ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିଥିବାରୁ ତାଙ୍କ ସମ୍ମାନାର୍ଥେ ସ୍ୱତନ୍ତ୍ର ଧୂନ୍ ପ୍ରସ୍ତୁତ କରିଥିବା କଙ୍ଗଥୋଙ୍ଗବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି
ପୋଷ୍ଟ କରାଯିବା ଦିନାଙ୍କ:
28 NOV 2021 12:03PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ସମ୍ମାନାର୍ଥେ ଏକ ସ୍ୱତନ୍ତ୍ର ଧୂନ୍ ପ୍ରସ୍ତୁତି କରିଥିବାରୁ କଙ୍ଗଥୋଙ୍ଗବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି ଏବଂ ଗାଁକୁ ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଭାବରେ ପ୍ରୋତ୍ସାହିତ କରିବାରେ ଭାରତ ସରକାରଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି ।
ମେଘାଳୟର ମୁଖ୍ୟମନ୍ତ୍ରୀଙ୍କ ଏକ ଟୁଇଟର ଉତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ଏହି ପ୍ରକାରର ଅନ୍ୟତମ ପ୍ରଦର୍ଶନ ପାଇଁ କଙ୍ଗଥୋଙ୍ଗବାସୀଙ୍କୁ କୃତଜ୍ଞତା ଜଣାଉଛି । ମେଘାଳୟର ପର୍ଯ୍ୟଟନ ସମ୍ଭାବନାକୁ ବଢାଇବା ପାଇଁ ଭାରତ ସରକାର ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ ଏବଂ ହଁ, ରାଜ୍ୟରେ ନିକଟରେ ହୋଇଥିବା ଚେରି ଫୁଲ ମହୋତ୍ସବର ମଧ୍ୟ ବଡ଼ ଚିତ୍ର ଦେଖିବାକୁ ମିଳିଛି । ସୁନ୍ଦର ଥିଲା ।”
HS
(ରିଲିଜ ଆଡି: 1775928)
ପରିଦର୍ଶକ କାଉଣ୍ଟର : 207
ଏହି ରିଲିଜ ପଢନ୍ତୁ :
Marathi
,
English
,
Urdu
,
हिन्दी
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam