ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀଙ୍କର ସିଙ୍ଗାପୁରର ପ୍ରଧାନମନ୍ତ୍ରୀଙ୍କ ସହ ବୈଠକ

ପୋଷ୍ଟ କରାଯିବା ଦିନାଙ୍କ: 30 OCT 2021 9:36PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସିଙ୍ଗାପୁରର ପ୍ରଧାନମନ୍ତ୍ରୀ ମହାମହିମ ଶ୍ରୀ ଲି ହସିନ୍ଲୁଙ୍ଗଙ୍କ ସହିତ ୩୦ ଅକ୍ଟୋବର ୨୦୨୧ ରେ ଇଟାଲୀର ରୋମରେ ଅନୁଷ୍ଠିତ ଜି -୨୦ ଶିଖର ସମ୍ମିଳନୀ ଅବସରରେ ଏକ ଦ୍ୱିପାକ୍ଷିକ ବୈଠକ କରିଛନ୍ତି

ମହାମାରୀ ପରବର୍ତ୍ତୀ ସମୟରେ ଏହା ସେମାନଙ୍କର ପ୍ରଥମ ବ୍ୟକ୍ତିଗତ ବୈଠକ ଥିଲା ଉଭୟ ନେତା ଜଳବାୟୁ ପରିବର୍ତ୍ତନ ମୁକାବିଲା ପାଇଁ ବିଶ୍ୱସ୍ତରୀୟ ଉଦ୍ୟମ ଏବଂ ଆଗାମୀ ସିଓପି୨୬ ଉପରେ ଆଲୋକପାତ କରିଥିଲେ ତ୍ୱରିତ ଟୀକାକରଣ ପ୍ରୟାସ ଏବଂ ଗୁରୁତ୍ୱପୂର୍ଣ୍ଣ ଔଷଧ ଯୋଗାଣ ଦ୍ୱାରା ସେମାନେ କୋଭିଡ -୧୯ ମହାମାରୀକୁ ନିୟନ୍ତ୍ରଣ ସୁନିଶ୍ଚିତ କରିବା ନେଇ ଚାଲିଥିବା ପ୍ରୟାସ ଉପରେ ମଧ୍ୟ ଆଲୋଚନା କରିଥିଲେ ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ମୋଦୀ କୋଭିଡର ଦ୍ୱିତୀୟ ଲହର ସମୟରେ ଭାରତକୁ କୋଭିଡ ସହାୟତା ଯୋଗାଇଥିବାରୁ ସିଙ୍ଗାପୁରର ଆଭିମୁଖ୍ୟକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ଲି ଭାରତରେ ଦ୍ରୁତ ଟୀକାକରଣ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି

ଉଭୟ ଦେଶ ମଧ୍ୟରେ ଯଥାଶୀଘ୍ର ଯାତାୟତ ସ୍ୱାଭାବିକ ସହିତ ଲୋକଙ୍କ ମଧ୍ୟରେ ସମ୍ପର୍କ ବୃଦ୍ଧି କରିବାର ଉପାୟ ବିଷୟରେ ସେମାନେ ଆଲୋଚନା କରିଥିଲେ

HS


(ରିଲିଜ ଆଡି: 1768002) ପରିଦର୍ଶକ କାଉଣ୍ଟର : 235