ନୀତି ଆୟୋଗ

ଜାତୀୟ ବହୁମୁଖୀ ଆକାର ସଂକ୍ରାନ୍ତ ଦାରିଦ୍ର୍ୟ ସୂଚୀ ସମ୍ପର୍କରେ ସ୍ପଷ୍ଟ ବିବରଣୀ


ଜାତୀୟ ବହୁମୁଖୀ ଆକାର ଦାରିଦ୍ର୍ୟ ସୂଚୀ: ବେସଲାଇନ ରିପୋର୍ଟ ଏନଏଫଏଚଏସ-୪ (୨୦୧୫-୧୬) ଉପରେ ପର୍ଯ୍ୟବସିତ

Posted On: 27 NOV 2021 9:20AM by PIB Bhubaneshwar

୧. କ୍ୟାବିନେଟ ସଚିବଙ୍କ ଅଧୀନ ବୈଶ୍ୱିକ ସଂସ୍କାର ଓ ଅଭିବୃଦ୍ଧି ସୂଚକାଙ୍କ (ଜିଆଇଆରଜି) ପଦକ୍ଷେପ ଦେଶର କାର୍ଯ୍ୟଦକ୍ଷତା ୨୯ଟି ବୈଶ୍ୱିକ ସୂଚକାଙ୍କ ଦ୍ୱାରା ନିରୀକ୍ଷଣ କରାଯାଉଛି । ଏଥି ମଧ୍ୟରେ ରହିଛି ମାନବ ବିକାଶ ସୂଚୀ (ଏଚଡିଆଇ), ବୈଶ୍ୱିକ କ୍ଷୁଧା ସୂଚୀ (ଜିଏଚଆଇ), ବୈଶ୍ୱିକ ପ୍ରତିଯୋଗୀତା ସୂଚୀ (ଜିସିଆଇ), ମାନବ ପୁଞ୍ଜି ସୂଚୀ (ଏଚସିଆଇ), ବୈଶ୍ୱିକ ଉଦ୍ଭାବନ ସୂଚୀ (ଜିଆଇଆଇ) ଇତ୍ୟାଦି । ଏହି ପ୍ରୟୋଗର ଉଦ୍ଦେଶ୍ୟ ହେଉଛି ଗୁରୁତ୍ୱପୂର୍ଣ୍ଣ ସାମାଜିକ, ଆର୍ଥିକ ଓ ଆନ୍ତର୍ଜାତିକ ସ୍ୱୀକୃତି ଲାଭ କରିଥିବା ସୂଚକାଙ୍କର ପର୍ଯ୍ୟାଲୋଚନା କରି ଏହି ସୂଚକାଙ୍କ ଗୁଡିକୁ ଭାରତ ପାଇଁ ବାହାରେ କିପରି ଉପଯୋଗ ହେବ ଦେଖିବା । ଏହି ପଦକ୍ଷେପ ପାଇଁ ନୀତି ଆୟୋଗ ହେଉଛି ଜାତୀୟ ବହୁମୁଖୀ ଆକାର ଦାରିଦ୍ର୍ୟ ସୂଚୀ (ଏମପିଆଇ)ର ମୂଳ ମନ୍ତ୍ରଣାଳୟ ବା ତ୍ୱରାନ୍ୱିତ ସଂସ୍ଥା । ବୈଶ୍ୱିକ ଏମପିଆଇ ୨୦୨୧ ଅନୁସାରେ ୧୦୯ଟି ଦେଶ ମଧ୍ୟରେ ଭାରତର ସ୍ଥାନ ହେଉଛି ୬୬ । ଜାତୀୟ ଏମପିଆଇ ପ୍ରକଳ୍ପର ମୂଳ ଉଦ୍ଦେଶ୍ୟ ହେଉଛି ବୈଶ୍ୱିକ ଏମପିଆଇକୁ ଭାଙ୍ଗି ଭାରତ ପାଇଁ ସୁହାଇବା ଭଳି ଭାରତ ଏମପିଆଇ ତିଆରି କରିବା ଓ ଏକ ବିସ୍ତୃତ କାର୍ଯ୍ୟାନ୍ୱୟନ ଯୋଜନା କରି ବୈଶ୍ୱିକ ଏମପିଆଇ ସ୍ଥାନରେ ଭାରତର ରାଙ୍କକୁ ଉନ୍ନୀତ କରିବା । ମୂଳ ମନ୍ତ୍ରଣାଳୟ ହିସାବରେ ନୀତି ଆୟୋଗ ସୂଚୀ ପ୍ରସ୍ତୁତକାରୀ ସଂସ୍ଥା ସହ ଯୋଗାଯୋଗ ରକ୍ଷା କରି ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର କାର୍ଯ୍ୟ ତଥା ଗଠନ କରିଥିବା ଆନ୍ତଃ ମନ୍ତ୍ରୀମଣ୍ଡଳୀୟ ଏମପିଆଇ ସମନ୍ୱୟ କମିଟି (ଏମପିଆଇସିସି) ୧୨ଟି ଅନ୍ୟାନ୍ୟ ସଂଯୋଗୀ ମନ୍ତ୍ରଣାଳୟ ସହ ଆଲୋଚନା କରିବ ।

