ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଟିକାକରଣ ଅଭିଯାନର ଏକ ବର୍ଷ ପୂର୍ତ୍ତି ଅବସରରେ ଏଥିସହ ସଂଶ୍ଳିଷ୍ଟ ଜନସାଧାରଣଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିବାଦନ


ଡାକ୍ତର, ନର୍ସ ଏବଂ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଭୂମିକାକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

Posted On: 16 JAN 2022 12:31PM by PIB Bhubaneshwar

ଦେଶରେ ଟିକାକରଣ ଅଭିଯାନକୁ ଗୋଟିଏ ବର୍ଷ ପୁରିଛି । ଏହି ଅବସରରେ ଏଥି ସହ ସଂଶ୍ଳିଷ୍ଟ ପ୍ରତ୍ୟେକ ବ୍ୟକ୍ତିଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିବାଦନ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟ ସେବା କର୍ମଚାରୀ ଯେଉଁମାନେ ଅଭିଯାନରେ ସାମିଲ ଥିଲେ ସେମାନଙ୍କୁ ପ୍ରଶଂସା କରିଛନ୍ତି । ଭାରତର ଟିକାକରଣ କାର୍ଯ୍ୟକ୍ରମ କୋଭିଡ-୧୯ ବିରୁଦ୍ଧରେ ସଂଗ୍ରାମ ଲାଗି ଯଥେଷ୍ଟ ଶକ୍ତି ପ୍ରଦାନ କରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ମାଇଗଭ ଇଣ୍ଡିଆରେ ଏକ ଟ୍ୱିଟର ଜବାବରେ ପ୍ରଧାନମନ୍ତ୍ରୀ ଧାରାବାହିକ ଭାବେ ଟ୍ୱିଟ କରି କହିଛନ୍ତି ।

“ଆଜି ଆମେ ଟିକାକରଣ ଅଭିଯାନର ଏକ ବର୍ଷ ପୂରଣ କରିଛେ । ଆମର ଟିକାକରଣ କାର୍ଯ୍ୟକ୍ରମ କୋଭିଡ-୧୯ ବିରୁଦ୍ଧରେ ସଂଗ୍ରାମ ନିମନ୍ତେ ଯଥେଷ୍ଟ ଶକ୍ତି ପ୍ରଦାନ କରିଛି । ଏହା ଜୀବନ ବଞ୍ଚାଇବା ସହ ଜୀବନ ଜୀବିକା ମଧ୍ୟ ସୁରକ୍ଷିତ ରହିଛି ।

ଏଥିସହ ଆମ ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟଯତ୍ନରେ ସଂଶ୍ଳିଷ୍ଟ କର୍ମଚାରୀଙ୍କ ଭୂମିକା ମଧ୍ୟ ଅସାଧାରଣ  । ଆମେ ଯେତେବେଳେ ଦୂରଦୂରାନ୍ତ ଅଞ୍ଚଳରେ ଜନସାଧାରଣଙ୍କ ଟିକା ନେବା ଉପରେ ନଜର  ପକାଉ, ଆମ ସ୍ୱାସ୍ଥ୍ୟକର୍ମୀମାନେ ପେରି ସେଠାକୁ ଟିକା ସାମଗ୍ରୀ ନେଇ ଯଆନ୍ତି ଆମର ହୃଦୟ ଓ ମନ ଗର୍ବରେ ଫୁଲି ଉଠେ ।

ବୈଶ୍ୱିକ ମହାମାରୀ ବିରୁଦ୍ଧରେ ଭାରତର ଆଭିମୁଖ୍ୟ ସବୁବେଳେ ବିଜ୍ଞାନ ସମ୍ମତ । ଆମର ନାଗରିକମାନେ ଯେପରି ଉପଯୁକ୍ତ ସେବା ପାଇବେ ସେଥିପାଇଁ ଆମେ ଆମର ସ୍ୱାସ୍ଥ୍ୟ ଭିତ୍ତିଭୂମୀକୁ ଉନ୍ନତ କରିଛୁ ।

ଆସନ୍ତୁ ସମସ୍ତ କୋଭିଡ-୧୯ ସମ୍ପର୍କିତ ମାର୍ଗ ଦର୍ଶିକା ପାଳନ କରି ଆମେ ବୈଶ୍ୱିକ ମହାମାରୀ କବଳରୁ ରକ୍ଷା ପାଇବା ।”

SM/DD



(Release ID: 1790338) Visitor Counter : 218