ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ

ସପ୍ତାହବ୍ୟାପୀ ଆଜାଦୀ କା ଡିଜିଟାଲ ମହୋତ୍ସବ ଉଦ୍‌ଘାଟିତ ଜନସାଧାରଣଙ୍କ ଜୀବନରେ ପରିବର୍ତ୍ତନ ଆଣିବାର ଡିଜିଟାଲ ଭାରତ ବ୍ୟାପକ ଅବଦାନ ରହିଛି । ଡିଜିଟାଲ ଅର୍ଥନୀତି ସୃଷ୍ଟି କରିବା ସହ ଦେଶର ରଣନୀତି ପ୍ରସ୍ତୁତିରେ ସହାୟକ ହୋଇଛ୍ୟ କେନ୍ଦ୍ର ଆଇନ ରାଷ୍ଟ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର


ସପ୍ତାହବ୍ୟାପୀ ଆଜାଦୀ କା ଡିଜିଟାଲ ମହୋତ୍ସବ ଆଇଟି ରାଷ୍ଟ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖରଙ୍କ ଦ୍ୱାରା ଉଦ୍‌ଘାଟିତ

ଉମଙ୍ଗ ସେବା ନୀତି ପ୍ରତ୍ୟାର୍ପଣ ମଡେଲ ଘୋଷିତ

ଡିଜିଟାଲ ଇଣ୍ଡିଆର ୭୫ ସଫଳତା କାହାଣୀ ଇ-ପୁସ୍ତକ ଓ ଏଆଇ ଯାତ୍ରାର ୭୫ ବର୍ଷ ଭିଡିଓ ଉନ୍ମୋଚିତ

Posted On: 29 NOV 2021 2:09PM by PIB Bhubaneshwar

ସପ୍ତାହବ୍ୟାପୀ ଆଜାଦୀ କା ଡିଜିଟାଲ ମହୋତ୍ସବ ଆଜି (୨୯.୧୧.୨୦୨୧) ନୂଆଦିଲ୍ଳୀର ଇଣ୍ଡିଆ ହାବିଟାଟ କେନ୍ଦ୍ରରେ ଉଦ୍‌ଘାଟିତ ହୋଇଛି । କେନ୍ଦ୍ର କୌଶଳ ବିକାଶ, ଔଦ୍ୟୋଗିକତା ଏବଂ ଇଲେକ୍‌ଟ୍ରୋନିକ୍ସ ଓ ଆଇଟି ରାଷ୍ଟ୍ରମନ୍ତ୍ରୀ ଶ୍ରୀ ରାଜୀବ ଚନ୍ଦ୍ରଶେଖର ଏହାକୁ ଉଦ୍‌ଘାଟନ କରିଛନ୍ତି । ଅନ୍ୟ ଗଣ୍ୟମାନ୍ୟ ଅତିଥିଙ୍କ ମଧ୍ୟରେ -ଗରସଗ୍ଧଣ ସଚିବ ଶ୍ରୀ ଅଜୟ ସିନୋଇ, ଅତିରିକ୍ତ ସଚିବ ଡକ୍ଟର ରାଜେନ୍ଦ୍ର କୁମାର, ନାସକମ୍ ସଭାପତି ଶ୍ରୀମତୀ ଦେବଯାନୀ ଘୋଷ, ମାଇଁ ଗଭ୍ ଓ MeitY ମୁଖ୍ୟ କାର୍ଯ୍ୟ ନିର୍ବାହୀ ଶ୍ରୀ ଅଭିଷେକ ସିଂ ମଞ୍ଚରେ ଉପସ୍ଥିତ ଥିଲେ