 

୨. ଜାତୀୟ ବହୁମୁଖୀ ଆକାର ଦାରିଦ୍ର୍ୟ ସୂଚୀ: ଏନଏଫଏଚଏସ-୪ (୨୦୧୫-୧୬) ବେସଲାଇନ ରିପୋର୍ଟକୁ ନୀତି ଆୟୋଗ ୧୨ଟି ଅନ୍ୟାନ୍ୟ ଜଡ଼ିତ ମନ୍ତ୍ରଣାଳୟ ରାଜ୍ୟ ସରକାର ଓ ସୂଚୀ ପ୍ରକାଶକାରୀ ସଂସ୍ଥା ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଅକ୍ସଫୋର୍ଡ ଦାରିଦ୍ର୍ୟ ଏବଂ ମାନବ ବିକାଶ ପଦକ୍ଷେପ (ଓପିଏଚଆଇ) ଏବଂ ଜାତିସଂଘ ଉନ୍ନୟନ କାର୍ଯ୍ୟକ୍ରମ (ୟୁଏନଡିପି) ସହ ଆଲୋଚନା କରି ପ୍ରସ୍ତୁତ କରିଛି ।

 

୩. ଜାତୀୟ ବହୁମୁଖୀ ଆକୃତି ଦାରିଦ୍ର୍ୟ ସୂଚୀ: ଏହାର ବେସଲାଇନ ରିପୋର୍ଟ ୨୦୧୫-୧୬ରେ କରାଯାଇଥିବା ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ-୪ ଅନୁସାରେ କରାଯାଇଛି । ଏନଏଚଏଫଏସ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅଧୀନସ୍ଥ ଆନ୍ତର୍ଜାତିକ ଜନସଂଖ୍ୟା ବିଜ୍ଞାନ (ଆଇଆଇପିଏସ) ଦ୍ୱାରା କରାଯାଇଛି ।

 

