ଅର୍ଥ ମନ୍ତ୍ରଣାଳୟ

ସମୁଦାୟ ଘରୋଇ ଉତ୍ପାଦ (ଜିଡିପି)ରେ ସେବା କ୍ଷେତ୍ରର ଯୋଗଦାନ ୫୦ ପ୍ରତିଶତ


୨୦୨୧ -୨୨ର ପ୍ରଥମ ଛଅ ମାସରେ ଏହି କ୍ଷେତ୍ରରେ ୧୦.୮ ପ୍ରତିଶତ ବୃଦ୍ଧି ଘଟିଛି

ସମଗ୍ର ସେବା କ୍ଷେତ୍ରରେ ୮.୨% ବୃଦ୍ଧି ଆଶା ରଖାଯାଇଛି

୨୦୨୧- ୨୨ ଆର୍ôଥକ ବର୍ଷର ପ୍ରଥମ ଛଅ ମାସରେ ୧୬. ୭୩ ବିଲିଅନ୍ ଡଲାରର ପ୍ରତ୍ୟେକ୍ଷ ବିଦେଶୀ ପୁଞ୍ଜି ନିବେଶ (ଏଫ୍‌ଡିଆଇ) ପ୍ରବାହ ହୋଇଛି

୨୦୨୧ -୨୨ ଆର୍ôଥକ ବର୍ଷର ପ୍ରଥମ ଛଅ ମାସରେ ସେବା କ୍ଷେତ୍ରରେ ନେଟ୍ ରପ୍ତାନିରେ ୨୨.୮ ପ୍ରତିଶତ ବୃଦ୍ଧି ଘଟିଛି

୨୦୨୦ – ୨୧ରେ ଆଇଟି –ବିପିଏମ୍ କ୍ଷେତ୍ରର ରାଜସ୍ୱ ୨.୨୬ ପ୍ରତିଶତ ବୃଦ୍ଧି ସହିତ ୧୯୪ ବିଲିୟନ୍ ଡଲାରରେ ପହଂଚିଛି

ରେକର୍ଡ ପରିମାଣର ୪୪ଟି ଷ୍ଟାର୍ଟଅପ୍ ୨୦୨୧ରେ ୟୁନିକର୍ଣ୍ଣ ଷ୍ଟାଟସ୍‌ରେ ପହଂଚିଛି

କାର୍ଗୋ କ୍ଷମତା ୨୦୧୪ରେ ୧୦୫୨. ୨୩ ଏମ୍‌ଟିପିଏରୁ ୨୦୨୧ରେ ୧୨୪୬.୮୬ ଏମ୍‌ଟିପିଏରେ ପହଂଚିଛି

ମହାକାଶ କ୍ଷେତ୍ରରେ ଘରୋଇ କ୍ଷେତ୍ରର ଭାଗୀଦାରୀତାକୁ ପ୍ରୋତ୍ସାହିତ କରିବା ନିମନ୍ତେ ବିଭିନ୍ନ ସଂସ୍କାରମୂଳକ କାର୍ଯ୍ୟ କରାଯାଇଛି

Posted On: 31 JAN 2022 2:49PM by PIB Bhubaneshwar

କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ସଂସଦରେ ଅର୍ଥନୀତିକ ସର୍ବେକ୍ଷଣ ୨୦୨୧ -୨୨ ଆଗତ କରି କହିଥିଲେ ଯେ ଭାରତର ସମୁଦାୟ ଘରୋଇ ଉତ୍ପାଦ (ଜିଡିପି)ରେ ସେବା କ୍ଷେତ୍ରର ଯୋଗଦାନ ୫୦ ପ୍ରତିଶତରୁ ଅଧିକ ରହିଛି । ସର୍ବେକ୍ଷଣରେ ଚଳିତ ଆର୍ଥିକ ବର୍ଷର ପ୍ରଥମ ଛଅ ମାସ ସମୟରେ ସେବା କ୍ଷେତ୍ରରେ କ୍ରମବର୍ଦ୍ଧିଷ୍ଣୁ ଉନ୍ନତି ମଧ୍ୟ ହୋଇଛି । ସର୍ଭେରେ କୁହାଯାଇଛି ଯେ, ‘୨୦୨୧ -୨୨ର ପ୍ରଥମ ଛଅ ମାସରେ ସେବା କ୍ଷେତ୍ରରେ ସମୁଦାୟ ୧୦.୮ ପ୍ରତିଶତ ବାର୍ଷିକ ବୃଦ୍ଧି ଘଟିଛି ।’

