ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପଣ୍ଡିତ ଯଶରାଜ ସାଂସ୍କୃତିକ ଫାଉଣ୍ଡେସନର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ


ସଙ୍ଗୀତ ହେଉଛି ଏକ ମାଧ୍ୟମ ଯାହା ଆମକୁ ଆମର ସାଂସାରିକ କର୍ତ୍ତବ୍ୟ ବିଷୟରେ ଅବଗତ କରାଏ ଏବଂ ଏହା ମଧ୍ୟ ସାଂସାରିକ ଆଶକ୍ତିକୁ ଅତିକ୍ରମ କରିବାରେ ସାହାଯ୍ୟ କରେ”

“ଯୋଗ ଦିବସର ଅଭିଜ୍ଞତା ସୂଚାଇ ଦେଇଛି ଯେ ଭାରତୀୟ ଐତିହ୍ୟରୁ ବିଶ୍ୱ ଉପକୃତ ହୋଇଛି ଏବଂ ଭାରତୀୟ ସଙ୍ଗୀତର ମଧ୍ୟ ମାନବ ମନରେ ଗଭୀରତା ସୃଷ୍ଟି କରିବାର କ୍ଷମତା ରହିଛି”

“ଦୁନିଆର ପ୍ରତ୍ୟେକ ବ୍ୟକ୍ତି ଭାରତୀୟ ସଙ୍ଗୀତ ବିଷୟରେ ଜାଣିବା, ଶିଖିବା ଏବଂ ଲାଭ ପାଇବା ପାଇଁ ହକଦାର । ଏହାର ଯତ୍ନ ନେବା ଆମର ଦାୟିତ୍ୱ”

“ଆଜିର ଯୁଗରେ ଯେତେବେଳେ ଜ୍ଞାନକୌଶଳର ପ୍ରଭାବ ସବୁଆଡେ ବ୍ୟାପୁଛି, ସଙ୍ଗୀତ କ୍ଷେତ୍ରରେ ମଧ୍ୟ ଜ୍ଞାନକୌଶଳ ଏବଂ ପ୍ରଯୁକ୍ତିବିଦ୍ୟା ବିପ୍ଳବ ହେବା ଉଚିତ୍‍”

“ଆଜି ଆମେ ଆମର କଳା ଏବଂ ସଂସ୍କୃତିର କେନ୍ଦ୍ରଗୁଡିକୁ କାଶୀ ପରି ପୁନଃ ର୍ନିମାଣ କରୁଛୁ”

Posted On: 28 JAN 2022 4:36PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତର ମହାନାୟକ ପଣ୍ଡିତ ଯଶରାଜଙ୍କୁ ତାଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ପଣ୍ଡିତ ଯଶରାଜଙ୍କ ସଂଗୀତର ଅମର ଶକ୍ତିର ବ୍ୟକ୍ତିତ୍ୱ ବିଷୟରେ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିଲେ ଏବଂ ତାଙ୍କର ଗୌରବାବହତ୍ତପରମ୍ପରାକୁ ବଞ୍ଚାଇ ରଖିଥିବାରୁ ଦୁର୍ଗା ଯଶରାଜ ଏବଂ ପଣ୍ଡିତ ଶାରଙ୍ଗ ଦେବଙ୍କୁ ପ୍ରଶଂସା କରିଥିଲେ । ଭିଡିଓ କନଫରେନ୍ସିଂ ମାଧ୍ୟମରେ ପଣ୍ଡିତ ଯଶରାଜ ସାଂସ୍କୃତିକ ଫାଉଣ୍ଡେସନର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି ।

ଭାରତୀୟ ସଙ୍ଗୀତ ପରମ୍ପରାର ସାଧୁମାନଙ୍କ ଦ୍ୱାରା ପ୍ରଦତ୍ତ ବିସ୍ତୃତ ଜ୍ଞାନ ଉପରେ ପ୍ରଧାନମନ୍ତ୍ରୀ ମତବ୍ୟକ୍ତ କରିଥିଲେ । ଶ୍ରୀ ମୋଦୀ କହିଛନ୍ତି ଯେ ବ୍ରହ୍ମାଣ୍ଡର ଶକ୍ତି ଏବଂ ବ୍ରହ୍ମାଣ୍ଡର ପ୍ରବାହରେ ସଙ୍ଗୀତ ଦେଖିବାର କ୍ଷମତା ହିଁ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ ପରମ୍ପରାକୁ ଅସାଧାରଣ କରିଛି । ସଙ୍ଗୀତ ହେଉଛି ଏକ ମାଧ୍ୟମ ଯାହା ଆମକୁ ଆମର ସାଂସାରିକ କର୍ତ୍ତବ୍ୟ ବିଷୟରେ ଅବଗତ କରାଏ ଏବଂ ଏହା ଆମକୁ ସାଂସାରିକ ଆଶକ୍ତିକୁ ଅତିକ୍ରମ କରିବାରେ ମଧ୍ୟ ସାହାଯ୍ୟ କରେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଭାରତର କଳା ଓ ସଂସ୍କୃତିର ସମୃଦ୍ଧ ଐତିହ୍ୟକୁ ବଞ୍ଚାଇ ରଖିବାର ଲକ୍ଷ୍ୟ ପାଇଁ ପ୍ରଧାନମନ୍ତ୍ରୀ ପଣ୍ଡିତ ଯଶରାଜ ସାଂସ୍କୃତିକ ଫାଉଣ୍ଡେସନକୁ ପ୍ରଶଂସା କରିଛନ୍ତି । ଜ୍ଞାନକୌଶଳର ଏହି ଯୁଗରେ ଦୁଇଟି ମୁଖ୍ୟ ଦିଗ ଉପରେ ଧ୍ୟାନ ଦେବାକୁ ସେ ଫାଉଣ୍ଡେସନକୁ କହିଥିଲେ । ସର୍ବପ୍ରଥମେ, ସେ କହିଥିଲେ ଯେ ଜଗତୀକରଣର ଏହି ଯୁଗରେ ଭାରତୀୟ ସଙ୍ଗୀତ ଏହାର ପରିଚୟ ସୃଷ୍ଟି କରିବା ଉଚିତ୍‍ । ସେ କହିଛନ୍ତି ଯେ ଯୋଗ ଦିବସର ଅଭିଜ୍ଞତା ସୂଚାଇ ଦେଇଛି ଯେ ଭାରତୀୟ ଐତିହ୍ୟରୁ ବିଶ୍ୱ ଉପକୃତ ହୋଇଛି ଏବଂ ଭାରତୀୟ ସଙ୍ଗୀତର ମଧ୍ୟ ମାନବ ମନରେ ଗଭୀରତା ସୃଷ୍ଟି କରିବାର କ୍ଷମତା ରହିଛି । ବିଶ୍ୱର ପ୍ରତ୍ୟେକ ବ୍ୟକ୍ତି ଭାରତୀୟ ସଙ୍ଗୀତ ବିଷୟରେ ଜାଣିବା, ଶିଖିବା ଏବଂ ଲାଭ ପାଇବା ପାଇଁ ହକଦାର । ଏହାର ଯତ୍ନ ନେବା ଆମର ଦାୟିତ୍ୱ ବୋଲି ସେ କହିଛନ୍ତି ।