୪. ଜାତୀୟ ବହୁମୁଖୀ ଆକୃତି ଦାରିଦ୍ର୍ୟ ସୂଚୀ - ଏନଏଫଏଚଏସ-୪ (୨୦୧୫-୧୬) ହେଉଛି ନିରନ୍ତର ବିକାଶ ଲକ୍ଷ୍ୟ (ଏସଡିଜି)ର ଆକଳନ ଯାହାର ଉଦ୍ଦେଶ୍ୟ ହେଉଛି ସମସ୍ତ ପ୍ରକାର ଦାରିଦ୍ର୍ୟ ସୀମାରେଖା ନିମ୍ନରେ ଥିବା ସବୁ ବୟସର ପୁରୁଷ, ମହିଳା ଓ ଶିଶୁମାନଙ୍କ ଦାରିଦ୍ର୍ୟ ଅଧା ହ୍ରାସ କରିବା । ତିନି ପ୍ରକାର ଯଥା – ସ୍ୱାସ୍ଥ୍ୟ, ଶିକ୍ଷା ଓ ଜୀବନଧାରଣମାନ ମଧ୍ୟରେ ପୌଷ୍ଟିକତା, ଶିଶୁ ଓ କିଶୋର ମୃତ୍ୟୁହାର, ମାତୃଯତ୍ନ, ବିଦ୍ୟାଳୟ ଯିବା ବୟସ, ବିଦ୍ୟାଳୟ ଉପସ୍ଥାନ, ରୋଷେଇ ଇନ୍ଧନ, ପରିମଳ, ପାନୀୟ, ବିଦ୍ୟୁତ, ଆବାସ, ବ୍ୟାଙ୍କ ଖାତା ଓ ଅନ୍ୟାନ୍ୟ ସମ୍ପତ୍ତିକୁ ମଧ୍ୟ ଦିଆଯାଇଛି ।

୫. ଏନଏଚଏଫଏସ-୪ (ତଥ୍ୟ ଅବଧି ୨୦୧୫-୧୬)ରେ ପୂର୍ବରୁ କାର୍ଯ୍ୟକାରୀ ହେଉଥିବା ଫ୍ଲାଗସିପ ଯୋଜନା ଯଥା - ଆବାସ, ପାନୀୟ ଜଳ, ପରିମଳ, ବିଦ୍ୟୁତ, ରନ୍ଧା ଇନ୍ଧନ, ଆର୍ଥିକ ଅନ୍ତର୍ଭୁକ୍ତିକରଣ ଓ ଅନ୍ୟାନ୍ୟ ପ୍ରମୁଖ ଉଦ୍ୟମ ଯେପରିକି ବିଦ୍ୟାଳୟ ଉପସ୍ଥାନରେ ଉନ୍ନତି, ପୌଷ୍ଟିକତା, ମାତୃ-ଶିଶୁ ସ୍ୱାସ୍ଥ୍ୟ ଇତ୍ୟାଦି । ଏହା ବେସଲାଇନରେ ନିର୍ଦ୍ଧାରଣ ପାଇଁ ଏକ ଉପକାରୀ ଉତ୍ସ ଯାହା ଜାତୀୟ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଯୋଜନା ପୂର୍ବରୁ ଥିଲା । ଏହି ଯୋଜନା ଗୁଡିକ ମଧ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଜଳଜୀବନ ମିଶନ, ସ୍ୱଚ୍ଛ ଭାରତ ମିଶନ, ପ୍ରଧାନମନ୍ତ୍ରୀ ସହଜ ବିଜଲି ହର ଘର ଯୋଜନା (ସୌଭାଗ୍ୟ), ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା, ପ୍ରଧାନମନ୍ତ୍ରୀ ଜନଧନ ଯୋଜନା, ପୋଷଣ ଅଭିଯାନ ଏବଂ ସମଗ୍ର ଶିକ୍ଷା ଭଳି କେତେକ ଯୋଜନା ଓ କାର୍ଯ୍ୟକ୍ରମ ରହିଛି ।

