ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଉତରପ୍ରଦେଶର ବଳରାମପୁରଠାରେ ସରଜୁ କେନାଲ ଜାତୀୟ ପ୍ରକଳ୍ପର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

ପୋଷ୍ଟ କରାଯିବା ଦିନାଙ୍କ: 11 DEC 2021 6:09PM by PIB Bhubaneshwar

ଭାରତ ମାତା କୀ ଜୟ! ଭାରତ ମାତା କୀ ଜୟ! ଭାରତ ମାତା କୀ ଜୟ!

ଆମେ ଏହି ପବିତ୍ର ଧରଣୀକୁ ବାରମ୍ବାର ପ୍ରଣାମ କରୁଛୁ ଆଜି ଆମକୁ ଆଦିଶକ୍ତି ମା ପାଟେଶ୍ୱରୀଙ୍କ ପବିତ୍ର ଧରଣୀ, ଆଉ ଛୋଟ କାଶୀ ନାମରେ ପ୍ରସିଦ୍ଧ ବଳରାମପୁରର ମାଟିକୁ ପୁଣି ଆସିବାର ସୁଯୋଗ ମିଳିଛି ଆପଣମାନଙ୍କ ଠାରୁ ମୋତେ ବହୁତ ଆଶୀର୍ବାଦ ମିଳିଛି

ୟୁପିର ରାଜ୍ୟପାଳ ଶ୍ରୀମତୀ ଆନନ୍ଦୀ ବେନ ପଟେଲ ମହୋଦୟା, ୟୁପିର ଉର୍ଜ୍ଜାବାନ, କର୍ମଠ, ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମହାଶୟ, ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମାନ କେଶବ ପ୍ରସାଦ ମୌର୍ଯ୍ୟ ମହାଶୟ, କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ମହାଶୟ, କୌଶଲ କିଶୋର ମହାଶୟ, ରାଜ୍ୟ ସରକାରରେ ମନ୍ତ୍ରୀ ମହେନ୍ଦ୍ର ସିଂହ ମହାଶୟ, ରମାପତି ଶାସ୍ତ୍ରୀ ମହାଶୟ, ମୁକୁଟ ବିହାରୀ ବର୍ମା ମହାଶୟ, ବ୍ରଜେଶ ପାଠକ ମହାଶୟ, ଆଶୁତୋଷ ଟଣ୍ଡନ ମହାଶୟ, ବଳଦେବ ଓଲାଖ ମହାଶୟ, ଶ୍ରୀ ପଲଟୁ ରାମ ମହାଶୟ, ମଂଚରେ ଉପସ୍ଥିତ ସଂସଦରେ ମୋର ସମସ୍ତ ସାଥୀଗଣ, ସମସ୍ତ ଆଦରଣୀୟ ବିଧାୟକଗଣ, ଜିଲ୍ଲା ପଂଚାୟତଗୁଡ଼ିକର ସଦସ୍ୟ, ଏବଂ ମୋର ପ୍ରିୟ ଭାଇ ଭଉଣୀମାନେ, ଏହା ବିପ୍ଳବୀମାନଙ୍କର ମାଟି, ଦେଶର ସ୍ୱାଧୀନତା ସଂଗ୍ରାମରେ ନିଜର ଅମୂଲ୍ୟ ଯୋଗଦାନ ଦେଇଛି ରାଜା ଦେବୀ ବଖସ୍ ସିଂହ, ରାଜା କୃଷ୍ଣ ଦତ ରାମ, ଆଉ ପୃଥ୍ୱୀ ପାଲ ସିଂହଙ୍କ ଭଳି ପରାକ୍ରମୀ ରାଜାମାନେ ଇଂରେଜମାନଙ୍କୁ ଦୃଢ଼ ଜବାବ ଦେବାରେ କୌଣସି ହେଳା କରି ଥିଲେ ଅଯୋଧ୍ୟାରେ ନିର୍ମାଣାଧୀନ ପ୍ରଭୁ ଶ୍ରୀରାମଙ୍କ ମନ୍ଦିର କଥା ଯେତେବେଳେ ଆଲୋଚନା ହୋଇଥାଏ, ବଳରାମପୁର ରାଜପରିବାରର ମହାରାଜା ପାଟେଶ୍ୱରୀ ପ୍ରସାଦ ସିଂହଙ୍କ ଯୋଗଦାନ ନିଶ୍ଚିତ ଉଲ୍ଲେଖ ହୋଇ ରହିବ ବଳରାମପୁରର ଲୋକମାନେ ଏତେ ପରଖି ନେଇଛନ୍ତି ଯେ ସେମାନେ ନାନାଜୀ ଦେଶମୁଖ ଏବଂ ଅଟଳ ବିହାରୀ ବାଜପେୟୀଙ୍କ ଭଳି ଦୁଇ- ଦୁଇ ଭାରତ ରତ୍ନଙ୍କୁ ଗଢ଼ିଛନ୍ତି, ସେମାନଙ୍କୁ ପ୍ରତିପାଳିତ କରିଛନ୍ତି

ସାଥୀଗଣ,

ରାଷ୍ଟ୍ରନିର୍ମାତା ଏବଂ ରାଷ୍ଟ୍ର ରକ୍ଷକମାନଙ୍କର ଏହି ମାଟିରୁ ମୁଁ ଆଜି ଦେଶର ସେହି ସମସ୍ତ ବୀର ଯୋଦ୍ଧାମାନଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳୀ ଦେଉଛି ଯେଉଁମାନଙ୍କର ଗତ 8 ଡିସେମ୍ବରରେ ହୋଇଥିବା ହେଲିକପ୍ଟର ଦୁର୍ଘଟଣାରେ ନିଧନ ହୋଇ ଯାଇଛି ଭାରତର ପ୍ରଥମ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ ବା ପ୍ରତିରକ୍ଷା ପ୍ରମୁଖ ଜେନେରାଲ ବିପିନ ରାୱତ ମହାଶୟଙ୍କ ପରଲୋକ ପ୍ରତ୍ୟେକ ଦେଶପ୍ରେମୀଙ୍କ ପାଇଁ, ପ୍ରତ୍ୟେକ ରାଷ୍ଟ୍ରଭକ୍ତଙ୍କ ପାଇଁ ହେଉଛି ବହୁତ ବଡ଼ କ୍ଷତି ଜେନେରାଲ ବିପିନ ରାୱତ ଯେତେ ନିର୍ଭିକ ଥିଲେ, ଦେଶର ସେନାକୁ ଆତ୍ମନିର୍ଭର କରିବା ପାଇଁ ଯେତେ ପରିଶ୍ରମ କରୁଥିଲେ, ସମଗ୍ର ଦେଶ ତାହାର ସାକ୍ଷୀ ରହିଛି ଜଣେ ସୈନିକ, କେବଳ ସେହି ସମୟ ପର୍ଯ୍ୟନ୍ତ ସୈନିକ ହୋଇ ରହି ନଥାଏ, ଯେତେଦିନ ସେ ସେନାରେ ରହିଥାଏ, ତା ସମଗ୍ର ଜୀବନ ଜଣେ ଯୋଦ୍ଧା ଭଳି ହୋଇଥାଏ, ଅନୁଶାସନ, ଦେଶପ୍ରତି ମନ-ପ୍ରାଣ ଜୀବନ ଉତ୍ସର୍ଗ କରିବା ପାଇଁ ସେ ପ୍ରତିକ୍ଷଣ ସମର୍ପିତ ହୋଇ ରହିଥାଏ ଗୀତାରେ କୁହାଯାଇଛି- ନୈନଂ ଛିନ୍ଦନ୍ତି ଶସ୍ତ୍ରାଣୀ, ନୈନଂ ଦହତି ପାବକଃ ନା ଶସ୍ତ୍ର ତାକୁ ଛିନ୍ନ ଭିନ୍ନ କରି ପାରିଥାଏ, ନା ଅଗ୍ନି ତାକୁ ଜଳାଇ ପାରିଥାଏ ଜେନେରାଲ ବିପିନ ରାୱତ ଆଗାମୀ ଦିନରେ ନିଜ ଭାରତକୁ ନୂତନ ସଂକଳ୍ପର ସହିତ ସେ ଯେଉଁଠାରେ ଥିବେ, ସେଠାରେ ଭାରତକୁ ଆଗକୁ ବଢ଼ୁଥିବା ଦେଖି ପାରିବେ ଦେଶର ସୀମାଗୁଡ଼ିକରେ ସୁରକ୍ଷା ବୃଦ୍ଧି କରିବାର କାର୍ଯ୍ୟ, ସୀମା ଭିତିଭୂମିକୁ ସୁଦୃଢ଼ କରିବାର କାର୍ଯ୍ୟ, ଦେଶର ସେନାକୁ ଆତ୍ମନିର୍ଭର କରିବାର ଅଭିଯାନ, ତିନି ସେନା ବାହିନୀ ମଧ୍ୟରେ ସମନ୍ୱୟ ସୁଦୃଢ଼ କରିବାର ଅଭିଯାନ, ଏଭଳି ଅନେକ କାର୍ଯ୍ୟ ଦ୍ରୁତ ଗତିରେ ଆଗକୁ ବଢ଼ି ଚାଲିବ ଭାରତ ଦୁଃଖରେ ଅଛି କିନ୍ତୁ କଷ୍ଟକୁ ସହି ମଧ୍ୟ ଆମେ ନା ନିଜର ଗତିକୁ ରୋକି ପାରୁଛୁ ନା ହିଁ ଆମର ପ୍ରଗତିକୁ ଭାରତ ଅଟକି ଯିବନାହିଁ, ଭାରତ ଥକି ଯିବ ନାହିଁ ଆମେ ଭାରତୀୟମାନେ ମିଳିମିଶି ଏବଂ ପରିଶ୍ରମ କରିବା, ଦେଶ ଭିତରେ ଏବଂ ଦେଶ ବାହାରେ ଥିବା ପ୍ରତ୍ୟେକ ଆହ୍ୱାନର ମୁକାବିଲା କରିବା, ଭାରତକୁ ଅଧିକ ଶକ୍ତିଶାଳୀ ଏବଂ ସମୃଦ୍ଧ କରିବା

ସାଥୀଗଣ,

ୟୁପିର ସୁପୁତ୍ର, ଦେୱରିୟାର ବାସିନ୍ଦା ଗ୍ରୁପ କ୍ୟାପଟେନ ବରୁଣ ସିଂହଙ୍କ ଜୀବନ ବଂଚାଇବା ପାଇଁ ଡାକ୍ତରମାନେ ପ୍ରାଣପଣେ ଲାଗିଛନ୍ତି ମୁଁ ମାଆ ପଟେଶ୍ୱରୀଙ୍କ ନିକଟରେ ତାଙ୍କର ଜୀବନ ରକ୍ଷା ପାଇଁ ପ୍ରାର୍ଥନା କରୁଛି ଦେଶ ଆଜି ବରୁଣ ସିଂହଙ୍କ ପରିବାର ସହିତ ଅଛି, ଯେଉଁ ବୀରମାନଙ୍କୁ ଆମେ ହରାଇଛେ, ସେମାନଙ୍କ ପରିବାର ସହିତ ଅଛି

ଭାଇ ଭଉଣୀମାନେ,

ରାଷ୍ଟ୍ର ପ୍ରଥମର ଭାବନାକୁ ସର୍ବୋପରି ରଖି, ଦେଶ ଆଜି ସେହି ପ୍ରତ୍ୟେକଟି କାର୍ଯ୍ୟ କରୁଛି, ଯାହା ଏକବିଂଶ ଶତାବ୍ଦୀରେ ଆମକୁ ନୂତନ ଶୀଖରକୁ ନେଇଯିବ ଦେଶର ବିକାଶ ପାଇଁ ଏହା ମଧ୍ୟ ବହୁତ ଆବଶ୍ୟକ ଯେ ଜଳ କେବେ- କେବେ ବାଧା ସୃଷ୍ଟି କରୁ ଏଥିପାଇଁ ଦେଶର ନଦୀଗୁଡ଼ିକର ଜଳର ସଦୁପଯୋଗ ହେଉ, କୃଷକମାନଙ୍କର କ୍ଷେତ ପର୍ଯ୍ୟନ୍ତ ପର୍ଯ୍ୟାପ୍ତ ପାଣି ପହଂଚୁ, ଏହା ହେଉଛି ସରକାରଙ୍କର ସର୍ବୋଚ୍ଚ ପ୍ରାଥମିକତା ଗୁଡ଼ିକ ମଧ୍ୟରୁ ଗୋଟିଏ ସରଜୁ କେନାଲ ରାଷ୍ଟ୍ରୀୟ ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ହେଉଛି ଏହି କଥାର ପ୍ରମାଣ ଯେ, ଯେତେବେଳେ ଚିନ୍ତାଧାରା ସଚ୍ଚୋଟତାର ସହିତ ହୋଇଥାଏ, ସେତେବେଳେ କାର୍ଯ୍ୟ ଦମଦାର ହୋଇଥାଏ ଦଶକ- ଦଶକ ଧରି ଆପଣ ଏହା ସମ୍ପୂର୍ଣ୍ଣ ହେବାର ପ୍ରତୀକ୍ଷାରେ ଥିଲେ ଘାଘରା, ସରଜୁ, ରାପ୍ତୀ, ବାଣଗଙ୍ଗା ଏବଂ ରୋହିଣୀର ଜଳଶକ୍ତି ଏବେ ଏହି କ୍ଷେତ୍ରରେ ସମୃଦ୍ଧିର ନୂତନ ଦ୍ୱାର ନେଇକରି ଆସିବାକୁ ଯାଉଛି ବଳରାମପୁର ସହିତ ବହରାଇଚ, ଗୋଣ୍ଡା, ଶ୍ରାବସ୍ତୀ, ସିଦ୍ଧାର୍ଥନଗର, ବସ୍ତୀ, ଗୋରଖପୁର, ମହାରାଜଗଞ୍ଜ, ଏବଂ କୁଶୀନଗରର ସମସ୍ତ ସାଥୀମାନଙ୍କୁ, ମୋର ଲକ୍ଷ- ଲକ୍ଷ କୃଷକ ଭାଇ ଭଉଣୀମାନଙ୍କୁ ଆଜି ହୃଦୟର ସହିତ ବହୁତ-ବହୁତ ଶୁଭେଚ୍ଛା ଜଣାଉଛି ବର୍ଷାଦିନେ ଏହି ଅଂଚଳରେ ଯେଉଁ ସମସ୍ୟା ଆସିଥାଏ, ତାହାର ସମାଧାନ ବାହାର କରିବା ପାଇଁ ଏହାଦ୍ୱାରା ସହାୟତା ମିଳିବ ଆଉ ମୁଁ ଜାଣିଛି ମୋର ପ୍ରିୟ ଭାଇମାନେ- ଭଉଣୀମାନେ, ଆମର ଏଠାରେ ଇତିହାସ ସାକ୍ଷୀ ରହିଛି ଯଦି କେହି ତୃଷାର୍ତକୁ ଲୋଟା ଭରି ଜଳ ଦେଇ ଦିଅନ୍ତି ଜଳ ପିଇବାକୁ ଦିଅନ୍ତି, ତେବେ ସେହି ବ୍ୟକ୍ତି ସାରା ଜୀବନ କେବେ ସେହି ଋଣକୁ ଭୁଲି ନଥାଏ, ସାରା ଜୀବନ ସେହି ଲୋକକୁ ଭୁଲି ନଥାଏ ଆଉ ଆଜି ଲକ୍ଷ- ଲକ୍ଷ କୃଷକଙ୍କ ତୃଷାର୍ତ କ୍ଷେତ ଯେତେବେଳେ ପାଣି ପାଇବ ମୋର ଦୃଢ଼ ବିଶ୍ୱାସ ଯେ ଆପଣଙ୍କ ଆଶୀର୍ବାଦ ଆମକୁ ସାରା ଜୀବନ କାର୍ଯ୍ୟ କରିବାର ଶକ୍ତି ଦେବ ଆପଣଙ୍କ ଆଶୀର୍ବାଦ ଆମକୁ ନୂତନ ଉର୍ଜ୍ଜା ଦେବ

