ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀ ବିଶିଷ୍ଟ ଶିଳ୍ପପତି ଶ୍ରୀ ରାହୁଲ ବଜାଜଙ୍କ ଦେହାନ୍ତରେ ଦୁଃଖ ପ୍ରକାଶ କରିଛନ୍ତି

Posted On: 12 FEB 2022 6:31PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଶିଷ୍ଟ ଶିଳ୍ପପତି ଶ୍ରୀ ରାହୁଲ ବଜାଜଙ୍କ ଦେହାନ୍ତରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।

 ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ଶ୍ରୀ ରାହୁଲ ବଜାଜ ଜୀ ବିଶ୍ୱ ବାଣିଜ୍ୟ ଏବଂ ଶିଳ୍ପ ଜଗତକୁ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ମନେ ରହିବେ । ବ୍ୟବସାୟ ବ୍ୟତିତ ସେ ସମାଜ ସେବା ପ୍ରତି ଆଗ୍ରହୀ ଥିଲେ ଏବଂ ଜଣେ ମହାନ ଅମାୟିକ ବ୍ୟକ୍ତିତ୍ୱ ଥିଲେ । ତାଙ୍କର ଦେହାନ୍ତରେ ଅତ୍ୟନ୍ତ ଦୁଃଖିତ । ତାଙ୍କ ପରିବାର ଏବଂ ବନ୍ଧୁମାନଙ୍କ ପ୍ରତି ସମବେଦନା । ଓମ୍‍ ଶାନ୍ତି ।”

HS



(Release ID: 1797995) Visitor Counter : 151