ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି
azadi ka amrit mahotsav

ଭାରତୀୟ ଅକ୍ଷୟ ଶକ୍ତି ବିକାଶ ସଂସ୍ଥା ଲିମିଟେଡ୍‌ (ଆଇଆରଇଡିଏ) ରେ 1500 କୋଟି ଟଙ୍କାର ନିବେଶକୁ କ୍ୟାବିନେଟ ମଞ୍ଜୁରି


ବର୍ଷକୁ ପ୍ରାୟ 10,200 ନିଯୁକ୍ତି ସୃଷ୍ଟି ହେବ ଏବଂ ପ୍ରାୟ 7.49 ମିଲିୟନ ଟନ୍ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ ପାଇବ

प्रविष्टि तिथि: 19 JAN 2022 3:40PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆର୍ଥିକ ବ୍ୟାପାର ସମ୍ବନ୍ଧିତ କ୍ୟାବିନେଟ୍ କମିଟି ଆଜି ଭାରତୀୟ ଅକ୍ଷୟ ଶକ୍ତି ବିକାଶ ସଂସ୍ଥା ଲିମିଟେଡ୍‌ (ଆଇଆରଇଡିଏ) ରେ ଇକ୍ବିଟି ସେୟାର କ୍ରୟ ମାଧ୍ୟମରେ 1500 କୋଟି ଟଙ୍କା ନିବେଶକୁ ମଞ୍ଜୁରି ପ୍ରଦାନ କରିଛନ୍ତି।

ଏହା ଦ୍ବାରା ବର୍ଷେ ମଧ୍ୟରେ ପ୍ରାୟ 10,200 ରୋଜଗାର ସୃଷ୍ଟି ହେବ ତଥା ପ୍ରତି ବର୍ଷ 7.49 ନିୟୁତ ଟନ୍ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ ପାଇବ।

ଭାରତ ସରକାରଙ୍କ ଦ୍ବାରା 1500 କୋଟି ଟଙ୍କା ପ୍ରଦାନ କରି ସେୟାର କ୍ରୟ କରିବା ଦ୍ବାରା ଆଇଆରଇଡିଏ କୁ ନିମ୍ନଲିଖିତ ସହାୟତା ମିଳିପାରିବ।

1. ଅକ୍ଷୟ ଉର୍ଜା ସେକ୍ଟରକୁ ପ୍ରାୟ 12,000 କୋଟି ଟଙ୍କାର ଋଣ ମିଳିବ, ଯଦ୍ବାରା ଅକ୍ଷୟ ଶକ୍ତି (ଆରଇ) କ୍ଷେତ୍ରର ଋଣ ଆବଶ୍ୟକତା ପୂରଣ ହେବ, ତଥା ପ୍ରାୟ 3500-4000 ମେଗାୱାଟର ଅତିରିକ୍ତ କ୍ଷମତା ସୃଷ୍ଟି ହେବ।

2. ଏହାର ନେଟ୍ ସମ୍ପତ୍ତି ବୃଦ୍ଧିରେ ସହାୟତା ମିଳିବ, ଯାହାଦ୍ବାରା ଅତିରିକ୍ତ ଆର୍ଥିକ ସହାୟତା ପ୍ରଦାନ କରାଯାଇ ପାରିବ। ଏହାଦ୍ବାରା ସରକାରଙ୍କ ଦ୍ବାରା ନିର୍ଦ୍ଧାରିତ ଅକ୍ଷୟ ଶକ୍ତି ଲକ୍ଷ୍ୟକୁ ପାଇବାରେ ଉନ୍ନତ ଯୋଗଦାନ ମିଳିପାରିବ।

3. ଋଣ ପ୍ରଦାନ ଓ ଗ୍ରହଣ କାର୍ଯ୍ୟରେ ସୁବିଧା ପାଇଁ ପୁଞ୍ଜି ଆପଦ ଆଧାରିତ ପରିସମ୍ପତ୍ତି ଅନୁପାତ (ସିଆରଏଆର) ରେ ଉନ୍ନତି ହେବ।

ଆଇଆରଇଡିଏ, ଏକ ମିନି ରତ୍ନ (ଶ୍ରେଣୀ-1) କମ୍ପାନୀ ଅଟେ, ଯାହା ନବୀନ ଏବଂ ନବୀକରଣୀୟ ଶକ୍ତି ମନ୍ତ୍ରଣାଳୟର ଅଧୀନ ଅଟେ। ଏହାକୁ 1987 ମସିହାରେ ସ୍ଥାପିତ କରାଯାଇଥିଲା ଯଦ୍ବାରା ଏହା ଅକ୍ଷୟ ଶକ୍ତି (ଆରଇ) ସେକ୍ଟର ପାଇଁ ଏକ ବିଶିଷ୍ଟ ଅଣ-ବ୍ୟାଙ୍କିଂ ଆର୍ଥିକ ଏଜେନ୍ସି ଭାବରେ କାର୍ଯ୍ୟ କରୁଛି। ଆଇଆରଇଡିଏ ର 34 ବର୍ଷରୁ ଅଧିକ ପ୍ରଯୁକ୍ତି-ବାଣିଜ୍ୟିକ ଅଭିଜ୍ଞତା ରହିଛି। ଏହା ଅକ୍ଷୟ ଶକ୍ତି ପ୍ରକଳ୍ପ ଆର୍ଥିକ ସହାୟତା କାର୍ଯ୍ୟରେ ପ୍ରମୁଖ ଭୂମିକା ଗ୍ରହଣ କରୁଛି ଯଦ୍ବାରା ଆର୍ଥିକ ସଂସ୍ଥା / ବ୍ୟାଙ୍କକୁ ଏହି ସେକ୍ଟରରେ ଋଣ ପ୍ରଦାନ ପାଇଁ ବିଶ୍ବାସ ସୃଷ୍ଟି ହେଉଛି।

 

BS


(रिलीज़ आईडी: 1791073) आगंतुक पटल : 312
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Bengali , Assamese , Manipuri , Punjabi , Gujarati , Tamil , Telugu , Kannada , Malayalam