ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ନବରାତ୍ରୀ ଅବସରରେ ମା କୁଷ୍ମାଣ୍ଡା ଓ ମା ସ୍କନ୍ଦମାତାଙ୍କ ପ୍ରାର୍ଥନା କଲେ ପ୍ରଧାନମନ୍ତ୍ରୀ

Posted On: 10 OCT 2021 10:00AM by PIB Bhubaneshwar

ନବରାତ୍ରୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମା କୁଷ୍ମାଣ୍ଡା ଓ ମା ସ୍କନ୍ଦମାତାଙ୍କ ନିକଟରେ ଭକ୍ତମାନଙ୍କ ପାଇଁ ଆଶୀର୍ବାଦ କାମନା କରିବା ସହ ଦେବୀମାନଙ୍କ ଉଦ୍ଦେଶ୍ୟରେ ସ୍ତୁତି ନିବେଦନ କରିଛନ୍ତି । 

ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

“ମା କୁଷ୍ମାଣ୍ଡାଙ୍କୁ ପ୍ରାର୍ଥନା କରିବା ସହ ନିଜର ବିଭିନ୍ନ ପ୍ରୟାସ ପାଇଁ ତାଙ୍କ ଆଶୀର୍ବାଦ କାମନା କରୁଛି । ତାଙ୍କୁ ସମର୍ପିତ ଏକ ସ୍ତୁତି ଏଠାରେ ନିବେଦନ କରୁଛି ।”

“ନବରାତ୍ରୀରେ ଦେବୀ ସ୍କନ୍ଦମାତାଙ୍କ ଉପାସନା କରାଯାଏ । ମା ସ୍କନ୍ଦମାତା ନିଜ ଭକ୍ତମାନଙ୍କୁ ସମସ୍ତ ପ୍ରତିକୂଳ ପରିସ୍ଥିତି ଅତିକ୍ରମ କରିବା ପାଇଁ ଶକ୍ତି ପ୍ରଦାନ କରନ୍ତୁ ବୋଲି ପ୍ରାର୍ଥନା କରୁଛି ।”  

 

SR



(Release ID: 1762713) Visitor Counter : 182