. ଜାତୀୟ ଏମପିଆଇ ହିସାବ ନିମନ୍ତେ ଘର ପିଛା ଅଣୁ ତଥ୍ୟ (ମାଇକ୍ରୋ ଡାଟା) ଏନଏଫଏଚଏସ ପ୍ରମୁଖ ତଥ୍ୟ ଭାବେ ବିବେଚନା କରାଯାଏ । ୟୁନିଟୱାରୀ ଅଣୁ ତଥ୍ୟ ଯାହା ୨୦୧୫-୧୬ରେ ସଂଗୃହୀତ ହୋଇଥିବା ତାହା ବର୍ତ୍ତମାନର ଏମପିଆଇ ରିପୋର୍ଟରେ ବ୍ୟବହାର କରାଯାଇ ଏକ ବେସଲାଇନ ଟଣା ଯାଇଛି । ଏହାର ଉଦ୍ଦେଶ୍ୟ ହେଉଛି ଉପରେ ଦିଆଯାଇଥିବା ଯୋଜନା ପ୍ରଣୟନ ପୂର୍ବରୁ ଏମପିଆଇ ବ୍ୟବସ୍ଥା କଣ ଥିଲା ଦେଖିବା । ଏହି ତଥ୍ୟକୁ ୨୦୧୯-୨୦ ଏନଏଫଏଚଏସ-୫ରେ ସଂଗୃହୀତ ତଥ୍ୟ ସହ ତୁଳନା କରାଯିବ । ଏନଏଫଏଚଏସ-୫ (୨୦୧୯-୨୦)ର ଫ୍ୟାକ୍ସସିଟ ଆଇଆଇପିଏସ ଓ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ୨୪ ନଭେମ୍ବର ୨୦୨୧ରେ ପଠାଯାଇଛି । ଏନଏଫଏଚଏସ-୫  ଉପରେ ପର୍ଯ୍ୟବସିତ ୨୦୧୯-୨୦ ତଥ୍ୟ ଆସନ୍ତା ବର୍ଷ ଆଇଆଇପିଏସ ଏବଂ ଏମଓଏଚଏଫଡବ୍ଲୁ୍ ଦ୍ୱାରା ଜାରୀ କରାଯିବାକୁ ଥିବା ଅଣୁ ତଥ୍ୟ ମିଳିବା ପରେ ହିଁ ହିସାବକୁ ନିଆଯିବ ।

୭. ଏନଏଫଏଚଏସ-୫ (୨୦୧୯-୨୦)ର ପ୍ରାଥମିକ ବିବରଣୀ ଅନୁସାରେ ଏହା ବେଶ ଉତ୍ସାହପ୍ରଦ । ସେଥିରେ ସ୍ୱଚ୍ଛ ଇନ୍ଧନ ବ୍ୟବହାର, ପରିମଳ ଓ ବିଦ୍ୟୁତ କ୍ଷେତ୍ରରେ ଉନ୍ନତି ପରିଲକ୍ଷିତ ହୋଇଥିବା ଦର୍ଶାଯାଇଛି । ଏଥିରୁ ଦାରିଦ୍ର୍ୟ ଦୂରୀକରଣ ଆଭାସ ମିଳିଛି । ୨୨ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରୁ ମିଳିଥିବା ବିବରଣୀ ଅନୁସାରେ ଆବାସ, ପାନୀୟ ଜଳ, ବ୍ୟାଙ୍କ ଖାତା, ବିଦ୍ୟାଳୟ  ଉପସ୍ଥାନ ଇତ୍ୟାଦିରେ ଉନ୍ନତି ଘଟିଛି । ଏଥିରୁ ୨୦୧୯-୨୦ରେ ଦାରିଦ୍ର୍ୟର ଆଶାତୀତ ହ୍ରାସ ଆଶା କରାଯାଉଛି ।

୮. ଫ୍ଲାଗସିପ କାର୍ଯ୍ୟକ୍ରମ ଯୋଗୁଁ ୨୦୧୫-୧୬ ଏନଏଫଏଚଏସ-୪ରେ ହୋଇଥିବା ଉନ୍ନତି ୨୦୧୯-୨୦ ଏନଏଫଏଚଏସ-୫ରେ ମଧ୍ୟ ପ୍ରତିଫଳିତ ହୋଇଛି । ଏନଏଫଏଚଏସ -୫ର ୟୁନିଟି ସ୍ତରୀୟ ଅଣୁ ଡାଟା ମିଳିବା ପରେ ୨୦୧୯-୨୦ ଇତ୍ୟାଦି ପ୍ରକାଶ ପାଇବ ।

