ଅର୍ଥ ମନ୍ତ୍ରଣାଳୟ

କେନ୍ଦ୍ର ବଜେଟ୍‌ ୨୦୨୨-୨୩ର ମୁଖ୍ୟାଂଶ

Posted On: 01 FEB 2022 1:18PM by PIB Bhubaneshwar

କେନ୍ଦ୍ର ବଜେଟରେ ସୂକ୍ଷ୍ମ ଆର୍ଥିକ ସ୍ତରରେ ସମସ୍ତ ସମାବେଶୀ ବିକାଶ ପ୍ରତି ଧ୍ୟାନ ଦିଆଯାଇ ବୃହତ ଆର୍ଥିକ ସ୍ତରରେ ଅଭିବୃଦ୍ଧି ପାଇଁ ପରିକଳ୍ପନା କରାଯାଇଛି। କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଆଜି ସଂସଦରେ କେନ୍ଦ୍ର ବଜେଟ୍‌ ୨୦୨୨-୨୩ ଆଗତ କରିଛନ୍ତି।

ବଜେଟ୍‌ର କେତେକ ମୁଖ୍ୟାଂଶ ନିମ୍ନରେ ଦିଆଗଲା -

ଭାଗ-କ

  • ଭାରତର ଆର୍ଥିକ ଅଭିବୃଦ୍ଧି ହାର ୯.୨ ପ୍ରତିଶତ ରହିବା ନେଇ ପୂର୍ବାନୁମାନ କରାଯାଇଛି ଯାହାକି ସମସ୍ତ ବଡ଼ ଅର୍ଥବ୍ୟବସ୍ଥା ମଧ୍ୟରେ ସବୁଠୁ ଅଧିକ।
  • ୧୪ଟି କ୍ଷେତ୍ରରେ ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ ଯୋଜନା ଅଧୀନରେ ୬୦ ଲକ୍ଷ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।
  • ପିଏଲଆଇ ଯୋଜନାରେ ୩୦ ଲକ୍ଷ କୋଟି ଟଙ୍କାର ଅତିରିକ୍ତ ଉତ୍ପାଦନ ବୃଦ୍ଧିର ସମ୍ଭାବନା ରହିଛି।
  • ଆସନ୍ତା ୨୫ ବର୍ଷ ଭାରତ ସ୍ୱାଧୀନତାର ୧୦୦ ବର୍ଷ ପୂରଣ କରିବା ପର୍ଯ୍ୟନ୍ତ ସମୟକୁ ଅମୃତକାଳ ଭାବେ ବିବେଚନା କରାଯାଉଛି। ଏହି ସମୟରେ ପ୍ରବେଶ କରିବା ସହିତ ବଜେଟରେ ୪ଟି ପ୍ରାଥମିକତା ଆଧାରିତ ବିକାଶ ଉପରେ ଜୋର ଦିଆଯାଇଛି:
  • ପିଏମ ଗତିଶକ୍ତି
  • ସମାବେଶୀ ବିକାଶ
  • ଉତ୍ପାଦକତା ବୃଦ୍ଧି ଏବଂ ନିବେଶ, ସନ୍‌ରାଇଜ୍‌ ବା ନବୀନ ଅବସର, ଶକ୍ତି କ୍ଷେତ୍ରରେ ରୂପାନ୍ତରଣ ଓ ଜଳବାୟୁ କାର୍ଯ୍ୟାନୁଷ୍ଠାନ
  • ନିବେଶ ପାଇଁ ଆର୍ଥିକ ସହାୟତା

 

ପିଏମ ଗତିଶକ୍ତି

ପିଏମ ଗତିଶକ୍ତିକୁ ପ୍ରୋତ୍ସାହନ ଦେବା ଲାଗି ୭ଟି ପ୍ରମୁଖ କାରକ – ସଡ଼କ, ରେଳପଥ, ବିମାନବନ୍ଦର, ସାମୁଦ୍ରିକ ବନ୍ଦର, ଗଣପରିବହନ, ଜଳମାର୍ଗ ଏବଂ ଲଜିଷ୍ଟିକ୍ସ ଭିତ୍ତିଭୂମି ଉପରେ ବଜେଟ୍‌ରେ ଗୁରୁତ୍ୱାରୋପ କରାଯାଇଛି।

ପିଏମ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନ

  • ପିଏମ ଗତିଶକ୍ତି ମାଷ୍ଟର ପ୍ଲାନ୍‌ ପରିଧି ମଧ୍ୟରେ ଆର୍ଥିକ ପରିବର୍ତ୍ତନର ସମସ୍ତ ୭ଟି କାରକ, ବାଧାମୁକ୍ତ ବହୁମୁଖି କନେକ୍ଟିଭିଟି ଓ ଲଜିଷ୍ଟିକ୍ସ ପରିଧି ମଧ୍ୟକୁ ଆସିଯିବେ।
  • ଜାତୀୟ ଭିତ୍ତିଭୂମି ପାଇପ ଲାଇଡ଼ରେ ଏହି ୭ଟି କାରକ ସହ ଜଡ଼ିତ ପ୍ରକଳ୍ପଗୁଡ଼ିକୁ ପିଏମ ଗତିଶକ୍ତି ଫ୍ରେମୱର୍କ ସହିତ ଯୋଡ଼ି ଦିଆଯିବ।

ସଡ଼କ ପରିବହନ

  • ୨୦୨୨-୨୩ ଆର୍ଥିକ ବର୍ଷରେ ୨୫ ହଜାର କିଲୋମିଟର ଜାତୀୟ ରାଜପଥ ନେଟୱର୍କ ନିର୍ମାଣ କରାଯିବ।
  • ଜାତୀୟ ରାଜପଥ ନେଟୱର୍କ ସମ୍ପ୍ରସାରଣ ପାଇଁ ୨୦ ହଜାର କୋଟି ଟଙ୍କା ସଂଗ୍ରହଣ କରାଯିବ।

ବହୁମୁଖି ଲଜିଷ୍ଟିକ୍ସ ପାର୍କ

· ୨୦୨୨-୨୩ ଆର୍ଥିକ ବର୍ଷରେ ୪ଟି ସ୍ଥାନରେ ବହୁମୁଖି ବା ମଲ୍ଟିମୋଡାଲ ଲଜିଷ୍ଟିକ୍ସ ପାର୍କ ନିର୍ମାଣ ଲାଗି ପିପିପି ମାଧ୍ୟମରେ ଠିକା ଦିଆଯିବ।

ରେଳପଥ

  • ‘ଏକ ଷ୍ଟେସନ ଏକ ଉତ୍ପାଦ’ ପରିକଳ୍ପନା କରାଯାଇଛି ଯାହାକି ସ୍ଥାନୀୟ ବ୍ୟବସାୟ ଏବଂ ଯୋଗାଣ ଶୃଙ୍ଖଳାକୁ ସହାୟକ ହେବ।
  • ୨୦୨୨-୨୩ ଆର୍ଥିକ ବର୍ଷରେ ରେଳ ନେଟୱର୍କକୁ ‘କବଚ’ ଅଧୀନକୁ ଅଣାଯାଇ ସ୍ଵଦେଶୀ ବିଶ୍ୱସ୍ତରୀୟ ପ୍ରଯୁକ୍ତି ଏବଂ କ୍ଷମତା ବୃଦ୍ଧି କରାଯିବ।
  • ଆସନ୍ତା ୩ ବର୍ଷ ମଧ୍ୟରେ ୪୦୦ ଉତ୍କୃଷ୍ଟ ନୂତନ ପିଢ଼ିର ବନ୍ଦେ ଭାରତ ରେଳ ଚଳାଚଳ କରାଯିବ।
  • ଆସନ୍ତା ୩ ବର୍ଷ ମଧ୍ୟରେ ବହୁମୁଖି ଲଜିଷ୍ଟିକ୍ସ ପାଇଁ ୧୦୦ଟି ପିଏମ ଗତିଶକ୍ତି କାର୍ଗୋ ଟର୍ମିନାଲ ବିକଶିତ କରାଯିବ।

ପର୍ବତମାଳା

· ରାଷ୍ଟ୍ରୀୟ ରୋପ୍‌ୱେ ବିକାଶ କାର୍ଯ୍ୟକ୍ରମ-ପର୍ବତମାଳାକୁ ପିପିପି ମାଧ୍ୟମରେ କାର୍ଯ୍ୟକାରୀ କରାଯିବ।

· ୨୦୨୨-୨୩ ଆର୍ଥିକ ବର୍ଷରେ ୬୦ କିଲୋମିଟର ଲମ୍ବ ୮ଟି ରୋପୱେ ପ୍ରକଳ୍ପ ପାଇଁ ଠିକା ଆବଣ୍ଟନ କରାଯିବ।

