ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

୧୦୦% ପ୍ରଥମ ଡୋଜ କୋଭିଡ ଟିକାକରଣ ପାଇଁ ଦେବଭୂମି ବାସିନ୍ଦାଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

Posted On: 18 OCT 2021 2:50PM by PIB Bhubaneshwar

୧୮+ ବୟସ ବର୍ଗରେ ୧୦୦% ପ୍ରଥମ ଡୋଜ କୋଭିଡ-୧୯ ଟିକାକରଣ ପାଇଁ ଦେବଭୂମି ବାସିନ୍ଦାଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି । ଦେଶର କୋଭିଡ-୧୯ ବିରୋଧୀ ଲଢେଇରେ ଉତ୍ତରାଖଣ୍ଡର ଏହି ସଫଳତା ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି ।

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଶ୍ରୀ ପୁଷ୍କର ସିଂହ ଧାମିଙ୍କ ଟ୍ୱିଟର ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ଦେବଭୂମି ବାସିନ୍ଦାଙ୍କୁ ଅନେକ ଅନେକ ଅଭିନନ୍ଦନ । କୋଭିଡ ବିରୋଧରେ ଦେଶର ଲଢେଇେ ଉତ୍ତରାଖଣ୍ଡର ଏହି ସଫଳତା ବେଶ ମହତ୍ୱପୂର୍ଣ୍ଣ । ମୋର ବିଶ୍ୱାସ ଏହି ବୈଶିକ ମହାମାରୀ ସହ ଲଢିବା ପାଇଁ ଆମର ଭ୍ୟାକ୍ସିନେସନ ଅଭିଯାନ ବେଶ ପ୍ରଭାବଶାଳୀ ସାବ୍ୟସ୍ତ ହେବ ଓ ଏଥିରେ ଲୋକଙ୍କ ଭାଗିଦାରୀ ବେଶ ଗୁରୁତ୍ୱପୂର୍ଣ୍ଣ ।”

 

SR



(Release ID: 1764737) Visitor Counter : 203