ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀ ସେପ୍ଟେମ୍ବର ୩୦ରେ ସିପେଟ: ପେଟ୍ରୋକେମିକାଲ୍ସ ପ୍ରଯୁକ୍ତି ସଂସ୍ଥାନ, ଜୟପୁରକୁ ଉଦଘାଟନ କରିବେ


ପ୍ରଧାନମନ୍ତ୍ରୀ ରାଜସ୍ଥାନରେ ଚାରିଟି ନୂଆ ମେଡିକାଲ କଲେଜର ଭିତ୍ତିପ୍ରସ୍ତର ମଧ୍ୟ ସ୍ଥାପନ କରିବେ

Posted On: 29 SEP 2021 12:50PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ବର ୩୦, ୨୦୨୧ ପୂର୍ବାହ୍ନ ୧୧ଟା ବେଳେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସିପେଟ: ପେଟ୍ରୋକେମିକାଲ୍ସ ପ୍ରଯୁକ୍ତି ସଂସ୍ଥାନ, ଜୟପୁରକୁ ଉଦଘାଟନ କରିବା ସହ ରାଜସ୍ଥାନର ବଂଶଓ୍ୱାଡା, ସିରୋହି, ହନୁମାନଗଡ ଓ ଦୌସା ଜିଲ୍ଲାରେ ଚାରିଟି ନୂଆ ମେଡିକାଲ କଲେଜର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ।

ଏହି ମେଡିକାଲ କଲେଜଗୁଡିକୁ କେନ୍ଦ୍ର ପ୍ରାୟୋଜିତ ଯୋଜନା “ଜିଲ୍ଲା/ରେଫରାଲ ଡାକ୍ତରଖାନା ସଂଯୁକ୍ତ ମେଡିକାଲ କଲେଜ ପ୍ରତିଷ୍ଠା ଅନ୍ତର୍ଗତ ମଞ୍ଜୁରୀ ପ୍ରଦାନ କରାଯାଇଛି । ମେଡିକାଲ କଲେଜ ସ୍ଥାପନ ପାଇଁ ପଛୁଆ ଓ ଆକାଂକ୍ଷୀ ଜିଲ୍ଲାକୁ ପ୍ରାଧାନ୍ୟ ଦିଆଯାଇଥାଏ । ଏହି ଯୋଜନାର ତିନି ପର୍ଯ୍ୟାୟରେ ଦେଶରେ ୧୫୭ ନୂଆ ମେଡିକାଲ କଲେଜକୁ ମଞ୍ଜୁରୀ ମିଳିଛି ।    

ସିପେଟ ସମ୍ପର୍କରେ

ରାଜସ୍ଥାନ ସରକାରଙ୍କ ସହ ଭାରତ ସରକାର ସିପେଟ: ପେଟ୍ରୋକେମିକାଲ୍ସ ପ୍ରଯୁକ୍ତି ସଂସ୍ଥାନ, ଜୟପୁର ସ୍ଥାପନ କରିଛନ୍ତି । ଏହା ସ୍ୱନିର୍ଭରଶୀଳ ହେବା ସହ ପେଟ୍ରୋକେମିକାଲ ଓ ସଂଶ୍ଲିଷ୍ଟ ଶିଳ୍ପର ଆବଶ୍ୟକତା ପୂରଣ ପାଇଁ ସମର୍ପିତ । ଯୁବପୀଢିକୁ ଦକ୍ଷ ପ୍ରଯୁକ୍ତି ପେଶାଦାର ଭାବେ ଗଢି ତୋଳିବାକୁ ଏହା ଶିକ୍ଷା ପ୍ରଦାନ କରିବ ।

କେନ୍ଦ୍ର ମନ୍ତ୍ରୀ ଶ୍ରୀ ମନସୁଖ ମାଣ୍ଡଭିୟ ଓ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଶ୍ରୀ ଅଶୋକ ଗେହଲୋତ ମଧ୍ୟ ଏହି ଅବସରରେ ଉପସ୍ଥିତ ରହିବେ ।

SR



(Release ID: 1759350) Visitor Counter : 250