ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

୧୫-୧୮ ବୟସ ବର୍ଗର ୫୦ ପ୍ରତିଶତରୁ ଅଧିକ କିଶୋରଙ୍କ ପ୍ରଥମ ଡୋଜ ଟିକାକରଣକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

Posted On: 19 JAN 2022 10:01AM by PIB Bhubaneshwar

୧୫-୧୮ ବୟସ ବର୍ଗର ୫୦ ପ୍ରତିଶତରୁ ଅଧିକ କିଶୋରଙ୍କ ପ୍ରଥମ ଡୋଜ ଟିକାକରଣକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡଃ ମନସୁଖ ମାଣ୍ଡଭିୟାଙ୍କ ଏକ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ଯୁବ ଓ ଯୁବପ୍ରାଣ ଭାରତ ପଥ ପ୍ରଦର୍ଶନ କରୁଛି !

ଏହା ଖୁବ ଉତ୍ସାହପ୍ରଦ ଖବର । ଏହି ଧାରା ବଜାୟ ରହୁ ।

ଟିକା ନେବା ଓ କୋଭିଡ- ୧୯ ସମ୍ପର୍କିତ ନିୟମାବଳୀଗୁଡିକୁ ମାନିବା ଖୁବ ଗୁରୁତ୍ୱପୂର୍ଣ୍ଣ । ଆମେମାନେ ଏକାଠି ଏହି ମହାମାରୀ ସହ ଲଢିବା ।” 

 

SR



(Release ID: 1790919) Visitor Counter : 128