ଅର୍ଥ ମନ୍ତ୍ରଣାଳୟ
5ଜି ପାଇଁ ଅନୁକୂଳ ପରିବେଶର ନିର୍ମାଣ ନିମନ୍ତେ ବଜେଟ୍ 2022-23 ରେ ଡିଜାଇନ୍ ସମ୍ବନ୍ଧିତ ନିର୍ମାଣ ଯୋଜନାର ପ୍ରସ୍ତାବ
2022-23 ମଧ୍ୟରେ 5ଜି ମୋବାଇଲ୍ ସେବା ଆରମ୍ଭ କରିବା ପାଇଁ 2022 ରେ ଆବଶ୍ୟକ ସ୍ପେକଟ୍ରମର ନିଲାମ କରାଯିବ
ସୁଲଭ ବ୍ରଡବ୍ୟାଣ୍ଡ ଏବଂ ଗ୍ରାମୀଣ ତଥା ଦୂର୍ଗମ କ୍ଷେତ୍ରରେ ମୋବାଇଲ୍ ସେବା ପ୍ରସାର କରିବା ପାଇଁ ୟୁଏସଓଏଫ୍ ଅନ୍ତର୍ଗତ ବାର୍ଷିକ ସଂଗ୍ରହର 5 ପ୍ରତିଶତ ଆବଣ୍ଟିତ କରାଯିବ
ସମସ୍ତ ଗ୍ରାମରେ ଅପ୍ଟିକାଲ୍ ଫାଇବର ବିଛାଇବା ପାଇଁ କଣ୍ଟ୍ରାକ୍ଟ ଗୁଡ଼ିକୁ 2022-23 ରେ ପିପିପି ମାଧ୍ୟମରେ ଭାରତନେଟ୍ ପରିଯୋଜନା ଅଧିନରେ କରାଯିବ
प्रविष्टि तिथि:
01 FEB 2022 1:10PM by PIB Bhubaneshwar
କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଆଜି ସଂସଦରେ କେନ୍ଦ୍ର ବଜେଟ୍ 2022-23 ଉପସ୍ଥାପନ କରି କହିଛନ୍ତି ଯେ ଆଗାମୀ 25 ବର୍ଷ – ଭାରତ @ 75 ରୁ ଭାରତ @ 100 ର ଅମୃତ ସମୟରେ ଅର୍ଥବ୍ୟବସ୍ଥାକୁ ଦ୍ରୁତ କରିବା ପାଇଁ ମଜବୁତ୍ ମୂଳଦୁଆ ଏବଂ ଏକ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିବା ଉପରେ ଗୁରୁତ୍ବ ପ୍ରଦାନ କରାଯାଉଛି। ଶ୍ରୀମତୀ ସୀତାରମଣ କହିଛନ୍ତି ଯେ, ‘‘2021-22 ର ବଜେଟରେ ଉପସ୍ଥାପନ କରାଯାଇଥିବା ଭିଜନ ଉପରେ ଏହି ବଜେଟରେ ମଧ୍ୟ କାମ ଜାରି ରଖାଯିବ। ଏହାର ମୌଳିକ ସିଦ୍ଧାନ୍ତ ଯେଉଁଥିରେ ଆର୍ଥିକ ବିବରଣୀ ଓ ଆର୍ଥିକ ସ୍ଥିତିରେ ପାରଦର୍ଶିତା ସାମିଲ୍ ରହିଛି, ସରକାରଙ୍କ ସିଦ୍ଧାନ୍ତ, ଶକ୍ତି ଓ ଆହ୍ବାନକୁ ପ୍ରଦର୍ଶିତ କରୁଛି।
ସରକାରଙ୍କ ଉଦ୍ଦେଶ୍ୟ ହେଉଛି ଅମୃତ କାଳ ସମୟରେ ନିର୍ଦ୍ଧାରିତ ଲକ୍ଷ୍ୟକୁ ହାସଲ କରି ଡିଜିଟାଲ୍ ଅର୍ଥବ୍ୟବସ୍ଥା ଏବଂ ଫିନଟେକ୍ ପ୍ରଯୁକ୍ତି ଆଧାରିତ ବିକାଶର ଭିଜନକୁ ହାସଲ କରିବା ଅଟେ।
ଟେଲିକମ୍ କ୍ଷେତ୍ର