ଶ୍ରୀ ରାଜୀବ ଚନ୍ଦ୍ରଶେଖର ତାଙ୍କ ଅଭିଭାଷଣରେ କହିଥିଲେ ଯେ ୨୦୨୧ ଏକ ଉଲ୍ଲେଖନୀୟ ବର୍ଷ । ଡିଜିଟାଲ ଇଣ୍ଡିଆ ଏହାର ଡିଜିଟାଲ ଭିତ୍ତିଭୂମିର ନମନୀୟତାକୁ ପ୍ରମାଣିତ କରିଛି ଏବଂ ବୈଶ୍ୱିକ ମହାମାରୀ ପରିବର୍ତ୍ତୀ ସମୟରେ ଭାରତ ଏକ ବିଶ୍ୱସନୀୟ ଓ ଆଶାବାଦୀ ଦେଶରେ ପରିଣତ ହୋଇଛି । ସେ କହିଛନ୍ତି ଯେ ଜନସାଧାରଣଙ୍କ ଜୀବନରେ ପରିବର୍ତ୍ତନ ଆଣିବାରେ ଡିଜିଟାଲ ଭାରତର ଅନବଦ୍ୟ ଅବଦାନ ରହିଛି  । ଡିଜିଟାଲ ଆର୍ଥିକ ବ୍ୟବସ୍ଥା ସୃଷ୍ଟି ସହ ଦେଶର ରଣନୀତିକ ସୁବିଧାରେ ମଧ୍ୟ ସହାୟକ ହୋଇଛି । କ୍ରମବର୍ଦ୍ଦିଷ୍ଣୁ ବୈଷୟିକ ଜ୍ଞାନର ଉପଯୋଗ ଓ ଭବିଷ୍ୟତରେ ନାଗରିକମାନଙ୍କ ଆକାଂକ୍ଷାକୁ ୬ଟି ବିଷୟରେ ଦୃଷ୍ଟି ଦେବାକୁ ହେବ । ସେଗୁଡିକ ହେଲା ସମସ୍ତଙ୍କ ପାଇଁ ସଂଯୋଗ ସୁବିଧା, ସରକାରୀ ସେବା ଓ ସାମଗ୍ରୀର ଡିଜିଟାଇଜେସନ ପ୍ରେରିତ ସ୍ମାର୍ଟସ୍ଥପତି, ଭାରତରେ ଟ୍ରିଲିୟନ ଡଲାର ଡିଜିଟାଲ ଅର୍ଥନୀତିକ ବ୍ୟବସ୍ଥା, ବୈଶ୍ୱିକ ମାନ୍ୟତାଯୁକ୍ତ ଆଇନ, ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟାରେ ନେତୃତ୍ୱ ବିଶେଷକିର କୃତ୍ରିମ ମେଧା, ଓ ୫ଜି ଓ ବିସ୍ତୃତ ମେଧାଯୁକ୍ତ କୌଶଳ । ଏହାକୁ ତ୍ୱରାନ୍ୱିତ କରିବା ପାଇଁ ସବ୍‌କାସାଥ, ସବ୍‌କା ବିକାଶ, ସବ୍‌କା ବିଶ୍ୱାସ ଓ ସବ୍‌କା ପ୍ରୟାସର ଆବଶ୍ୟକତା ଅଛି ବୋଲି ସେ ମନ୍ତବ୍ୟ ଦେଇଥିଲେ ।

ଶ୍ରୀ ଅଜୟ ସିନୋଇ କହିଥିଲେ ଯେ ଆମେ କଣ ହାସଲ କରୁଛୁ ଓ ଭବିଷ୍ୟତ ନବଭାରତ ଗଠନ ପାଇଁ ଯୋଜନା କରିବାର ଏହି ହେଉଛି ସମୟ । ସେ କହିଥିଲେ ଯେ ବହୁଳ ଡିଜିଟାଲ ସେବା ଆଜି କାର୍ଯ୍ୟକାରୀ ହୋଇଛି ଓ ବର୍ତ୍ତମାନ ସାମାଜିକ କ୍ଷେତ୍ରରେ ପବ୍ଲିକ ଡିଜିଟାଲ ପ୍ଲାଟଫର୍ମ ଓ  ଶିଳ୍ପ ସହ ଭାଗିଦାର ହୋଇ ସିଲୋ ପ୍ରକଳ୍ପଗୁଡିକୁ କାର୍ଯ୍ୟକାରୀ କରିବାର ବେଳ ଆସିଛି । ସେ ସିଙ୍ଗଲ ସାଇନ୍‌ଅନ୍ ଓ ବହୁମୁଖୀ ୱିଣ୍ଡୋ ଜରିଆରେ ସମ୍ପୂର୍ଣ୍ଣ ସେବା ପାଇବା ଉପରେ ଗୁରୁତ୍ୱାରୋପ କରିଛନ୍ତି । ଆସୁଥିବା ବୈଷୟିକ ଜ୍ଞାନର ଉପଯୋଗ କରି ଦେଶରେ ଡିଜିଟାଲ ସାମଗ୍ରୀ ପ୍ରସ୍ତୁତ କରିବା ଉପରେ ସେ ଆଲୋକପାତ କରିଥିଲେ ।