ଭାଇମାନେ- ଭଉଣୀମାନେ,

ଆଜି ମୁଁ ଏହା ମଧ୍ୟ କହିବାକୁ ଚାହିଁବି, ବିଶେଷ ଭାବେ ସେହି କୃଷକମାନଙ୍କୁ, ଯେଉଁମାନଙ୍କ ପାଖରେ ହେକ୍ଟରରୁ କମ୍ ଜମି ରହିଛି, ସେମାନଙ୍କ ପାଇଁ ଜଳସେଚନର ଏହି ବ୍ୟବସ୍ଥା ଜୀବନକୁ ବଦଳାଇ ଦେବାଭଳି ହୋଇଥାଏ ଯେପରି କୌଣସି ବ୍ୟକ୍ତି ମୃତ୍ୟୁ ଶଯ୍ୟାରେ ପଡ଼ି ରହିଛି, ତାକୁ ରକ୍ତର ଆବଶ୍ୟକତା ଅଛି, ଲହୁର ଆବଶ୍ୟକତା ଅଛି, ରକ୍ତର ଆବଶ୍ୟକତା ହେଉ ଏବଂ ଯେମିତି ଡାକ୍ତର ରକ୍ତ ଆଣି ତାକୁ ଦେଇ ଦେଲେ ତାହାର ଜୀବନ ବଂଚି ଯାଇଥାଏ ଏହି ସମଗ୍ର ଅଂଚଳର କ୍ଷେତକୁ ଏହିଭଳି ହିଁ ନୂତନ ଜୀବନ ମିଳିବାକୁ ଯାଉଛି

ସାଥୀଗଣ,

ବଳରାମପୁରର ମସୁର ଡାଲିର ସ୍ୱାଦ ଯାହା ବିଗତ ବର୍ଷମାନଙ୍କରେ ସାରା ଦେଶରେ ବ୍ୟାପୀଥିଲା ଏବେ ପାରମ୍ପରିକ ଫସଲ ସହିତ ଏହି ଅଂଚଳର କୃଷକ, ଅଧିକ ମୂଲ୍ୟ ଦେବାଭଳି, ଅଧିକ ଆୟ ଦେବାଭଳି ଅନ୍ୟାନ୍ୟ ଫସଲକୁ ବ୍ୟାପକ ଭାବେ ଚାଷ କରି ପାରିବ

ସାଥୀଗଣ,

ସାର୍ବଜନିକ ଜୀବନରେ ମୋତେ ଏକ ଦୀର୍ଘ ସମୟ ଧରି କାର୍ଯ୍ୟ କରିବାର ସୌଭାଗ୍ୟ ମିଳିଛି ମୁଁ, ପୂର୍ବର କେତେ ସରକାରଙ୍କୁ ଦେଖିଛି, ସେମାନଙ୍କର କାର୍ଯ୍ୟଶୈଳୀକୁ ମଧ୍ୟ ଦେଖିଛି ଏହି ଦୀର୍ଘ ସମୟ ମଧ୍ୟରେ ମୋତେ ସବୁଠାରୁ ଅଧିକ ଖରାପ ଲାଗିଛି, ଯାହା ମୋତେ ସବୁଠାରୁ ଅଧିକ କଷ୍ଟ ଦେଇଛି ତାହା ହେଉଛି ଦେଶର ଧନ, ଦେଶର ସମୟ ଆଉ ଦେଶର ସଂସାଧନଗୁଡ଼ିକର ଦୁରୁପଯୋଗ, ତାହାର ଅପମାନ ସରକାରୀ ଧନ ତେଣୁ ମୋର ଅଛି, ଏହା ହେଉଛି ସରକାରୀ ଏହି ଚିନ୍ତାଧାରା ଦେଶର ସନ୍ତୁଳିତ ଏବଂ ସଂମ୍ପୂର୍ଣ୍ଣ ବିକାଶରେ ସବୁଠାରୁ ବଡ଼ ପ୍ରତିବନ୍ଧକ ପାଲଟି ଯାଇଛି ଏଭଳି ଚିନ୍ତାଧାରା ସରଜୁ କେନାଲ ପ୍ରକଳ୍ପକୁ ମଧ୍ୟ ଝୁଲାଇ ରଖିଲା, ଭ୍ରମିତ କରି ରଖିଲା ମଧ୍ୟ ଆଜିଠାରୁ ପ୍ରାୟ 50 ବର୍ଷ ପୂର୍ବେ ଏହା ଉପରେ କାର୍ଯ୍ୟ ଆରମ୍ଭ ହୋଇଥିଲା ଆପଣ ଚିନ୍ତା କରନ୍ତୁ 50 ବର୍ଷ ପରେ ଆଜି ଏହାର କାର୍ଯ୍ୟ ସମ୍ପୂର୍ଣ୍ଣ ହେଉଛି ଯେତେବେଳେ ଏହି ପ୍ରକଳ୍ପର କାର୍ଯ୍ୟ ଆରମ୍ଭ ହୋଇଥିଲା ଏହା କେବଳ ଏଠାକାର ନାଗରିକ ନୁହେଁ, ଦେଶର ନାଗରିକମାନେ ମଧ୍ୟ ଏହି କଥାକୁ ବୁଝନ୍ତୁ, ହିନ୍ଦୁସ୍ତାନର ପ୍ରତ୍ୟେକ ନାଗରିକ ବୁଝନ୍ତୁ, ହିନ୍ଦୁସ୍ତାନର ମୋର ଯୁବକମାନେ ବୁଝନ୍ତୁ, ଯେଉଁମାନେ ନିଜର ଉଜ୍ଜ୍ୱଳ ଭବିଷ୍ୟତର କାମନା କରୁଛନ୍ତି ସେମାନେ ତଥା ମୋ ଦେଶର ପ୍ରତ୍ୟେକ ଯୁବକମାନେ ବୁଝନ୍ତୁ