୨୦୨୧ -୨୨ରେ ସମୁଦାୟ ସେବା କ୍ଷେତ୍ରର ଜିଭିଏ ୮.୨ ପ୍ରତିଶତ ବୃଦ୍ଧି ପାଇବାର ଆଶା ରହିଛି । ବର୍ତମାନ ଅର୍ଥନୀତିକ ସର୍ବେକ୍ଷଣରେ ଏହି ପ୍ରସଙ୍ଗ ଉପରେ ବିଶେଷ ଗୁରୁତ୍ୱ ଦେଇ କୁହାଯାଇଛି ଯେ, ଓମିକ୍ରନ୍ ଭ୍ୟାରିଆଂଟ ବ୍ୟାପିଯିବା କାରଣରୁ ବିଶେଷ କରି ସେହି କ୍ଷେତ୍ର ଗୁଡିକରେ ନିକଟ ଭବିଷ୍ୟତରେ କିଛି ପରିମାଣ ପର୍ଯ୍ୟନ୍ତ ଅନିଶ୍ଚିତତା ରହିବାର ସମ୍ଭାବନା ରହିଛି, ଯେଉଁ କ୍ଷେତ୍ରରେ ମାନବ ସମ୍ପର୍କ ଆବଶ୍ୟକ ହୋଇଥାଏ ।

ସେବା କ୍ଷେତ୍ରରେ ଏଫ୍‌ଡିଆଇର ପ୍ରବାହ

ଅର୍ଥନୀତିକ ସର୍ବେକ୍ଷଣରେ ଉଲ୍ଲେଖ କରାଯାଇଛି ଯେ, ସେବା କ୍ଷେତ୍ରରେ ପ୍ରତ୍ୟେକ୍ଷ ବିଦେଶୀ ପୁଞ୍ଜିନିବେଶ (ଏଫ୍‌ଡିଆଇ)ର ପ୍ରବାହ ସବୁଠାରୁ ଅଧିକ ରହିଛି । ୨୦୨୧ -୨୨ର ପ୍ରଥମ ଛଅ ମାସ ସମୟରେ ସେବା କ୍ଷେତ୍ରକୁ ୧୬.୭୩ ବିଲିୟନ୍ ଡଲାରର ଏଫ୍‌ଡିଆଇ ଇକ୍ୟୁଟି ପ୍ରବାହ ହୋଇଛି । ସର୍ବେକ୍ଷଣରେ ଉଲ୍ଳେଖ କରାଯାଇଛି ଯେ, ‘ଅର୍ଥ, ବ୍ୟବସାୟ, ଆଉଟସୋର୍ସିଂ, ଅନୁସନ୍ଧାନ ଏବଂ ବିକାଶ, କୋରିୟର, ଶିକ୍ଷା ଉପକ୍ଷେତ୍ର ସହିତ ପ୍ରଯୁକ୍ତି ଜ୍ଞାନକୌଶଳ ପରୀକ୍ଷଣ ଏବଂ ବିଶ୍ଲେଷଣରେ ଅଧିକ ବିଦେଶୀ ପ୍ରତ୍ୟେକ୍ଷ ପୁଞ୍ଜି ନିବେଶ ହୋଇଛି’ । 

ସେବା କ୍ଷେତ୍ରରେ ବ୍ୟବସାୟ

ଅର୍ଥନୀତିକ ସର୍ବେକ୍ଷଣରେ ବିଶ୍ୱ ସେବା ରପ୍ତାନି କ୍ଷେତ୍ରରେ ଭାରତର ପ୍ରମୁଖ ସ୍ଥାନ ରହିଛି ବୋଲି ଉଲ୍ଲେଖ କରା ଯାଇଥିଲା । ୨୦୨୦ ମସିହାରେ ଭାରତ ଶ୍ରେଷ୍ଠ ୧୦ଟି ସେବା ରପ୍ତାନିକାରୀ ଦେଶ ମଧ୍ୟରେ ରହିଛି । ବିଶ୍ୱ ବାଣିଜ୍ୟ ସେବା ରପ୍ତାନିରେ ଭାରତର ଭାଗୀଦାରୀ ୨୦୧୯ ମସିହାରେ ୩.୪ ପ୍ରତିଶତ ତୁଳନାରେ ବୃଦ୍ଧି ପାଇ ୨୦୨୦ରେ ୪.୧ ପ୍ରତିଶତ ହୋଇ ଯାଇଛି । ଅର୍ଥନୈତିକ ସର୍ବେକ୍ଷଣରେ ଉଲ୍ଲେଖ କରାଯାଇଛି ଯେ, ‘ବାଣିଜ୍ୟ ରପ୍ତାନି ତୁଳନାରେ ଭାରତର ସେବା ଗୁଡିକର ରପ୍ତାନି ଉପରେ କୋଭିଡ୍ -୧୯ ପ୍ରଭାବିତ ବିଶ୍ୱସ୍ତରର ଲକ୍‌ଡାଉନ୍‌ର ପ୍ରଭାବ କମ୍ ଗମ୍ଭୀର ଥିଲା । ସର୍ବେକ୍ଷଣରେ ଏହା ସମ୍ପର୍କରେ ଉଲ୍ଲେଖ କରାଯାଇଛି ଯେ, ପରିବହନ ସେବା ରପ୍ତାନି ଉପରେ କୋଭିଡ୍ – ୧୯ ର ପ୍ରଭାବ ସତ୍ୱେ ସଫ୍ଟୱେର ରପ୍ତାନି, ବ୍ୟବସାୟ ଏବଂ ଯାତାୟତ (ଟ୍ରାନ୍ସପୋର୍ଟେସନ) ସେବା ଗୁଡିକର ସହାୟତା ଯୋଗୁଁ  ସମୁଦାୟ ସେବା ରପ୍ତାନି ଦୁଇ ଅଙ୍କ ବିଶିଷ୍ଟ ହୋଇ ବୃଦ୍ଧି ପାଇଛି, ପରିଣାମ ସ୍ୱରୂପ ୨୦୨୧- ୨୨ ଆର୍ôଥକ ବର୍ଷର ପ୍ରଥମ ଛଅ ମାସରେ ସେବା କ୍ଷେତ୍ରରେ ନେଟ୍ ରପ୍ତାନିରେ ୨୨.୮ ପ୍ରତିଶତ ବୃଦ୍ଧି ହୋଇଛି ।

ଉପ -କ୍ଷେତ୍ର ଅନୁଯାୟୀ ପ୍ରଦର୍ଶନ

ଆଇଟି – ବିପିଏମ୍ ( ସୂଚନା ପ୍ରଯୁକ୍ତି - ବ୍ୟବସାୟ ପ୍ରକ୍ରିୟା ପରିଚାଳନା) କ୍ଷେତ୍ର

ଅର୍ଥନୈତିକ ସର୍ବେକ୍ଷଣରେ ଆଇଟି – ବିପିଏମ୍ କ୍ଷେତ୍ରକୁ ଭାରତର ସେବାର ଏକ ପ୍ରମୁଖ ବିଭାଗ ଭାବରେ ବର୍ଣ୍ଣନା କରାଯାଇଛି । ୨୦୨୧ -୨୧ରେ, ନାସକମ୍‌ର ସାମୟିକ ଆକଳନ ଅନୁଯାୟୀ , ଆଇଟି – ବିପିଏମ୍ କ୍ଷେତ୍ରର ଆୟ (ଇ – କମର୍ସକୁ ବାଦ ଦେଇ) ୧୯୪ ବିଲିୟନ୍ ଡଲାରରେ ପହଂଚିଛି, ଯାହା ବାର୍ଷିକ ୨.୨୬% ବୃଦ୍ଧି ପାଇ ୧.୩୮ ଲକ୍ଷ କର୍ମଚାରୀଙ୍କୁ ଏହି କ୍ଷେତ୍ର ସହିତ ଯୋଡିଛି । ସର୍ବେକ୍ଷଣରେ ଆହୁରି ମଧ୍ୟ ଉଲ୍ଲେଖ କରାଯାଇଛି ଯେ, ଆଇଟି – ବିପିଏମ୍ କ୍ଷେତ୍ରରେ ଆଇଟି ସେବାଗୁଡିକ ଅଧିକାଂଶ ଅଂଶ (.. ୫୧%) ଦଖଲ କରିଥାନ୍ତି ।

ଅର୍ଥନୈତିକ ସର୍ବେକ୍ଷଣରେ ଏହା ଦର୍ଶାଯାଇଛି ଯେ, ଗତ ଏକ ବର୍ଷ ମଧ୍ୟରେ ଅନେକ ସେବା ପ୍ରଦାନକାରୀ ନିୟମାବଳୀ, ଟେଲିକମ୍ କ୍ଷେତ୍ରର ସଂସ୍କାର ଏବଂ ଉପଭୋକ୍ତା ସୁରକ୍ଷା (ଇ –କମର୍ସ) ନିୟମାବଳୀକୁ କୋହଳ କରିବା ସହିତ ଏହି କ୍ଷେତ୍ରରେ ନୂତନତ୍ୱ ଏବଂ ପ୍ରଯୁକ୍ତିବିଦ୍ୟା ଗ୍ରହଣ କରିବା ନିମନ୍ତେ ଅନେକ ନୀତିଗତ ପଦକ୍ଷେପ ନିଆଯାଇଛି । ସର୍ବେକ୍ଷଣରେ ଏହି ପରାମର୍ଶ ଦିଆଯାଇଛି ଯେ, ଏହା ପ୍ରତିଭା ମାନଙ୍କର ପ୍ରବେଶକୁ ବ୍ୟାପକ ଭାବରେ ବୃଦ୍ଧି କରିବ, ନିଯୁକ୍ତି ସୃଷ୍ଟି ବୃଦ୍ଧି କରିବ ଏବଂ କ୍ଷେତ୍ରକୁ ପରବର୍ତୀ ସ୍ତରର ଅଭିବୃଦ୍ଧି ଏବଂ ନୂତନତ୍ୱକୁ ଆଗକୁ ନେବ ।

ଷ୍ଟାର୍ଟଅପ୍ ଏବଂ ପେଟେଂଟସ୍‌

ଅର୍ଥନୈତିକ  ସର୍ବେକ୍ଷଣରେ ଉଲ୍ଲେଖ କରାଯାଇଛି ଯେ, ଗତ ଛଅ ବର୍ଷ ମଧ୍ୟରେ ଭାରତର ଷ୍ଟାର୍ଟଅପ ଉଲ୍ଲେଖନୀୟ ଭାବରେ ବୃଦ୍ଧି ପାଇଛି, ଯାହା ମଧ୍ୟରୁ ଅଧିକାଂଶ ସେବା କ୍ଷେତ୍ରର ଅଟେ । ଜାନୁଆରୀ ୧୦, ୨୦୨୨ ସୁଦ୍ଧା ଭାରତରେ ୬୧,୪୦୦ରୁ ଅଧିକ ଷ୍ଟାର୍ଟଅପ୍‌କୁ ମାନ୍ୟତା ଦିଆଯାଇଛି । ଆହୁରି ମଧ୍ୟ ସର୍ବେକ୍ଷଣରେ ଏହା ଦର୍ଶାଯାଇଛି ଯେ, ୨୦୨୧ ମସିହାରେ ଭାରତରେ ରେକର୍ଡ ପରିମାଣର ୪୪ଟି ଷ୍ଟାର୍ଟଅପ୍ ରହିଛି, ଯାହା ୟୁନିକର୍ଣ୍ଣ ଷ୍ଟାର୍ଟଅପ୍ ହୋଇପାରିଛି । ସର୍ବେକ୍ଷଣରେ ଏହା ମଧ୍ୟ ଦର୍ଶାଯାଇଛି ଯେ, ବୌଦ୍ଧିକ ସମ୍ପଦ ବିଶେଷ କରି ପେଟେଂଟ ହେଉଛି ଜ୍ଞାନ ଆଧାରିତ ଅର୍ଥ ବ୍ୟବସ୍ଥାର ମୂଳ ପୁଞ୍ଜି । ‘ଭାରତରେ ଦାୟର ହୋଇଥିବା ପେଟେଂଟର ସଂଖ୍ୟା ୨୦୧୦- ୧୧ରେ ୩୯,୪୦୦ ଥିବା ବେଳେ ତାହା ବୃଦ୍ଧି ପାଇ ୨୦୨୦- ୨୧ରେ ୫୮,୫୦୨ ହୋଇ ଯାଇଛି ଏବଂ ଏହି ଅବଧିରେ ଭାରତରେ ଦିଆ ଯାଇଥିବା ପେଟେଂଟ ସଂଖ୍ୟା ୭,୫୦୯ରୁ ବୃଦ୍ଧି ପାଇ ୨୮,୩୯୧ ରେ ପହଂଚିଛି । 

ପର୍ଯ୍ୟଟନ କ୍ଷେତ୍ର

ଅର୍ଥନୀତିକ ସର୍ବେକ୍ଷଣରେ ଏହା ଦର୍ଶାଯାଇଛି ଯେ, ସାଧାରଣତଃ, ଜିଡିପି ବୃଦ୍ଧି, ବିଦେଶୀ ମୁଦ୍ରା ଆୟ ଏବଂ ରୋଜଗାର ପ୍ରସଙ୍ଗରେ ପର୍ଯ୍ୟଟନ କ୍ଷେତ୍ରର ପ୍ରମୁଖ ଯୋଗଦାନ ରହିଥାଏ । ବର୍ତମାନ, କୋଭିଡ୍ – ୧୯ ମହାମାରୀ କାରଣରୁ ଭାରତ ସହିତ ସମସ୍ତ ସ୍ଥାନକୁ ବ୍ୟବସାୟ  ନିମନ୍ତେ ବିଶ୍ୱ ଭ୍ରମଣ ତଥା ପର୍ଯ୍ୟଟନକୁ ଦୁର୍ବଳ କରିବା ଭଳି ପ୍ରଭାବ ପଡୁଛି । ଅର୍ଥନୀତିକ ସର୍ବେକ୍ଷଣରେ ଏହି ପ୍ରସ୍ତାବ ଦିଆଯାଇଛି ଯେ ଅନ୍ତରାଷ୍ଟ୍ରୀୟ ପର୍ଯ୍ୟଟନ ପୁଣି ଥରେ ଆରମ୍ଭ ହେବା ନିମନ୍ତେ ଏଥିପାଇଁ ଆବଶ୍ୟକୀୟ ପ୍ରତିବନ୍ଧକ, ସନ୍ତୁଳିତ ନିରାପତା ଏବଂ ସ୍ୱଚ୍ଛତା ପ୍ରୋଟୋକଲ୍ ଏବଂ ଉପଭୋକ୍ତାମାନଙ୍କ ଆତ୍ମବିଶ୍ୱାସକୁ ପୁନଃସ୍ଥାପିତ କରିବାରେ ପ୍ରଭାବଶାଳୀ ଯୋଗାଯୋଗ ଉପରେ ଦେଶମାନଙ୍କ ମଧ୍ୟରେ ଏକ ସମନ୍ୱିତ ପ୍ରତିକ୍ରିୟା ଉପରେ ନିର୍ଭର କରିବ । ସର୍ବେକ୍ଷଣରେ ଦର୍ଶାଯାଇଛି ଯେ ବନ୍ଦେ ଭାରତ ମିଶନ ଅଧୀନରେ ସ୍ୱତନ୍ତ୍ର ଅନ୍ତର୍ଜାତୀୟ ବିମାନ ଚଳାଚଳ କରୁଛି ଯାହା ବର୍ତମାନ ଏହାର ୧୫ତମ ପର୍ଯ୍ୟାୟରେ ଅଛି ଏବଂ ୬୩.୫୫ ଲକ୍ଷରୁ ଅଧିକ ଯାତ୍ରୀ ପରିବହନ କରିଛି ।