କେନ୍ଦ୍ର ବଜେଟ୍ 2022-23 ରେ ଉତ୍ପାଦନ ସମ୍ବନ୍ଧିତ ପ୍ରୋତ୍ସାହନ (ପିଏଲଆଇ) ଯୋଜନାର ଏକ ଅଂଶ ଭାବରେ 5ଜି ପାଇଁ ଡିଜାଇନ୍ ଆଧାରିତ ନିର୍ମାଣ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବା ପାଇଁ ଏକ ଯୋଜନା ଆରମ୍ଭ କରିବାର ପ୍ରସ୍ତାବ ରଖାଯାଇଛି। କେନ୍ଦ୍ର ଅର୍ଥ ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଭିଜନକୁ ହାସଲ କରିବା ପାଇଁ 14 ଟି କ୍ଷେତ୍ରରେ ଉତ୍ପାଦନ ସମ୍ବନ୍ଧିତ ପ୍ରୋତ୍ସାହନ ଯୋଜନାକୁ ଉଚିତ୍ ସମର୍ଥନ ମିଳିଛି। ଏଥିରେ 60 ଲକ୍ଷ ନୂଆ ନିଯୁକ୍ତି ଏବଂ ଆଗାମୀ 5 ବର୍ଷରେ 30 ଲକ୍ଷ କୋଟିର ଉତ୍ପାଦନ ସମ୍ଭାବନା ରହିଛି।

ଶ୍ରୀମତୀ ନିର୍ମଳା ସୀତାରମଣ ଗୁରୁତ୍ବ ପ୍ରଦାନ କରି କହିଛନ୍ତି ଯେ ଟେଲିକମ୍ ସାଧାରଣ ଭାବରେ 5ଜି ପ୍ରଯୁକ୍ତି ବିଶେଷ ଭାବରେ ବିକାଶକୁ ତ୍ବରାନ୍ବିତ କରିବା ଏବଂ ରୋଜଗାର ସୁଯୋଗ ପ୍ରଦାନ କରିବାରେ ସକ୍ଷମ ହୋଇପାରେ। 2022-23 ମଧ୍ୟରେ ଘରୋଇ ଟେଲିକମ୍ ସେବା ପ୍ରଦାନକାରୀଙ୍କ ଦ୍ବାରା 5ଜି ମୋବାଇଲ୍ ସେବା ଆରମ୍ଭ କରିବା ପାଇଁ 2022 ରେ ଆବଶ୍ୟକ ସ୍ପେକଟ୍ରମର ନିଲାମ କରାଯିବ।
ଏହା ବ୍ୟତୀତ, ଗ୍ରାମୀଣ ଓ ଦୂର୍ଗମ ଅଞ୍ଚଳରେ ଶସ୍ତା ବ୍ରଡବ୍ୟାଣ୍ଡ ଏବଂ ମୋବାଇଲ୍ ସେବା ପ୍ରସାରକୁ ସକ୍ଷମ କରବା ପାଇଁ ବଜେଟରେ ୟୁନିଭର୍ସାଲ୍ ସର୍ଭିସ୍ ଓବଲିଗେସନ ଫଣ୍ଡ (ୟୁଏସଓଏଫ୍) ଅନ୍ତର୍ଗତ ବାର୍ଷିକ ସଂଗ୍ରହର 5 ପ୍ରତିଶତ ପରିମାଣ ଆବଣ୍ଟିତ କରାଯିବ। ଏହାଦ୍ବାରା ପ୍ରଯୁକ୍ତି ଓ ସମାଧାନ କ୍ଷେତ୍ରରେ ଗବେଷଣା ଓ ବିକାଶ ଏବଂ ବାଣିଜ୍ୟକରଣକୁ ପ୍ରୋତ୍ସାହନ ମିଳିବ।
ସହରାଞ୍ଚଳର ଅଧିବାସୀମାନଙ୍କ ପରି ସମସ୍ତ ଗ୍ରାମରେ ଇ-ସର୍ଭିସକୁ ପହଞ୍ଚାଇବା, ଟେଲିକମ୍ ସୁବିଧା ଓ ଡିଜିଟାଲ୍ ସମ୍ବଳ ଉପଲବ୍ଧ କରାଇବା ପାଇଁ କେନ୍ଦ୍ର ବଜେଟରେ ଘୋଷଣା କରାଯାଇଛି ଯେ ଦୁର୍ଗମ ଅଞ୍ଚଳ ସହିତ ସମସ୍ତ ଗ୍ରାମରେ ଅପ୍ଟିକାଲ୍ ଫାଇବର ବିଛାଇବା ପାଇଁ କଣ୍ଟ୍ରାକ୍ଟ ବର୍ଷ 2022-23 ରେ ପିପିପି ମାଧ୍ୟମରେ ଭାରତନେଟ୍ ଯୋଜନା ଅନ୍ତର୍ଗତ ପ୍ରଦାନ କରାଯିବ। ଅପ୍ଟିକାଲ୍ ଫାଇବର ବିଛାଇବାର କାମ 2025 ସୁଦ୍ଧା ସମାପ୍ତ ହେବାର ଆଶା କରାଯାଉଛି। ଅପ୍ଟିକାଲ୍ ଫାଇବରକୁ ଉନ୍ନତ ତଥା ଅଧିକ ପ୍ରଭାବଶାଳୀ ଭାବରେ ବ୍ୟବହାରକୁ ସୁନିଶ୍ଚିତ କରିବା ପାଇଁ ବ୍ୟବସ୍ଥା କରାଯିବ।
BS
(रिलीज़ आईडी: 1794511)
आगंतुक पटल : 355