ସମାବେଶୀ ବିକାଶ

କୃଷି

  • ଗହମ ଓ ଧାନ କ୍ରୟ ପାଇଁ ୧.୬୩ କୋଟି ଚାଷୀଙ୍କୁ ୨.୩୭ ଲକ୍ଷ କୋଟି ଟଙ୍କାର ସିଧାସଳଖ ଅର୍ଥ  ପରିଶୋଧ ।
  • ସାରା ଦେଶରେ ରାସାୟନିକ ମୁକ୍ତ ପ୍ରାକୃତିକ କୃଷିକୁ ପ୍ରୋତ୍ସାହନ ଦିଆଯିବ। ପ୍ରାରମ୍ଭରେ ଗଙ୍ଗା ନଦୀ ତଟବର୍ତ୍ତୀ ୫ କିଲୋମିଟର ଚଉଡ଼ା ପର୍ଯ୍ୟନ୍ତ କରିଡରରେ ଥିବା ଚାଷୀମାନଙ୍କୁ ନେଇ ଏହି ଯୋଜନା କାର୍ଯ୍ୟକାରୀ କରାଯିବ ।
  • ନାବାର୍ଡ କୃଷି ଏବଂ ଗ୍ରାମୀଣ ଉଦ୍ୟୋଗ ସହ ଜଡ଼ିତ ଷ୍ଟାର୍ଟଅପ୍ସଗୁଡ଼ିକୁ ଆର୍ଥିକ ସହାୟତା ନିମନ୍ତେ ମିଶ୍ରିତ ପୁଞ୍ଜି ବ୍ୟବସ୍ଥାର ସୁବିଧା ଦେବ ।
  • ଫସଲ ଆକଳନ, ଭୂମି ରେକର୍ଡର ଡିଜିଟାଲକରଣ କରାଯାବ । କୀଟନାଶକ ଏବଂ ପୋଷକ ତତ୍ତ୍ବ ସିଞ୍ଚନ ନିମନ୍ତେ ‘‘କିଷାନ ଡ୍ରୋନ’’ ବ୍ୟବସ୍ଥା କରାଯିବ ।

କେନ୍‌ ବେତୱା ପ୍ରକଳ୍ପ

  • କେନ୍‌ ବେତୱା ପ୍ରକଳ୍ପ କାର୍ଯ୍ୟକାରୀ କରିବା ଲାଗି ୧୪୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।
  • କେନ ବେତୱା ଲିଙ୍କ୍‌ ପ୍ରକଳ୍ପ ମାଧ୍ୟମରେ ୯.୦୮ ଲକ୍ଷ ହେକ୍ଟର ଚାଷ ଜମିରେ ଜଳସେଚନ ସୁବିଧା ମିଳିବ।

ଏମଏସଏମଇ

  • ଉଦ୍ୟମ, ଇ-ଶ୍ରମ, ଏନସିଏସ ଏବଂ ଅସୀମ ପୋର୍ଟାଲକୁ ପରସ୍ପର ସହ ସଂଯୋଗ କରାଯିବ।
  • ୧୩୦ ଲକ୍ଷ ଏମଏସଏମଇକୁ ଇମର୍ଜେନ୍ସି କ୍ରେଡିଟ୍‌ ଲିଙ୍କଡ୍‌ ଗାରେଣ୍ଟି ଯୋଜନା (ଇସିଏଲଜିଏସ) ଅଧୀନରେ ଅତିରିକ୍ତ ଋଣ ଦିଆଯିବ।
  • ଇସିଏଲଜିଏସକୁ ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ ବୃଦ୍ଧି କରାଯିବ।
  • ଇସିଏଲଜିଏସ ଅଧୀନରେ ଗାରେଣ୍ଟି କଭରକୁ ୫୦ ହଜାର କୋଟି ଟଙ୍କାରୁ ବୃଦ୍ଧି କରି ମୋଟ ୫ ଲକ୍ଷ କୋଟି ଟଙ୍କା କରି ଦିଆଯିବ।
  • ସୂକ୍ଷ୍ମ ଏବଂ ଲଘୁ ଉଦ୍ୟୋଗଗୁଡ଼ିକୁ କ୍ରେଡିଟ୍‌ ଗାରେଣ୍ଟି ଟ୍ରଷ୍ଟ (ସିଜିଟିଏମଏସଇ) ଅଧୀନରେ ୨ ଲକ୍ଷ କୋଟି ଟଙ୍କାର ଅତିରିକ୍ତ କ୍ରେଡିଟ୍‌ ଦିଆଯିବ।
  • ରେଜିଂ ଏଣ୍ଡ ଏକ୍ସିଲରେଟିଂ ଏମଏସଏମଇ ପରଫର୍ମାନ୍ସ (ଆରଏଏମପି) କାର୍ଯ୍ୟକ୍ରମ ୬ହଜାର କୋଟି ଟଙ୍କା ବ୍ୟୟବରାଦ ସହିତ ଆରମ୍ଭ କରାଯିବ।

ଦକ୍ଷତା ବିକାଶ

  • ଅନଲାଇନ ପ୍ରଶିକ୍ଷଣ ମାଧ୍ୟମରେ ନାଗରିକମାନଙ୍କୁ ଅଧିକ କୁଶଳୀ କରିବା ଲାଗି ଡିଜିଟାଲ ଇକୋସିଷ୍ଟମ ଫର ସ୍କିଲିଂ ଏଣ୍ଡ ଲାଇଭ୍‌ଲିହୁଡ୍‌ (ଦେଶ-ଷ୍ଟାକ୍‌ ଇ-ପୋର୍ଟାଲ) ଶୁଭାରମ୍ଭ କରାଯିବ।
  • ‘ଡ୍ରୋନ ଶକ୍ତି’ ସୁବିଧା ଏବଂ ସେବା ଆକାରରେ ଡ୍ରୋନ (ଡିଆରଏସଏଏସ) ପାଇଁ ଷ୍ଟାର୍ଟଅପ୍ସଗୁଡ଼ିକୁ ପ୍ରୋତ୍ସାହନ ଦିଆଯିବ।

ଶିକ୍ଷା

  • ‘ପିଏମ ଇ-ବିଦ୍ୟା ଅଧୀନରେ ‘ଏକ ଶ୍ରେଣୀ ଏକ ଟିଭି ଚାନେଲ’ କାର୍ଯ୍ୟକ୍ରମକୁ ୨୦୦ ଟିଭି ଚାନେଲକୁ ସମ୍ପ୍ରସାରିତ କରାଯିବ।
  • ଗୁରୁତ୍ୱପୂର୍ଣ୍ଣ ଚିନ୍ତନ କୌଶଳ ଏବଂ ପ୍ରଭାବୀ ଶିକ୍ଷା ବାତାବରଣକୁ ପ୍ରୋତ୍ସାହନ ଦେବା ଲାଗି ଭର୍ଚୁଆଲ ପ୍ରୟୋଗଶାଳା ଏବଂ କୌଶଳ ଇ-ପ୍ରୟୋଗଶାଳା ପ୍ରତିଷ୍ଠା କରାଯିବ।
  • ଡିଜିଟାଲ ଶିକ୍ଷକମାନଙ୍କ ମାଧ୍ୟମରେ ଉଚ୍ଚଗୁଣବତ୍ତା ବିଶିଷ୍ଟ ଇ-ବିଷୟବସ୍ତୁ ବିକଶିତ କରାଯିବ।
  • ବ୍ୟକ୍ତିଗତ ଭାବେ ପାଠପଢ଼ା ଲାଗି ବିଶ୍ୱସ୍ତରୀୟ ଶିକ୍ଷା ପ୍ରଦାନ ନିମନ୍ତେ ଡିଜିଟାଲ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯିବ।

ସ୍ଵାସ୍ଥ୍ୟ

  • ରାଷ୍ଟ୍ରୀୟ ଡିଜିଟାଲ ସ୍ଵାସ୍ଥ୍ୟ ଇକୋସିଷ୍ଟମ ଲାଗି ଖୋଲା ମଞ୍ଚ କାର୍ଯ୍ୟକାରୀ କରାଯିବ।
  • ଗୁଣବତ୍ତାପୂର୍ଣ୍ଣ ମାନସିକ ସ୍ଵାସ୍ଥ୍ୟ ପରାମର୍ଶ ଓ ଚିକିତ୍ସା ସେବା ପାଇଁ ରାଷ୍ଟ୍ରୀୟ ଟେଲି ମାନସିକ ସ୍ଵାସ୍ଥ୍ୟ କାର୍ଯ୍ୟକ୍ରମ ଆରମ୍ଭ କରାଯିବ।
  • ୨୩ଟି ଟେଲି ମାନସିକ ସ୍ଵାସ୍ଥ୍ୟ କେନ୍ଦ୍ରର ଏକ ନେଟୱର୍କ ପ୍ରତିଷ୍ଠା କରାଯିବ। ଏହାର ନୋଡାଲ ସେଣ୍ଟର ନିମହାନ୍‌ସ ହେବ ଏବଂ ଅନ୍ତର୍ଜାତୀୟ ସୂଚନା ପ୍ରଯୁକ୍ତି ସଂସ୍ଥାନ, ବେଙ୍ଗାଲୁରୁ (ଆଇଆଇଆଇଟିବି) ଏହାକୁ ଜ୍ଞାନକୌଶଳ ସହାୟତା ପ୍ରଦାନ କରିବ।

ସକ୍ଷମ ଅଙ୍ଗନୱାଡ଼ି

  • ମିଶନ ଶକ୍ତି, ମିଶନ ବାତ୍ସଲ୍ୟ, ସକ୍ଷମ ଅଙ୍ଗନୱାଡ଼ି ଏବଂ ପୋଷଣ ୨.୦ ଜରିଆରେ ମହିଳା ଓ ପିଲାମାନଙ୍କୁ ଏକୀକୃତ ଲାଭ ପ୍ରଦାନ କରାଯିବ।
  • ଦୁଇ ଲକ୍ଷ ଅଙ୍ଗନୱାଡ଼ିଗୁଡ଼ିକୁ ସକ୍ଷମ ଅଙ୍ଗନୱାଡ଼ି ଭାବେ ଉନ୍ନତିକରଣ କରାଯିବ।

ହର ଘର, ନଲ ସେ ଜଲ

  • ହର ଘର, ନଲ୍‌ ସେ ଜଲ ଅଧୀନରେ ୨୦୨୨-୨୩ ଆର୍ଥିକ ବର୍ଷରେ ୩.୮ କୋଟି ପରିବାରକୁ ସାମିଲ କରିବା ଲାଗି ୬୦,୦୦୦ କୋଟି ଟଙ୍କା ଆବଣ୍ଟନ କରାଯାଇଛି।

ସମସ୍ତଙ୍କ ପାଇଁ ଆବାସ

  • ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ୨୦୨୨-୨୩ ଆର୍ଥିକ ବର୍ଷରେ ୮୦ ଲକ୍ଷ ଗୃହ ନିର୍ମାଣ ସମ୍ପୂର୍ଣ୍ଣ କରିବା ପାଇଁ ୬୦ ହଜାର କୋଟି ଟଙ୍କା ଆବଣ୍ଟନ କରାଯାଇଛି।

ଉତ୍ତର ପୂର୍ବାଞ୍ଚଳ କ୍ଷେତ୍ର ପାଇଁ ପ୍ରଧାନମନ୍ତ୍ରୀଙ୍କ ବିକାଶ ଯୋଜନା (ପିଏମ-ଡିଇଭି ଆଇଏନଇ)

  • ଉତ୍ତର ପୂର୍ବାଞ୍ଚଳରେ ମୌଳିକ ଭିତ୍ତିଭୂମି ଏବଂ ସାମାଜିକ ବିକାଶ ପ୍ରକଳ୍ପ ପାଇଁ ପାଣ୍ଠି ଯୋଗାଣ ଉଦ୍ଦେଶ୍ୟରେ ପିଏମ-ଡିଇଭି ଆଇଏନଇର ଶୁଭାରମ୍ଭ କରାଯାଇଛି।
  • ଏହି ଯୋଜନା ଅଧୀନରେ ଯୁବକ ଏବଂ ମହିଳାମାନଙ୍କୁ ଜୀବିକା ଗତିବିଧିରେ ସକ୍ଷମ କରିବା ନିମନ୍ତେ ୧୫୦୦ କୋଟି ଟଙ୍କାର ପ୍ରାରମ୍ଭିକ ଆବଣ୍ଟନ କରାଯାଇଛି।

ଜୀବନ୍ତ ଗ୍ରାମ କାର୍ଯ୍ୟକ୍ରମ

  • କମ୍‌ ଜନସଂଖ୍ୟା ଘନତ୍ୱ, ସୀମିତ ଯୋଗାଯୋଗ ଏବଂ ମୌଳିକ ଭିତ୍ତିଭୂମି ଅଭାବ ଥିବା ଅଞ୍ଚଳର ବିକାଶ ପାଇଁ ଜୀବନ୍ତ ଗ୍ରାମ ବା ଭାଇବ୍ରାଣ୍ଟ ଭିଲେଜେସ୍‌ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯିବ।

ବ୍ୟାଙ୍କିଙ୍ଗ୍‌

  • ଶତ ପ୍ରତିଶତ ୧.୫ ଲକ୍ଷ ଡାକଘରକୁ କୋର୍‌ ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥାରେ ସାମିଲ କରାଯିବ।
  • ଅନୁସୂଚିତ ବାଣିଜ୍ୟିକ ବ୍ୟାଙ୍କଗୁଡ଼ିକ ୭୫ଟି ଜିଲ୍ଲାରେ ୭୫ଟି ଡିଜିଟାଲ ବ୍ୟାଙ୍କିଙ୍ଗ୍‌ ୟୁନିଟ୍‌ (ଡିବିୟୁ) ପ୍ରତିଷ୍ଠା କରିବେ।

ଇ-ପାସପୋର୍ଟ

  • ଏମ୍ବେଡେଡ୍‌ ଚିପ୍‌ ଏବଂ ଭବିଷ୍ୟତର ପ୍ରଯୁକ୍ତି ଆଧାରିତ ଇ-ପାସପୋର୍ଟ ପ୍ରଚଳନ ଆରମ୍ଭ କରାଯିବ।

ସହରାଞ୍ଚଳ ନିୟୋଜନ

  • ଭବନ ଉପନିୟମ ଆଧୁନିକୀକରଣ, ସହରୀ ନିୟୋଜନ ଯୋଜନା (ଟିପିଏସ) ଏବଂ ପରିବହନ ଆଧାରିତ ବିକାଶକୁ କାର୍ଯ୍ୟକାରୀ କରାଯିବ।
  • ସହରାଞ୍ଚଳ କ୍ଷେତ୍ରରେ ବ୍ୟାପକ ସ୍ତରରେ ଚାର୍ଜିଂ ଷ୍ଟେସନ ପ୍ରତିଷ୍ଠା କରିବା ଲାଗି ବ୍ୟାଟେରି ଅଦଳବଦଳ ନୀତି ଲାଗୁ କରାଯିବ।

ଜମି ରେକର୍ଡ ପରିଚାଳନା

  • ଜମି ରେକର୍ଡର ଆଇଟି ଆଧାରିତ ପରିଚାଳନା ଲାଗି ବିଶେଷ ଭୂମି ପାର୍ସଲ ପରିଚୟ ସଂଖ୍ୟା ବ୍ୟବସ୍ଥା କରାଯିବ।

ତ୍ୱରିତ କର୍ପୋରେଟ ପ୍ରସ୍ଥାନ

  • କମ୍ପାନୀଗୁଡ଼ିକୁ ଦ୍ରୁତ ଗତିରେ ବନ୍ଦ କରିବା ଲାଗି ସେଣ୍ଟର ଫର ପ୍ରୋସେସିଂ ଏକ୍ସିଲରେଟେଡ୍‌ କର୍ପୋରେଟ୍‌ ଏକ୍‌ଜିଟ୍‌ (ସି-ପିଏସି) ସ୍ଥାପନ କରାଯିବ।

ଏଭିଜିସି ପ୍ରୋତ୍ସାହନ ଟାସ୍କଫୋର୍ସ

  • ଏହି କ୍ଷେତ୍ରରେ ସମ୍ଭାବନାକୁ ଚିହ୍ନଟ କରିବା ଲାଗି ଏକ ଏନିମେସନ, ଭିଜୁଆଲ ପ୍ରଭାବ, ଗେମିଂ ଓ କମିକ୍‌ (ଏଭିଜିସି) ପ୍ରୋତ୍ସାହନ ଟାସ୍କଫୋର୍ସ ପ୍ରତିଷ୍ଠା କରାଯିବ।

ଦୂରସଞ୍ଚାର କ୍ଷେତ୍ର

  • ଉତ୍ପାଦନ ସହ ଜଡ଼ିତ ପ୍ରୋତ୍ସାହନ ଯୋଜନାର ଏକ ଅଂଶବିଶେଷ ଆକାରରେ 5-ଜି ଲାଗି ଏକ ସୁଦୃଢ଼ ଇକୋସିଷ୍ଟମ ପ୍ରତିଷ୍ଠା କରିବା ନିମନ୍ତେ ଡିଜାଇନ ପରିଚାଳିତ ଉତ୍ପାଦନ ପାଇଁ ଯୋଜନା କାର୍ଯ୍ୟକାରୀ ହେବ।

ରପ୍ତାନି ପ୍ରୋତ୍ସାହନ

  • ଉଦ୍ୟୋଗ ଏବଂ ସେବା କେନ୍ଦ୍ରଗୁଡ଼ିକର ବିକାଶରେ ଭାଗିଦାର ହେବା ଲାଗି ରାଜ୍ୟମାନଙ୍କୁ ସମର୍ଥ କରିବା ଉଦ୍ଦେଶ୍ୟରେ ବିଶେଷ ଆର୍ଥିକ ଜୋନ ଆଇନ ସ୍ଥାନରେ ଏକ ନୂଆ ଆଇନ ଆସିବ।

ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳତା :

  • ୨୦୨୨-୨୩ରେ ଘରୋଇ ଉଦ୍ୟୋଗ ପାଇଁ ନିର୍ଦ୍ଧାରିତ ପୁଞ୍ଜିଗତ କ୍ରୟ ବଜେଟ୍‌ର ୬୮ ପ୍ରତିଶତ ନିର୍ଦ୍ଧାରଣ କରାଯାଇଛି ଯାହାକି ୨୦୨୧ରେ ୫୮ ପ୍ରତିଶତ ତୁଳନାରେ ଅଧିକ ।
  • ୨୫ ପ୍ରତିଶତ ପ୍ରତିରକ୍ଷା ଗବେଷଣା ବିକାଶ ବଜେଟ୍‌ ସହିତ ଉଦ୍ୟୋଗ, ଷ୍ଟାର୍ଟଅପ୍ସ ଏବଂ ଶିକ୍ଷା ପାଇଁ ପ୍ରତିରକ୍ଷା ଗବେଷଣା ନିମନ୍ତେ ବ୍ୟବସ୍ଥା କରାଯାଇଛି।
  • ଯାଞ୍ଚ ଏବଂ ପ୍ରାମାଣିକରଣ ଆବଶ୍ୟକତାକୁ ପୂରଣ କରିବା ଲାଗି ସ୍ଵତନ୍ତ୍ର ନୋଡାଲ ଅମ୍ବ୍ରେଲା ୟୁନିଟ୍‌ ପ୍ରତିଷ୍ଠା କରାଯିବ।

ସନ୍‌ରାଇଜ୍‌ ସମ୍ଭାବନା

  • ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ଭୂ-ସ୍ଥାନିକ (ଜିଓ ସ୍ପାଟିଆଲ) ପ୍ରଣାଳୀ ଏବଂ ଡ୍ରୋନ, ସେମିକଣ୍ଡକ୍ଟର ଓ ଏହାର ଇକୋସିଷ୍ଟମ, ମହାକାଶ ଅର୍ଥବ୍ୟବସ୍ଥା, ଜିନୋମିକ୍ସ ଓ ଫାର୍ମାସ୍ୟୁଟିକଲ୍ସ, ସବୁଜ ଊର୍ଜା ଏବଂ ସ୍ଵଚ୍ଛ ଗତିଶୀଳତା ପ୍ରଣାଳୀ ଭଳି ସନ୍‌ରାଇଜ୍‌ ବା ନବୀନ ଅବସର ଥିବା କ୍ଷେତ୍ରରେ ଗବେଷଣା ଓ ବିକାଶ ଲାଗି ସରକାରୀ ନିବେଶ ଉପଲବ୍ଧ କରାଯିବ।

ଊର୍ଜା କ୍ଷେତ୍ରରେ ପରିବର୍ତ୍ତନ ଏବଂ ଜଳବାୟୁ କାର୍ଯ୍ୟାନୁଷ୍ଠାନ

  • ୨୦୩୦ ସୁଦ୍ଧା ୨୮୦ ଗିଗାୱାଟ୍‌ ପ୍ରତିଷ୍ଠିତ ସୌର ବିଦ୍ୟୁତ ଲକ୍ଷ୍ୟ ହାସଲ କରିବା ଲାଗି ଉଚ୍ଚଦକ୍ଷତା ବିଶିଷ୍ଟ ସୌର ମଡ୍ୟୁଲ୍ସ ନିର୍ମାଣ ପାଇଁ ଉତ୍ପାଦନ ସହ ଜଡ଼ିତ ପ୍ରୋତ୍ସାହନ ଯୋଜନା ପାଇଁ ୧୯,୫୦୦ କୋଟି ଟଙ୍କାର ଅତିରିକ୍ତ ଆବଣ୍ଟନ ।
  • ତାପଜ ବିଦ୍ୟୁତ ପ୍ଲାଣ୍ଟରେ ୫ରୁ ୭ ପ୍ରତିଶତ ବାୟୋମାସ ପ୍ୟାଲେଟ୍ସ କୋ-ଫାୟାର କରାଯିବ ।
  • ବାର୍ଷିକ ଭାବେ ୩୮ ଏମଏମଟି ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ।
  • କୃଷକମାନଙ୍କ ପାଇଁ ଅତିରିକ୍ତ ରୋଜଗାର ଏବଂ ସ୍ଥାନୀୟ ଲୋକଙ୍କ ଲାଗି ରୋଜଗାରର ନୂଆ ଅବସର।
  • ଚାଷଜମିରେ ନଡ଼ା ଜଳାଇବା ବନ୍ଦ କରିବାରେ ମିଳିବ ସହାୟତା।
  • କୋଇଲା ବାଷ୍ପୀକରଣ କରିବା ଏବଂ ଉଦ୍ୟୋଗ ପାଇଁ କୋଇଲାକୁ ରାସାୟନିକରେ ପରିବର୍ତ୍ତିତ କରିବା ପାଇଁ ୪ଟି ପାଇଲଟ୍‌ ପ୍ରକଳ୍ପ ପ୍ରତିଷ୍ଠା କରାଯିବ।
  • କୃଷି ବନୀକରଣକୁ ଆପଣାଇବା ପାଇଁ ତଫସିଲଭୁକ୍ତ ଜାତି ଏବଂ ଜନଜାତି ସମୁଦାୟ ସହ ଜଡ଼ିତ କୃଷକମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ।

ସାର୍ବଜନୀନ ପୁଞ୍ଜିଗତ ନିବେଶ :

  • ୨୦୨୨-୨୩ରେ ଘରୋଇ ନିବେଶ ଏବଂ ଚାହିଦାକୁ ପ୍ରୋତ୍ସାହନ ଦେବା ଲାଗି ସାର୍ବଜନୀନ ନିବେଶ ଜାରି ରହିବ।
  • ୨୦୨୨-୨୩ ଆର୍ଥିକ ବର୍ଷରେ ପୁଞ୍ଜିଗତ ବ୍ୟୟବରାଦ ୩୫.୪ ପ୍ରତିଶତରୁ ଦ୍ରୁତ ଗତିରେ ବଢ଼ାଇ ୭.୫୦ ଲକ୍ଷ କୋଟି ଟଙ୍କା କରି ଦିଆଯାଇଛି, ଯାହାକି ଚଳିତ ଆର୍ଥିକ ବର୍ଷରେ ୫.୫୪ ଲକ୍ଷ କୋଟି ଟଙ୍କା ଥିଲା।
  • ୨୦୨୨-୨୩ ଆର୍ଥିକ ବର୍ଷରେ ବ୍ୟୟବରାଦ ପରିମାଣ ସକଳ ଘରୋଇ ଉତ୍ପାଦ (ଜିଡିପି)ର ୨.୯ ପ୍ରତିଶତ ରହିବ।
  • କେନ୍ଦ୍ର ସରକାରଙ୍କ ପ୍ରଭାବୀ ପୁଞ୍ଜିଗତ ବ୍ୟୟ ପରିମାଣ ୨୦୨୨-୨୩ରେ ୧୦.୬୮ ଲକ୍ଷ କୋଟି ଟଙ୍କା ରହିବାର ପୂର୍ବାନୁମାନ କରାଯାଇଛି, ଯାହାକି ଜିଡିପିର ପାଖାପାଖି ୪.୧ ପ୍ରତିଶତ।

ଜିଆଇଏଫଟି-ଆଇଏଫଏସି

  • ଜିଆଇଏଫଟି ସହରରେ ବିଶ୍ୱସ୍ତରୀୟ ବିଦେଶୀ ବିଶ୍ୱବିଦ୍ୟାଳୟ ଏବଂ ସଂସ୍ଥାନକୁ ଅନୁମତି ଦିଆଯିବ।
  • ଅନ୍ତର୍ଜାତୀୟ ଅଧିକାର କ୍ଷେତ୍ର ଅଧୀନରେ ଆସୁଥିବା ବିବାଦଗୁଡ଼ିକର ନିର୍ଦ୍ଧାରିତ ସମୟରେ ସମାଧାନ ଲାଗି ଏକ ଅନ୍ତର୍ଜାତୀୟ ମଧ୍ୟସ୍ଥତା କେନ୍ଦ୍ର ପ୍ରତିଷ୍ଠା କରାଯିବ।

ସମ୍ବଳ ଯୋଗାଡ଼

  • ଡାଟା କେନ୍ଦ୍ର ଏବଂ ଊର୍ଜା ଭଣ୍ଡାର ପ୍ରଣାଳୀକୁ ମୌଳିକ ଭତ୍ତିଭୂମିର ମାନ୍ୟତା ଦିଆଯିବ।
  • ଉଦ୍ୟୋଗ ପୁଞ୍ଜି ଏବଂ ଘରୋଇ ଇକୁଇଟି ବିଗତ ବର୍ଷ ୫.୫ ଲକ୍ଷ କୋଟି ଟଙ୍କାରୁ ଅଧିକ ନିବେଶ କରିଥିଲା । ଏହା ଏକ ସବୁଠୁ ବଡ଼ ଷ୍ଟାର୍ଟଅପ ଏବଂ ବିକାଶ ଇକୋସିଷ୍ଟମରେ ସୁବିଧା ପ୍ରଦାନ କରାଯାଇଛି। ଏହି ନିବେଶକୁ ବଢ଼ାଇବା ଲାଗି ବିଭିନ୍ନ ଉପାୟ କରାଯାଉଛି।
  • ସନରାଇଜ୍‌ କ୍ଷେତ୍ର ପାଇଁ ବ୍ଲେଣ୍ଡେଡ୍‌ ପାଣ୍ଠିକୁ ପ୍ରୋତ୍ସାହନ ଦିଆଯିବ।
  • ସବୁଜ ମୌଳିକ ଭିତ୍ତିଭୂମି ଲାଗି ସମ୍ବଳ ଯୋଗାଡ଼ କରିବା ଲାଗି ସୋଭରେନ୍‌ ଗ୍ରୀନ୍‌ ବଣ୍ଡ ଜାରି କରାଯିବ।

