ୍ଥିତି
ସଠିକ୍ କ୍ୟାରିଅର ବାଛିବା
ପରୀକ୍ଷା ଫଳ କାର୍ଡ କେତେ ଜରୁରି?
କଷ୍ଟ ବିଷୟର ମୁକାବିଲା କରିବେ କିପରି?
ପିଢ଼ି ମଧ୍ୟରେ ଥିବା ବ୍ୟବଧାନ କମାଇବେ କିପରି?
ସମୟ ପରିଚାଳନାର ସୂତ୍ର
ପରୀକ୍ଷା କକ୍ଷ ଭିତରେ ଏବଂ ବାହାରେ ଆତ୍ମବିଶ୍ୱାସ
ସମସ୍ୟାର ମୁକାବିଲା କରନ୍ତୁ ଏବଂ ନିଜକୁ ସ୍ବତନ୍ତ୍ର କରନ୍ତୁ
ଅନ୍ୟମାନଙ୍କ ପାଇଁ ଆଦର୍ଶ ସାଜନ୍ତୁ
********
P.S.
(ରିଲିଜ ଆଡି: 1812158)
ପରିଦର୍ଶକ କାଉଣ୍ଟର : 249
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam