ଅର୍ଥ ମନ୍ତ୍ରଣାଳୟ

2019 ରେ ଜଳ ଜୀବନ ମିଶନ୍ ଆରମ୍ଭ ହେବା ଠାରୁ 5.5 କୋଟିରୁ ଅଧିକ ଘରକୁ ନଳ ଜଳ ଯୋଗାଣ କରାଯାଇଛି


ଦେଶର 83 ଟି ଜିଲ୍ଲାରେ 100 ପ୍ରତିଶତ ନଳ ଜଳ ଯୋଗାଣ ହୋଇଛି

ସ୍ବଚ୍ଛ ଭାରତ ମିଶନ୍ (ଗ୍ରାମୀଣ) ଅନ୍ତର୍ଗତ ଗ୍ରାମୀଣ ଭାରତରେ 10.86 କୋଟିରୁ ଅଧିକ ଶୌଚାଳୟ ନିର୍ମାଣ କରାଯାଇଛି

ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ଭେ – 5 ଅନୁସାରେ ଉନ୍ନତ ସ୍ବଚ୍ଛତା ସୁବିଧାର ଉପଯୋଗ କରୁଥିବା ଘର ସଂଖ୍ୟା 2015-16 ରେ 48.5 ପ୍ରତିଶତରୁ ବୃଦ୍ଧି ହୋଇ 2019-21 ରେ 70.2 ପ୍ରତିଶତ ରେ ପହଞ୍ଚିଛି

Posted On: 31 JAN 2022 3:03PM by PIB Bhubaneshwar

କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ସୋମବାର ଦିନ ସଂସଦରେ ଆର୍ଥିକ ସମୀକ୍ଷା 2021-22 ଉପସ୍ଥାପନ କରି କହିଛନ୍ତି ଯେ ଅଗଷ୍ଟ 2019 ରେ ଜଳ ଜୀବନ ମିଶନ୍ (ଜେଜେଏମ୍‌) ଆରମ୍ଭ ହେବା ପରେ 5.5 କୋଟିରୁ ଅଧିକ ଘରକୁ ନଳ ଜଳ ଯୋଗାଣ ଉପଲବ୍ଧ କରାଯାଇଛି। ଅର୍ଥ ମନ୍ତ୍ରୀ କହିଛନ୍ତି ଯେ, ଜଳ ଜୀବନ ମିଶନ୍ (ଜେଜେଏମ୍‌) 2024 ସୁଦ୍ଧା ଗ୍ରାମୀଣ ଭାରତରେ ଘର ଗୁଡ଼ିକୁ ବ୍ୟକ୍ତିଗତ ଘରୋଇ ଜଳ କନେକ୍‌ସନ ମାଧ୍ୟମରେ ପର୍ଯ୍ୟାପ୍ତ ସୁରକ୍ଷିତ ପାନୀୟ ଜଳ ଉପଲବ୍ଧ କରାଇବାର ପରିକଳ୍ପନା କରିଛନ୍ତି ଏବଂ ଏହାଦ୍ବାରା 19 କୋଟିରୁ ଅଧିକ ଗ୍ରାମୀଣ ପରିବାର ବା 90 କୋଟିରୁ ଅଧିକ ଗ୍ରାମୀଣ ଜନସଂଖ୍ୟାକୁ ଲାଭ ମିଳିପାରିବ।

