ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ତ୍ରିପୁରାଠାରେ ‘ପିଏମଏୱାଇ-ଜି’ର ହିତାଧିକାରୀମାନଙ୍କୁ ପ୍ରଥମ କିସ୍ତି ବଣ୍ଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

Posted On: 14 NOV 2021 5:00PM by PIB Bhubaneshwar

ନମସ୍କାର ! ଖୁଲୁମାଖା ! ଜୟ ମା ତ୍ରିପୁରସୁନ୍ଦରୀ।

କାର୍ଯ୍ୟକ୍ରମରେ ଆମ ସହିତ ସାମିଲ ହୋଇଥିବା ତ୍ରିପୁରାର ମୁଖ୍ୟମନ୍ତ୍ରୀ ଶ୍ରୀମାନ ବିପ୍ଳବ ଦେବ ଜୀ, କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ ଶ୍ରୀ ଗିରିରାଜ ସିଂହ ମହାଶୟ, ଶ୍ରୀମତୀ ପ୍ରତିମା ଭୌମିକ ମହାଶୟା, ତ୍ରିପୁରାର ଉପ-ମୁଖ୍ୟମନ୍ତ୍ରୀ ଶ୍ରୀ ଜିଷ୍ଣୁ ଦେବ ବର୍ମା  ମହାଶୟ, ସମସ୍ତ ସାଂସଦଗଣ, ବିଧାୟକଗଣ ଏବଂ ସ୍ଥାନୀୟ ସ୍ବାୟତ ଶାସନ ସଂସ୍ଥାମାନଙ୍କ ସହିତ, ପଞ୍ଚା​‌ୟତ ଗୁଡ଼ିକର ସଦସ୍ୟ ଏବଂ ତ୍ରିପୁରାର ମୋର ଉତ୍ସାହୀ, ପରିଶ୍ରମୀ, ସମସ୍ତ ମୋର ପ୍ରିୟ ଭାଇ- ଭଉଣୀ, ମୋର ଯୁବ ସାଥୀଗଣ।

ତ୍ରିପୁରା ସାଥୀମାନଙ୍କ ସହିତ କଥା ହୋଇ, ମୋର ବିଶ୍ୱାସ ଆହୁରି ଆଗକୁ ବଢ଼ିଯାଇଛି। ଆଜି ଯେଉଁ- ଯେଉଁ ଲୋକମାନଙ୍କ ସହିତ କଥା ହେବା ପାଇଁ ମୋତେ ସୁଯୋଗ ମିଳିଲା, ଭଲ ଲାଗିଲା। ବିକାଶର ଏହି ଚମକ, ନିଜର ଘର ଏବଂ ସମ୍ମାନପୂର୍ଣ୍ଣ ଜୀବନର ଏହି ଆତ୍ମବିଶ୍ୱାସ ତ୍ରିପୁରାକୁ ଏବଂ ସମଗ୍ର ପୂର୍ବୋତ୍ତରକୁ ବହୁତ ଶିଖରକୁ ନେଇଯିବ ନୂତନ ଚିନ୍ତାଧାରା ସହିତ ଆଗକୁ ବଢ଼ୁଥିବା ତ୍ରିପୁରା ଆଗାମୀ ଦିନମାନଙ୍କରେ କିପରି ହେବ, ଆମେ ମଧ୍ୟ ଏହାର ଅନୁମାନ କରି ପାରିବା

ସାଥୀଗଣ,

ଆମ ଜୀବନରେ କୌଣସି ବଡ଼ ପରିବର୍ତ୍ତନ ଆସୁ, କୌଣସି ବଡ଼ ସଫଳତା ମିଳୁ, ଏହାଦ୍ୱାରା ଆମକୁ ସ୍ୱାଭାବିକ ଭାବେ ଉତ୍ସାହ, ଉଦ୍ଦିପନା, ଏକ ନୂତନ ଉର୍ଜ୍ଜା ମିଳିଯାଇଥାଏ କିନ୍ତୁ ଏହି ସଫଳତା, ଆଶାର ନୂତନ କିରଣ ଯଦି ଦୀର୍ଘ ପ୍ରତୀକ୍ଷା ପରେ ପ୍ରକଟ ହେବ, ଜୀବନ ସାରା ଅନ୍ଧାର ହିଁ ଅନ୍ଧାର, ଅନ୍ଧାର ହିଁ ଅନ୍ଧାର ଆଉ ସେଥିରେ ଏକ କିରଣ ଦୃଷ୍ଟିଗୋଚର ହୋଇଯାଏ ତେବେ ତାହାର ଚମକ କେତେ ଗୁଣ ଅଧିକ ହୋଇଯାଏଯେବେଠାରୁ ବିପ୍ଳବ ମହାଶୟଙ୍କ ସରକାର ପ୍ରତିଷ୍ଠା ହୋଇଛି, ସେତେବେଳଠାରୁ ଦିଲ୍ଲୀରେ ଆମକୁ ଏବଂ ବିପ୍ଳବ ଦେବ ମହାଶୟଙ୍କୁ ଏକା ସହିତ କାମ କରିବାର ସୁଯୋଗ ମିଳିଛି, କ୍ରମାଗତ ଭାବେ ଏହି ଚମକ ବଢ଼ି ଚାଲିଛି ଆଜି ଆମର ତ୍ରିପୁରା ଏବଂ ସମଗ୍ର ପୂର୍ବୋତ୍ତର ଏହିଭଳି ପରିବର୍ତନର ସାକ୍ଷୀ ହୋଇପାରିଛି।

ଆଜି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ଦିଆ ଯାଇଥିବା ପ୍ରଥମ କିସ୍ତି ସମଗ୍ର ତ୍ରିପୁରାର ସ୍ବପ୍ନକୁ ମଧ୍ୟ ନୂତନ ଉତ୍ସାହ ଉଦ୍ଦିପନା ପ୍ରଦାନ କରିଛି ମୁଁ ପ୍ରଥମ କିସ୍ତିର ଲାଭ ପାଇଥିବା ପ୍ରାୟ ଦେଢ଼ ଲକ୍ଷ ପରିବାରଙ୍କୁ, ସମସ୍ତ ତ୍ରିପୁରାବାସୀଙ୍କୁ ହୃଦୟର ସହିତ ଶୁଭେଚ୍ଛା ଜଣାଉଛି ମୁଁ ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବ ମହାଶୟ ଆଉ ତାଙ୍କ ସରକାରଙ୍କୁ ମଧ୍ୟ ଅଭିନନ୍ଦନ ଜଣାଉଛି ଯେ ସେମାନେ ଏତେ କମ୍ ସମୟ ମଧ୍ୟରେ ସରକାରୀ ସଂସ୍କୃତିକୁ, ପୁରୁଣା ପଦ୍ଧତିରେ କରାଯାଉଥିବା କାର୍ଯ୍ୟର ଢ଼ଂଗକୁ ପୁରୁଣା ବ୍ୟବହାରକୁ ପରିବର୍ତନ କରିଛନ୍ତି। ଯେଉଁ ଯୁବ ଉନ୍ମାଦନା ସହିତ ବିପ୍ଳବ ଦେବ ମହାଶୟ କାର୍ଯ୍ୟ କରୁଛନ୍ତି, ସେହି ଯୁବ ଉନ୍ମାଦନା, ସେହି ଉର୍ଜ୍ଜା ସମଗ୍ର ତ୍ରିପୁରାରେ ଦେଖିବାକୁ ମିଳୁଛି।

ସାଥୀଗଣ,

ମୋର ମନେ ଅଛି, ଚାରି- ପାଞ୍ଚ ବର୍ଷ ପୂର୍ବ ପର୍ଯ୍ୟନ୍ତ ଲୋକମାନେ କହୁଥିଲେ ଯେ ତ୍ରିପୁରାରେ ଦଶକ- ଦଶକ ଧରି ଗୋଟିଏ ବ୍ୟବସ୍ଥା ହିଁ ଚାଲି ଆସୁଛି, ଏଠାରେ ପରିବର୍ତ୍ତନ ହିଁ ସମ୍ଭବ ନୁହେଁ। କିନ୍ତୁ ଯେତେବେଳେ ତ୍ରିପୁରା ପରିବର୍ତ୍ତନ କରିବା ପାଇଁ ଦୃଢ଼ ନିଷ୍ପତି ନେଲା, ସେତେବେଳେ ତ୍ରିପୁରାର ବିକାଶକୁ ଅବରୋଧ କରୁଥିବା ପୁରାତନ ଚିନ୍ତାଧାରାକୁ ସମ୍ପୂର୍ଣ୍ଣ ଭାବେ ପରିବର୍ତ୍ତନ କରିଦେଲେ ଏବେ ତ୍ରିପୁରାକୁ ଗରିବ କରି ରଖୁଥିବା, ତ୍ରିପୁରାର ଲୋକମାନଙ୍କୁ ସୁଖ- ସୁବିଧାରୁ ଦୂରଇ ରଖୁଥିବା ଏହି ଚିନ୍ତାଧାରା ପାଇଁ ତ୍ରିପୁରାରେ କୌଣସି ସ୍ଥାନ ନାହିଁ

