ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରୋମାନିଆର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନିକୋଲା-ଆଇଓନେଲ ସିୟୁକାଙ୍କ ସହିତ ଟେଲିଫୋନ୍ ଯୋଗେ କଥା ହୋଇଛନ୍ତି

Posted On: 28 FEB 2022 10:18PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସ୍ଲୋଭାକ ରିପବ୍ଲିକର ପ୍ରଧାନମନ୍ତ୍ରୀ ଶ୍ରୀ ଏଡୁଆର୍ଡ ହେଗର୍ଙ୍କ ସହିତ ଫୋନରେ କଥା ହୋଇଥିଲେ

ପ୍ରଧାନମନ୍ତ୍ରୀ ୟୁକ୍ରେନରୁ ଭାରତୀୟ ନାଗରିକଙ୍କୁ ସ୍ଥାନାନ୍ତର କରିବାରେ ସ୍ଲୋଭାକ ରିପବ୍ଲିକ ଦ୍ୱାରା ପ୍ରଦାନ କରାଯାଇଥିବା ସହାୟତା ଏବଂ ଭାରତରୁ ସ୍ୱତନ୍ତ୍ର ବିମାନ ଉଡ଼ାଣ ପାଇଁ ଅନୁମତି ଦେଇଥିବାରୁ ଶ୍ରୀ ଏଡୁଆର୍ଡ ହେଗର୍ଙ୍କୁ ଧନ୍ୟବାଦ ଜଣାଇଛନ୍ତି ଆସନ୍ତା କିଛି ଦିନ ପାଇଁ ସ୍ଲୋଭାକ ରିପବ୍ଲିକ ନିରନ୍ତର ସହାୟତା ଜାରି ରଖିବାକୁ ସେ ଅନୁରୋଧ କରିବା ସହିତ ବିବାଦୀୟ ଅଞ୍ଚଳରୁ ଅନ୍ୟ ନାଗରିକଙ୍କୁ ସ୍ଥାନାନ୍ତର କରିବା ପାଇଁ ଭାରତ ମଧ୍ୟ ପଦକ୍ଷେପ ଗ୍ରହଣ କରିଥିବା କହିଛନ୍ତି

ପ୍ରଧାନମନ୍ତ୍ରୀ ମଧ୍ୟ ଶ୍ରୀ ହେଗରଙ୍କୁ ଭାରତୀୟ ନାଗରିକଙ୍କ ସ୍ଥାନାନ୍ତର କାର୍ଯ୍ୟର ତଦାରଖ କରିବା ପାଇଁ ଆଇନ ନ୍ୟାୟ ମନ୍ତ୍ରୀ ଶ୍ରୀ କିରେନ ରିଜିଜୁଙ୍କ ନିୟୋଜନ ସମ୍ପର୍କରେ ସୂଚନା ଦେଇଛନ୍ତି

ୟୁକ୍ରେନରେ ଚାଲିଥିବା ହିଂସା ଏବଂ ମାନବିକ ସଙ୍କଟକୁ ନେଇ ପ୍ରଧାନମନ୍ତ୍ରୀ ମଧ୍ୟ ନିଜର ଦୁଃଖ ପ୍ରକାଶ କରିଛନ୍ତି ଏବଂ ଶତ୍ରୁତା ବନ୍ଦ କରିବା ଏବଂ ଆଲୋଚନାକୁ ଫେରିବା ପାଇଁ ଭାରତର ନିରନ୍ତର ଆବେଦନକୁ ଦୋହରାଇଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ମଧ୍ୟ ରାଷ୍ଟ୍ରଗୁଡିକର ସାର୍ବଭୌମତ୍ୱ ତଥା ଭୌଗଳିକ ଅଖଣ୍ଡତାକୁ ସମ୍ମାନ ଦେବା ଉପରେ ଗୁରୁତ୍ୱାରୋପ କରିଛନ୍ତି

HS



(Release ID: 1801988) Visitor Counter : 158