ଏଥିରେ ଉଦ୍‌ବୋଧନ ଦେଇ ମାଇଁ ଗଭ୍ ଆଣ୍ଡ  NeGD  ମୁଖ୍ୟ କାର୍ଯ୍ୟ ନିର୍ବାହୀ ଶ୍ରୀ ଅଭିଷେକ ସିଂ ଡିଜିଟାଲ ଅବସ୍ଥାନ୍ତର ପଦକ୍ଷେପ ଉପରେ ଆଲୋକପାତ କରି ବର୍ତ୍ତମାନ ଡିଜିଟାଲ ଦୃଶ୍ୟପଟ ଭବିଷ୍ୟତ ପାଇଁ ମାର୍ଗଦର୍ଶକ ହେବ ଓ ସେ ଦିଗରେ କାର୍ଯ୍ୟମାନ ଆଗେଇ ଚାଲିଛି ବୋଲି କହିଥିଲେ । ସାତଦିନ ପାଇଁ ହୋଇଥିବା କାର୍ଯ୍ୟକ୍ରମ ସୂଚୀ ପାଇଁ ସେ ଧନ୍ୟବାଦ ଜଣାଇ ସେ ଡିଜିଟାଲ ଇଣ୍ଡିଆ, ପବ୍ଲିକ ପ୍ଲାଟଫର୍ମ ଓ ରାଜ୍ୟମାନଙ୍କ ପଦକ୍ଷେପ, କୃତ୍ରିମ ମେଧା ସମେତ ନୂଆକରି ଆସୁଥିବା ପ୍ରଯୁକ୍ତିବିଦ୍ୟା, MeitY ଷ୍ଟାର୍ଟଅପ୍ ହବ୍‌, ଇଲେକ୍‌ଟ୍ରୋନିକ୍ସ ନିର୍ମାଣରେ ଭାରତର ଆତ୍ମନିର୍ଭରଶୀଳତା ସିଏସି ଜରିଆରେ ନାଗରିକ ସଶକ୍ତିକରଣ, ସ୍ୱଦେଶୀ ମାଇକ୍ରୋପ୍ରେସେସର ଏବଂ ଜାତୀୟ ସୁପର କମ୍ପ୍ୟୁଟିଂ ମିଶନ, ମାଇ ଗଭ ଓ ଡିଜିଟାଲ ଦେଣନେଣ ଉତ୍ସବ ଇତ୍ୟାଦି ଉପରେ କାର୍ଯ୍ୟକ୍ରମମାନ ହେଉଥିବାର ସୂଚନା ଦେଇଥିଲେ । ୫୦ଟି ମଣ୍ଡପକୁ ନେଇ ଏକ ପ୍ରଦର୍ଶନୀ ଆୟୋଜିତ ହୋଇଛି ଓ ସରକାରୀ ବିଦ୍ୟାଳୟରେ ଶ୍ରେଷ୍ଠ ୨୦ଟି ଦଳ କୃତ୍ରିମ ମେଧାଯୁକ୍ତ ସମାଧାନ ଉପରେ ପ୍ରଦର୍ଶନୀ କରିଥିବା ସେ କହିଥିଲେ ।