ବିସ୍ତୃତ ବିବରଣୀ ପ୍ରସ୍ତୁତ କରି, ସମୀକ୍ଷାରେ କୁହାଯାଇଛି ଯେ 2019 ରେ ଗ୍ରାମୀଣ କ୍ଷେତ୍ରରେ ପ୍ରାୟ 18.93 କୋଟି ପରିବାର ମଧ୍ୟରୁ ପ୍ରାୟ 3.23 କୋଟି (17 ପ୍ରତିଶତ) ଗ୍ରାମୀଣ ପରିବାରଙ୍କ ନିକଟରେ ତାଙ୍କ ଘରେ ନଳ ଜଳ ସଂଯୋଗ ରହିଥିଲା। 02 ଜାନୁୟାରୀ 2022 ସୁଦ୍ଧା 5,51,93,885 ଘରକୁ ମିଶନର ଶୁଭାରମ୍ଭ ପରେ ନଳ ଜଳ ଯୋଗାଣ କରାଯାଇଛି। ଛଅଟି ରାଜ୍ୟ /କେନ୍ଦ୍ର ଶାସିତ ଅଞ୍ଚଳ ଯଥା ଗୋଆ, ତେଲଙ୍ଗାନା, ଆଣ୍ଡାମନ୍ ଓ ନିକୋବାର ଦୀପପୁଞ୍ଜ, ପୁଡୁଚେରି, ଦାଦ୍ରା, ନଗର ହାବେଳି ଓ ଡାମନ ଡ୍ୟୁ ତଥା ହରିୟାନା ନଳ ଜଳ ଯୋଗାଣ ସହିତ 100 ପ୍ରତିଶତ ଘରଗୁଡ଼ିକ ପ୍ରତିଷ୍ଠିତ ସ୍ଥିତି ହାସଲ କରିଛି। ଏହିପରି 83 ଟି ଜିଲ୍ଲା, 1016 ବ୍ଲକ୍, 62749 ପଞ୍ଚାୟତ ଏବଂ 128893 ଗ୍ରାମ ଗୁଡ଼ିକ 100 ପ୍ରତିଶତ ଘରେ ନଳ ଜଳ ଯୋଗାଣର ସ୍ଥିତି ହାସଲ କରିଛି। 19.01.2022 ସୁଦ୍ଧା ଜଳ ଜୀବନ ମିଶନ୍ ଅନ୍ତର୍ଗତ 8,39,443 ସ୍କୁଲକୁ ଜଳ ଯୋଗାଣ ଉପଲବ୍ଧ କରାଯାଇ ସାରଛି।

ଜେଜେଏମ୍ ଅନ୍ତର୍ଗତ ସ୍କୁଲ, ଅଙ୍ଗନବାଡ଼ି କେନ୍ଦ୍ର, ଜିପି ଭବନ, ସ୍ବାସ୍ଥ୍ୟ କେନ୍ଦ୍ର, କଲ୍ୟାଣ କେନ୍ଦ୍ର ଏବଂ ଗୋଷ୍ଠୀ ଭବନକୁ କାର୍ଯ୍ୟକ୍ଷମ ନକଳ ସଂଯୋଗ ପ୍ରଦାନ କରିବା ପାଇଁ ଗୁଣବତ୍ତା ପ୍ରଭାବିତ କ୍ଷେତ୍ର,  ମରୁଡ଼ିଗ୍ରସ୍ତ ଏବଂ ମରୁଭୂମି କ୍ଷେତ୍ରର ଗ୍ରାମ, ସାଂସଦ ଆଦର୍ଶ ଗ୍ରାମ ଯୋଜନା (ଏସଏଜିୱାଇ) ଗ୍ରାମଗୁଡ଼ିକୁ ପ୍ରାଥମିକତା ପ୍ରଦାନ କରାଯାଉଛି। ଏହି ମିଶନ ପାଇଁ ଟ.3.60 ଲକ୍ଷ କୋଟିର ବ୍ୟୟ ଅଟକଳ ରଖାଯାଇଛି।