ଜାତୀୟ ଏମପିଆଇ (ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ-୪ ତଥ୍ୟ ଅବଧି ୨୦୧୫-୧୬) ଆକାର, ସୂଚକ ଓ ତଥ୍ୟ

  • ଭାରତୀୟ ଜାତୀୟ ଏମପିଆଇ ସ୍ୱାସ୍ଥ୍ୟ, ଶିକ୍ଷା ଓ ବଞ୍ଚିବାର ମାନ ଭଳି ସୂଚକ ଗୁଡିକୁ ଭିତ୍ତିକରି ପରିବାରୱାରୀ କରାଯାଇଛି । ଏହାର ବିସ୍ତୃତ ତଥ୍ୟ ନିମ୍ନରେ ପ୍ରଦତ୍ତ ହେଇଛି ।

  • ଏମପିଆଇ ମୁଣ୍ଡ ପିଛା ଅନୁପାତ କେବଳ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ୱାରୀ କରାନଯାଇ ପ୍ରତ୍ୟେକ ଜିଲ୍ଲାକୁ ମଧ୍ୟ ହିସାବରେ ନିଆଯାଇଛି । ଏହା ହେଉଛି ରିପୋର୍ଟର ଏକ ବୈଶିଷ୍ଟ୍ୟ । ଏହା ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର କାର୍ଯ୍ୟଦକ୍ଷତା ସହ ବିଶ୍ଳେଷକ ଜିଲ୍ଲାୱାରୀ ତଥ୍ୟ ମଧ୍ୟ ହାସ କରିପାରିବ ।

ଏନଏଫଏଚଏସ-୫ (ତଥ୍ୟ ୨୦୧୯-୨୦) ପ୍ରାଥମିକ ଅନୁଧ୍ୟାନ ଏନଏଫଏଚଏସ ବିବରଣୀ

  • ପୌଷ୍ଟିକତା, ଶିଶୁ ଓ କିଶୋର ମୃତ୍ୟୁହାର, ମାତୃ ସ୍ୱାସ୍ଥ୍ୟ, ବିଦ୍ୟାଳୟ ଶିକ୍ଷା ଅବଧି ଓ ସମ୍ପତ୍ତି ସମ୍ପର୍କିତ ତଥ୍ୟ ଆକଳନ ଏନଏଫଏଚଏସ-୫ (୨୦୧୯-୨୦) ପରିବାରୱାରୀ ଅଣୁ ତଥ୍ୟ ଆଇଆଇପିଏସ ଓ ଏମଓଏଚଏଫଡବ୍ଲୁ୍ ଦ୍ୱାରା ଜାରୀ କରିବା ପରେ କରାଯିବ ।
  • ବିଦ୍ୟୁତ ଉପରେ ହୋଇଥିବା ପ୍ରାଥମିକ ଆକଳନ ଅନୁସାରେ ଇନ୍ଧନ ଓ ପରିମଳ ବ୍ୟବସ୍ଥା ତଥ୍ୟ ଦେଶର ସମସ୍ତ ୩୬ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରୁ ମିଳିଛି । ୨୪ ନଭେମ୍ବରରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଜାରୀ ଏନଏଫଏଚଏସ-୫ (୨୦୧୯-୨୦) ରିପୋର୍ଟରେ ଏହା ଉଲ୍ଲେଖ ଅଛି ।
  • ବିଦ୍ୟାଳୟ ଉପସ୍ଥାନ, ପାନୀୟ ଜଳ, ଆବାସ ଓ ବ୍ୟାଙ୍କ ଖାତା ତଥ୍ୟ ୨୨ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରୁ ମିଳିଛି ।
  • ତଳେ ଥିବା ଗ୍ରାଫରେ ହଳଦିଆ ବାରରେ ୨୦୧୫-୧୬ ଏନଏଫଏଚଏସ-୪ର ବଞ୍ଚିତ ଜନସଂଖ୍ୟାର ହିସାବ ଥିବା ବେଳେ ସବୁଜ ବାର ୨୦୧୪-୨୦ରେ (ଏନଏଫଏଚଏସ)ର ହିସାବ ରଖିଛି ।
  • ଯଦି ଶତଡା ୯୯ ପରିବାର ବିଜୁଳି ପାଇଛନ୍ତି, ତେବେ ବଞ୍ଚିତ ସଂଖ୍ୟା ୧% ଧରାଯିବ ।