ସାଥୀଗଣ,

ଯେତେବେଳେ ଏହି ପ୍ରକଳ୍ପର କାର୍ଯ୍ୟ ଆରମ୍ଭ ହୋଇଥିଲା, ସେତେବେଳେ ଏହାର ବ୍ୟୟ ଅଟକଳ 100 କୋଟି ଟଙ୍କାରୁ ମଧ୍ୟ କମ୍ ଥିଲା ଟିକେ ଆପଣମାନେ କହିବେ, କେତେ ବ୍ୟୟ ଅଟକଳ ଥିଲା ସେ ସମୟରେ ଯେତେବେଳେ ଏହାର ଶୁଭାରମ୍ଭ ହୋଇଥିଲା- 100 କୋଟି, କେତେ ଥିଲା- 100 କୋଟି, କେତେ ଥିଲା- 100 କୋଟି ଆଉ ଆଜି କେଉଁଠି ପହଂଚିଛି ଜଣାଅଛି ଆଜି ଏହା ପ୍ରାୟ 10 ହଜାର କୋଟି ଟଙ୍କ ଖର୍ଚ୍ଚ କରିବା ପରେ ସମ୍ପୂର୍ଣ୍ଣ ହୋଇଛି 10 ହଜାର କୋଟି, କେତେ- 10 ହଜାର କୋଟି, କେତେ- 10 ହଜାର କୋଟି ପ୍ରଥମେ ଥିଲା 100 କୋଟିରେ ଆଜି ହେଲା 10 ହଜାର କୋଟିରେ ଏହି ଅର୍ଥ କାହାର ଥିଲା ଭାଇମାନେ, ଏହି ଅର୍ଥ କାହାର ଥିଲା, ଏହି ଧନ କାହାର ଥିଲା, ଆପଣ ମାନଙ୍କର ଥିଲା ନା ନଥିଲା? ଏହାର ମାଲିକ ଆପଣ ଥିଲେ ନା ନଥିଲେ? ଆପଣମାନଙ୍କର ପରିଶ୍ରମର ଗୋଟିଏ- ଗୋଟିଏ ଟଙ୍କା ଉପଯୁକ୍ତ ସମୟରେ ସଠିକ କାର୍ଯ୍ୟରେ ବିନିଯୋଗ ହେବାର ଥିଲା ନା, ହେବାର ଥିଲା? ଯେଉଁମାନେ ଏହା କରି ନାହାନ୍ତି ସେମାନ ଆପଣମାନଙ୍କ ନିକଟରେ ଦୋଷୀ ନା ନାହିଁ? ଆପଣମାନଙ୍କର ଦୋଷୀ ନା ନାହିଁ? ଏଭଳି ଲୋକମାନଙ୍କୁ ଆପଣ ଦଣ୍ଡ ଦେବେ ନା ଦେବେ ନାହିଁ? ନିଶ୍ଚିତ ଦେବେ?

ମୋର ପ୍ରିୟ ଭାଇମାନେ- ଭଉଣୀମାନେ,

ପୂର୍ବର ସରକାରମାନଙ୍କର ଉଦାସିନତାର 100 ଗୁଣ ମୂଲ୍ୟ ଏହି ଦେଶକୁ ଦେବାକୁ ପଡଛି ଆମର ଏହି ଅଂଚଳର ଲକ୍ଷ- ଲକ୍ଷ କୃଷକମାନଙ୍କୁ ଯଦି ଜଳ ସେଚନ ପାଇଁ ଏହି ପାଣି, ଯଦି କୋଡିଏ ବର୍ଷ- ତିରିଶ ପୂର୍ବେ ମିଳିଥାନ୍ତା, ଆପଣ କଳ୍ପନା କରି ପାରୁ ଥିବେ ଯଦି ମୋ କୃଷକଙ୍କ ପାଖରେ ପାଣି ଥାଆନ୍ତା, ବିଗତ 25- 30 ବର୍ଷରେ ପାଣି ପହଂଚିଥାନ୍ତା, ତେବେ ସେମାନେ ସୁନାର ଫସଲ ଫଳାଇ ଥାଆନ୍ତେ ନା ନାହିଁ? ଦେଶର ରାଜକୋଷ ଭରି ଦେଇ ଥାଆନ୍ତେ ନା ନାହିଁ? ନିଜ ପିଲାଙ୍କ ଶିକ୍ଷା- ଦୀକ୍ଷା ଭଲ ଭାବେ କରିପାରି ଥାଆନ୍ତେ ନା କରିପାରି ଥାନ୍ତେ

ଭାଇ ଭଉଣୀମାନେ,

ଦଶକ- ଦଶକ ଧରି ଏହି ବିଳମ୍ବ ଯୋଗୁଁ, ମୋର ଏଠାକାର କୃଷକ ଭାଇମାନଙ୍କର- ଭଉଣୀମାନଙ୍କର ଶହ- ଶହ ହଜାର- ହଜାର କୋଟି ଟଙ୍କାର କ୍ଷତି ହୋଇଛି

ତେବେ ସାଥୀଗଣ,

ଯେତେବେଳେ ଆଜି ମୁଁ ଦିଲ୍ଲୀରୁ ବାହାରିଲି, ସେତେବେଳେ ମୁଁ ସକାଳୁ ସକାଳୁ ପ୍ରତୀକ୍ଷାରେ ଥିଲି ଯେ, କେହି ଆସବେ, କହିବେ ଯେ ମୋଦୀ ମହାଶୟ ଏହି ଯୋଜନାର ଫିତା ଆମେ କାଟିଥିଲୁ, ଏହି ଯୋଜନା , ଆମେ ଆରମ୍ଭ କରିଥିଲୁ କିଛି ଲୋକ ଅଛନ୍ତି ଯେଉଁମାନଙ୍କର ଅଭ୍ୟାସ ରହିଛି ଏଭଳି କହିବା ପାଇଁ ହୋଇପାରେ, ପିଲାଦିନେ ଏହି ଯୋଜନାର ଫିତା ମଧ୍ୟ ସେ ହିଁ କାଟିଥିବେ

ସାଥୀଗଣ,

କିଛି ଲୋକଙ୍କର ପ୍ରାଥମିକତା ଫିତା କାଟିବାରେ ଅଛି, ଆମ ଭଳି ଲୋକମାନଙ୍କର ପ୍ରାଥମିକତା, ଯୋଜନାଗୁଡିକୁ ସମୟ ମଧ୍ୟରେ ସମ୍ପୂର୍ଣ୍ଣ କରିବାରେ ଅଛି 2014ରେ ଯେତେବେଳେ ମୁଁ ସରକାରକୁ ଆସିଥିଲି, ତେବେ ସେତେବେଳେ ଏହା ଦେଖି ମୁଁ ଆଶ୍ଚର୍ଯ୍ୟଚକିତ ରହି ଯାଇଥିଲି ଯେ ଦେଶରେ 99ଟି ବୃହତ ପ୍ରକଳ୍ପ ରହିଛି ଯେଉଁଗୁଡ଼ିକ ଦେଶର ଭିନ୍ନ- ଭିନ୍ନ କୋଣ ଅନୁକୋଣରେ ଦଶକ ଦଶକ ଧରି ଅଧା ପନ୍ତରିଆ ହୋଇ ପଡ଼ି ରହିଛି ଆମେ ଦେଖିଲୁ ଯେ ସରଜୁ କେନାଲ ପ୍ରକଳ୍ପରେ କେତେଗୁଡ଼ିଏ ସ୍ଥାନରେ କେନାଲଗୁଡ଼ିକ ପରସ୍ପର ମଧ୍ୟରେ ଯୋଡ଼ି ହୋଇ ନଥିଲା, ପାଣି ସର୍ବଶେଷ ସ୍ଥାନ ପର୍ଯ୍ୟନ୍ତ ପହଂଚାଇବାର ବ୍ୟବସ୍ଥା ହିଁ ନଥିଲା ସରଜୁ କେନାଲ ପ୍ରକଳ୍ପରେ ଯେତିକି କାର୍ଯ୍ୟ 5 ଦଶକରେ ହୋଇ ପାରି ନଥିଲା, ତାହାଠାରୁ ଅଧିକ କାର୍ଯ୍ୟ ଆମେ ପୂର୍ବ 5 ବର୍ଷ ଅପେକ୍ଷା କରି ଦେଖାଇଛୁ ସାଥୀଗଣ, ଏହା ହିଁ ହେଉଛି ଡବଲ ଇଂଜିନ ସରକାର, ଏହା ହେଉଛି ଡବଲ ଇଂଜିନ ସରକାରଙ୍କ କାର୍ଯ୍ୟ କରିବାର ଗତି ଆଉ ଆପଣମାନେ ମନେ ରଖନ୍ତୁ, ଯୋଗୀ ମହାଶୟ ଆସିବା ପରେ ଆମେ ବାଣ ସାଗର ପ୍ରକଳ୍ପର ଲୋକାର୍ପଣ କଲୁ କିଛି ଦିନ ପୂର୍ବେ ହିଁ ଅର୍ଜୁନ ସହକାରୀ କେନାଲ ପ୍ରକଳ୍ପର ଲୋକାର୍ପଣ କରାଗଲା ଚଳିତ ସପ୍ତାହରେ ଗୋରଖପୁରରେ ଯେଉଁ ସାର କାରଖାନା ଏବଂ ଏମ୍ସର ଲୋକାର୍ପଣ କରାଗଲା, ତାହାକୁ ମଧ୍ୟ ଆପଣମାନେ ବର୍ଷ- ବର୍ଷ ଧରି ପ୍ରତୀକ୍ଷା କରି ରହିଥିଲେ କୁଶୀନଗର ଅନ୍ତର୍ଜାତୀୟ ବିମାନବନ୍ଦର ଫାଇଲ ମଧ୍ୟ ବର୍ଷ- ବର୍ଷ ଧରି ଚାଲି ରହିଥିଲା କିନ୍ତୁ ଏହି ବିମାନବନ୍ଦରର ଶୁଭାରମ୍ଭ କରିବାର କାର୍ଯ୍ୟ ଡବଲ ଇଂଜିନ ସରକାର ହିଁ କରିଛନ୍ତି

