ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଗୋଆ ମୁକ୍ତି ଦିବସ ପାଳନ ସମାରୋହରେ ଯୋଗଦେଲେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ମୁକ୍ତି ଯୋଦ୍ଧା ଓ ଅପରେସନ ବିଜୟର ପ୍ରବୀଣ ସେନାନୀଙ୍କୁ କଲେ ସମ୍ବର୍ଦ୍ଧିତ

“ଗୋଆର ଜନସାଧାରଣ ମୁକ୍ତି ଆନ୍ଦୋଳନ ଓ ସ୍ୱରାଜରେ କୌଣସି ଢିଲା ଦେଇ ନ ଥିଲେ । ଭାରତର ଇତିହାସରେ ସେମାନେ ମୁକ୍ତି ମଶାଲ ଜାଜ୍ଜଲ୍ୟମାନ ରଖିଥିଲେ”

“ଭାରତ ଏକ ଉତ୍ସାହ ଯେଉଁଠି ନିଜଠାରୁ ଦେଶର ସ୍ଥାନ ସର୍ବୋଚ୍ଚ ଓ ଗୋଟିଏ ମାତ୍ର ମନ୍ତ୍ର ଦେଶ ପ୍ରଥମ, ଗୋଟିଏ ସଂକଳ୍ପ ଏକ ଭାରତ, ଶ୍ରେଷ୍ଠ ଭାରତ”

“ସର୍ଦ୍ଦାର ପଟେଲ ଆଉ କିଛି ବର୍ଷ ବଞ୍ଚିଥିଲେ ଗୋଆର ମୁକ୍ତି ଏତେ ଅଧିକ ଦିନ ଲାଗି ନ ଥାନ୍ତା”

“ପ୍ରତ୍ୟେକ ପ୍ରଶାସନିକ ଉତ୍କର୍ଷ ରାଜ୍ୟର ନୂତନ ପରିଚୟ ପାଲଟିଛି ।

“ଅନ୍ୟଆଡେ ଯେତେବେଳେ କାମ ଆରମ୍ଭ ହୁଏ ବା ଅଗ୍ରଗତି ପଥରେ ଥାଏ, ଗୋଆରେ ତାହା ଶେଷ ହୋଇଥାଏ”

“ପୋପ୍ ଫ୍ରାନ୍‌‌ସିସଙ୍କ ସହ ସାକ୍ଷାତ ଓ ତାଙ୍କର ଭାରତର ସୁଦୃଢ ଗଣତନ୍ତ୍ର ଓ ବିବିଧତା ପ୍ରତି ଅନୁରାଗର ପ୍ରଧାନମନ୍ତ୍ରୀ ସ୍ମୃତିଚାରଣ କରିଥିଲେ”

“ଦେଶ ଗୋଆବାସୀ ମନୋହର ପାରିକରଙ୍କ ସାଧୁତା, ମେଧା ଓ ଅଧ୍ୟବସାୟର ପ୍ରତିଫଳନ ଦେଖିଛି”

Posted On: 19 DEC 2021 5:18PM by PIB Bhubaneshwar

 ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଗୋଆଠାରେ ଆଜି (୧୯.୧୨.୨୦୨୧) ଗୋଆ ମୁକ୍ତି ସଂଗ୍ରାମ ସ୍ମାରକୀ ଦିବସ ସମାରୋହରେ ଯୋଗ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୁକ୍ତି ଯୋଦ୍ଧା ଓ ଅପରେସନ ବିଜୟର ପ୍ରବୀଣ ସେନାନୀଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରିଥିଲେ । ଆଗୁଦା କାରାଗାର ସଂଗ୍ରହାଳୟ, ଗୋଆ ମେଡିକାଲ କଲେଜ ସୁପର ସ୍ପେଶିଆଲିଟି ବ୍ଲକ, ନୂତନ ଦକ୍ଷିଣ ଗୋଆ ଜିଲ୍ଳା ହସ୍‌ପିଟାଲ, ମୋପା ବିମାନଘାଟୀରେ ଉଡାଣ କୌଶଳ ବିକାଶ କେନ୍ଦ ଓ ମାଡଗାଁଓର ଡାବୋଲିମ-ନାଭୋଲିମ୍‌ଠାରେ ଗ୍ୟାସ ବିଚ୍ଛିନ୍ନ ସବ୍‌ଷ୍ଟେସନ ସମେତ ଅନେକ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ କରିଥିଲେ । ଗୋଆ ବାର କାଉନସିଲ ଇଣ୍ଡିଆ ଟ୍ରଷ୍ଟଠାରେ ଭାରତ ଆନ୍ତର୍ଜାତିକ ଆଇନ ଶିକ୍ଷା ବିଦ୍ୟାଳୟର ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ।

ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଗୋଆର ମାଟି, ପାଣି, ପବନ, ସମୁଦ୍ର ସବୁ ହେଉଛି ପ୍ରକୃତିର ଅମୂଲ୍ୟ ଦାନ । ଆଜି ଗୋଆ ମୁକ୍ତିର ଗର୍ବରେ ଗୋଆବାସୀ ଉଲ୍ଲସିତ । ତାଙ୍କୁ ଆଜି ଶହୀଦ ସ୍ମାରକୀ ଓ ଆଜାଦ୍ ମୈଦାନରେ ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବାର ସୁଯୋଗ ମିଳିଛି । ସେ ମଧ୍ୟ ମିରାମାରରେ ସେଲ ପ୍ୟାରେଡ ଓ ଫ୍ଲାଇ ପାଷ୍ଟର ଅବଲୋକନ କରିଥିଲେ । ଦେଶ ପକ୍ଷରୁ ସେ ଅପରସେନ ବିଜୟର  ପ୍ରବୀଣ ସେନାନୀମାନଙ୍କୁ ସମ୍ମାନୀତ କରି ସନ୍ତୋଷ ପ୍ରକଟ କରିଥିଲେ । ପ୍ରଧାନମନ୍ତ୍ରୀ ମଜବୁତ ଗୋଆର ଉତ୍ସାହ ଓ ଅନେକ ସୁଯୋଗ ଓ ବିସ୍ମୟକାରୀ ଅଭିଜ୍ଞତା ଦେଇଥିବାରୁ ଗୋଆବାସୀଙ୍କୁ ଧନ୍ୟବାଦ ଦେଇଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗୋଆ ପର୍ତ୍ତୃଗୀଜମାନଙ୍କ ଦ୍ୱାରା ଶାସନାଧୀନ ହେଲାବେଳକୁ ଅବଶିଷ୍ଟ ଭାରତବର୍ଷ ମୋଗଲ ଶାସନ ଅଧୀନରେ ଥିଲା । ଭାରତ ତାପରେ ଅନେକ ଉତଥାନ ପତନ ଦେଖିଛି । ଅନେକ ଉତଥାନ ପତନ ସତ୍ତ୍ୱେ ଗୋଆ ତାର ଭାରତୀୟତା ହରାଇ ନାହିଁ କିମ୍ବା ଅବଶିଷ୍ଟ ଭାରତ ଗୋଆକୁ ଭୂଲି ପାରିନାହାଁନ୍ତି । ଏହି ସମ୍ପର୍କ ସମୟର ଅବଲୀଳ କ୍ରମେ କ୍ରମଶଃ ମଜବୁତ ହୋଇଛି । ଗୋଆ ଜନସାଧାରଣ ଏହାର ମୁକ୍ତି ଆନ୍ଦୋଳନ ଓ ସ୍ୱରାଜରେ କୌଣସି ଢିଲା ଦେଇ ନ ଥିଲେ । ଭାରତ ଇତିହାସରେ ସେମାନେ ମୁକ୍ତି ମଶାଲ ଜାଜ୍ଜ୍ୱଲ୍ୟମାନ ରଖିଥିଲେ । ଏହା ଏଇଥିପାଇଁ ଭାରତ କେବଳ ଏକ ରାଜନୀତିକ ଶକ୍ତି ନୁହେଁ, ଭାରତ ଏକ ଚିନ୍ତାଧାରା ଓ ପରିବାର ଯାହା ମାନବିକ ସ୍ୱାର୍ଥର  ସୁରକ୍ଷା କରିଛି । ଭାରତ ଏକ ଉତ୍ସାହ ଯେଉଁଠି ନିଜଠାରୁ ଦେଶର ସ୍ଥାନ ସର୍ବୋଚ୍ଚ  ଗୋଟିଏ ମାତ୍ର ମନ୍ତ୍ର, ଦେଶ ପ୍ରଥମ, ଗୋଟିଏ ସଂକଳ୍ପ ଏକ ଭାରତ ଶ୍ରେଷ୍ଠ ଭାରତ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶର ଲୋକମାନଙ୍କ ମନରେ ଏକ ବେଦନା ରହିଥିଲା ଯେ ଦୋଶ ଏକ ଅଂଶ ମୁକ୍ତ ହୋଇନାହିଁ ଓ ସେମାନେ ପରାଧୀନ ଅଛନ୍ତି । ସେ କହିଥିଲେ ଯେ ସର୍ଦ୍ଦାର ପଟେଲ ଆଉ କିଛି ବର୍ଷ ବଞ୍ଚିଥିଲେ ଗୋଆର ମୁକ୍ତି ଏତେ ଅଧିକ ଦିନ ଲାଗି ନ ଥାନ୍ତା । ପ୍ରଧାନମନ୍ତ୍ରୀ ଆନ୍ଦୋଳନର ନାୟକମାନଙ୍କ ପ୍ରତି ମଥାନତ କରିଥିଲେ । ଗୋଆ ମୁକ୍ତି ବିମୋଚନ ସମିତିର ଏକତ୍ରିଶ ଜଣ ସତ୍ୟାଗ୍ରହୀଙ୍କୁ ସତ୍ୟାଗ୍ରହ ପାଇଁ ବଳିଦାନ ଦେବାକୁ ହୋଇଥିଲା । ସେ ଏହି ବୀରମାନଙ୍କ ତ୍ୟାଗ ସମ୍ପର୍କରେ ଚିନ୍ତା କରିବା ସହ ପଞ୍ଜାବର ବୀର କରିନେଲ ସିଂ ବେନିପାଲଙ୍କୁ ବୀରତ୍ୱର  ସହ ସ୍ମରଣ କରିବାକୁ ନିବେଦନ କରିଥିଲେ । ଗୋଆ ମୁକ୍ତି ଆନ୍ଦୋଳନ କେବଳ ଭାରତୀୟ ସଂକଳ୍ପର ପ୍ରତୀକ ନୁହେଁ, ଏହା ଭାରତୀୟ ଐକ୍ୟ ଓ ସଂହତିର ଏକ ଜୀବନ୍ତ ଦସ୍ତାବିଜ୍‌ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ପ୍ରଧାନମନ୍ତ୍ରୀ ସ୍ମୃତିଚାରଣ କରି କହିଥିଲେ ଯେ ସେ ଯେତେବେଳେ ଇଟାଲୀ ଓ ଭାଟିକାନ ସିଟି ଗସ୍ତ କରିଥିଲେ ପୋପ ଫ୍ରାନସିସଙ୍କ ସହ ସାକ୍ଷାତ କରିବାକୁ ତାଙ୍କୁ ସୁଯୋଗ ମିଳିଥିଲା । ପୋପଙ୍କ ଭାରତ ପ୍ରତି ମନୋଭାବ ମଧ୍ୟ ଖୁବ୍ ଉଦ୍ଦୀପନାମୂଳକ ଥିଲା । ପ୍ରଧାନମନ୍ତ୍ରୀ ମଧ୍ୟ ମହାମାନ୍ୟା ପୋପ୍‌ଙ୍କୁ ଭାରତ ଆସିବାକୁ ଆମନ୍ତ୍ରଣ ଜଣାଇଥିଲେ । ପୋପ୍ ଫ୍ରାନସିସ୍ ଏହି ଆମନ୍ତ୍ରଣ ପ୍ରତିକ୍ରିୟାରେ କହିଥିଲେ ଯେ, “ଏହା ମୋ ପାଇଁ ସବୁଠାରୁ ମହାନ୍ ଉପହାରପ୍ରଧାନମନ୍ତ୍ରୀ ପୋପଙ୍କ ଭାରତୀୟ ବିବିଧତା ଓ ଆମର ମଜବୁତ୍ ଗଣତନ୍ତ୍ର ପ୍ରତି ଅନୁରାଗ ଉପରେ ଆଲୋକପାତ କରିଥିଲେ । ସେଣ୍ଟ କୁଇନ କେତେଭାନଙ୍କ ପବିତ୍ର ଅବଶେଷକୁ ଜର୍ଜିଆ ସରକାରଙ୍କୁ ହସ୍ତାନ୍ତର ନେଇ ମଧ୍ୟ ପ୍ରଧାନମନ୍ତ୍ରୀ କହିଥିଲେ ।