ଡିଜିଟାଲ ମୂଦ୍ରା

  • ୨୦୨୨-୨୩ରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ଡିଜିଟାଲ ମୂଦ୍ରାର ଶୁଭାରମ୍ଭ କରାଯିବ।

ରାଜ୍ୟମାନଙ୍କୁ ଅଧିକ ରାଜସ୍ଵ ସଂଗ୍ରହ ସୁବିଧା ଉପଲବ୍ଧ କରାଯିବ

· ପୁଞ୍ଜିଗତ ନିବେଶ ଲାଗି ରାଜ୍ୟମାନଙ୍କୁ ଆର୍ଥିକ ସହାୟତା ଯୋଜନା ପାଇଁ ଅଧିକ ପରିମାଣର ବ୍ୟୟବରାଦ:

  • ଏହି ପରିବ୍ୟୟ ବଜେଟ୍‌ ପୂର୍ବାନୁମାନରେ ୧୦ ହଜାର କୋଟି ଟଙ୍କା ଥିଲା, ଯାହାକି ଚଳିତ ଆର୍ଥିକ ବର୍ଷ ପାଇଁ ସଂଶୋଧିତ ଆକଳନରେ ୧୫ ହଜାର କୋଟି ଟଙ୍କା କରି ଦିଆଯାଇଛି।

ଅର୍ଥବ୍ୟବସ୍ଥାରେ ସାମଗ୍ରିକ ପ୍ରୋତ୍ସାହନ ଲାଗି ରାଜ୍ୟମାନଙ୍କୁ ସହାୟତା ନିମନ୍ତେ ୨୦୨୨-୨୩ରେ ଏକ ଲକ୍ଷ କୋଟି ଟଙ୍କା ଆବଣ୍ଟନ, ୫୦ ବର୍ଷୀୟ ସୁଧ ମୁକ୍ତ ଋଣ ପ୍ରଦାନ କରାଯିବ, ଯାହା ସାଧାରଣ ଋଣ ଠାରୁ ଅତିରିକ୍ତ ହେବ ।

୨୦୨୨-୨୩ରେ ରାଜ୍ୟମାନଙ୍କୁ ଜିଏସଡିପିର ୪ ପ୍ରତିଶତର ଆର୍ଥିକ କ୍ଷତିକୁ ଅନୁମତି ମିଳିବ, ଯାହାର ୦.୫ ପ୍ରତିଶତ ବିଦ୍ୟୁତ କ୍ଷେତ୍ରରେ ସଂସ୍କାର ପାଇଁ ଉପଯୋଗ କରାଯିବ।

 

ରାଜକୋଷ ପରିଚାଳନା

ବଜେଟ୍‌ ଆକଳନ ୨୦୨୧-୨୨ : ୩୪.୮୩ ଲକ୍ଷ କୋଟି ଟଙ୍କା

ସଂଶୋଧିତ ଆକଳନ ୨୦୨୧-୨୨ : ୩୭.୭୦ ଲକ୍ଷ କୋଟି ଟଙ୍କା

ବର୍ଷ ୨୦୨୨-୨୩ରେ ମୋଟ୍‌ ଆନୁମାନିକ ବ୍ୟୟ : ୩୯.୪୫ ଲକ୍ଷ କୋଟି ଟଙ୍କା

ବର୍ଷ ୨୦୨୨-୨୩ରେ ଋଣ ବ୍ୟତୀତ ମୋଟ୍‌ ସଂଗ୍ରହ : ୨୨.୮୪ ଲକ୍ଷ କୋଟି ଟଙ୍କା

ଚଳିତ ଆର୍ଥିକ ବର୍ଷରେ ରାଜସ୍ଵ ନିଅଣ୍ଟ ଜିଡିପିର ୬.୯ ପ୍ରତିଶତ (ବଜେଟ୍‌ ଆକଳନରେ ୬.୮% ତୁଳନାରେ)

ବର୍ଷ ୨୦୨୨-୨୩ରେ ରାଜସ୍ଵ ନିଅଣ୍ଟ ଜିଡିପିର ଆନୁମାନିକ ୬.୪ ପ୍ରତିଶତ ରହିବ।

 

ଭାଗ-ଖ

ପ୍ରତ୍ୟକ୍ଷ ଟିକସ

ସ୍ଥିର ଏବଂ ଆକଳନଯୋଗ୍ୟ ଟିକସ ବ୍ୟବସ୍ଥା ସମ୍ବନ୍ଧୀୟ ନୀତିକୁ ଆଗକୁ ନିଆଯିବ:

· ଭରସାଯୋଗ୍ୟ ଟିକସ ବ୍ୟବସ୍ଥା ପ୍ରତିଷ୍ଠା କରିବାର ଲକ୍ଷ୍ୟ।

· ଟିକସ ବ୍ୟବସ୍ଥାକୁ ସରଳ କରିବା ଏବଂ ମାମଲାଖୋରୀକୁ ହ୍ରାସ କରିବା।

ନୂତନ ‘ସଂଶୋଧିତ ରିଟର୍ଣ୍ଣ’ ବ୍ୟବସ୍ଥା

  • ଅତିରିକ୍ତ ଟିକସ ପଇଠ କ୍ଷେତ୍ରରେ ଏକ ସଂଶୋଧିତ ରିଟର୍ଣ୍ଣ ପଇଠ କରିବାର ବ୍ୟବସ୍ଥା
  • ଆୟ ଆକଳନରେ କୌଣସି ପ୍ରକାରର ଭୁଲ ସୁଧାରିବା ପାଇଁ ସଂଶୋଧିତ ବିବରଣୀ ଦାଖଲ କରିବା ଲାଗି ଟିକସଦାତାମାନଙ୍କୁ ସୁଯୋଗ ମିଳିବ।
  • ସଂଶୋଧିତ ବିବରଣୀ ସମ୍ପୃକ୍ତ ଆକଳନ ବର୍ଷ ଶେଷ ଠାରୁ ଦୁଇ ବର୍ଷ ମଧ୍ୟରେ ଦାଖଲ କରାଯାଇପାରିବ।

ସମବାୟ ସମିତି

  • ସମବାୟ ସମିତି ପାଇଁ ବିକଳ୍ପ ସର୍ବନିମ୍ନ ପରିଶୋଧ ପରିମାଣକୁ ୧୮.୫ ପ୍ରତିଶତରୁ ହ୍ରାସ କରି ୧୫ ପ୍ରତିଶତ କରି ଦିଆଯିବ ।
  • ସମବାୟ ସମିତି ଏବଂ କମ୍ପାନୀମାନଙ୍କ ପାଇଁ ସମାନ ସୁଯୋଗ ଉପଲବ୍ଧ ହୋଇପାରିବ ।
  • ଯେଉଁ ସମବାୟ ସମିତିର ମୋଟ୍‌ ଆୟ ୧ କୋଟି ଟଙ୍କାରୁ ଅଧିକ ଏବଂ ୧୦ କୋଟି ଟଙ୍କାରୁ କମ୍‌ ସେମାନଙ୍କ ଉପରେ ଲାଗୁ ସରଚାର୍ଜ ପରିମାଣକୁ ୧୨ ପ୍ରତିଶତରୁ ୭ ପ୍ରତିଶତକୁ କମାଇ ଦିଆଯାଇଛି।

ଦିବ୍ୟାଙ୍ଗମାନଙ୍କୁ ଟିକସ ରିହାତି

  • ମାତାପିତା/ଅଭିଭାବକଙ୍କ ଜୀବନକାଳ ମଧ୍ୟରେ ଅର୍ଥାତ୍‌ ସେମାନେ ୬୦ ବର୍ଷ ଆୟୁ ପ୍ରାପ୍ତ କରିବା ପରେ ବୀମା ଯୋଜନାରୁ ବାର୍ଷିକ ଏବଂ ଏକକାଳୀନ ରାଶି ଆକାରରେ  ଆର୍ଥିକ ଲାଭ ପ୍ରାପ୍ତି ନିମନ୍ତେ ଦିବ୍ୟାଙ୍ଗ ଜନମାନଙ୍କୁ ଅନୁମତି

