ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଥାନେ ଓ ଦିବା ମଧ୍ୟରେ ସଂଯୋଗୀକରଣ ରେଳପଥକୁ ପ୍ରଧାନମନ୍ତ୍ରୀ ଜାତି ଉଦ୍ଦେଶ୍ୟରେ ଆସନ୍ତାକାଲି (ତା ୧୮.୦୨.୨୦୨୨) ଉତ୍ସର୍ଗ କରିବେ


ମୁମ୍ବାଇ ସହରତଳି ରେଳବାଇର ଦୁଇଟି ସହର ଉପକଣ୍ଠ ଟ୍ରେନକୁ ମଧ୍ୟ ପ୍ରଧାନନ୍ତ୍ରୀ ପତାକା ଦେଖାଇ ଚଳାଚଳ ଶୁଭାରମ୍ଭ କରାଇବେ

୬୨୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଅତିରିକ୍ତ ରେଳପଥ ଦୂରଗାମୀ ଓ ସହର ଉପକଣ୍ଠ ରେଳଯାତ୍ରା ଜନିତ ଟ୍ରାଫିକ ଜାମ ସମସ୍ୟାର ସମାଧାନ କରିବ

ଏହି ରେଳପଥ ଯୋଗୁଁ ୩୬ଟି ନୂତନ ସହର ଉପକଣ୍ଠ ଟ୍ରେନ ପ୍ରବର୍ତ୍ତନ ସମ୍ଭବ ହେବ

Posted On: 17 FEB 2022 12:42PM by PIB Bhubaneshwar

ଥାଣେ ଓ ଦିବାକୁ ସଂଯୋଗ କରୁଥିବା ଦୁଇଟି ରେଳପଥ ପ୍ରଧାନମନ୍ତ୍ରୀ ଆସନ୍ତାକାଲି (୧୮.୨.୨୨) ଅପରାହ୍ନ ୪ଟା ୩୦ ମିନିଟରେ ଭିଡିଓ କନଫରେନ୍ସିଂ ଜରିଆରେ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ସେ ମୁମ୍ବାଇ ସହର ଉପକଣ୍ଠ ଦୁଇଟି ଟ୍ରେନର ମଧ୍ୟ ଶୁଭାରମ୍ଭ କରିବା ସହ ଏହି ଅବସରରେ ଉଦବୋଧନ ଦେବେ ।

କେନ୍ଦ୍ରୀୟ ରେଳବାଇରେ କଲ୍ୟାଣ ହେଉଛି ମୁଖ୍ୟ ଜଙ୍କସନ । ଦେଶର ଉତ୍ତର ଓ ଦକ୍ଷିଣ ପାଶ୍ୱର୍ରୁ ଆସୁଥିବା ଯାନବାହାନ କଲ୍ୟାଣଠାରେ ଏକତ୍ରିତ ହୋଇ ସେଠାରୁ ଛତ୍ରପତି ଶିବାଜୀ ମହାରାଜ ଟର୍ମିନାଲ (ସିଏଫଏମଟି) ଯାଇଥାଆନ୍ତି । କଲ୍ୟାଣ ଓ ସିଏଫଏମଟି ମଧ୍ୟରେ ଥିବା ଚାରୋଟି ରେଳ ପଥ ମଧ୍ୟରୁ ଦୁଇଟି ମନ୍ଥର ଗତିରେ ଯାଉଥିବା ସ୍ଥାନୀୟ ଟ୍ରେନ ପାଇଁ ବ୍ୟବହୃତ ହେଉଥିବାବେଳେ ଅନ୍ୟ ଦୁଇଟି ଟ୍ରାକରେ ଦୃତ ଗତିଶୀଳ ସ୍ଥାନୀୟ ଟ୍ରେନ, ମେଲ ଏକ୍ସପ୍ରେସ ଓ ମାଲବାହୀ ଟ୍ରେନ ଯାତାୟତ କରିଥାନ୍ତି । ସହର ଉପକଣ୍ଠ ଓ ଦୂରଗାମୀ ଟ୍ରେନ ଅଲଗା ଅଲଗା ଯାତାୟତ ନିମନ୍ତେ ଦୁଇଟି ଅତିରିକ୍ତ ଟ୍ରାକର ଯୋଜନା କରାଯାଇଛି ।

ଥାଣେ ଓ ଦିବା ମଧ୍ୟରେ ସଂଯୋଗ କରୁଥିବା ଦୁଇଟି ରେଳପଥ ପ୍ରାୟ ୬୨୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି । ଏଥିରେ ୧.୪ କିଲୋମିଟର ଦୀର୍ଘ ରେଳ ଫ୍ଲାଇଓଭର, ତିନିଟି ବଡ ସେତୁ ଓ ୨୧ଟି କ୍ଷୁଦ୍ର ସେତୁ ରହିଛି । ଏହି ରେଳପଥ ମୁମ୍ବାଇରେ ଦୂରଗାମୀ ଓ ସହର ଉପକଣ୍ଠ ଟ୍ରେନ ଯୋଗୁଁ ସୃଷ୍ଟି ହେଉଥିବା ଯାନବାହାନ ସମସ୍ୟା ଦୂର କରିବ । ଏହି ରେଳ ରାସ୍ତା ଯୋଗୁଁ ମୁମ୍ବାଇ ମହାନଗରୀରେ ୩୬ଟି ନୂତନ ସହର ଉପକଣ୍ଠ ଟ୍ରେନ ଚଳାଚଳରେ ମଧ୍ୟ ସୁବିଧା ହେବ ।

 

****

SM



(Release ID: 1799045) Visitor Counter : 174