ଡକ୍ଟର ରାଜେନ୍ଦ୍ର କୁମାର କହିଥିଲେ ଯେ ବିଭିନ୍ନ ଡିଜିଟାଲ ମହାକାଶରେ ଭାରତ ଏବେ ପହଞ୍ଚିଯାଇଛି ଓ ଭାରତ ଏବେ ବିଶ୍ୱର ବୃହତମ ମୋବାଇଲ ନିର୍ମାଣକାରୀ ଦେଶ ହୋଇପାରିଛି । ସେ କହିଥିଲେ ଯେ ଏବେ ପ୍ରୟୋଗରୁ ପ୍ଲାଟଫର୍ମକୁ ଯିବା ପାଇଁ ପ୍ରୟାସ ଜାରି ରହିଛି ଓ ଇଲେକଟ୍ରୋନିକ୍ସ ନିର୍ମାଣରେ ଭାରତ ଆତ୍ମନିର୍ଭର ହେବ । ଏହାଛଡା ଏଆଇ ଓ୫ଜି ଆସୁଥିବା ନୂତନ ପ୍ରଯୁକ୍ତିବିଦ୍ୟା ସାଇବର  ସୁରକ୍ଷାରେ ଅଗ୍ରଗତି ଓ ତଥ୍ୟ ନିରାପତ୍ତା ଦିଗରେ ସେ ଗୁରୁତ୍ୱଆରୋପ କରିଥିଲେ ।

ଏଥିରେ ଉପସ୍ଥିତ ଶ୍ରୀମତୀ ଦେବଯାନୀ ଘୋଷ ବୈଷୟିକ ଜ୍ଞାନ ମହାକାଶରେ ଭାରତର ବିକାଶ ଅନ୍ତର୍ଭୁକ୍ତୀକରଣର ପ୍ରଶଂସା କରିଥିଲେ । ସେ କହିଥିଲେ ଯେ ଭାରତ ବିଶ୍ୱକୁ ପ୍ରଯୁକ୍ତି ବିଦ୍ୟା ଅର୍ଥ କଣ ପ୍ରଦର୍ଶନ କରାଇଛି ଓ ଏହାର ଉଦାହରଣ ହେଲା ସାମଗ୍ରିକ ବିକାଶ ଓ ଜନସାଧାରଣଙ୍କ ନିମନ୍ତେ ଆମୂଳଚୂଳ ବୈଷୟିକ ଜ୍ଞାନର ଉପଯୋଗ ।

ଉଦଘାଟନୀ ଅଧିବେଶନରେ ଡିଜିଟାଲ ଇଣ୍ଡିଆ ଅଧୀନରେ ୭୫ଟି ସଫଳ କାହାଣୀ, ଡିଜିଟାଲ ଇଣ୍ଡିଆ ସଫଳତାର ଚଳଚ୍ଚିତ୍ର,75@75 ଭାରତର ଏଆଇ ଯାତ୍ରା, ଉମଙ୍ଗ ସେବା ନୀତି ପ୍ରତ୍ୟାର୍ପଣ ନୀତି ଘୋଷଣା । ଉଦ୍‌ଘାଟନ ପୂର୍ବରୁ ସରକାର ଏବଂ ଷ୍ଟାର୍ଟ ଅଫ ସଂକ୍ରାନ୍ତ ୫୦ଟି ମଣ୍ଡପକୁ ନେଇ ଏକ ପ୍ରଦର୍ଶନୀ ମଧ୍ୟ ଖୋଲାଯାଇଥିଲା । କାର୍ଯ୍ୟକ୍ରମର ସବିଶେଷ ୱେବସାଇଟ୍ https://amritmahotsav.negd.in/ ରେ ଉପଲବ୍ଧ ।

ଡିଜିଟାଲ ଇଣ୍ଡିଆ ସରକାରୀ ଓ୍‌ବସାଇଟ୍‌. : https://www.youtube.com/DigitalIndiaofficial ରେ ସିଧାସଳଖ ଦେଖିହେବ ।

 

*****

SM/SLP



(Release ID: 1776360) Visitor Counter : 195