ବନ୍ଦର, ନୌବାହନ ଏବଂ ଜଳମାର୍ଗ ସେବା ସମୁହ

ଅର୍ଥନୀତିକ ସର୍ବେକ୍ଷଣରେ କୁହାଯାଇଛି ଯେ ବନ୍ଦର ଗୁଡିକର ବିକାଶ ଅର୍ଥବ୍ୟବସ୍ଥା ନିମନ୍ତେ ମହତ୍ୱପୂର୍ଣ୍ଣ ଅଟେ । ବନ୍ଦରଗୁଡିକ ଆମଦାନୀ – ରପ୍ତାନି କାର୍ଗୋ/ ପଣ୍ୟଦ୍ରବ୍ୟ ପରିମାଣ ଅନୁସାରେ ପ୍ରାୟ ୯୦ ପ୍ରତିଶତ ଏବଂ ମୂଲ୍ୟ ହିସାବରେ ୭୦ ପ୍ରତିଶତ ସମ୍ଭାଳିଥାଆନ୍ତି । ସର୍ବେକ୍ଷଣରେ ଏହା କୁହାଯାଇଛି ଯେ, ମାର୍ଚ୍ଚ ୨୦୨୧ ପର୍ଯ୍ୟନ୍ତ ସମସ୍ତ ବନ୍ଦରରେ ସମୁଦାୟ କାର୍ଗୋ/ ପଣ୍ୟଦ୍ରବ୍ୟ କ୍ଷମତା ବୃଦ୍ଧି ପାଇ ୧୨୪୬. ୮୬ ମିଲିୟନ୍ ଟନ୍ ପ୍ରତି ବର୍ଷ (ଏମ୍‌ଟିପିଏ) ହୋଇ ଯାଇଛି, ଯେତେବେଳେ କି ମାର୍ଚ୍ଚ ୨୦୧୪ରେ ୧୦୫୨. ୨୩ ଏମ୍‌ଟିପିଏ ଥିଲା । ଏହା ବ୍ୟତୀତ, ୨୦୨୦ -୨୧ ରେ କୋଭିଡ୍ – ୧୯ କାରଣରୁ ଉତ୍ପନ୍ନ ହେଉଥିବା ବାଧା ଗୁଡିକ ଯୋଗୁ ପ୍ରଭାବିତ ହେବା ପରେ ଏପ୍ରିଲ୍ - ନଭେମ୍ବର ୨୦୨୧ ସମୟରେ ୧୦. ୧୬ ପ୍ରତିଶତ ବୃଦ୍ଧି ହେବା ସହିତ ୨୦୨୧- ୨୨ରେ ବନ୍ଦରରେ ଯାତାୟତ ମଧ୍ୟ ବୃଦ୍ଧି ହୋଇଛି ।  ସର୍ବେକ୍ଷଣରେ ସାଗରମାଳା କାର୍ଯ୍ୟକ୍ରମ ସମ୍ପର୍କରେ ମଧ୍ୟ ଉଲ୍ଲେଖ କରାଯାଇଛି, ଯାହା ଦେଶର ଏକ ପ୍ରମୁଖ କାର୍ଯ୍ୟକ୍ରମ ଅଟେ,  ଯାହାର ଉଦ୍ଦେଶ୍ୟ ଦେଶରେ ବନ୍ଦର ଆଧାରିତ ବିକାଶକୁ ପ୍ରୋସ୍‌ôାହିତ କରିବା, ବର୍ତମାନ ୫.୫୩ ଲକ୍ଷ କୋଟି ଟଙ୍କାର ସମୁଦାୟ ୮୦୨ ପ୍ରକଳ୍ପ ଏହି କାର୍ଯ୍ୟକ୍ରମର ଅଂଶ ଅଟେ ।