 

ଏନଏଫଏଚଏସ-୫ (୨୦୧୯-୨୦)ରେ ବିଦ୍ୟୁତରୁ ବଞ୍ଚିତ ସଂଖ୍ୟା ହ୍ରାସ ଏନଏଫଏଚଏସ -୪ (୨୦୧୫-୧୬) ହଳଦିଆ, ଏନଏଫଏଚଏସ-୫ (୨୦୧୯-୨୦) ସବୁଜ

ଉନ୍ନତ ପରିମଳ ବ୍ୟବସ୍ଥାରେ ସକାରାତ୍ମକ ଫଳ - ଏନଏଫଏଚଏସ-୫ (୨୦୧୫-୧୬) ହଳଦିଆ ଓ ଏନଏଫଏଚଏସ-୫ (୨୦୧୯-୨୦) ସବୁଜ

ସ୍ୱଚ୍ଛ ଇନ୍ଧନ ରୋଷେଇ (୨୦୧୯-୨୦) ସକରାତ୍ମକ । ଏନଏଫଏଚଏସ-୪ (୨୦୧୫-୧୬) ହଳଦିଆ ଓ ଏନଏଫଏଚଏସ-୫ (୨୦୧୯-୨୦) ସବୁଜ

ପାନୀୟ ଜଳ ବ୍ୟବହାର ସକରାତ୍ମକ ଏନଏଫଏଚଏସ (୨୦୧୯-୨୦) ଏନଏଫଏଚଏସ-୪ (୨୦୧୫-୧୬) ହଳଦିଆଏନଏଫଏଚ-୫ (୨୦୧୯-୨୦)

ପ୍ରାଥମିକ ବିଦ୍ୟାଳୟ ଉପସ୍ଥାନ ଏନଏଫଏଚଏସ-୫ (୨୦୧୯-୨୦) ସକରାତ୍ମକ, ଏନଏଫଏଚଏସ-୪ (୨୦୧୫-୧୬) ହଳଦିଆଏନଏଫଏଚଏସ-୫ (୨୦୧୯-୨୦) ସବୁଜ

ବ୍ୟାଙ୍କ ଖାତା ଖୋଲିଥିବା ଏନଏଫଏଚଏସ-୫ (୨୦୧୯-୨୦) ସକରାତ୍ମକ, ଏନଏଫଏଚଏସ-୪ (୨୦୧୫-୧୬) ହଳଦିଆ ଓ ଏନଏଫଏଚଏସ-୫ (୨୦୧୯-୨୦) ସବୁଜ

ଆବାସ ଏନଏଫଏଚଏସ-୫ (୨୦୧୯-୨୦) ସକରାତ୍ମକ

ଏନଏଫଏଚଏସ-୪ (୨୦୧୫-୧୬) ହଳଦିଆ ଓ ଏନଏଫଏଚଏସ-୫ (୨୦୧୯-୨୦) ସବୁଜ

ଏମପିଆଇର ଅନୁସାରେ କଚ୍ଚା ଓ ଅର୍ଦ୍ଧ ପକ୍କା ଘରେ ରହୁଥିବା ବ୍ୟକ୍ତି ବଞ୍ଚିତ ଶ୍ରେଣୀରେ ଏନଏଫଏଚଏସ-୫ ଅନୁସାରେ ରହିବ ।

SM/DD



(Release ID: 1775643) Visitor Counter : 287