ଏବେ ଏଠାରେ ଡବଲ ଇଞ୍ଜିନ ସରକାର ସମ୍ପୂର୍ଣ୍ଣ ଶକ୍ତିର ସହିତ, ସମ୍ପୂର୍ଣ୍ଣ ସଚ୍ଚୋଟତାର ସହିତ ରାଜ୍ୟର ବିକାଶ ନିମନ୍ତେ ଲାଗି ପଡ଼ିଛନ୍ତି ଏବେ ଅଗରତାଲା ଏବଂ ଦିଲ୍ଲୀ ଦୁହେଁ ମିଶି ଏକା ସହିତ ତ୍ରିପୁରାର ବିକାଶ ପାଇଁ ନୀତି ନିର୍ଦ୍ଧାରଣ କରୁଛନ୍ତି, ପରିଶ୍ରମ କରୁଛନ୍ତି, ଆଉ ପରିଣାମ ନେଇ ଆସୁଛନ୍ତି ଆପଣମାନେ ଦେଖନ୍ତୁ, ବିଗତ ଚାରି ବର୍ଷ ମଧ୍ୟରେ, ତ୍ରିପୁରାର ଗାଁମାନଙ୍କରେ ପ୍ରାୟ 50 ହଜାର ପରିବାରଙ୍କୁ ପିଏମ ଆବାସ ଯୋଜନା ମାଧ୍ୟମରେ ପକ୍କା ଘର ନିର୍ମାଣ କରାଯାଇ ଦିଆଯାଇଛି ଏବେ ପ୍ରାୟ 1 ଲକ୍ଷ 60 ହଜାର ନୂତନ ଗୃହକୁ ମଞ୍ଜୁରୀ ଦିଆଯାଇଛି ଏକା ସହିତ, ଗୋଟିଏ ଥରରେ ଯେଉଁ ଗୃହ ମଞ୍ଜୁର ହୋଇଛି, ସେଥିରେ ପ୍ରାୟ ଦେଢ଼ ଲକ୍ଷ ପରିବାରଙ୍କୁ ହିଁ ଆଜି ପ୍ରଥମ କିସ୍ତି ମଧ୍ୟ ଜାରି ହୋଇ ଯାଇଛି ଆଉ ତାହା ମଧ୍ୟ ଏକା ସହିତ, ଗୋଟିଏ ଥରରେ ଏକ ବଟନ ଟିପି !

ତ୍ରିପୁରାର ଏହି ମନୋଭାବ ଏବଂ ତ୍ରିପୁରାର  ଏହି ଗତି କରୋନା ବିରୁଦ୍ଧରେ ହୋଇଥିବା ଆମର ଏଢ଼େଇରେ ମଧ୍ୟ ଦେଖିବାକୁ ମିଳିଥିଲା 45 ବର୍ଷରୁ ଅଧିକ ବୟସର ଲୋକମାନଙ୍କ ଠାରେ ସମ୍ପୂର୍ଣ୍ଣ  ଶତ- ପ୍ରତିଶତ ଟିକାକରଣ କରିବାର ରେକର୍ଡ ସବୁଠାରୁ ପ୍ରଥମେ ତ୍ରିପୁରା ହିଁ କରିଥିଲା। ଆଉ ଏବେ, ତ୍ରିପୁରାର 18 ବର୍ଷରୁ ଅଧିକ ବର୍ଷ ବୟସର ସମ୍ପୂର୍ଣ୍ଣ ଜନସଂଖ୍ୟାକୁ ମଧ୍ୟ ଶତ-ପ୍ରତିଶତ ଟିକାକରଣ କରିବାର ନିକଟରେ।

ସାଥୀଗଣ,

ପ୍ରଥମେ ଦେଶର ଉତ୍ତର ଏବଂ ପଶ୍ଚିମ ଭାଗରୁ ଆମର ନଦୀଗୁଡ଼ିକ ପୂର୍ବକୁ ଆସୁଥିଲେ, କିନ୍ତୁ ବିକାଶର ଗଙ୍ଗା ଏଠାରେ ପହଞ୍ଚିବା ପୂର୍ବରୁ ହିଁ ସଂକୁଚିତ ହୋଇଯାଉଥିଲା ଦେଶର ସମଗ୍ର ବିକାଶକୁ ଖଣ୍ଡ ଖଣ୍ଡ ଭାବେ ଦେଖା ଯାଉଥିଲା, କ୍ଷମତାର ଚଷମାରେ ଦେଖା ଯାଉଥିଲା। ତେଣୁ, ଆମର ପୂର୍ବୋତ୍ତର ନିଜକୁ ଉପେକ୍ଷିତ ଅବହେଳିତ ଅନୁଭବ କରୁଥିଲେ କିନ୍ତୁ ଆଜି ଦେଶର ବିକାଶକୁ ଏକ ଭାରତ, ଶ୍ରେଷ୍ଠ ଭାରତର ଭାବନା ସହିତ ଦେଖା ଯାଉଛି ବିକାଶକୁ ଏବେ ଦେଶର ଏକତା- ଅଖଣ୍ଡତାର ପର୍ଯ୍ୟାୟ ବୋଲି ମାନି ନିଆ ଯାଉଛି।

ପୂର୍ବେ ନୀତି ଗୁଡିକ ସବୁ ଦିଲ୍ଲୀର ବନ୍ଦ କୋଠରୀରେ ହେଉଥିଲା, ଆଉ ପୂର୍ବୋତ୍ତରକୁ ସେଥିରେ ଫିଟ୍ କରିବାର ଅସଫଳ ପ୍ରୟାସ କରାଯାଉଥିଲା ମାଟିରୁ ଏହି ମିନ୍ନ ଅଂଶ ହିଁ ବିଚ୍ଛିନ୍ନତାକୁ ଜନ୍ମ ଦେଇଥାଏ ତେଣୁ, ବିଗତ ସାତ ବର୍ଷରେ ଦେଶ ଏକ ନୂତନ ଚିନ୍ତାଧାରା, ନୂତନ ଅଭିବ୍ୟକ୍ତି ସ୍ଥିର କରିଛି ଏବେ ଦିଲ୍ଲୀର ହିସାବରେ ହିଁ ନୁହେଁ, ବରଂ ଏଠାକାର ଆବଶ୍ୟକତା ଅନୁସାରେ ନୀତି ନିର୍ଦ୍ଧାରଣ କରାଯାଉଛି

ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ହିଁ ନିଅନ୍ତୁ ପକ୍କା ଗୃହକୁ ନେଇ କିଛି ନିୟମ, ତ୍ରିପୁରାର ଲକ୍ଷ- ଲକ୍ଷ ପରିବାରଙ୍କ ସାମ୍ନାରେ ପ୍ରତିବନ୍ଧକ ସୃଷ୍ଟି କରୁଥିଲା କିନ୍ତୁ ସରକାର ତ୍ରିପୁରାର ଭୌଗୋଳିକ ପରିସ୍ଥିତି ଗୁଡ଼ିକୁ ବୁଝିଲେ, ସେହି ହିସାବରେ ନିୟମ ପରିବର୍ତ୍ତନ କଲେ, ଆବଶ୍ୟକ ନୀତି ପ୍ରସ୍ତୁତ କଲେ। ଆଉ ସେହି କାରଣରୁ ଆଜି ହିଁ ହଜାର- ହଜାର ନୂତନ ପରିବାରଙ୍କୁ ଏହି ଯୋଜନାର ଲାଭ ମିଳି ପାରୁଛି ବିକାଶ ପାଇଁ ଏହି ସମ୍ବେଦନଶୀଳତା ହେଉଛି ବହୁତ ଜରୁରୀ କେବଳ ଏତିକି ନୁହେଁ, ଆମେ ଏହି ଦିଗ ଆଡ଼କୁ ମଧ୍ୟ ଧ୍ୟାନ ଦେଲୁ ଯେ ଏଠାକାର ପରିବେଶ ଏବଂ ଚାଲି- ଚଳଣୀ ହିସାବରେ ଘର କିଭଳି ହେବା ଦରକାର ଆମେ ଘରର ଆକାର ମଧ୍ୟ ବଢ଼ାଇଲୁ ଆଉ ସେଗୁଡ଼ିକୁ ନୂତନ ସୁବିଧା ସହିତ ମଧ୍ୟ ଯୋଡ଼ିଲୁ।

ସାଥୀଗଣ,

ପିଏମ ଆବାସ ଯୋଜନାର ଯେଉଁ ଏକ ବହୁତ ବଡ଼ ଶକ୍ତି ରହିଛି, ସେହି ବିଷୟରେ ମୁଁ ଦେଶକୁ ବାରମ୍ବାର ଜଣାଉଛି ଆଉ ଯେଉଁ ସ୍ଥାନକୁ ତ୍ରିପୁର ସୁନ୍ଦରୀଙ୍କ ବିଶେଷ ଆଶୀର୍ବାଦ ମିଳିଛି, ସେଠାରେ ତ, ମୁଁ ଏହି ବିଷୟରେ ଚର୍ଚ୍ଚା ନିଶ୍ଚିତ ଭାବେ କରିବି ଶତାବ୍ଦୀ- ଶତାବ୍ଦୀ ପର୍ଯ୍ୟନ୍ତ ଆମର ଏଠାରେ ଯେଉଁ ଚିନ୍ତାଧାରା ରହି ଆସିଛି, ସେଥିରେ ମହିଳାମାନଙ୍କ ନାମରେ ଘର ନଥିଲା, ମହିଳାମାନଙ୍କ ନାମରେ ସମ୍ପତ୍ତି ନଥିଲା ପିଏମ ଆବାସ ଯୋଜନା ଏହି ଚିନ୍ତାଧାରାକୁ ମଧ୍ୟ ପରିବର୍ତ୍ତନ କରିବାର କାର୍ଯ୍ୟ କରିଛି ଏହି ଯୋଜନା ମାଧ୍ୟମରେ ଯେଉଁ ଗୃହ ନିର୍ମାଣ କରାଯାଉଛି, ସେଗୁଡ଼ିକର ମାଲିକାନା ସତ୍ତ୍ବ ଅଧିକରୁ ଅଧିକ ଆମର ଭଉଣୀ- ଝିଅଙ୍କୁ ମିଳୁଛି, ମାଆଙ୍କୁ ମିଳୁଛି। ଏବେ ସେମାନେ ଗୃହର ଦସ୍ତାବେଜରେ ମଧ୍ୟ ଘରର ମାଲିକାଣୀ ହୋଇ ରହୁଛନ୍ତି କେବଳ ଏତିକି ହିଁ ନୁହେଁ, ପିଏମ ଆବାସ ଯୋଜନା ମାଧ୍ୟମରେ ମିଳୁଥିବା ଗୃହରେ, ଯେଉଁ ଗ୍ୟାସ ସଂଯୋଗ ମିଳୁଛି, ଯେଉଁ ବିଜୁଳି ସଂଯୋଗ ମିଳୁଛି, ଯେଉଁ ପାଣି ସାଯୋଗ ମିଳୁଛି, ସେ ସବୁର ଲାଭ ମଧ୍ୟ ଆମର ଭଉଣୀ- ଝିଅଙ୍କୁ ହିଁ ସବୁଠାରୁ ଅଧିକ ହେଉଛି।

