ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ଡିସେମ୍ବର ୧୮ ରେ ଶାହାଜାହାନପୁରରେ ଗଙ୍ଗା ଏକ୍ସପ୍ରେସୱେର ଭିତ୍ତିପ୍ରସ୍ତର ସ୍ଥାପନ କରିବେ


ସମଗ୍ର ଦେଶରେ ଦ୍ରୁତ ଗତିଶୀଳ ସଂଯୋଗ ଯୋଗାଇବା ପାଇଁ ଏହା ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଦ୍ୱାରା ପ୍ରେରିତ

ମିରଟରୁ ପ୍ରୟାଗରାଜ ପର୍ଯ୍ୟନ୍ତ ଏକ୍ସପ୍ରେସୱେ ୟୁପିର ୧୨ ଟି ଜିଲ୍ଲା ଦେଇ ରାଜ୍ୟର ପଶ୍ଚିମ ଏବଂ ପୂର୍ବ ଅଞ୍ଚଳକୁ ସଂଯୋଗ କରିବ

୩୬,୨୦୦ କୋଟିରୁ ଅଧିକ ମୂଲ୍ୟରେ ର୍ନିମିତ ହେବାକୁ ଏହି ସଡକ ୟୁପିର ଦୀର୍ଘତମ ଏକ୍ସପ୍ରେସୱେ ହେବ

ଶାହାଜାହାନପୁରରେ ର୍ନିମାଣ ହେବାକୁ ଥିବା ଏକ୍ସପ୍ରେସୱେରେ ବାୟୁସେନା ବିମାନର ଜରୁରୀକାଳୀନ ଅବତରଣ ଏବଂ ଉଡାଣରେ ସାହାଯ୍ୟ କରିବା ପାଇଁ ୩.୫ କିଲୋମିଟର ଲମ୍ବା ଏୟାର ଷ୍ଟ୍ରିପ୍ ରହିବ

ପୋଷ୍ଟ କରାଯିବା ଦିନାଙ୍କ: 16 DEC 2021 2:12PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୮ ଡିସେମ୍ବର ୨୦୨୧ ରେ ଉତ୍ତରପ୍ରଦେଶର ଶାହାଜାହାନପୁରରେ ଗଙ୍ଗା ଏକ୍ସପ୍ରେସୱେର ଭିତ୍ତି ପ୍ରସ୍ତର ସ୍ଥାପନ କରିବେ

ଏକ୍ସପ୍ରେସୱେ ପଛରେ ପ୍ରେରଣା ହେଉଛି ସମଗ୍ର ଦେଶରେ ଦ୍ରୁତ ଗତିଶୀଳ ସଂଯୋଗ ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ୫୯୪ କିଲୋମିଟର ଲମ୍ବା ଛଅ ଲେନ ବିଶିଷ୍ଟ ଏକ୍ସପ୍ରେସୱେ ୩୬,୨୦୦ କୋଟିରୁ ଅଧିକ ମୂଲ୍ୟରେ ର୍ନିମାଣ ହେବ ମିରଟର ବିଜାଉଲି ଗାଁ ନିକଟରୁ ଆରମ୍ଭ ହୋଇ ଏକ୍ସପ୍ରେସୱେ ପ୍ରୟାଗରାଜର ଜୁଦାପୁର ଦାଣ୍ଡୁ ଗ୍ରାମ ନିକଟ ପର୍ଯ୍ୟନ୍ତ ଲମ୍ବିବ ଏହା ମିରଟ, ହାପୁର, ବୁଲନ୍ଦଶାହର, ଆମରୋହା, ସମ୍ଭଲ, ବୁଦାଉନ୍‌, ଶାହାଜାହାନପୁର, ହାରଦୋଇ, ଉନ୍ନାଓ, ରାଏବରେଲି, ପ୍ରତାପଗଡ ଏବଂ ପ୍ରୟାଗରାଜ ଦେଇ ଯିବ କାର୍ଯ୍ୟ ସମାପ୍ତ ହେବା ପରେ ଏହା ଉତ୍ତରପ୍ରଦେଶର ଦୀର୍ଘତମ ଏକ୍ସପ୍ରେସୱେ ହୋଇ ରାଜ୍ୟର ପଶ୍ଚିମ ଏବଂ ପୂର୍ବ ଅଞ୍ଚଳକୁ ସଂଯୋଗ କରିବ ଶାହଜାହାନପୁରର ଏକ୍ସପ୍ରେସୱେରେ ଜରୁରୀକାଳୀନ ବିମାନ ଚଳାଚଳ ଏବଂ ଅବତରଣ କରିବାରେ ସହାୟତା ଲାଗି . କିଲୋମିଟର ଲମ୍ବା ଏୟାର ଷ୍ଟ୍ରିପ୍ ମଧ୍ୟ ର୍ନିମାଣ କରାଯିବ ଏକ୍ସପ୍ରେସୱେରେ ଏକ ଶିଳ୍ପ କରିଡର ମଧ୍ୟ ର୍ନିମାଣ କରିବାକୁ ପ୍ରସ୍ତାବ ଦିଆଯାଇଛି

ଏକ୍ସପ୍ରେସୱେ ଶିଳ୍ପ ବିକାଶ, ବାଣିଜ୍ୟ, କୃଷି, ପର୍ଯ୍ୟଟନ ଇତ୍ୟାଦି ସହିତ ଏକାଧିକ କ୍ଷେତ୍ରକୁ ଗତି ପ୍ରଦାନ କରିବ ଏବଂ ଏହା ଏହି ଅଞ୍ଚଳର ସାମାଜିକ-ଅର୍ଥନୈତିକ ବିକାଶରେ ଏକ ବଡ଼ ସହାୟକ ହେବ

HS


(ରିଲିଜ ଆଡି: 1782252) ପରିଦର୍ଶକ କାଉଣ୍ଟର : 345