ଜାତୀୟ ପେନସନ ଯୋଜନା ଯୋଗଦାନରେ ସମାନତା

  • ରାଜ୍ୟ ସରକାରଙ୍କ କର୍ମଚାରୀମାନଙ୍କ ଏନପିଏସ ଆକାଉଣ୍ଟରେ ନିଯୁକ୍ତିଦାତାଙ୍କ ଯୋଗଦାନ ଉପରେ ଟିକସ କାଟ ସୀମାକୁ ୧୦ ପ୍ରତିଶତରୁ ୧୪ ପ୍ରତିଶତ କରିବା ଲାଗି ପ୍ରସ୍ତାବ ଦିଆଯାଇଛି।
  • ଏହାଫଳରେ ରାଜ୍ୟ ସରକାରୀ କର୍ମଚାରୀମାନଙ୍କୁ କେନ୍ଦ୍ର କର୍ମଚାରୀଙ୍କ ଭଳି ସମାନ ସୁବିଧା ପ୍ରଦାନ କରିବାରେ ସହାୟତା ମିଳିବ।
  • ରାଜ୍ୟ ସରକାରଙ୍କ କର୍ମଚାରୀଙ୍କ ପାଇଁ ସାମାଜିକ ସୁରକ୍ଷା ଲାଭ ବଢ଼ାଇବାରେ ସହାୟତା ମିଳିବ।

ଷ୍ଟାର୍ଟଅପ୍ସ ପାଇଁ ପ୍ରୋତ୍ସାହନ

  • ଟିକସ ପ୍ରୋତ୍ସାହନ ଉପଲବ୍ଧ କରାଇବା ଲାଗି ଯୋଗ୍ୟ ଷ୍ଟାର୍ଟଅପ୍ସର ନିଗମନ (ଇନକର୍ପୋରେସନ) ଅବଧିକୁ ଗୋଟିଏ ବର୍ଷରୁ ବଢ଼ାଇ ୩୧.୦୩.୨୦୨୩ ପର୍ଯ୍ୟନ୍ତ କରିବା ଲାଗି ପ୍ରସ୍ତାବ ଦିଆଯାଇଛି ।
  • ପୂର୍ବରୁ ଇନ୍‌କର୍ପୋରେସନ୍‌ ଅବଧି ୩୧.୦୩.୨୦୨୨ ପର୍ଯ୍ୟନ୍ତ ବୈଧ ଥିଲା।

ରିହାତି ଟିକସ ବ୍ୟବସ୍ଥା ଅଧୀନରେ ପ୍ରୋତ୍ସାହନ

  • ଧାରା ୧୧୫ ବିଏବି ଅଧୀନରେ ବିନିର୍ମାଣ ଏବଂ ଉତ୍ପାଦନ ଆରମ୍ଭ କରିବା ଲାଗି ଶେଷ ତାରିଖକୁ ଏକ ବର୍ଷ ଅର୍ଥାତ୍‌ ୩୧ ମାର୍ଚ୍ଚ, ୨୦୨୩ରୁ ବୃଦ୍ଧି କରି ୩୧ ମାର୍ଚ୍ଚ, ୨୦୨୪ କରି ଦିଆଯାଇଛି।

ଭର୍ଚୁଆଲ ଡିଜିଟାଲ ସମ୍ପତ୍ତି ପାଇଁ ଟିକସ ପ୍ରଶାସନ ଯୋଜନା

  • ଭର୍ଚୁଆଲ ଡିଜିଟାଲ ସମ୍ପତ୍ତି ପାଇଁ ବିଶେଷ ଟିକସ ପ୍ରଣାଳୀ ଲାଗୁ କରାଯାଇଛି।
  • କୌଣସି ଭର୍ଚୁଆଲ ଡିଜିଟାଲ ସମ୍ପତ୍ତି ହସ୍ତାନ୍ତରରୁ ହେଉଥିବା ଆୟ ଉପରେ ଟିକସ ଲାଗୁ ଦର ୩୦ ପ୍ରତିଶତ ରହିବ।
  • ଏଭଳି ଆୟ ହିସାବ କରିବା ସମୟରେ ଅଧିଗ୍ରହଣ ବ୍ୟୟକୁ ଛାଡ଼ି ଯେକୌଣସି ଖର୍ଚ୍ଚ ଅଥବା ଭତ୍ତା ପାଇଁ କୌଣସି ପ୍ରକାର ଅର୍ଥକାଟ କରାଯିବ ନାହିଁ।
  • ଭର୍ଚୁଆଲ ଡିଜିଟାଲ ସମ୍ପତ୍ତି ହସ୍ତାନ୍ତରରେ ହୋଇଥିବା କ୍ଷତି ଭରଣା ଅନ୍ୟ କୌଣସି ଆୟରୁ କରାଯାଇପାରିବ ନାହିଁ।
  • ଦେଣନେଣ ବିବରଣୀ ପାଇଁ ଭର୍ଚୁଆଲ ଡିଜିଟାଲ ସମ୍ପତ୍ତି ହସ୍ତାନ୍ତର ସମ୍ପର୍କରେ କରାଯାଇଥିବା ପରିଶୋଧ ଉପରେ ଏକ ନିଶ୍ଚିତ ମୌଦ୍ରିକ ସୀମା ଠାରୁ ଅଧିକ ପରିମାଣର ଅର୍ଥ ପାଇଁ ୧ ପ୍ରତିଶତ ହାରରେ ଟିଡିଏସ ଦେବାକୁ ପଡ଼ିବ।
  • ଭର୍ଚୁଆଲ ଡିଜିଟାଲ ସମ୍ପତ୍ତି ଉପହାର ଉପରେ ମଧ୍ୟ ପ୍ରାପ୍ତକର୍ତ୍ତାଙ୍କୁ ଟିକସ ଦେବାକୁ ପଡ଼ିବ।

ମାମଲା ପରିଚାଳନା

  • ହାଇକୋର୍ଟ କିମ୍ବା ସୁପ୍ରିମକୋର୍ଟରେ ପଡ଼ି ରହିଥିବା କୌଣସି ମାମଲା ସହ ଜଡ଼ିତ ଏକ ଆଇନ ଅଣାଗଲେ, ସମ୍ପୃକ୍ତ ମାମଲାରେ ଅଦାଲତଙ୍କ ରାୟ ନଆସିବା ପର୍ଯ୍ୟନ୍ତ ବିଭାଗ ପକ୍ଷରୁ ଅପିଲ ଦାଖଲ କରିବାର ପ୍ରକ୍ରିୟାକୁ ଏଡ଼ାଇ ଦିଆଯିବ।
  • ଏହାଦ୍ୱାରା ଟିକସଦାତା ଏବଂ ବିଭାଗ ମଧ୍ୟରେ ବାରମ୍ବାର ମାମଲାଖୋରୀକୁ ହ୍ରାସ କରିବା ଦିଗରେ ବିଶେଷ ସହାୟତା ମିଳିପାରିବ।

ଆଇଏଫଏସସିଗୁଡ଼ିକୁ ଟିକସ ପ୍ରୋତ୍ସାହନ

ନିମ୍ନଲିଖିତଗୁଡ଼ିକୁ ନିର୍ଦ୍ଧାରିତ ସର୍ତ୍ତ ସହିତ ଟିକସ ଛାଡ଼ ପ୍ରଦାନ କରାଯାଇଛି:

· ବିଦେଶୀ ଡିରୋଭେଟିଭ୍‌ ଇନଷ୍ଟ୍ରୁମେଣ୍ଟରୁ କୌଣସି ପ୍ରବାସୀ କରିଥିବା ରୋଜଗାର

· କୌଣସି ବିଦେଶୀ ବ୍ୟାଙ୍କିଙ୍ଗ୍‌ ୟୁନିଟ୍‌ ପକ୍ଷରୁ ଜାରି କାଉଣ୍ଟର ଡିରେଭେଟିବ୍ସରୁ ପ୍ରାପ୍ତ ଆୟ।

· ଜାହାଜ ଲିଜ୍‌ ଦେବା ପରେ ମିଳିଥିବା ରୟାଲିଟି ଏବଂ ସୁଧ ଆୟ

· ଆଇଏଫଏସସିରେ ପୋର୍ଟଫୋଲିଓ ପରିଚାଳନା ସେବାରୁ ପ୍ରାପ୍ତ ଆୟ।

ସର୍ଚାର୍ଜକୁ ଯୁକ୍ତିସଙ୍ଗତ କରିବା

  • ଏଓପି (ଚୁକ୍ତି ସମ୍ପାଦନ ଲାଗି ଗଠିତ କନସୋର୍ଟିୟମ) ଉପରେ ସରଚାର୍ଜର ସର୍ବାଧିକ ସୀମା ୧୫ ପ୍ରତିଶତ ନିର୍ଦ୍ଧାରିତ କରାଯାଇଛି।
  • ବ୍ୟକ୍ତିଗତ କମ୍ପାନୀ ଏବଂ ଏଓପି ମଧ୍ୟରେ ସର୍ଚାର୍ଜ ବ୍ୟବଧାନକୁ କମ କରି ଦିଆଯାଇଛି।
  • କୌଣସି ପ୍ରକାର ସମ୍ପତ୍ତି ହସ୍ତାନ୍ତର କାରଣରୁ ହେଉଥିବା ଦୀର୍ଘଅବଧି ପୁଞ୍ଜିଗତ ଲାଭ ଉପରେ ସର୍ଚାର୍ଜର ସର୍ବାଧିକ ସୀମା ୧୫ ପ୍ରତିଶତ ରହିବ।
  • ଏଥିରୁ ଷ୍ଟାର୍ଟଅପ୍ସ କ୍ଷେତ୍ରକୁ ପ୍ରୋତ୍ସାହନ ମିଳିବ