ସାଥୀଗଣ,

ଭାରତର ବିକାଶରେ, ଆତ୍ମବିଶ୍ୱାସରେ ଭରି ରହିଥିବା ଭାରତର ମହିଳାଶକ୍ତିର ଭାରତକୁ ଆଗକୁ ବଢ଼ାଇବାରେ ଏକ ବହୁତ ବଡ଼ ଯୋଗଦାନ ରହିଛି ଏହି ମହିଳାଶକ୍ତିର ବହୁତ ବଡ଼ ପ୍ରତୀକ ମଧ୍ୟ, ହେଉଛନ୍ତି ଆମର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଆମେ ସ୍ୱୟଂ ସହାୟକ ଗୋଷ୍ଠୀରେ କାର୍ଯ୍ୟ  କରୁଥିବା ଭଉଣୀମାନଙ୍କୁ ଜନ ଧନ ଖାତା ମାଧ୍ୟମରେ ବ୍ୟାଙ୍କିଙ୍ଗ ବ୍ୟବସ୍ଥା ସହିତ ଯୋଡ଼ିଛୁ। ସେମାନଙ୍କୁ ବିନା ଗ୍ୟାରେଣ୍ଟିରେ ଋଣ ପ୍ରଦାନ କ୍ଷେତ୍ରରେ ମଧ୍ୟ ବହୁତ ବୃଦ୍ଧି କରାଯାଇଛି ପ୍ରତ୍ୟେକ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ପୂର୍ବେ ଯେଉଁଠି 10 ଲକ୍ଷ ପର୍ପ୍ୟନ୍ତ ଟଙ୍କା ବିନା ଗ୍ୟାରେଣ୍ଟିରେ ଋଣ ମିଳୁଥିଲା, ଏବେ ଏହି ରାଶି ବୃଦ୍ଧି ପାଇ ଦୁଇ ଗୁଣ ଅର୍ଥାତ 20 ଲକ୍ଷ କରି ଦିଆଯାଇଛି।

ମୁଁ ଖୁସି ଯେ ତ୍ରିପୁରା ସରକାରଙ୍କର ନୀତିଗୁଡ଼ିକ ମଧ୍ୟ ହେଉଛି ମହିଳାଙ୍କୁ ସଶକ୍ତ କରିବାରେ ସମ୍ପୂର୍ଣ୍ଣ ଶକ୍ତି ଦ୍ୱାରା କାର୍ଯ୍ୟ କରିବା ଏଠାରେ ପୂର୍ବେ ଯେଉଁ ସରକାର ଥିଲେ...ବିପ୍ଳବ ଦେବ ମହାଶୟଙ୍କ ଆସିବା ପର୍ବର କଥା କହୁଛି... ତାହାର ପାଂଚ ବର୍ଷ ପୂର୍ବେ ତ୍ରିପୁରାରେ କେବଳ 4 ହଜାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ପ୍ରତିଷ୍ଠା ହୋଇଥିଲା ଯେତେବେଳେ କି 2018ରେ ଡବଲ ଇଞ୍ଜିନ ସରକାର ଗଠନ ହେବା ପରେ, 26 ହଜାରରୁ ଅଧିକ, ନୂତନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଗଠିତ ହୋଇଛି ଏଗୁଡ଼ିକ ସହିତ ଯେଉଁ ମହିଳାମାନେ ଯୋଡ଼ି ହୋଇଛନ୍ତି, କୃଷିଜାତ ଉତ୍ପାଦ ପ୍ରସ୍ତୁତ କରୁଛନ୍ତି, ବାଉଁଶ ସହିତ ଜଡ଼ିତ ଉତ୍ପାଦ ପ୍ରସ୍ତୁତ କରୁଛନ୍ତି, ହସ୍ତତନ୍ତ କାର୍ଯ୍ୟରେ ସାମିଲ ହୋଇଛନ୍ତି ତ୍ରିପୁରା ସରକାର ଏମାନଙ୍କୁ ଆର୍ଥିକ ସାହାଯ୍ୟ କରୁଛନ୍ତି, ଏମାନଙ୍କୁ ନିରନ୍ତର ସଶକ୍ତ କରୁଛନ୍ତି।

