ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ କ୍ୟାରିଅପ୍ପା ପଡିଆରେ ଏନସିସି ପିଏମ୍ ରାଲିକୁ କରିବେ ସମ୍ବୋଧନ

ପୋଷ୍ଟ କରାଯିବା ଦିନାଙ୍କ: 27 JAN 2022 7:28PM by PIB Bhubaneshwar

 ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି (୨୮.୦୧.୨୦୨୨)  ଦିଲ୍ଲୀରେ କ୍ୟାରିଅପ୍ପା ପଡିଆରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ପିଏମ ରାଲିକୁ ଦିନ ପ୍ରାୟ ବାରଟାବେଳେ ସମ୍ବୋଧନ କରିବେ ।

 ଏନସିସି ଦିବସ ଗଣତନ୍ତ୍ର ଦିବସ ଶିବିରର ଉଦ୍‌ଯାପନୀ ସମାରୋହ ସହ ପ୍ରତିବର୍ଷ ଜାନୁୟାରୀ ୨୮ତାରିଖ ଦିନ ପାଳିତ ହୋଇଥାଏ । ଏହି ଅବସରରେ ପ୍ରଧାନମନ୍ତ୍ରୀ ସମରଶିକ୍ଷାର୍ଥୀମାନଙ୍କ ଦ୍ୱାରା ବିଭିନ୍ନ ସେବା ସମର କୌଶଳ, ମାଇକ୍ରୋଲାଇଟ୍ ପ୍ଲାଇଂ, ପାରାସେଲିଂ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ ଅବଲୋକନ କରିବେ । ଶ୍ରେଷ୍ଠ କ୍ୟାଡେଟ ପ୍ରଧାନମନ୍ତ୍ରୀଙ୍କ ଠାରୁ ପଦକ ଓ ବ୍ୟାଟନ ଗ୍ରହଣ କରିବେ ।

 

****

SM /SLP


(ରିଲିଜ ଆଡି: 1793081) ପରିଦର୍ଶକ କାଉଣ୍ଟର : 185