ସାଥୀଗଣ,

ଆମ ସରକାର କିଭଳି ଭାବେ ବର୍ଷ- ବର୍ଷ ଧରି ରହି ଆସିଥିବା ପୁରୁଣା ସ୍ୱପ୍ନକୁ ସାକାର କରୁଛନ୍ତି, ଏହାର ଆଉ ଏକ ଉଦାହରଣ ମଧ୍ୟ ହେଉଛି କେନ- ବେତୱା ପ୍ରକଳ୍ପ ବର୍ଷ- ବର୍ଷ ଧରି ଏହି ପ୍ରକଳ୍ପ ପାଇଁ ଦାବୀ ହେଉଥିଲା ଏବେ ଦୁଇ-ତିନି ଦିନ ପୂର୍ବେ ହିଁ କ୍ୟାବିନେଟ ଏହି ପ୍ରକଳ୍ପକୁ ମଞ୍ଜୁରୀ ଦେଇ ଦେଇଛି ଏବଂ ଏହା ଉପରେ 45 ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ ଏହା ଉତର ପ୍ରଦେଶକୁ ଏତେ ବଡ଼ ଉପହାର ଭାବେ ମିଳୁଛି, 45 ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ ଏହି ପ୍ରକଳ୍ପ ବୁନ୍ଦେଲଖଣ୍ଡକୁ ଜଳ ସଙ୍କଟରୁ ମୁକ୍ତି ଦେବାରେ ବଡ଼ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇବ

ଭାଇ ଭଉଣୀମାନେ,

ଆଜି ଦେଶରେ ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ଏଭଳି ସରକାର ଅଛି, ଯିଏକି ଛୋଟ ଚାଷୀମାନଙ୍କର ସମସ୍ୟାର ସମାଧାନ କରୁଛି ପ୍ରଥମ ଥର ପାଇଁ 2 ହେକ୍ଟରରୁ କମ୍ ଜମି ଥିବା ଛୋଟ- ଛୋଟ କୃଷକମାନଙ୍କୁ ସରକାରୀ ଲାଭ ଦ୍ୱାରା, ସରକାରୀ ସୁବିଧା ସହିତ ସାମିଲ କରାଯାଇଛି ବିହନ ଠାରୁ ନେଇ ବଜାର ପର୍ଯ୍ୟନ୍ତ, କ୍ଷେତ ଠାରୁ ନେଇ ଖଳା (ଅମଳ ସ୍ଥାନ) ପର୍ଯ୍ୟନ୍ତ, ସେମାନଙ୍କୁ ପ୍ରତ୍ୟେକ ପ୍ରକାରର ସହାୟତା ଦିଆ ଯାଉଛି ଏହି କ୍ଷୁଦ୍ର ଚାଷୀମାନଙ୍କୁ ବ୍ୟାଙ୍କ ଖାତା ମାଧ୍ୟମରେ ପିଏମ କିଷାନ ସମ୍ମାନ ନିଧିର ହଜାର- ହଜାର କୋଟି ଟଙ୍କା ସିଧାସଳଖ ପଠାଯାଉଛି ସେମାନଙ୍କର ଆୟ ବୃଦ୍ଧି ପାଇଁ ସେମାନଙ୍କୁ ଚାଷବାସ ସହିତ ଜଡ଼ିତ ଅନ୍ୟ ବିକଳ୍ପ ପାଇଁ ମଧ୍ୟ ପ୍ରେରଣା ଦିଆ ଯାଉଛି ଏଭଳି ବିକଳ୍ପ ଯେଉଁଥିରେ ବହୁତ ବଡ଼ ଜମିର ସେତେ ଆବଶ୍ୟକତା ପଡ଼ୁନାହିଁ, ସେମାନଙ୍କୁ ଏହାର ପଥ ପ୍ରଦର୍ଶନ କରାଯାଉଛି ଏହି ଚିନ୍ତାଧାରା ସହିତ, ପଶୁପାଳନ ହେଉ, ମହୁମାଛି ପାଳନ ହେଉ, ଅବା ପୁଣି ମାଛଚାଷ, ଏଥିପାଇଁ ରାଷ୍ଟ୍ରୀୟ ସ୍ତରରେ ନୂତନ ଯୋଜନାମାନ ଆରମ୍ଭ କରାଯାଇଛି ଆଜି ଭାରତ ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ବିଶ୍ୱରେ ଅଗ୍ରଣୀ ରାଷ୍ଟ୍ର ହୋଇ ପାରିଛି, କିନ୍ତୁ, ଆପଣମାନେ ଜାଣି ଖୁସି ହେବେ ଆଜି ଆମେ ମହୁ, ମହୁ ରପ୍ତାନୀ କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛୁ ଆମ ସରକାରଙ୍କ ପ୍ରୟାସ ଦ୍ୱାରା ବିଗତ ସାତ ବର୍ଷରେ ମହୁ ରପ୍ତାନୀ ବୃଦ୍ଧି ପାଇ, ପାଖାପାଖି ଦୁଇ ଗୁଣା ହୋଇ ଯାଇଛି ଆଉ ଏଥିରେ କୃଷକମାନଙ୍କର 700 କୋଟିରୁ ଅଧିକ ଟଙ୍କା ଆୟ ହୋଇଛି