ଦ୍ୱିତୀୟତଃ, ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜିର ଯୁଗରେ ଯେତେବେଳେ ଜ୍ଞାନକୌଶଳର ପ୍ରଭାବ ସର୍ବତ୍ର ବ୍ୟାପୁଛି, ସଙ୍ଗୀତ କ୍ଷେତ୍ରରେ ମଧ୍ୟ ଜ୍ଞାନକୌଶଳ ଏବଂ ପ୍ରଯୁକ୍ତିବିଦ୍ୟା ବିପ୍ଳବ ହେବା ଉଚିତ୍‍ । ଭାରତୀୟ ବାଦ୍ୟଯନ୍ତ୍ର ଏବଂ ପରମ୍ପରାକୁ ଆଧାର କରି କେବଳ ସଂଗୀତ ପାଇଁ ଉତ୍ସର୍ଗୀକୃତ ଷ୍ଟାର୍ଟଅପ୍ ସକାଶେ ସେ ଆହ୍ୱାନ କରିଥିଲେ ।

କାଶୀ ପରି ସଂସ୍କୃତି ଓ କଳା କେନ୍ଦ୍ରର ପୁନଃ ର୍ନିମାଣ ପାଇଁ ସେ ବର୍ତ୍ତମାନର ପ୍ରୟାସ ଉପରେ ମଧ୍ୟ ଧ୍ୟାନ ଦେଇଥିଲେ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପରିବେଶ ସଂରକ୍ଷଣ ତଥା ପ୍ରକୃତି ପ୍ରତି ଭଲପାଇବା ଦ୍ୱାରା ଭାରତ ଏକ ସୁରକ୍ଷିତ ଭବିଷ୍ୟତର ମାର୍ଗ ଦେଖାଇଛି । ସେ କହିଛନ୍ତି, ଐତିହ୍ୟ ସହିତ ବିକାଶର ଏହି ଭାରତୀୟ ଯାତ୍ରାରେ ‘ସବକା ପ୍ରୟାସ' ଅନ୍ତର୍ଭୁକ୍ତ ହେବା ଉଚିତ୍‍ ।

Watch LIVE https://t.co/wUziq2AD4A

— PMO India (@PMOIndia) January 28, 2022

 

आज पंडित जसराज जी की जन्मजयंती के पुण्य अवसर भी है।

इस दिन, पंडित जसराज कल्चरल फ़ाउंडेशन की स्थापना के इस अभिनव कार्य के लिए मैं आप सभी को बधाई देता हूँ।

विशेष रूप से मैं दुर्गा जसराज जी और पंडित सारंगदेव जी को शुभकामनाएँ देता हूँ: PM @narendramodi

— PMO India (@PMOIndia) January 28, 2022

 

संगीत एक बहुत गूढ़ विषय है।

मैं इसका बहुत जानकार तो नहीं हूँ, लेकिन हमारे ऋषियों ने स्वर और नाद को लेकर जितना व्यापक ज्ञान दिया है, वो अद्भुत है: PM @narendramodi

— PMO India (@PMOIndia) January 28, 2022

 

संगीत एक बहुत गूढ़ विषय है।

मैं इसका बहुत जानकार तो नहीं हूँ, लेकिन हमारे ऋषियों ने स्वर और नाद को लेकर जितना व्यापक ज्ञान दिया है, वो अद्भुत है: PM @narendramodi

— PMO India (@PMOIndia) January 28, 2022

 

आज हम काशी जैसे अपनी कला और संस्कृति के केन्द्रों का पुनर्जागरण कर रहे हैं, पर्यावरण संरक्षण और प्रकृति प्रेम को लेकर हमारी जो आस्था रही है, आज भारत उसके जरिए विश्व को सुरक्षित भविष्य का रास्ता दिखा रहा है: PM @narendramodi

— PMO India (@PMOIndia) January 28, 2022

 

विरासत भी, विकास भी के मंत्र पर चल रहे भारत की इस यात्रा में 'सबका प्रयास' शामिल होना चाहिए: PM @narendramodi

— PMO India (@PMOIndia) January 28, 2022

HS



(Release ID: 1793364) Visitor Counter : 153