ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ୭୫ ଲକ୍ଷ ସୂର୍ଯ୍ୟ ନମସ୍କାର ପ୍ରଦର୍ଶନକୁ ପ୍ରଶଂସା କରିଛନ୍ତି

ପୋଷ୍ଟ କରାଯିବା ଦିନାଙ୍କ: 14 JAN 2022 10:15PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଫିଟ୍ ରହିବା ଉପରେ ଗୁରୁତ୍ୱାରୋପ କରିବା ସହିତ ୭୫ ଲକ୍ଷ ସୂର୍ଯ୍ୟ ନମସ୍କାର ପ୍ରଦର୍ଶନକୁ ପ୍ରଶଂସା କରିଛନ୍ତି ।

ଆଜି ଭାରତର ବିଶିଷ୍ଟ କ୍ରୀଡାବିତ୍‍ଙ୍କ ସହ ୭୫ ଲକ୍ଷ ସୂର୍ଯ୍ୟ ନମସ୍କାର ପ୍ରଦର୍ଶନ ଉପରେ ସ୍ପୋର୍ଟସ୍ ଅଥରିଟି ଅଫ୍ ଇଣ୍ଡିଆର ଟୁଇଟ୍ ଜବାବରେ ପ୍ରଧାନମନ୍ତ୍ରୀ ଟୁଇଟ କରିଛନ୍ତି:

“ଜାରି ରହିଥିବା ବିଶ୍ୱ ମହାମାରୀ ସମୟରେ ନିଜକୁ ଫିଟ୍ ରଖିବା ଏବଂ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଉଛି । ଏଭଳି କରିବା ପାଇଁ ଏହା ଏକ ବଡ ପ୍ରୟାସ ।

ସେହି ସମୟରେ, ମୁଁ ପୁନର୍ବାର ସମସ୍ତଙ୍କୁ ଅନୁରୋଧ କରୁଛି ଯେ ସମସ୍ତ କୋଭିଡ-୧୯ ସମ୍ବନ୍ଧୀୟ ମାର୍ଗଦର୍ଶିକାଗୁଡିକ ଅନୁସରଣ କରନ୍ତୁ, ମାସ୍କ ପିନ୍ଧନ୍ତୁ ଏବଂ ଉପଯୁକ୍ତ ହୋଇଥିଲେ ଟୀକା ନିଅନ୍ତୁ ।”

HS


(ରିଲିଜ ଆଡି: 1790096) ପରିଦର୍ଶକ କାଉଣ୍ଟର : 223