ଭାଇ ଭଉଣୀମାନେ,

କୃଷକମାନଙ୍କର ଆୟ ବୃଦ୍ଧି କରିବାର ଆଉ ଏକ ବିକଳ୍ପ ମଧ୍ୟ ହେଉଛି ବାୟୋ ଫୁଏଲ ବା ଜୈବ ଇନ୍ଧନ ଆମେ ଉପସାଗରୀୟ ଦେଶର ତେଲ ଦ୍ୱାରା ଚାଲୁଥିଲୁ ଏବେ ଆମେ ଝାଡ଼ିର ତେଲ ମଧ୍ୟ ନେଇକରି ଆସୁଛୁ ଜୈବ ଇନ୍ଧନର ଅନେକଗୁଡ଼ିଏ କାରଖାନା ୟୁପିରେ ନିର୍ମାଣ କରାଯାଉଛି ବଦାୟୁଁ ଏବଂ ଗୋରଖପୁରରେ ଜୈବ ଇନ୍ଧନର ବଡ଼ ପରିସର ନିର୍ମାଣ କରାଯାଉଛି ଏଠାରେ ନିକଟରେ, ଗୋଡ଼ାରେ ମଧ୍ୟ ଇଥେନଲର ଏକ ବଡ଼ ପ୍ଲାଂଟ ନିର୍ମାଣ ହେଉଛି ଏହାର ଲାଭ ଏହି ଅଂଚଳର ଅନେକ କୃଷକଙ୍କୁ ହେବ ଆଖୁରୁ ଇଥେନଲ ପ୍ରସ୍ତୁତି ଅଭିଯାନରେ ମଧ୍ୟ ୟୁପି ଅଗ୍ରଣୀ ଭୂମିକା ନେଇ ଆଡ଼କୁ ବଢ଼ୁଛି ବିଗତ ସାଢ଼େ 4 ବର୍ଷରେ ପ୍ରାୟ 12 ହଜାର କୋଟି ଟଙ୍କାର ଇଥେନଲ ୟୁପିରୁ କ୍ରୟ କରାଯାଇଛି ଯୋଗୀ ମହାଶୟଙ୍କ ସରକାର ଯେବେଠାରୁ ଆସିଛନ୍ତି, ସେବେଠାରୁ ଆଖୁର ପ୍ରାପ୍ୟ ପାଇବାରେ ମଧ୍ୟ ବହୁତ ଗତି ଆସିଛି ଗୋଟିଏ ସମୟ ଥିଲା 2017 ପୂର୍ବରୁ ଯେତେବେଳେ ଆଖୁ ଚାଷୀ, ବର୍ଷ- ବର୍ଷ ଧରି ବଳକା ଟଙ୍କା ପାଇବା ପାଇଁ ଅପେକ୍ଷା କରି ରହୁଥିଲେ ବିଗତ ସରକାର ମାନଙ୍କ ସମୟରେ ଯେଉଁଠି 20 ରୁ ଅଧିକ ଚିନିକଳ ଗୁଡ଼ିକରେ ତାଲା ପଡ଼ିଗଲା, ସେଠାରେ ଯୋଗୀ ମହାଶୟଙ୍କ ସରକାର ସେତିକି ହିଁ ଚିନିକଳର ସଂପ୍ରସାରଣ ଏବଂ ଆଧୁନିକୀକରଣ କରିଛନ୍ତି ମୁଁ ଆଜି ବଳରାମପୁରରୁ, ସମଗ୍ର ଦେଶର କୃଷକମାନଙ୍କୁ ଏକ ବିଶେଷ ନିମନ୍ତ୍ରଣ ମଧ୍ୟ ଦେବାକୁ ଚାହୁଁଛି ଆଉ ମୁଁ ଚାହିଁବି କେବଳ ଉତର ପ୍ରଦେଶର ନୁହେଁ, ସମଗ୍ର ଦେଶର କୃଷକ ମୋର ଏହି ନିମନ୍ତ୍ରଣକୁ ସ୍ୱୀକାର କରନ୍ତୁ, ଆଉ ମୋ ସହିତ ଯୋଡ଼ି ହୁଅନ୍ତୁ ମୋର ନିମନ୍ତ୍ରଣ ହେଉଛି କେଉଁ କଥା ପାଇଁ? ଏହି ମାସରେ 5 ଦିନ ପରେ 16 ତାରିଖରେ, 16 ଡିସେମ୍ବରରେ ସରକାର, ପ୍ରାକୃତିକ କୃଷି ଉପରେ, ନାଚୁରାଲ ଫାର୍ମିଂ ଉପରେ ଏକ ବହୁତ ବଡ଼ ଆୟୋଜନ କରିବାକୁ ଯାଉଛନ୍ତି ଆମର ପଦ୍ମ ପୁରସ୍କାର ବିଜେତା ମହାରାଷ୍ଟ୍ରର ସୁଭାଷ ମହାଶୟ କରୁଛନ୍ତି, ସେ ଶୂନ୍ୟ ବଜେଟ(ଜିରୋ) କୃଷିର ଏକ ବିଚାର ଧାରା ବିକଶିତ କରିଛନ୍ତି ଏହା ହେଉଛି ସେହି ପ୍ରାକୃତିକ କୃଷି ସଂପର୍କୀତ ବିଷୟ, ଏହାଦ୍ୱାରା ଆମର ଧରଣୀ ମାଆ ମଧ୍ୟ ସୁରକ୍ଷିତ ରହିଥାଏ, ଆମର ପାଣି ମଧ୍ୟ ସଂଚୟ ହୋଇଥାଏ ଆଉ ଫସଲ ମଧ୍ୟ ପୂର୍ବାପେକ୍ଷା ଭଲ ଭାବେ ଏବଂ ଅଧିକ ପରିମାଣରେ ହୋଇଥାଏ ମୋର ଆପଣ ସମସ୍ତ କୃଷକ ସାଥୀମାନଙ୍କୁ, ସାରା ଦେଶର କୃଷକ ସାଥୀମାନଙ୍କୁ ଅନୁରୋଧ ଯେ ଆପଣ 16 ଡିସେମ୍ବରରେ ଟିଭି ମାଧ୍ୟମରେ ଅବା କୃଷି ବିଜ୍ଞାନ କେନ୍ଦ୍ର ମାଧ୍ୟମରେ ନିଶ୍ଚିତ ଏହି କାର୍ଯ୍ୟକ୍ରମ ସହିତ ସାମିଲ ହୁଅନ୍ତୁ ଆପଣ ସମସ୍ତ କଥା ବୁଝି ପାରିବେ, ମୋର ସମ୍ପୂର୍ଣ୍ଣ ବିଶ୍ୱାସ ରହିଛି ଆପଣ ତାହାକୁ ନିଜ କୃଷିକ୍ଷେତରେ ଲାଗୁ କରିବେ ଏହା ଆପଣମାନଙ୍କ ପାଇଁ ବହୁତ ଲାଭଦାୟକ ହେବ