ସାଥୀଗଣ,

କମ୍ ସମୟରେ କିଭଳି ଭାବେ ବଡ଼ ପରିବର୍ତ୍ତନ ଆସିପାରେ, ସୀମିତ ସମୟରେ ନୂତନ ବ୍ୟବସ୍ଥା ଦଣ୍ଡାୟମାନ କରାଯାଇପାରେ, ଆଜି ତ୍ରିପୁରାକୁ ମୁଁ ଶୁଭେଚ୍ଛା ଜଣାଉଛି ଯେ ତ୍ରିପୁରା କରି ଦେଖାଇଛି ପୂର୍ବେ ଏଠାରେ କମିଶନ ଏବଂ ଦୁର୍ନୀତି ବିନା କୌଣସି କଥା ହେଉ ନଥିଲା, କିନ୍ତୁ ଆଜି ସରକାରୀ ଯୋଜନାଗୁଡ଼ିକର ଲାଭ ଡିବିଟି ମାଧ୍ୟମରେ ସିଧାସଳଖ ଆପଣମାନଙ୍କ ଖାତାରେ ପହଞ୍ଚି ଯାଉଛି। ପୂର୍ବରୁ ନିଜର କୌଣସି କୌଣସି କାମ ପାଇଁ ସାଧାରଣ ନାଗରିକଙ୍କୁ ଅଫିସର ଚକ୍କର ଲଗାଇବାକୁ ପଡ଼ୁଥିଲା, କିନ୍ତୁ ଏବେ ଯାବତୀୟ ସେବା ସୁବିଧା ଦେବାପାଇଁ ସରକାର ନିଜେ ଆପଣଙ୍କ ପାଖକୁ ଆସୁଛନ୍ତି

ପୂର୍ବରୁ କର୍ମଚାରୀ, ସଠିକ ସମୟରେ ଦରମା ମିଳିଯାଉ ଏଥିପାଇଁ ବ୍ୟସ୍ତ ହେଉଥିଲେ, ଏବେ ସେମାନଙ୍କୁ ସପ୍ତମ ବେତନ ଆୟୋଗର ଲାଭ ମିଳୁଛି। ପୂର୍ବରୁ ଏଠାରେ କୃଷକମାନଙ୍କୁ ନିଜର ଫସଲ ବିକ୍ରି କରିବା ପାଇଁ ବ୍ୟସ୍ତ ହେବାକୁ ପଡ଼ୁଥିଲା, କିନ୍ତୁ ଏବେ ତ୍ରିପୁରାରେ ପ୍ରଥମ ଥର ପାଇଁ କୃଷକଙ୍କ ଠାରୁ ଏମଏସପିରେ ଫସଲ କ୍ରୟ କରାଯାଇଛି ସେହି ଏକା ତ୍ରିପୁରା, ସେହି ଏକା ଲୋକ, ସେହି ଏକା  ସାମର୍ଥ୍ୟ, କିନ୍ତୁ ପୂର୍ବର ଆ​‌ନ୍ଦୋଳନ ସଂସ୍କୃତି ଯୋଗୁ ଶିଳ୍ପ ଏଠାକୁ ଆସିବାକୁ ଡରୁଥିଲେ, ଏବେ କିନ୍ତୁ ଏଠାରେ ତ୍ରିପୁରାର ରପ୍ତାନୀ ପ୍ରାୟ ପାଞ୍ଚ ଗୁଣ ବଢ଼ି ଯାଇଛି।

ସାଥୀଗଣ,

ତ୍ରିପୁରାରେ ଡବଲ୍ ଇଞ୍ଜିନ୍ ସରକାର ଯୋଗୁଁ ଯେଉଁମାନଙ୍କୁ ଲାଭ ମିଳୁଛି, ସେମାନଙ୍କ ମଧ୍ୟରୁ ଅଧିକାଂଶ ଗରିବ, ଅବହେଳିତ, ପଛୁଆ ଏବଂ ବିଶେଷ କରି ଆମ ଆଦିବାସୀ ସମାଜର ଭାଇ ଓ ଭଉଣୀ ଆମର ଉତ୍ତର-ପୂର୍ବାଞ୍ଚଳ ତ, ହେଉଛି, ଦେଶର ସବୁଠାରୁ ପୁରାତନ ଏବଂ ସମୃଦ୍ଧ ଆଦିବାସୀ ସଂସ୍କୃତିର କେନ୍ଦ୍ର ସ୍ବାଧୀନତାର ଇତିହାସରେ ଆମର ଉତ୍ତର-ପୂର୍ବାଞ୍ଚଳର ଆଦିବାସୀ ସଂଗ୍ରାମୀମାନେ ଏବଂ ଦେଶରେ ମଧ୍ୟ ଆମର ଆଦିବାସୀ ସୈନିକମାନେ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି ଏହି ପରମ୍ପରାକୁ ସମ୍ମାନ ଦେବା ପାଇଁ, ଏହି ପରମ୍ପରାକୁ ଆଗକୁ ନେବା ପାଇଁ ଦେଶ ନିରନ୍ତର କାର୍ଯ୍ୟ କରୁଛି