ସ୍ୱାସ୍ଥ୍ୟ ଓ ଶିକ୍ଷା ସେସ୍‌

  • ରୋଜଗାର ଏବଂ ଲାଭ ଉପରେ କୌଣସି ପ୍ରକାର ସର୍ଚାର୍ଜ କିମ୍ବା ସେସ୍‌ ବା ଉପକରକୁ ବ୍ୟବସାୟିକ ଖର୍ଚ୍ଚ ଶ୍ରେଣୀରେ ରଖିବା ପାଇଁ ଅନୁମତି ମିଳିବ ନାହିଁ।

ଟିକସ ଫାଙ୍କି ନିରାକରଣ

  • ଛାନବିନ୍‌ ଏବଂ ସର୍ବେକ୍ଷଣ ଅପରେସନ୍‌ ସମୟରେ ଠାବ କରାଯାଇଥିବା କୌଣସି ଅଘୋଷିତ ଆୟ ଉପରେ କୌଣସି ପ୍ରକାରର କ୍ଷତି ନିମନ୍ତେ ସେଟଅଫ୍‌ ଅନୁମତି ଦିଆଯିବ ନାହିଁ।

ଟିଡିଏସ ବ୍ୟବସ୍ଥାକୁ ଯୁକ୍ତିସଙ୍ଗତ କରିବା

  • ବ୍ୟବସାୟିକ ପ୍ରୋତ୍ସାହନ ରଣନୀତି ଆକାରରେ ଏଜେଣ୍ଟମାନଙ୍କୁ ଲାଭ ହସ୍ତାନ୍ତର କରାଯାଇଥାଏ, ତେଣୁ ଲାଭ ଏଜେଣ୍ଟ ଆୟ ଟିକସଯୋଗ୍ୟ ହେବ।
  • ଯଦି ଏପରି ଲାଭର ଆନୁମାନିକ ପରିମାଣ ଗୋଟିଏ ଆର୍ଥିକ ବର୍ଷରେ ୨୦ ହଜାର କୋଟି ଟଙ୍କାରୁ ଅଧିକ ହୋଇଥିବ ତା’ହେଲେ ଲାଭ ପ୍ରଦାନ କରୁଥିବା ବ୍ୟକ୍ତିଙ୍କୁ ଟିକସକାଟର ସୁବିଧା ମିଳିବ।

ପରୋକ୍ଷ ଟିକସ

ଜିଏସଟିରେ ଅସାଧାରଣ ପ୍ରଗତି

· ବିଶ୍ୱ ମହାମାରୀ ସତ୍ତ୍ବେ ଜିଏସଟି ରାଜସ୍ଵ ପରିମାଣ ବୃଦ୍ଧି ପାଇଛି । ଏହି ବୃଦ୍ଧି ପାଇଁ ଟିକସଦାତାମାନେ ପ୍ରଶଂସାର ପାତ୍ର।

ବିଶେଷ ଆର୍ଥିକ କ୍ଷେତ୍ର (ଏସଇଜେଡ୍‌)

· ଏସଇଜେଡ୍‌ର ସୀମା ଶୁଳ୍କ ପ୍ରଶାସନ ସମ୍ପୂର୍ଣ୍ଣ ଭାବେ ଆଇଟି ପରିଚାଳିତ ହେବ। କଷ୍ଟମ୍ସ ନେସନାଲ ପୋର୍ଟାଲକୁ କାର୍ଯ୍ୟକାରୀ କରାଯିବ।  

ସୀମା ଶୁଳ୍କ ସଂସ୍କାର ଏବଂ ଶୁଳ୍କ ଦରରେ ପରିବର୍ତ୍ତନ

  • ଫେସଲେସ ସୀମା ଶୁଳ୍କ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ କରାଯାଇଛି। କୋଭିଡ ୧୯ ବିଶ୍ୱ ମହାମାରୀ ସମୟରେ ସୀମା ଶୁଳ୍କ ସଂଗଠନ ସକ୍ରିୟତା ଏବଂ ସଂକଳ୍ପ ପ୍ରଦର୍ଶିତ କରିବା ସହିତ ସବୁ ପ୍ରକାରର କଠିନ ପରିସ୍ଥିତିରେ ଅସଧାରଣ ଫ୍ରଣ୍ଟଲାଇନ୍‌ କାର୍ଯ୍ୟ କରିଛି।

ପ୍ରକଳ୍ପଜନିତ ଆମଦାନୀ ଏବଂ ପୁଞ୍ଜିଗତ ବସ୍ତୁ

  • ପୁଞ୍ଜିଗତ ବସ୍ତୁ ଏବଂ ପ୍ରକଳ୍ପ ଆମଦାନୀରେ ରିହାତି ଦରକୁ କ୍ରମିକ ଭାବେ ଅପସାରଣ କରିବା ଏବଂ ୭.୫ ପ୍ରତିଶତ କୋହଳ ଶୁଳ୍କ ଲାଗୁ କରିବା ଲାଗି ପ୍ରସ୍ତାବ ଦିଆଯାଇଛି। ଏହାଦ୍ୱାରା ଘରୋଇ କ୍ଷେତ୍ର ଏବଂ ‘ମେକ୍‌ ଇନ୍‌ ଇଣ୍ଡିଆ’ର ବିକାଶକୁ ପ୍ରୋତ୍ସାହନ ମିଳିବ।
  • ଦେଶ ଭିତରେ ନିର୍ମାଣ ହେଉନଥିବା କେତେକ ଉନ୍ନତ ଯନ୍ତ୍ରପାତି ଉପରେ ହାତଗଣତି ରିହାତି ଲାଗୁ ରହିବ।
  • ସ୍ୱତନ୍ତ୍ର କାଷ୍ଟିଂ, ବଲ୍‌ ସ୍କ୍ରିୟୁ ଏବଂ ଲିନିୟର ମୋସନ ଗାଇଡ୍‌ ଭଳି ଇନପୁଟ୍‌ ଉପରେ କେତେକ ଛାଡ଼ ପ୍ରସ୍ତାବ ଦିଆଯାଇଛି। ଏସବୁ ଘରୋଇ ପୁଞ୍ଜିଗତ ସାମଗ୍ରୀ ବିନିର୍ମାଣକୁ ପ୍ରୋତ୍ସାହିତ କରିବ ।

ସୀମା ଶୁଳ୍କ ରିହାତି ଏବଂ ଶୁଳ୍କ ସରଳୀକରଣର ସମୀକ୍ଷା

  • ୩୫୦ରୁ ଅଧିକ ପ୍ରସ୍ତାବିତ ରିହାତି ସୁବିଧାକୁ ଧୀରେ ଧୀରେ ଉଚ୍ଛେଦ କରାଯିବାର ପ୍ରସ୍ତାବ ରହିଛି। ଏଥିରେ ଅନେକ କୃଷି ଉତ୍ପାଦ, ରାସାୟନିକ, ବୟନ, ଚିକିତ୍ସା ଉପକରଣ ଏବଂ ଔଷଧ ସାମିଲ ରହିଛି । ଏସବୁ ସାମଗ୍ରୀ ଉତ୍ପାଦନ ଲାଗି ଯଥେଷ୍ଟ ଘରୋଇ କ୍ଷମତା ଉପଲବ୍ଧ।

ବିଶେଷ କରି ରାସାୟନିକ, ବୟନ ଏବଂ ଧାତୁ ଭଳି କ୍ଷେତ୍ର ପାଇଁ ସୀମା ଶୁଳ୍କ ଦର ଏବଂ ଶୁଳ୍କ ଦରକୁ ସରଳୀକରଣ କରାଯିବ। ଫଳରେ ବିବାଦ ହ୍ରାସ ପାଇବ। ଯେଉଁସବୁ ସାମଗ୍ରୀ ଭାରତରେ ନିର୍ମାଣ କରାଯାଉଛି କିମ୍ବା କରାଯାଇ ପାରିବ ସେସବୁ ପାଇଁ ରିହାତି ପ୍ରତ୍ୟାହାର କରିବା ଏବଂ ଅର୍ଦ୍ଧନିର୍ମିତ ଉତ୍ପାଦଗୁଡ଼ିକ ପାଇଁ ବିନିର୍ମାଣରେ ଲାଗୁ ଥିବା କଞ୍ଚା ମାଲ ଉପରେ ଶୁଳ୍କ ରିହାତି ଲାଗୁ କରିବା ଫଳରେ ‘ମେକ୍‌ ଇନ୍‌ ଇଣ୍ଡିଆ’ ଏବଂ ‘ଆତ୍ମନିର୍ଭର ଭାରତ’ ଲକ୍ଷ୍ୟ ହାସଲରେ ସହାୟତା ମିଳିପାରିବ।

