ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପୂର୍ବତନ ଭାରତୀୟ ସେନା ମୁଖ୍ୟ ଜେନେରାଲ୍ ଏସ୍ ଏଫ୍ ରୋଡ୍ରିଗୁଏସଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ଦୁଃଖ ପ୍ରକାଶ କରିଛନ୍ତି

Posted On: 04 MAR 2022 7:54PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପୂର୍ବତନ ଭାରତୀୟ ସେନା ମୁଖ୍ୟ ଜେନେରାଲ୍ ଏସ୍ ଏଫ୍ ରୋଡ୍ରିଗୁଏସଙ୍କ ଦେହାନ୍ତରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

ଜେନେରାଲ୍ ଏସ୍ ଏଫ୍ ରୋଡ୍ରିଗୁଏସଙ୍କ ଦେହାନ୍ତରେ ଅତ୍ୟନ୍ତ ଦୁଃଖିତ ଭାରତକୁ ଶକ୍ତିଶାଳୀ କରିବାରେ ତାଙ୍କର ଅତୁଳନୀୟ ସେବା ତଥା ଅବଦାନ ପାଇଁ ଦେଶ ତାଙ୍କ ନିକଟରେ ଋଣୀ ହୋଇ ରହିବ ତାଙ୍କର ଗଭୀର ରଣନୀତିକ ଜ୍ଞାନ ପାଇଁ ତାଙ୍କୁ ସମ୍ମାନିତ କରାଯାଇଥିଲା ମୋର ସମବେଦନା ତାଙ୍କ ପରିବାର ଏବଂ ବନ୍ଧୁମାନଙ୍କ ସହ ଅଛି ଆରଆଇପି

HS



(Release ID: 1803084) Visitor Counter : 174