ଜେଜେଏମ୍ ପାରଦର୍ଶିତା ଏବଂ ଦାୟୀତ୍ବସମ୍ପନ୍ନ ପ୍ରଯୁକ୍ତିର ବ୍ୟବହାର କରିବ ଯେଉଁଥିରେ (i) ପ୍ରାକୃତିକ ଓ ଆର୍ଥିକ ପ୍ରଗତି ଅଧିକୃତ କରିବା ପାଇଁ ଆଇଏମଆଇଏସ୍, (ii) ‘ଡ୍ୟାସବୋର୍ଡ଼’ (iii) ‘ମୋବାଇଲ୍ ଆପ୍’  (iv) ବାସ୍ତବିକ ସମୟ ଆଧାରିତ ଗ୍ରାମରେ ମାତ୍ରା, ଗୁଣବତ୍ତା ଏବଂ ନିୟମିତତା ପାଇଁ ଜଳ ଯୋଗାଣର ମାପ ତଥା ଅନୁଧ୍ୟାନ ପାଇଁ ସେନ୍‌ସର ଆଧାରିତ ଆଇଓଟି ସମାଧାନ (v) ପ୍ରତ୍ୟେକ ସମ୍ପତ୍ତିର ଜିଓ ଟ୍ୟାଗିଂ (vi) ନଳ କନେକ୍‌ସନକୁ ଆଧାର ସଂଖ୍ୟାରେ ଯୋଡ଼ିବା (vii) ସାର୍ବଜନିକ ଅର୍ଥ ପରିଚାଳନା ପ୍ରଣାଳୀ (ପିଏଫଏମଏସ୍) ମାଧ୍ୟମରେ ନେଣଦେଣ ସାମିଲ୍ ରହିଛି।

ସ୍ବଚ୍ଛ ଭାରତ ମିଶନ୍ (ଗ୍ରାମୀଣ) (ଏସବିଏମ୍‌-ଜି)

2 ଅକ୍ଟୋବର 2014 ରେ ଏସବିଏମ-ଜି ର ସ୍ଥାପନା ପରେ ଗ୍ରାମୀଣ ସ୍ବଚ୍ଛତାରେ ଅତ୍ୟଧିକ ପ୍ରଗତି କରିଛି। ଏହାର ସ୍ଥାପନା ପରେ 28.12.2021 ସୁଦ୍ଧା ଗ୍ରାମୀଣ ଭାରତରେ 10.86 କୋଟିରୁ ଅଧିକ ଶୌଚାଳୟ ନିର୍ମାଣ କରାଯାଇଛି।

ଏସବିଏମ୍ (ଜି) ର ଦ୍ବିତୀୟ ପର୍ଯ୍ୟାୟ ଅନ୍ତର୍ଗତ, ଖୋଲା ସ୍ଥାନରେ ସୌଚମୁକ୍ତ (ଓଡିଏଫ୍‌)-ପ୍ଲସ ବର୍ଷ 2020-21 ରୁ ବର୍ଷ 2024-25 ପର୍ଯ୍ୟନ୍ତ ସମସ୍ତ ଗ୍ରାମକୁ ଖୋଲା ସ୍ଥାନରେ ସୌଚ-ମୁକ୍ତ (ଓଡିଏଫ୍‌) କରିବାର ଲକ୍ଷ୍ୟ ସହିତ କାର୍ଯ୍ୟକାରୀ କରାଯାଉଛି। ବର୍ଷ 2021-22 ସମୟରେ (25.10.2021 ସୁଦ୍ଧା) ନୂଆ ଘର ପାଇଁ ସମୁଦାୟ 7.16 ଲକ୍ଷ ବ୍ୟକ୍ତିଗତ ଘରୋଇ ଶୌଚାଳୟ ତଥା 19,061 ଗୋଷ୍ଠୀ ସ୍ବଚ୍ଛତା ପରିସରର ନିର୍ମାଣ କରାଯାଇଛି। ଏହା ସହିତ 2194 ଗ୍ରାମକୁ ଓଡିଏଫ୍ ପ୍ଲସ ଘୋଷଣା କରାଯାଇଛି।

ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ 2019-21 (ଏନଏଫଏଚଏସ୍ – 5) ର ପଞ୍ଚମ ରାଉଣ୍ଡରେ ନିକଟରେ ଜାରି ନିଷ୍କର୍ଷ ଅନୁସାରେ ଉନ୍ନତ ସ୍ବଚ୍ଛତା ସୁବିଧାର ଉପଯୋଗ କରୁଥିବା ଘର ଗୁଡ଼ିକରେ ରହୁଥିବା ଜନସଂଖ୍ୟା 2015-16 ରେ 48.5 ପ୍ରତିଶତରୁ ବୃଦ୍ଧି ହୋଇ 2019-21 ରେ 70.2 ପ୍ରତିଶତ ହୋଇଛି।

BS



(Release ID: 1794764) Visitor Counter : 231