ମହାକାଶ କ୍ଷେତ୍ର

ଅର୍ଥନୀତିକ ସର୍ବେକ୍ଷଣରେ ଏହା କୁହାଯାଇଛି ଯେ ୧୯୬୦ ଦଶକରେ ଆରମ୍ଭ ହେବା ଦିନଠାରୁ ଭାରତୀୟ ମହାକାଶ କାର୍ଯ୍ୟକ୍ରମ କ୍ଷେତ୍ରରେ ବହୁତ ଅଭିବୃଦ୍ଧି ଘଟିଛି । ମହାକାଶ କ୍ଷେତ୍ରରେ ସାମର୍ଥ୍ୟର ବିକାଶ କରାଯାଇଛି ଯେଉଁଥିରେ ସ୍ୱଦେଶୀ ମହାକାଶ ପରିବହନ ବ୍ୟବସ୍ଥା, ସମାଜର ବିଭିନ୍ନ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଉପଗ୍ରହର ଫ୍ଲିଟ୍  ସହିତ ମହାକାଶର ଆସେଟ୍ ସହ ସମସ୍ତ ଡୋମେନ୍ ଗୁଡିକରେ କ୍ଷମତାର ବିକାଶ କରାଯାଇଛି । ସର୍ବେକ୍ଷଣରେ କୁହାଯାଇଛି ଯେ, ସରକାର ମହାକାଶ ଆଧାରିତ ସେବା ପ୍ରଦାନ କରିବା କ୍ଷେତ୍ରରେ ଘରୋଇ କ୍ଷେତ୍ରର ଭାଗୀଦାରୀତା ସମ୍ପର୍କରେ କଳ୍ପନା କରି ୨୦୨୦ ମସିହାରେ ମହାକାଶ କ୍ଷେତ୍ରରେ ବିଭିନ୍ନ ସଂସ୍କାର ଆଣିଛନ୍ତି । ଏହି ସବୁ ସଂସ୍କାର ଗୁଡିକ ମଧ୍ୟରେ ନ୍ୟୁ ସ୍ପେସ୍ ଇଣ୍ଡିଆ ଲିମିଟେଡ଼୍ (ଏନ୍‌ଏସ୍‌ଆଇଏଲ୍‌)କୁ ସଶକ୍ତିକରଣ ଏବଂ ବର୍ତମାନର ଯୋଗାଣ ଆଧାରିତ ମଡେଲ୍‌କୁ ଚାହିଦା – ଚାଳିତ ମଡେଲ୍‌କୁ ପରିବର୍ତନ କରିବା ଅନ୍ତର୍ଭୁକ୍ତ, ଏକ ସ୍ୱାଧୀନ ନୋଡାଲ୍ ଏଜେନି୍ସ ସୃଷ୍ଟି କରିବା ଯଥା, ମହାକାଶ ବିଭାଗ ଅଧୀନରେ ଭାରତୀୟ ଜାତୀୟ ମହାକାଶ ପ୍ରୋତ୍ସାହନ ଏବଂ ପ୍ରାଧିକରଣ କେନ୍ଦ୍ରର ( ଇନ୍ – ସ୍ପେସ୍‌) ଏବଂ ସ୍ପେସ୍ କାର୍ଯ୍ୟକଳାପ ପାଇଁ ଏକ ପୂର୍ବାନୁମାନଯୋଗ୍ୟ, ଦୂରଦର୍ଶୀ, ସ୍ପଷ୍ଟ ଏବଂ ସାମର୍ଥ୍ୟପୂର୍ଣ୍ଣ ନିୟାମକ ବ୍ୟବସ୍ଥା ପ୍ରଦାନ କରିବା ସାମିଲ୍ ଅଟେ । 

*****

SSP

 



(Release ID: 1794965) Visitor Counter : 260