ଗୋଆର ପ୍ରଶାସନିକ ଦକ୍ଷତା ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗୋଆର ପ୍ରାକୃତିକ ସୌନ୍ଦର୍ଯ୍ୟ ସବୁବେଳେ ଏହାର ପରିଚୟ ହୋଇଆସିଛି  ଓ ଏବେ ପ୍ରଶାସନ ଗୋଆ ପାଇଁ ଆଉ ଏକ ପରିଚୟ ସୃଷ୍ଟି କରିଛି । ରାଜ୍ୟର ନୂତନ ପରିଚୟ ହେଲା  ପ୍ରତ୍ୟେକ ପ୍ରଶାସନିକ କାର୍ଯ୍ୟରେ ଆଗୁଆ । ଅନ୍ୟଆଡେ ଯେତେବେଳେ କାମ ଆରମ୍ଭ ହୁଏ ବା ଅଗ୍ରଗତି ପଥରେ ଥାଏ  ଗୋଆରେ ତାହା ଶେଷ ପର୍ଯ୍ୟାୟରେ ପହଞ୍ଚିଥାଏ । ପ୍ରଧାନମନ୍ତ୍ରୀ ଗୋଆକୁ ବାହ୍ୟ ମଳମୁକ୍ତ କରିବା, ଟିକାକରଣ, ହରଘର ଜଳ, ଜନ୍ମମୃତ୍ୟୁ ପଞ୍ଜୀକରଣ ଇତ୍ୟାଦି ଜୀବନଧାରଣ ପ୍ରଣାଳୀକୁ ସୁଗମ କରିଛି ବୋଲି କହିଥିଲେ । ସେ ଗୋଆର ସ୍ୱୟଂପୂର୍ଣ୍ଣା ଅଭିଯାନର ପ୍ରଶଂସା କରିଥିଲେ । ରାଜ୍ୟ ପ୍ରଶାସନିକ ଉତ୍କର୍ଷ ନିମନ୍ତେ ସେ ମୁଖ୍ୟମନ୍ତ୍ରୀ  ଓ ଅନ୍ୟାନ୍ୟ ମନ୍ତ୍ରୀମାନଙ୍କୁ ମଧ୍ୟ ପ୍ରଶଂସା କରିଥିଲେପ୍ରଧାନମନ୍ତ୍ରୀ ମଧ୍ୟ ରାଜ୍ୟରେ ପର୍ଯ୍ୟଟନ ବିକାଶ ପାଇଁ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ । ନିକଟରେ ଭାରତୀୟ ଆନ୍ତର୍ଜାତିକ ଚଳଚ୍ଚିତ୍ର ମହୋତ୍ସବ ସଫଳତାର ସହ ଆୟୋଜନ କରିଥିବାରୁ ସେ ଧନ୍ୟବାଦ ଜଣାଇଥିଲେ ।