ଏହି ଶୃଙ୍ଖଳରେ, ଆଜାଦୀର ଅମୃତ ମହେତ୍ସବରେ ଦେଶ ଆଉ ଏକ ବଡ଼ ନିଷ୍ପତ୍ତି ନେଇଛି ଦେଶ ଏବେ ପ୍ରତିବର୍ଷ 15 ନଭେମ୍ବରରେ, ଭଗବାନ ବିର୍ସା ମୁଣ୍ଡାଙ୍କ ଜନ୍ମ ଜୟନ୍ତୀକୁ ଜନଜାତୀୟ ଗୌରବ ଦିବସ ଭାବରେ ପାଳନ କରିବ ଅର୍ଥାତ୍ ଯେଉଁ 15 ନଭେମ୍ବର ଆସୁଛି, ଆସନ୍ତାକାଲି ସମଗ୍ର ହିନ୍ଦୁସ୍ତାନର କୋଣ ଅନୁକୋଣରେ ଜନଜାତୀୟ ଗୌରବ ଦିବସ ଭାବେ ପାଳନ କରାଯିବ ଏବଂ ଏହା ସଦା ସର୍ବଦା ପାଇଁ ଏକ ଜନଜାତୀୟ ଗୌରବ ଦିବସ ହେବ ଏହି ଦିନ ନା କେବଳ ଆମର ଆଦିବାସୀ ପରମ୍ପରାକୁ ପ୍ରଣାମ କରିବାର ଦିନ ହେବ ନାହିଁ, ବରଂ ଏକ ସୁସଂଗତ ସମାଜ ପାଇଁ ଦେଶର ସଂକଳ୍ପର ପ୍ରତୀକ ମଧ୍ୟ ହେବ ଆଉ ​‌ ଯେତେବେଳେ ମୁଁ ଜନଜାତୀୟ ଗୌରବ ଦିବସ କତା କହୁଛି,​‌ ଯେପରି ସମ୍ପୂର୍ଣ୍ଣ ସ୍ବାଧୀନତା ଆନ୍ଦୋଳନରେ 15 ଅଗଷ୍ଟର ଏକ ସ୍ବତନ୍ତ୍ର ମୂଲ୍ୟ ରହିଛି, ଯେଭଳି ଆମର ଗଣତାନ୍ତ୍ରିକ ମୂଲ୍ୟବୋଧର ପରମ୍ପରାରେ 26 ଜାନୁଆରୀର ଏକ ସ୍ବତନ୍ତ୍ର ମୂଲ୍ୟ ରହିଛି, ଯେପରି ଆମର ସାଂସ୍କୃତି ଓ ପରମ୍ପରାରେ ରାମନବମୀର ଗୁରୁତ୍ବ ରହିଛି, ଯେପରି ଆମ ଜୀବନରେ କୃଷ୍ଣ ଅଷ୍ଟମୀର ଗୁରୁତ୍ୱ ରହିଛି; ସେହିପରି ଭାବେ, 2 ଅକ୍ଟୋବର ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଅହିଂସା ଦିବସ ଭାବେ ସ୍ଥାନ ରହିଛି, ଯେପରି 31 ଅକ୍ଟୋବର- ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ, ତାଙ୍କର ଜନ୍ମ- ଜୟନ୍ତୀ ଦେଶର ଏକତାର ବାର୍ତ୍ତା ସହିତ ଜଡିତ, ସେହିପରି ବର୍ତ୍ତମାନ 15 ନଭେମ୍ବରକୁ ଆମ ଦେଶ ଜନଜାତୀୟ ଗୌରବ ଦିବସ ରୂପେ ପାଳନ କରିବ ଏବଂ ଦେଶର ଆଦିବାସୀମାନେ ଦେଶର ବିକାଶ ପାଇଁ, ଦେଶର ସମୃଦ୍ଧି ତା ପାଇଁ ଯାହା କିଛି କରିଛନ୍ତି, ସେମାନେ ଯାହା କରିବାକୁ ଚାହୁଁଛନ୍ତି, ସେ ସବୁକୁ ଉତ୍ସାହର ସହିତ ଆଗକୁ ଆଗେଇ ନିଆଯିବ

ସାଥୀଗଣ,

ଆଜାଦୀ କା ଅମୃତ ମହୋତ୍ସବ, ଦେଶର ଏହି ମହୋତ୍ସବ, ଉତ୍ତର-ପୂର୍ବାଞ୍ଚଳର ରଙ୍ଗ ଏବଂ ଏଠାକାର ସଂସ୍କୃତି ବିନା ସମ୍ପୂର୍ଣ୍ଣ ହୋଇପାରିବ ନାହିଁ ସେଥିପାଇଁ, 2047 ମସିହାରେ, ଯେତେବେଳେ ଦେଶ ସ୍ବାଧୀନତାର ଶହେ ବର୍ଷ ପାଳନ କରିବ, 2047 ମସିହାରେ ସ୍ବାଧୀନତାର ଶହେ ବର୍ଷ ପୂରଣ ​‌ ହେବାପରେ, ଦେଶ ଯେଉଁ ଶିଖର ହାସଲ କରିବ, ତାହାର ନେତୃତ୍ୱ, ସେଥିରେ ​ ଉତ୍ତର-ପୂର୍ବାଞ୍ଚଳର ବହୁତ ବଡ଼ ଅବଦାନ ରହିବ।