ସାଥୀଗଣ,

ଆପଣମାନଙ୍କର ପ୍ରତ୍ୟେକ ଆବଶ୍ୟକତାକୁ ଦୃଷ୍ଟିରେ ରଖି, ଆପଣମାନଙ୍କ ଜୀବନକୁ ସହଜ କରିବା ପାଇଁ ଆମେ ଦିନ-ରାତି ପରିଶ୍ରମ କରୁଛୁ ଏହାର ଛାପ ଆପଣମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ନିର୍ମାଣ ହେଉଥିବା ଗରିବଙ୍କ ପକ୍କା ଘରେ ମଧ୍ୟ ଦେଖିବାକୁ ମିଳୁଥିବ ପିଏମ ଆବାସ ଅଧୀନରେ ମିଳୁଥିବା ଘରଗୁଡ଼ିକରେ, ଇଜ୍ଜତ ଘର ଅର୍ଥାତ ଶୌଚାଳୟ ରହିଛି, ଉଜ୍ଜ୍ୱଳା ଗ୍ୟାସ ରହିଛି, ସୌଭାଗ୍ୟ ଯୋଜନାର ବିଜୁଳି ସଂଯୋଗ ରହିଛି, ଉଜାଲାର ଏଲଇଡ଼ି ବଲବ୍ ଅଛି, ହର ଘର ଜଲ ଯୋଜନା ଅଧୀନରେ ମିଳୁଥିବା ଜଳ ସଂଯୋଗ ମଧ୍ୟ ରହିଛି ଆଉ ମୁଁ ସେତେବେଳେ ଖୁସି ହେବି କାରଣ ମୁଁ ଏହି ଅଂଚଳକୁ ଗସ୍ତ କରି ସାରିଛି, ମୋତେ ଜଣାଅଛି ଯେତେବେଳେ ଏଠାରେ ମୋର ଥାରୁ ଜନଜାତିର ଭାଇ-ଭଉଣୀମାନଙ୍କୁ ମଧ୍ୟ ଏହି ଯୋଜନାଗୁଡ଼ିକର ଲାଭ ମିଳୁଛି, ତେବେ ଆମକୁ ମଧ୍ୟ ଖୁସି ଅଧିକ ଭାବେ ହେଉଛି ଆଉ ଆମକୁ ଅଧିକ ମାତ୍ରାରେ ଆଶୀର୍ବାଦ ମଧ୍ୟ ମିଳିଥାଏ

ସାଥୀଗଣ,

ଆମର ଏଠାରେ ଶତାବ୍ଦି- ଶତାବ୍ଦି ଧରି ଗୋଟିଏ ପଦ୍ଧତି- କୌଶଳ ଚାଲିଆସୁ ଥିଲା ଯେ ଘର ହେବ, ମୋର ମାଆ- ଭଉଣୀମାନେ ମୋ କଥା ନିଶ୍ଚିତ ବୁଝିବେ ଆଉ ମୋର ପୁରୁଷ ଭାଇ ମଧ୍ୟ ନିଜ ଘରେ କୁହନ୍ତୁ ଆମର ଏଠାରେ ଏକ ମାନ୍ୟତା ରହିଆସିଥିଲା, ପରମ୍ପରା ଚାଲିଆସୁଥିଲା, ବ୍ୟବସ୍ଥା ରହିଆସିଥିଲା ତାହା , ଘର ହେବ ତେବେ ପୁରୁଷଙ୍କ ନାମରେ, ଦୋକାନ ହେବ, ତେବେ ପୁରୁଷଙ୍କ ନାମରେ, ଗାଡି କିଣା ହେବ, ତେବେ ପୁରୁଷଙ୍କ ନାମରେ, କ୍ଷେତ ଥିବ, ତେବେ ପୁରୁଷଙ୍କ ନାମରେ ମହିଳାଙ୍କ ନାମରେ କିଛି ମଧ୍ୟ ନାହିଁ, କିଛି ରହିଥାଏ କି ମହିଳାଙ୍କ ନାମରେ? ଥାଏ ନା ମୁଁ ଆପଣମାନଙ୍କର କଷ୍ଟକୁ ଜାଣିଛି ବାରମ୍ବାର ମାଆମାନେ- ଭଉଣୀମାନେ କଥା କହୁଥିଲେ, ଆଉ ଏଥିପାଇଁ ଆମେ କଲୁ? ମୁଁ ଖୁସି ଯେ ଆମେ କଲୁ ପିଏମ ଆବାସ ଯୋଜନା ଅଧୀନରେ ଯେଉଁ ଘର ନିର୍ମାଣ ହେଉଛି ନା ସେଥିରେ ଅଧିକାଂଶ ଘରର ମାଲିକାନା ଅଧିକାର ଆମେ ଆମର ମାଆ- ଭଉଣୀଝିଅମାନଙ୍କୁ ଦେଇଦେଲୁ ଏହି କାରଣରୁ ଦେଶରେ ଏଭଳି ଭଉଣୀମାନଙ୍କର ସଂଖ୍ୟାରେ ବହୁତ ଅଧିକ ବୃଦ୍ଧି ହୋଇଛି, ଯେଉଁମାନଙ୍କର ନିଜ ନାମରେ ଅତି କମରେ ଗୋଟିଏ ସମ୍ପତି ଅଛି ଡବଲ ଇଂଜିନର ସରକାରଙ୍କ ପ୍ରୟାସରେ ୟୁପିର ୩୦ ଲକ୍ଷରୁ ଅଧିକ ଗରିବ ପରିବାରଙ୍କୁ ପକ୍କା ଘର ମିଳି ସାରିଛି ଆଗାମୀ ଦିନରେ, ଆହୁରି ମଧ୍ୟ ଅଧିକ ନୂଆ ଘର ନିର୍ମାଣ ପାଇଁ ଏବେ ଆମ ସରକାର 2 ଲକ୍ଷ କୋଟି ଟଙ୍କାରୁ ଅଧିକ ଅର୍ଥ ବ୍ୟବସ୍ଥା କରିଛନ୍ତି ଅର୍ଥାତ ଯେଉଁମାନଙ୍କୁ ପର୍ଯ୍ୟନ୍ତ ପକ୍କା ଘର ମିଳି ନାହିଁ, ସେମାନଙ୍କୁ ଆଗାମୀ ସମୟରେ ମଧ୍ୟ ନିଶ୍ଚୟ ମିଳିବ

ସାଥୀଗଣ,

ଯେତେବେଳେ ସରକାର ସମ୍ବେଦନଶୀଳ ହୋଇ ଥାଆନ୍ତି, ଗରିବଙ୍କ କଥା ଶୁଣି ଥାଆନ୍ତି, ସେମାନଙ୍କ ଦୁଃଖ-କଷ୍ଟ ବୁଝି ଥାଆନ୍ତି, ସେତେବେଳେ ନିଶ୍ଚିତ ପ୍ରଭେଦ ଆସିଥାଏ ଫରକ ଆସିଥାଏ ନା ଆସି ନଥାଏ- ଆସିଥାଏ, ଫରକ ଆସିଥାଏ ନା ଆସି ନଥାଏ- ଆସିଥାଏ ଏବେ ଦେଶ, ଶହେ ବର୍ଷରେ ଆସିଥିବା ସବୁଠାରୁ ବଡ଼ ମହାମାରୀ ସହିତ ଲଢ଼ୁଛି କରୋନା ଆସିବା ପରେ, ଯେ କେହି ଏହା ଚିନ୍ତା କରୁଥିଲେ ହେବ, କିପରି ହେବ ପ୍ରତ୍ୟେକ ଲୋକ କରୋନା ଯୋଗୁଁ  କମ୍-ଅଧିକ ପରିମାଣରେ କଷ୍ଟ ସହିଛନ୍ତି

କିନ୍ତୁ ସାଥୀଗଣ, ଏହି କରୋନା ସମୟରେ ଆମେ ସମ୍ପୂର୍ଣ୍ଣ ସଚ୍ଚୋଟତାର ସହିତ ପ୍ରୟାସ କରିଛୁ ଯେ, କୌଣସି ଗରିବ ଭୋକରେ ଶୁଅନ୍ତୁ ନାହିଁ ଏବେ ଏଥି ପାଇଁ ପିଏମ୍ ଗରିବ କଲ୍ୟାଣ ଅନ୍ନ ଯୋଜନା ଅଧୀନରେ ମିଳୁଥିବା ମାଗଣା ରାସନ ଅଭିଯାନକୁହୋଲି ଆଗକୁ ବଢାଇ ଦିଆଯାଇଛି ଗରିବଙ୍କୁ ମାଗଣା ରାସନ ଉପରେ ସରକାର 2 ଲକ୍ଷ 60 ହଜାର କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି

ଭାଇ ଭଉଣୀମାନେ,

ପୂର୍ବରୁ ଯେଉଁମାନେ ସରକାରରେ ଥିଲେ- ଆପଣମାନେ ଜାଣିଛନ୍ତି ନା, ଭଲ ଭାବେ ଜାଣିଛନ୍ତି ନା, ପୂର୍ବରୁ ଯେଉଁମାନେ ସରକାରରେ ଥିଲେ, ସେମାନେ ମାଫିଆକୁ ବା ଗୁଣ୍ଡାରାଜକୁ ସୁରକ୍ଷା ଦେଉଥିଲେ ଆଜି ଯୋଗୀ ମହାଶୟଙ୍କ ସରକାର, ମାଫିଆମାନଙ୍କୁ ସାଫ୍ କରିବାରେ ଲାଗି ପଡ଼ିଛନ୍ତି ତେଣୁ , ୟୁପିର ଲୋକମାନେ କହୁଛନ୍ତି- ଫରକ ସ୍ପଷ୍ଟ ଜଣା ପଡ଼ୁଛି ପୂର୍ବରୁ ଯେଉଁମାନେ ସରକାରରେ ଥିଲେ- ସେମାନେ ବାହୁବଳିଙ୍କୁ ପ୍ରୋତ୍ସାହନ ପ୍ରଦାନ କରୁଥିଲେ ଆଜି ଯୋଗୀ ମହାଶୟଙ୍କ ସରକାର ଗରିବ, ଦଳିତ, ପଛୁଆ ଏବଂ ଆଦିବାସୀ, ସମସ୍ତଙ୍କୁ ସଶକ୍ତ କରିବାରେ ଲାଗି ପଡ଼ିଛନ୍ତି ତେଣୁ ୟୁପିର ଲୋକମାନେ କହୁଛନ୍ତି- ଫରକ ସ୍ପଷ୍ଟ ଜଣା ପଡ଼ୁଛି ପୂର୍ବରୁ ଯେଉଁମାନେ ସରକାରରେ ଥିଲେ, ସେମାନେ ଏଠାରେ ଜମି ଉପରେ ଅବୈଧ ଭାବେ ଜବର ଦଖଲ କରାଉଥିଲେ ଆଜି ଏଭଳି ମାଫିଆମାନଙ୍କ ଉପରେ ଜୋରିମାନା କରାଯାଉଛି, ବୁଲଡୋଜର ଚଳା ଯାଉଛି ତେଣୁ ୟୁପିର ଲୋକମାନେ କହୁଛନ୍ତି- ଫରକ ସ୍ପଷ୍ଟ ଜଣା ପଡ଼ୁଛି ପୂର୍ବରୁ ୟୁପିର ଝିଅମାନେ ଘରୁ ବାହାରିବା ପୂର୍ବରୁ 100 ଥର ଚିନ୍ତା କରିବା ପାଇଁ ବାଧ୍ୟ ହେଉଥିଲେ ଆଜି ଅପରାଧୀ ଭୁଲ କାର୍ଯ୍ୟ କରିବା ପୂର୍ବରୁ 100 ଥର ଚିନ୍ତା କରୁଛି ତେଣୁ , ୟୁପିର ଲୋକମାନେ କହୁଛନ୍ତି- ଫରକ ସ୍ପଷ୍ଟ ଜଣା ପଡ଼ୁଛି ପୂର୍ବରୁ ଝିଅମାନେ ଘରେ ଲୁଚିକରି ରହିବାକୁ ବାଧ୍ୟ ହେଉଥିଲେ, ଏବେ ୟୁପିର ଅପରାଧୀ ଜେଲରେ ଲୁଚି ରହୁଛନ୍ତି ତେଣୁ , ୟୁପିର ଲୋକମାନେ କହୁଛନ୍ତ - ଫରକ ସ୍ପଷ୍ଟ ଜଣା ପଡ଼ୁଛି

ସାଥୀଗଣ,

ଆଜି ମୁଁ ଆଉ ଏକ ଯୋଜନା ବିଷୟରେ ନିଶ୍ଚିତ କହିବାକୁ ଚାହୁଁଛି ଯାହା ୟୁପିର ଲୋକଙ୍କୁ ବହୁତ ସହାୟତା କରିବ ଆଉ ଏହି ଯୋଜନା ହେଉଛି ସ୍ୱାମିତ୍ୱ ଯୋଜନା ସ୍ୱାମିତ୍ୱ ଯୋଜନା ଅଧୀନରେ ଆଜି ଗାଁ-ଗାଁରେ ସମ୍ପତିର ମ୍ୟାପିଂ କରି, ଘରେ- ଘରେ, ଲୋକଙ୍କୁ ଘର ଏବଂ ଜମି- ଜମାର ମାଲିକାନା କାଗଜପତ୍ର ପ୍ରଦାନ କରାଯାଉଛି ଏହି ଅଭିଯାନ କିଛି ଦିନ ମଧ୍ୟରେ ୟୁପିର ପ୍ରତ୍ୟେକ ଗାଁରେ ପହଂଚିବାକୁ ଯାଉଛି ଏହାଦ୍ୱାରା ଆପଣମାନଙ୍କୁ ଅବୈଧ ଜବରଦଖଲ ଡରରୁ ମୁକ୍ତି ମିଳିବ ଏବଂ ବ୍ୟାଙ୍କରୁ ସହାୟତା ନେବାରେ ମଧ୍ୟ ଆପଣମାନଙ୍କୁ ସହଜ ହେବ ଏବେ ଗାଁର ଯୁବକମାନଙ୍କୁ ବ୍ୟାଙ୍କରୁ ନିଜ କାମ ପାଇଁ ଅର୍ଥ ଯୋଗାଡ଼ କରିବାରେ ଆଉ ସମସ୍ୟା ରହିବ ନାହିଁ

ସାଥୀଗଣ,

ଆମ ସମସ୍ତଙ୍କୁ ମିଳିମିଶି ଉତର ପ୍ରଦେଶକୁ ନୂତନ ଶୀଖରକୁ ନେଇ ଯିବାର ଅଛି, ଉତର ପ୍ରଦେଶକୁ ନୂତନ ପରିଚୟ ଦେବାର ଅଛି ଉତର ପ୍ରଦେଶକୁ ଦଶକ- ଦଶକ ଧରି ପଛକୁ ନେଇ ଯାଇଥିବା ଲୋକମାନଙ୍କ ପ୍ରତି ଆପଣମାନଙ୍କୁ ନିରନ୍ତର ସତର୍କ ରହିବାର ଅଛି ଭାଇମାନେ- ଭଉଣୀମାନେ, ପୁଣିଥରେ ଆପଣ ସମସ୍ତଙ୍କୁ ସରଜୁ କେନାଲ ପ୍ରକଳ୍ପ ପାଇଁ ବହୁତ- ବହୁତ ଶୁଭେଚ୍ଛା ଜଣାଉଛି ମୋ ସହିତ ଦୁଇ ହାତ ଉପରକୁ ଟେକି ଜୋରରେ କୁହନ୍ତୁ, ଭାରତ ମାତା କୀ- ଜୟ ଭାରତ ମାତା କୀ- ଜୟ ଭାରତ ମାତା କୀ- ଜୟ

ବହୁତ- ବହୁତ ଧନ୍ୟବାଦ!

*****

AH


(ରିଲିଜ ଆଡି: 1780603) ପରିଦର୍ଶକ କାଉଣ୍ଟର : 220