କ୍ଷେତ୍ର ବିଶେଷ ପ୍ରସ୍ତାବ

ଇଲେକ୍ଟ୍ରୋନିକ୍ସ କ୍ଷେତ୍ର

  • ଦେଶରେ ପିନ୍ଧାଯାଉଥିବା ଉପକରଣ, ଶୁଣାଯାଉଥିବା ଉପକରଣ ଏବଂ ଇଲେକ୍ଟ୍ରୋନିକ୍ସ ସ୍ମାର୍ଟ ମିଟର ନିର୍ମାଣକୁ ସୁବିଧାଜନକ କରିବା ଲାଗି ଶ୍ରେଣୀବଦ୍ଧ ଦର ନିର୍ଦ୍ଧାରଣ କରିବା ନିମନ୍ତେ ସୀମା ଶୁଳ୍କ ଦରରେ ସଂଶୋଧନ କରାଯିବ।
  • ଦେଶରେ ଅଧିକ ଅଭିବୃଦ୍ଧି ହାର ଥିବା ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ନିର୍ମାଣ କରିବା ନିମନ୍ତେ ମୋବାଇଲ୍‌ ଫୋନ୍‌ ଚାର୍ଜର ଟ୍ରାନ୍ସଫର୍ମର ଯନ୍ତ୍ରାଂଶ ଏବଂ ମୋବାଇଲ କ୍ୟାମେରା ମଡ୍ୟୁଲ୍‌ କ୍ୟାମେରା ଲେନ୍ସ ସମେତ ଅନ୍ୟ କିଛି ବସ୍ତୁ ଉପରେ ଶୁଳ୍କ ରିହାତି ପ୍ରଦାନ କରାଯିବ।

ରତ୍ନ  ଓ ଅଳଙ୍କାର

  • ରତ୍ନ ଏବଂ ଅଳଙ୍କାର କ୍ଷେତ୍ରକୁ ପ୍ରେତ୍ସାହନ ଦେବା ଲାଗି କଟା ହେବା ପରେ ପଲିସ କରାଯାଇଥିବା ହୀରା ଏବଂ ରତ୍ନ ପଥର ଉପରେ ସୀମା ଶୁଳ୍କ ପରିମାଣକୁ ହ୍ରାସ କରି ୫ ପ୍ରତିଶତ କରି ଦିଆଯିବ। କେବଳ କଟା ହୋଇଥିବା ହୀରା ଉପରେ ହୀରା ଉପରେ କୌଣସି ସୀମା ଶୁଳ୍କ ଲାଗୁ ହେବ ନାହିଁ।
  • ଇ-କମର୍ସ ଜରିଆରେ ଆଭୂଷଣ ରପ୍ତାନିକୁ ସୁବିଧାଜନକ କରିବା ଲାଗି ଏକ ସରଳ ନିୟାମକୀୟ ରୂପରେଖ ଚଳିତ ଆର୍ଥିକ ବର୍ଷର ଜୁନ୍‌ ମାସ ସୁଦ୍ଧା ଲାଗୁ କରାଯିବ।
  • କମ ମୂଲ୍ୟର ଇମିଟେସନ ଅଳଙ୍କାର ଆମଦାନୀକୁ ନିରୁତ୍ସାହିତ କରିବା ଲାଗି ଇମିଟେସନ ଅଳଙ୍କାର ଆମଦାନୀ ଉପରେ କିଲୋ ପ୍ରତି ଅତିକମରେ ୪୦୦ ପ୍ରତିଶତ ସୀମା ଶୁଳ୍କ ଲାଗୁ କରାଯିବ।

ରାସାୟନିକ

  • କେତେକ ଜରୁରି ରାସାୟନିକ ଯଥା ମିଥାନଲ, ଏସିଟିକ୍‌ ଏସିଡ ଏବଂ ପେଟ୍ରୋଲିୟମ ବିଶୋଧନ ସହ ଜଡ଼ିତ ହେଭି ଫିଡ୍‌ ଷ୍ଟକ୍‌ ଉପରେ ସୀମା ଶୁଳ୍କ ହ୍ରାସ କରାଯାଉଛି; ଦେଶରେ ଯଥେଷ୍ଟ କ୍ଷମତା ରହିଥିବା ସୋଡ଼ିୟମ ସାଇନାଇଡ୍‌ ଉପରେ ସୀମା ଶୁଳ୍କ ବୃଦ୍ଧି କରାଯାଉଛି- ଏହାଦ୍ୱାରା ଘରୋଇ ମୂଲ୍ୟ ବୃଦ୍ଧିରେ ଯଥେଷ୍ଟ ସହାୟତା ମିଳିପାରିବ।

ରାସାୟନିକ

  • ଛତା ଉପରେ ସୀମା ଶୁଳ୍କ ବୃଦ୍ଧି କରି ୨୦ ପ୍ରତିଶତ କରି ଦିଆଯାଇଛି। ଛତାର ବିଭିନ୍ନ ଉପକରଣ ଉପରେ ଲାଗୁ ହେଉଥିବା ସୀମା ଶୁଳ୍କ ଉଚ୍ଛେଦ କରାଯାଉଛି।
  • ଭାରତରେ ନିର୍ମିତ କୃଷି କ୍ଷେତ୍ର ସହ ଜଡ଼ିତ ଉପକରଣ ଉପରେ ଲଗୁ ଶୁଳ୍କ ରିହାତିକୁ ଯୁକ୍ତି ସଂଗତ କରାଯାଉଛି ।
  • ବିଗତ ବର୍ଷ ଷ୍ଟିଲ୍‌ ସ୍କାର୍ପ ଉପରେ ଦିଆଯାଉଥିବା ସୀମା ଶୁଳ୍କ ରିହାତି ଏବେ ଆଉ ଏକ ବର୍ଷ ଦିଆଯିବ, ଯାହାଫଳରେ ଏମଏସଏମଇ ସହ ଜଡ଼ିତ ଦ୍ୱିତୀୟକ ଇସ୍ପାତ ଉତ୍ପାଦକମାନଙ୍କୁ ଆଶ୍ୱସ୍ତି ମିଳିପାରିବ ।
  • ଷ୍ଟେନଲେସ୍‌ ଷ୍ଟିଲ୍‌ ଏବଂ ଇସ୍ପାତ କୋଟିଂ ହୋଇଥିବା ସଳଖ ଉତ୍ପାଦ, ଆଲୟ ଷ୍ଟିଲ୍‌ ଓ ହାଇସ୍ପିଡ୍‌ ଇସ୍ପାତ ରଡ଼ ଉପରେ କେତେକେ ଆଣ୍ଟି-ଡମ୍ପିଙ୍ଗ ଶୁଳ୍କ ଏବଂ ସିଭିଡିକୁ ପ୍ରତ୍ୟାହାର କରାଯାଉଛି, ଯାହାଫଳରେ ଜନସାଧାରଣଙ୍କ ହିତରେ ଏହି ଧାତୁଗୁଡ଼ିକର ବର୍ତ୍ତମାନର ଦରବୃଦ୍ଧି ଉପରେ ଅଙ୍କୁଶ ଲାଗୁ ହୋଇପାରିବ।

 

ରପ୍ତାନି

  • ରପ୍ତାନିକୁ ପ୍ରୋତ୍ସାହନ ଦେବା ଲାଗି ଏମ୍ବେଲିଶମେଣ୍ଟ, ଟ୍ରିମିଂ, ଫାଷ୍ଟନର୍ସ, ବଟନ, ଜିପର, ଲାଇନିଂ ସାମଗ୍ରୀ, ବିଶେଷ ଚମଡ଼ା, ଫର୍ଣ୍ଣିଚର ଫିଟିଂ ଏବଂ ପ୍ୟାକେଜିଂ ବକ୍ସ ଉପରେ ରିହାତି ପ୍ରଦାନ କରାଯାଉଛି।
  • ଚିଙ୍ଗୁଡ଼ି (ଶ୍ରିମ୍ପ) ଜଳୀୟ କୃଷି ପାଇଁ ଆବଶ୍ୟକ କେତେକ କଞ୍ଚା ମାଲ ଉପରେ ଶୁଳ୍କ ହ୍ରାସ କରାଯାଉଛି, ଯାହାଫଳରେ ଏଗୁଡ଼ିକର ରପ୍ତାନିକୁ ପ୍ରୋତ୍ସାହନ ମିଳିପାରିବ।

ଇନ୍ଧନ ମିଶ୍ରଣକୁ ପ୍ରୋତ୍ସାହନ ଦେବା ଲାଗି ଶୁଳ୍କ ସମ୍ବନ୍ଧୀୟ ଉପାୟ

ଅଣ ମିଶ୍ରିତ ଇନ୍ଧନ ଉପରେ ୧ ଅକ୍ଟୋବର, ୨୦୨୨ ଠାରୁ ପ୍ରତି ଲିଟର ୨ ଟଙ୍କାର ଅତିରିକ୍ତ ଉତ୍ପାଦ ଶୁଳ୍କ ଲାଗୁ ହେବ, ଯାହାଫଳରେ ଇନ୍ଧନ ମିଶ୍ରଣକୁ ପ୍ରୋତ୍ସାହନ ମିଳିପାରିବ।

 

************

P.S.

 



(Release ID: 1794619) Visitor Counter : 533