ଆଜି ଉତ୍ତର-ପୂର୍ବାଞ୍ଚଳର ବିକାଶକୁ ପ୍ରତ୍ୟେକ ଦିଗରେ, ପ୍ରତ୍ୟେକ ପଦକ୍ଷେପରେ ତ୍ୱରାନ୍ୱିତ କରାଯାଉଛି ଏଠାରେ ପ୍ରକୃତି ଏବଂ ପର୍ଯ୍ୟଟନ ସହିତ ଜଡିତ ଅପାର ସମ୍ଭାବନା ରହିଛି, ଦକ୍ଷିଣ ଏସିଆ ସହିତ ଭାରତକୁ ସଂଯୋଗ କରିବାର ପଥ ଅଛି,  ବ୍ୟବସାୟର ବିପୁଳ  ସୁଯୋଗ ଅଛି, ଏହି ସମସ୍ତ ସମ୍ଭାବନା ସେତେବେଳେ ସାକାର ହେବ ଯେତେବେଳେ ଏଠାରେ  ଆଧୁନିକ ଭିତ୍ତିଭୂମି ସୃଷ୍ଟି ହେବ, ଉନ୍ନତ ଯୋଗାଯୋଗ ବ୍ୟବସ୍ଥା ହେବ।

ବିଗତ ଦଶକ ଗୁଡିକ ମଧ୍ୟରେ ଏହି ଦିଗରେ ଯାହା ଅଭାବ ରହି ଯାଇଥିଲା, ତାହାକୁ ଆଜି ଦ୍ରୁତ ଗତିରେ ପୂରଣ କରାଯାଉଛି ଆଜି ଉତ୍ତର-ପୂର୍ବାଞ୍ଚଳରେ ରେଳ ଯୋଗାଯୋଗ ନେଇ ନିର୍ମାଣ କରାଯାଉଛି, ନୂତନ ରେଳ ପଥ ନିର୍ମାଣ କରାଯାଉଛିସେହିଭଳି, ଯେଉଁ ଅଞ୍ଚଳକୁ ଦୁର୍ଗମ ଭାବି ପୂର୍ବରୁ ଛାଡି ଦିଆଯାଉଥିଲା ସେଠାରେ ନୂଆ ନୂଆ ରାଜପଥ ନିର୍ମାଣ କରାଯାଉଛି, ପ୍ରଶସ୍ତ ରାସ୍ତା ନିର୍ମାଣ କରାଯାଉଛି, ସେତୁ ନିର୍ମାଣ କରାଯାଉଛିଏଠାରେ ତ୍ରିପୁରାରେ ମଧ୍ୟ ନୂତନ ରେଳ ପଥ ପାଇଁ, ନୂତନ ଜାତୀୟ ରାଜପଥ ପାଇଁ ଅନେକ କାର୍ଯ୍ୟ କରାଯାଇଛି ଏହି ଆଧୁନିକ ଭିତ୍ତିଭୂମି ଆଗାମୀ ବର୍ଷମାନଙ୍କରେ ଉତ୍ତର-ପୂର୍ବାଞ୍ଚଳର ପରିଚୟକୁ, ଏହାର ପ୍ରଗତିକୁ ନୂତନ ଭାବେ ଗଢି ତୋଳିବ।

ମୁଁ ସମ୍ପୂର୍ଣ୍ଣ ନିଶ୍ଚିତ ଯେ ଆମର ଏହି ସଂକଳ୍ପ, ଉତ୍ତର-ପୂର୍ବାଞ୍ଚଳରେ ଆସୁଥିବା ଏହି ପରିବର୍ତ୍ତନ ଗୁଡିକ ନିକଟ ଭବିଷ୍ୟତରେ ଦେଶକୁ ଏକ ନୂତନ ଶୀଖରକୁ ନେଇଯିବ

ପୁଣି ଥରେ ଏପରି ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ, ଏକ ଛୋଟ ରାଜ୍ୟରେ ଏତେ ବଡ଼ ଗୁରୁତ୍ୱପୂର୍ଣ୍ଣ ଲମ୍ଫ ମୋତେ ମଧ୍ୟ ଗର୍ବ ଦେଉଛି, ଆନନ୍ଦ ଦେଉଛି । ଆପଣ ସମସ୍ତ ହିତାଧିକାରୀ ମାନଙ୍କୁ, ତ୍ରିପୁରାର ନାଗରିକ ମାନଙ୍କୁ, ଉତ୍ତର-ପୂର୍ବାଞ୍ଚଳର ମୋର ସମସ୍ତ ପ୍ରିୟ ଭାଇ ଓ ଭଉଣୀମାନଙ୍କୁ ମୁଁ ଅନେକ- ଅନେକ ଶୁଭକାମନା ଜଣାଉଛି ଆପଣ ସମସ୍ତଙ୍କୁ ହୃଦୟର ସହିତ ବହୁତ-ବହୁତ ଅଭିନନ୍ଦନ ଜଣାଉଛି।

ବହୁତ-ବହୁତ ଧନ୍ୟବାଦ !

 

 

*****

AH



(Release ID: 1771806) Visitor Counter : 132