ପ୍ରତିରକ୍ଷା ମନ୍ତ୍ରଣାଳୟ

ପରିବାର ପେନସନ୍ ସୁବିଧା ପାଉଥିବା ଭିନ୍ନକ୍ଷମମାନଙ୍କ ଆୟସୀମା ବୃଦ୍ଧି କଲେ ସରକାର

Posted On: 28 SEP 2021 3:01PM by PIB Bhubaneshwar

ମୁଖ୍ୟାଂଶ

· ଯେଉଁ ପରିବାର ପେନସନ୍ ଭୋଗୀ ଶାରୀରିକ ଓ ମାନସିକ ଭିନ୍ନକ୍ଷମ ହୋଇଥିବେ ସେମାନଙ୍କ ପାଇଁ ଥିବା ଆୟ ସୀମାକୁ ସରକାର ବୃଦ୍ଧି କରିଛନ୍ତି । ଫଳରେ ମୃତକଙ୍କ ଭିନ୍ନକ୍ଷମ ପିଲାଏ ଏହା ଦ୍ୱାରା ଉପକୃତ ହେବେ ଏବଂ  ପରିବାର ପେନ୍‌ସନ ସେମାନେ ପୂର୍ବଭଳି ପାଇବେ ।

· ଏବେ ଏହି ଆୟ ସୀମା ମାସିକ ୯୦୦୦ ଟଙ୍କା ଥିଲା । ତାହାକୁ ସରକାର ବଢାଇ ଦେଇଛନ୍ତି । ମାସିକ ଆୟରେ ପରିବାର ପେନସନ୍ ବାବଦ ଆୟକୁ ମିଶାଯିବ ନାହିଁ ।

 

ପ୍ରତିରକ୍ଷା ମନ୍ତ୍ରଣାଳୟ ପରିବାର ପେନସନ ସୁବିଧା ପାଉଥିବା ମୃତ ସାମରିକ କର୍ମଚାରୀଙ୍କୁ ଭିନ୍ନକ୍ଷମ ପିଲା ବା ଭାଇଭଉଣୀଙ୍କ ମାସିକ ସୀମା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି । ଶାରୀରିକ ଓ ମାନସିକ ନ୍ୟୁନ ଏଭଳି ପିଲାଙ୍କ ମାସିକ ଆୟ ସୀମା ଯାହା ୯୦୦୦ ଟଙ୍କା ଥିଲା ତାହାକୁ ବଢାଇ ଦିଆଯାଇଛି । ଏହି ପରିବାର ପେନ୍‌ସନ୍ ଭୋଗୀଙ୍କ ସମୁଦାୟ ମାସିକ ଆୟରେ ଏବେ ସେମାନେ ପାଉଥିବା ପେନସନ୍‌କୁ ମିଶାଯାଇ ହିସାବ କରାଯିବ ନାହିଁ । ପେନସନ୍ ବ୍ୟତୀତ ସେମାନଙ୍କର ଯାବତୀୟ ସୂତ୍ରରୁ ମାସିକ ହେଉଥିବା ଆୟକୁ ହିଁ ବାସ୍ତବ ଆୟ ସୀମା ବିବେଚନା କରାଯିବ । ସମ୍ପୃକ୍ତ ଉତ୍ତରାଧିକାରୀଙ୍କୁ ଆୟ ମାସିକ ୯୦୦୦ଟଙ୍କାରୁ କମ୍ ରହିଲେ ସେ ଜୀବନବ୍ୟାପି ପେନ୍‌ସନ୍ ସୁବିଧା ପାଇବେ । ୨୦୨୧ ଫେବୃୟାରୀ ଆଠ ତାରିଖଠାରୁ ପିଛିଲାଭାବେ ଏହା ଲାଗୁ ହେବ ।

ପରିବାର ପେନସନ୍ ସମ୍ପୃକ୍ତ ମୃତ କର୍ମଚାରୀଙ୍କ ଶେଷ ବେତନର ୩୦% ଓ ଏହା ଉପରେ ମହଙ୍ଗା ଭତ୍ତା ଆକାରରେ ମିଳିଥାଏ । ଏବେ ସମ୍ପୃକ୍ତ ପେନସନ ଭୋଗୀଙ୍କ ସମୁଦାୟ ମାସିକ ଆୟରୁ ପରିବାର ପେନସନ୍‌କୁ ବାଦ ଦିଆଯାଇ ପ୍ରକୃତ ଆୟ ସୀମା ନିର୍ଦ୍ଧାରିତ ହେବ । ସରଳ ହିସାବରେ ମାସିକ ୯୦୦୦ ଟଙ୍କା ଓ ମହଙ୍ଗା ଭତ୍ତା ପାଉଥିବା ପରିବାର ପେନସନ୍ ହିତାଧିକାରୀଙ୍କୁ ମାସିକ ଅନ୍ୟାନ୍ୟ ଆୟ ଏହାଠାରୁ ଅଧିକ ହେଲେ ସେମାନଙ୍କୁ ପେନସନ୍ ସୁବିଧା ମିଳିବ ନାହିଁ ।

 

****

TM / SLP



(Release ID: 1759094) Visitor Counter : 245