ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଅକ୍ଟୋବର ୬ରେ ମଧ୍ୟପ୍ରଦେଶର ସ୍ୱାମୀତ୍ୱ ଯୋଜନା ହିତାଧିକାରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା


୧.୭ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ବାଣ୍ଟିବେ ଇ-ପ୍ରପର୍ଟି କାର୍ଡ

Posted On: 05 OCT 2021 2:44PM by PIB Bhubaneshwar

ଅକ୍ଟୋବର ୬, ମଧ୍ୟାହ୍ନ ୧୨.୩୦ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମଧ୍ୟପ୍ରଦେଶର ସ୍ୱାମୀତ୍ୱ ଯୋଜନା ହିତାଧିକାରୀଙ୍କ ସହ ଆଲୋଚନା କରିବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ୧,୭୧,୦୦୦ ହିତାଧିକାରୀଙ୍କୁ ଇ-ପ୍ରପର୍ଟି କାର୍ଡ ବଣ୍ଟନ କରିବେ ।

କାର୍ଯ୍ୟକ୍ରମରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିବେ ।

ସ୍ୱାମୀତ୍ୱ ଯୋଜନା ସମ୍ପର୍କରେ

ସ୍ୱାମୀତ୍ୱ ପଞ୍ଚାୟତିରାଜ ମନ୍ତ୍ରାଳୟର ଏକ କେନ୍ଦ୍ର କ୍ଷେତ୍ରୀୟ ଯୋଜନା । ଗ୍ରାମୀଣ ଆବାସିକ ଅଞ୍ଚଳ ନିବାସୀଙ୍କୁ ସମ୍ପତ୍ତି ଅଧିକାର ପ୍ରଦାନ କରିବା ଏହାର ଲକ୍ଷ୍ୟ । ସହରାଞ୍ଚଳ ଭଳି ଗ୍ରାମାଞ୍ଚଳରେ ଋଣ ଓ ଅନ୍ୟାନ୍ୟ ଆର୍ଥିକ ସୁବିଧା ନେବା ବେଳେ ସମ୍ପତ୍ତିକୁ ଆର୍ଥିକ ସମ୍ପତ୍ତି ଭାବରେ ବ୍ୟବହାର କରିବାରେ ଏହି ଯୋଜନା ମାର୍ଗ ପ୍ରଶସ୍ତ କରିବ । ଗ୍ରାମାଞ୍ଚଳର ଆବାସିକ କ୍ଷେତ୍ରକୁ ଅତ୍ୟାଧୁନିକ ଡ୍ରୋନ ପ୍ରଯୁକ୍ତି ସର୍ବେକ୍ଷଣ ମାଧ୍ୟମରେ ସୀମା ନିର୍ଦ୍ଧାରଣ କରିବା ଏହାର ଲକ୍ଷ୍ୟ । ଦେଶର ଡ୍ରୋନ ନିର୍ମାଣ ଇକୋସିଷ୍ଟମକୁ ମଧ୍ୟ ଏହି ଯୋଜନା ପ୍ରୋତ୍ସାହନ ଦେଇଛି ।       

 

SR



(Release ID: 1761116) Visitor Counter : 207