ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

କ୍ୱାଡ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ଘାଟନୀ ଅଭିଭାଷଣ

Posted On: 25 SEP 2021 4:46AM by PIB Bhubaneshwar

ରାଷ୍ଟ୍ରପତି ବାଇଡେନ !

ପ୍ରଧାନମନ୍ତ୍ରୀ ମୋରିସନ !

ପ୍ରଧାନମନ୍ତ୍ରୀ ସୁଗା!

ପ୍ରଥମ ଫିଜିକାଲ କ୍ୱାଡ୍ ଶିଖର ସମ୍ମିଳନୀର ଏହି ଐତିହାସିକ ପ୍ର୍ରୟାସ ପାଇଁ ରାଷ୍ଟ୍ରପତି ବାଇଡେନଙ୍କୁ ଅନେକ ଅନେକ ଧନ୍ୟବାଦ । ୨୦୦୪ମସିହାର ସୁନାମୀ ପରେ ଆମେ ୪ଟି ଯାକ ଦେଶ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର କଲ୍ୟାଣ ପାଇଁ ଏକଜୁଟ୍ ହୋଇଥିଲେ । ଆଜି ଯେତେବେଳେ ବିଶ୍ୱ କୋଭିଡ-୧୯ ମହାମାରୀର ମୁକାବିଲା କରୁଛି ସେତେବେଳେ କ୍ୱାଡ୍ ଉପରେ ଆମେ ପୁଣି ଥରେ ମାନବିକତାର ମଙ୍ଗଳ ସକାଶେ ଏକଜୁଟ ହୋଇଛୁ ।

ଆମର କ୍ୱାଡ୍ ଭ୍ୟାକସିନ୍ ପ୍ରୟାସ ଭାରତ-ପ୍ରଶାନ୍ତ ମହାସାଗରୀୟ ଦେଶଗୁଡିକ ପାଇଁ ଏକ ବଡ ସହାୟତା । ଆମର ସହଭାଗୀ ଗଣତାନ୍ତ୍ରିକ ମୂଲ୍ୟବୋଧ ଆଧାରରେ କ୍ୱାଡ୍ ଦ୍ୱାରା ସକରାତ୍ମକ ଚିନ୍ତାଧାରା, ସକରାତ୍ମକ ଦୃଷ୍ଟିଭଙ୍ଗୀ ସହିତ ଆଗକୁ ବଢିବାକୁ ନିଷ୍ପତ୍ତି ନିଆଯାଇଛି ।

ଯୋଗାଣ ଶୃଙ୍ଖଳ ହେଉ ବା ବିଶ୍ୱ ନିରାପତ୍ତା, ଜଳବାୟୁ କାର୍ଯ୍ୟକ୍ରମ ହେଉ ବା କୋଭିଡ-୧୯ ମୁକାବିଲା କିମ୍ବା ପୁଣି ପ୍ରଯୁକ୍ତି ସହଯୋଗ ହେଉ । ଏହି ସବୁ ବିଷୟଗୁଡିକରେ ନିଜର ମିତ୍ରମାନଙ୍କୁ ସହ ଆଲୋଚନା କରିବାରେ ମୋତେ ବହୁତ ଖୁସି ମିଳିବ ।

ଆମ କ୍ୱାଡ୍ ଏକ ପ୍ରକାରର ‘ଫୋର୍ସ ଫର ଗ୍ଲୋବାଲ ଗୁଡ୍‌’ ବା “ବିଶ୍ୱକଲ୍ୟାଣ ପାଇଁ ଏକ ଶକ୍ତି” ରୂପରେ କାର୍ଯ୍ୟ କରିବ ।

ମୁଁ ଆଶାବାଦୀ କ୍ୱାଡ୍‌ରେ ଆମ ସହଯୋଗ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଓ ସମଗ୍ର ବିଶ୍ୱରେ ଶାନ୍ତି ଓ ସମୃଦ୍ଧିକୁ ସୁନିଶ୍ଚିତ କରିବ । 

 ****

NS / SLP



(Release ID: 1758642) Visitor Counter : 126