ପ୍ରଧାନମନ୍ତ୍ରୀ ଦିବ୍ୟଙ୍ଗତ ମନୋହର ପାରିକରଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଯେତେବେଳେ ମୁଁ ଗୋଆର ସାଫଲ୍ୟ ଦେଖେ, ନୂତନ ପରିଚୟ ମଜବୁତ ହେବା ଦେଖେ  ମୁଁ ମୋର ବନ୍ଧୁ ମନୋହର ପାରିକରଙ୍କୁ ସ୍ମରଣ କରେ । ସେ ଗୋଆକୁ କେବଳ ନୂତନ ଶିଖରକୁ ନେଇ ନଥିଲେ ବରଂ ଗୋଆର ସମ୍ଭାବ୍ୟ ଭବିଷ୍ୟତର ମଧ୍ୟ ସମ୍ପ୍ରସାରଣ କରିଥିଲେ । ଜଣେ ଜୀବନର ଶେଷ ନିଶ୍ୱାସ ଥିବା ପର୍ଯ୍ୟନ୍ତ କେମିତି ନିଜ ରାଜ୍ୟ ଓ ତାର ରାଜ୍ୟବାସୀଙ୍କ ପ୍ରତି ନିଷ୍ଠାବାନ ରହିବ ଆମେ ତାଙ୍କ ଜୀବନରେ ଏହା ଦେଖିଛୁ ବାଲି କହିଥିଲେ । ମନୋହର ପାରିକରଙ୍କଠାରେ ଗୋଆବାସୀଙ୍କ ସାଧୁତା, ମେଧା ଓ ଅଧ୍ୟବସାୟର ପ୍ରତିଫଳନ ଦେଶବାସୀ ଲକ୍ଷ୍ୟ କରିଛନ୍ତି ବୋଲି ସେ କହିଥିଲେ

 

****

SM /SLP



(Release ID: 1783325) Visitor Counter : 142