ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଘୂର୍ଣ୍ଣିବାତ୍ୟା ଗୁଲାବ ସମ୍ପର୍କରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ସହିତ କଥା ହେଲେ ପ୍ରଧାନମନ୍ତ୍ରୀ

Posted On: 26 SEP 2021 3:50PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଶ୍ରୀ ୱାଇ ଏସ ଜଗନ ମୋହନ ରେଡ୍ଡୀଙ୍କ ସହିତ କଥା ହୋଇଛନ୍ତି ଏବଂ ଘୂର୍ଣ୍ଣିବାତ୍ୟା ଗୁଲାବ ଦ୍ଵାରା ଉତ୍ପନ୍ନ ସ୍ଥିତି ସମ୍ପର୍କରେ ପଚାରି ବୁଝିଛନ୍ତି । କେନ୍ଦ୍ରର ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ କରାଯିବା ନେଇ ପ୍ରଧାନମନ୍ତ୍ରୀ ସୁନିଶ୍ଚିତ କରାଇଛନ୍ତି ।

ଏକ ଟ୍ଵିଟ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି;

ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଶ୍ରୀ ୱାଇ ଏସ ଜଗନଙ୍କ ସହିତ କଥା ହେଲି ଏବଂ ଘୂର୍ଣ୍ଣିବାତ୍ୟା ଗୁଲାବ ଦ୍ଵାରା ଉତ୍ପନ୍ନ ସ୍ଥିତି ସମ୍ପର୍କରେ ପଚାରି ବୁଝିଲି । କେନ୍ଦ୍ରର ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ କରାଯିବା ନେଇ ସୁନିଶ୍ଚିତ କରାଇଲି । ସମସ୍ତଙ୍କ ସୁରକ୍ଷା ଏବଂ ସୁସ୍ଥତା ପାଇଁ ମୁଁ ପ୍ରାର୍ଥନା କରୁଛି”

 

**********

TRP/



(Release ID: 1758423) Visitor Counter : 180