ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ଅକ୍ଟୋବର ୨୩ ତାରିଖରେ ଆତ୍ମନିର୍ଭର ଭାରତ ସ୍ୱୟଂପୂର୍ଣ୍ଣ ଗୋଆ କାର୍ଯ୍ୟକ୍ରମର ହିତାଧିକାରୀ ଓ ସହଯୋଗୀମାନଙ୍କ ସହ ଆଲୋଚନା କରିବେ ।

प्रविष्टि तिथि: 22 OCT 2021 2:30PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୩ ଅକ୍ଟୋବର, ୨୦୨୧ ପୂର୍ବାହ୍ନ ୧୧ ଟା ସମୟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆତ୍ମନିର୍ଭର ଭାରତ ସୟଂପୂର୍ଣ୍ଣ ଗୋଆ କାର୍ଯ୍ୟକ୍ରମର ହିତାଧିକାରୀ ଏବଂ ସହଯୋଗୀଙ୍କ ସହ ଆଲୋଚନା କରିବେ ଏହି ଆଲୋଚନା ପରେ ପରେ ଉପସ୍ଥିତଙ୍କୁ ସେ ସମ୍ବୋଧିତ କରିବେ

ସ୍ୱୟଂପୂର୍ଣ୍ଣ ଗୋଆର ଏହି ପଦକ୍ଷେପ ଅକ୍ଟୋବର ୨୦୨୦ ରେ ଆରମ୍ଭ ହୋଇଥିବାଆତ୍ମନିର୍ଭର ଭାରତ' ପାଇଁ ପ୍ରଧାନମନ୍ତ୍ରୀ ଦେଇଥିବା ସ୍ପଷ୍ଟ ଆହ୍ୱାନ ଦ୍ୱାରା ଅନୁପ୍ରାଣିତ ହୋଇଥିଲା ଏହି କାର୍ଯ୍ୟକ୍ରମ ଅଧୀନରେ ରାଜ୍ୟ ସରକାରଙ୍କର ଜଣେ ଅଧିକାରୀଙ୍କୁସ୍ୱୟଂପୂର୍ଣ୍ଣ ମିତ୍ରଭାବରେ ନିଯୁକ୍ତ କରାଯାଇଛି ଏହି ମିତ୍ର ଏକ ର୍ନିଦ୍ଦିଷ୍ଟ ପଞ୍ଚାୟତ କିମ୍ବା ପୌରପାଳିକା ପରିଦର୍ଶନ କରନ୍ତି, ଲୋକଙ୍କ ସହ ଯୋଗାଯୋଗ କରନ୍ତି, ଏକାଧିକ ସରକାରୀ ବିଭାଗ ସହିତ ସମନ୍ୱୟ ରକ୍ଷା କରନ୍ତି ଏବଂ ଯୋଗ୍ୟ ହିତାଧିକାରୀଙ୍କ ପାଇଁ ବିଭିନ୍ନ ସରକାରୀ ଯୋଜନା ଏବଂ ସୁବିଧା ଉପଲବ୍ଧ କରାଇଥାନ୍ତି

ଏହି ଅବସରରେ ଗୋଆ ମୁଖ୍ୟମନ୍ତ୍ରୀ ଶ୍ରୀ ପ୍ରମୋଦ ସାୱନ୍ତ ଉପସ୍ଥିତ ରହିବେ

HS


(रिलीज़ आईडी: 1765763) आगंतुक पटल : 231
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Manipuri , Assamese , Bengali , Punjabi , Gujarati , Tamil , Telugu , Kannada , Malayalam