ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ଝାଡଖଣ୍ଡର ପାକୁରରେ ବସ୍ ଦୁର୍ଘଟଣା ପାଇଁ ଦୁଃଖ ପ୍ରକାଶ କରିଛନ୍ତି


ପୀଡିତଙ୍କ ପାଇଁ ପିଏମ୍‍ଏନ୍‍ଆରଏଫ୍‍ ରୁ ସହାୟତା ରାଶି ଅନୁମୋଦନ କରିଛନ୍ତି

ପୋଷ୍ଟ କରାଯିବା ଦିନାଙ୍କ: 05 JAN 2022 8:55PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଝାଡଖଣ୍ଡର ପାକୁରରେ ବସ୍ ଦୁର୍ଘଟଣା ମୃତ୍ୟୁ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି । ଆହତମାନଙ୍କ ଶୀଘ୍ର ଆରୋଗ୍ୟ ପାଇଁ ସେ ପ୍ରାର୍ଥନା କରିଛନ୍ତି ।

ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ନିକଟ ସମ୍ପର୍କୀୟଙ୍କୁ ପିଏମ୍‍ଏନ୍‍ଆରଏଫ୍‍ରୁ ୨ଲକ୍ଷ ଟଙ୍କା ପ୍ରଦାନ କରାଯିବ । ଆହତମାନଙ୍କୁ ୫୦ହଜାର ଟଙ୍କା ଦିଆଯିବ ବୋଲି ପ୍ରଧାନମନ୍ତ୍ରୀଙ୍କ ଦପ୍ତର ପକ୍ଷରୁ କୁହାଯାଇଛି ।

ଏକାଧିକ ଟୁଇଟ୍‍ରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ଝାଡଡଖଣ୍ଡର ପାକୁର ବସ୍ ଦୁର୍ଘଟଣାରେ ମୁଁ ଦୁଃଖିତ । ଏହି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା । ଆହତମାନେ ଶୀଘ୍ର ସୁସ୍ଥ ହୁଅନ୍ତୁ: ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀ ।

ପାକୁର ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ନିକଟ ସମ୍ପର୍କୀୟଙ୍କୁ ପିଏମ୍‍ଏନ୍‍ଆରଏଫ୍‍ରୁ ୨ଲକ୍ଷ ଟଙ୍କା ପ୍ରଦାନ କରାଯିବ । ଆହତମାନଙ୍କୁ ୫୦ହଜାର ଟଙ୍କା ଦିଆଯିବ ।”

HS


(ରିଲିଜ ଆଡି: 1788159) ପରିଦର୍ଶକ କାଉଣ୍ଟର : 208