ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଶିବଶାହୀର ବାବାସାହେବ ପୁରନ୍ଦରେଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ ବ୍ୟକ୍ତ

Posted On: 15 NOV 2021 10:17AM by PIB Bhubaneshwar

ଲେଖକ, ଐତିହାସିକ ତଥା ନାଟ୍ୟ ବ୍ୟକ୍ତିତ୍ୱ ଶିବଶାହୀର ବାବାସାହେବ ପୁରନ୍ଦରେଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ଛତ୍ରପତି ଶିବାଜୀ ମହାରାଜଙ୍କ ସହ ଆଗାମୀ ପୀଢିକୁ ଯୋଡିବାରେ ତାଙ୍କ ଅବଦାନକୁ ସେ ମନେ ପକାଇଛନ୍ତି । ଏହି ଅବସରରେ କିଛିମାସ ପୂର୍ବେ ତାଙ୍କ ଶତବାର୍ଷିକୀ କାର୍ଯ୍ୟକ୍ରମ ଅବସରରେ ଶ୍ରୀ ମୋଦୀ ଦେଇଥିବା ଭାଷଣକୁ ସ୍ଥାନିତ କରିଛନ୍ତି ।

ଏକ ଟ୍ୱିଟ ଶୃଙ୍ଖଳରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ଶୋକ ବ୍ୟକ୍ତ କରିବାକୁ ଶବ୍ଦ ପାଉନାହିଁ । ଶିବଶାହୀର ବାବାସାହେବ ପୁରନ୍ଦରେଙ୍କ ବିୟୋଗ ଇତିହାସ ଓ ସଂସ୍କୃତି ଜଗତରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି କରିଛି । ଛତ୍ରପତି ଶିବାଜୀ ମହାରାଜଙ୍କ ସହ ଆଗାମୀ ପୀଢିକୁ ଯୋଡିଥିବାରୁ ତାଙ୍କୁ ଧନ୍ୟବାଦ । ତାଙ୍କ ଅନ୍ୟ ଅବଦାନଗୁଡିକ ମଧ୍ୟ ସଦା ସ୍ମରଣ ରହିବ ।

ଜଣେ ବିଦଗ୍ଧ, ଜ୍ଞାନୀ ବ୍ୟକ୍ତି ଭାବେ ଶିବଶାହୀର ବାବାସାହେବ ପୁରନ୍ଦରେଙ୍କ ଭାରତୀୟ ଇତିହାସରେ ଅଗାଧ ପାଣ୍ଡିତ୍ୟ ଥିଲା । ଅନେକ ବର୍ଷ ଧରି ତାଙ୍କ ସହ ଆଳାପ କରିବାର ସୌଭାଗ୍ୟ ପାଇଛି । କିଛି ମାସ ପୂର୍ବେ ତାଙ୍କ ଶତବାର୍ଷିକୀ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଥିଲି । 

ବ୍ୟାପକ କାର୍ଯ୍ୟ ପରିସର ଯୋଗୁଁ ଶିବଶାହିର ବାବାସାହେବ ପୁରନ୍ଦରେ ସର୍ବଦା ସ୍ମରଣୀୟ ହୋଇ ରହିବେ । ଦୁଃଖର ଏହି ମୁହୂର୍ତ୍ତରେ ତାଙ୍କ ପରିବାର ଓ ଅଗଣିତ ପ୍ରଶଂସକଙ୍କୁ ସମବେଦନା ଜଣାଉଛି । ଓମ ଶାନ୍ତି ।”  

 

SR



(Release ID: 1771965) Visitor Counter : 133