ଯୋଗାଯୋଗ ମନ୍ତ୍ରଣାଳୟ

ଦୂରସଞ୍ଚାର ବିଭାଗ ପକ୍ଷରୁ ଦୂରସଞ୍ଚାର ସଂସ୍କାର ଆରମ୍ଭ; ସରଳ ହେଲା କେୱାଇସି ପ୍ରକ୍ରିୟା

Posted On: 21 SEP 2021 8:03PM by PIB Bhubaneshwar

ସମାଜର ବଞ୍ଚିତ ବର୍ଗଙ୍କ ପାଇଁ ବିଶ୍ୱସ୍ତରୀୟ ଇଣ୍ଟରନେଟ ଏବଂ ଟେଲି-ଯୋଗାଯୋଗ ସୁବିଧା ଯୋଗାଇ ଦିଆଯିବ ବୋଲି ନିକଟରେ କେନ୍ଦ୍ର ଦୂରସଞ୍ଚାର ମନ୍ତ୍ରୀ ଶ୍ରୀ ଶ୍ୱିନୀ ବୈଷ୍ଣବ ଘୋଷଣା କରିଥିଲେ ତାଙ୍କ ଘୋଷଣା ଅନୁରୂପ, ଏହି ଲକ୍ଷ୍ୟ ହାସଲ ଦିଗରେ ଭାରତ ସରକାରଙ୍କ ଦୂରସଞ୍ଚାର ମନ୍ତ୍ରଣାଳୟ ଅଧୀନ ଦୂରସଞ୍ଚାର ବିଭାଗ ପକ୍ଷରୁ ଏକ ବୃହତ ପଦକ୍ଷେପ ଗ୍ରହଣ କରାଯାଇଛି ଆଜି ବିଭାଗ ପକ୍ଷରୁ କେୱାଇସି ପ୍ରକ୍ରିୟାକୁ ସରଳ କରିବା ଲାଗି ଏକାଧିକ ଆଦେଶ ଜାରି କରାଯାଇଛି ଫଳରେ ଗତ ୧୫.୦୯.୨୦୨୧ରେ କ୍ୟାବିନେଟ ଦ୍ୱାରା ଘୋଷଣା କରାଯାଇଥିବା ଦୂରସଞ୍ଚାର ସଂସ୍କାରକୁ କାର୍ଯ୍ୟକାରୀ କରାଯାଇଛି

ବର୍ତ୍ତମାନର ନିୟମ ଅନୁଯାୟୀ, ନୂଆ ମୋବାଇଲ ନମ୍ବର ସଂଯୋଗ କିମ୍ବା ପ୍ରିପେଡରୁ ପୋଷ୍ଟପେଡ ଅଥବା ପୋଷ୍ଟପେଡରୁ ପ୍ରିପେଡ୍ ସେବାକୁ ପରିବର୍ତ୍ତନ ଲାଗି ଜଣେ ଗ୍ରାହକଙ୍କୁ ମୂଳ ପରିଚୟ ଠିକଣା ପ୍ରମାଣପତ୍ର ସହିତ ଯାଇ ସେବା ବିକ୍ରୟ କେନ୍ଦ୍ରରେ କେୱାଇସି ପ୍ରକ୍ରିୟା ସମ୍ପାଦନ କରିବାକୁ ପଡ଼ୁଛି

କିଛିଦିନ ହେବା ଅନଲାଇନ ସେବା ବିତରଣ ଏକ ଗ୍ରହଣୀୟ ମାନଦଣ୍ଡ ହୋଇଯାଇଛି ଏବଂ ଅଧିକାଂଶ ଗ୍ରାହକ ସେବା ଓଟିପି ପ୍ରମାଣୀକରଣ ଜରିଆରେ ଇଣ୍ଟରନେଟ ମାଧ୍ୟମରେ ଯୋଗାଇ ଦିଆଯାଉଛି ଗ୍ରାହକମାନଙ୍କ ସୁବିଧା ଏବଂ ବ୍ୟବସାୟକୁ ସହଜ କରିବାଲାଗି ଏହି କୋଭିଡ କାଳରେ ସ୍ପର୍ଶମୁକ୍ତ ସେବାକୁ ପ୍ରୋତ୍ସାହନ ଦିଆଯିବାର ଆବଶ୍ୟକତା ରହିଛି

ସେଥିପାଇଁ ଯଦି ଆଧାର ଉପଯୋଗ କରାଯାଉଛି ଏବଂ ଭାରତୀୟ ବିଶିଷ୍ଟ ପରିଚୟ ପ୍ରାଧିକରଣ (ୟୁଆଇଡିଏଆଇ) ମାଧ୍ୟମରେ ଇଲେକ୍ଟ୍ରୋନିକ ଜରିଆରେ ଜନସାଂଖିକୀୟ ବିବରଣୀ ହାସଲ କରାଯାଉଛି, ତାହେଲେ ଏପରି ସ୍ଥିତିରେ ଗ୍ରାହକମାନଙ୍କ ସହମତିକୁ ବାଧ୍ୟତାମୂଳକ କରିଦିଆଯାଇଛି

ତଦନୁସାରେ, ସ୍ପର୍ଶମୁକ୍ତ, ଗ୍ରାହକ କୈନ୍ଦ୍ରିକ ଏବଂ ସୁରକ୍ଷିତ କେୱାଇସି ପ୍ରକ୍ରିୟାକୁ ତୁରନ୍ତ କାର୍ଯ୍ୟକାରୀ କରିବା ଲାଗି ଦୂରସଞ୍ଚାର ବିଭାଗ ପକ୍ଷରୁ ନିମ୍ନଲିଖିତ ଆଦେଶ ଜାରି କରାଯାଇଛି :

ଆଧାର ଆଧାରିତ -କେୱାଇସି

ନୂଆ ମୋବାଇଲ ସଂଯୋଗ ପ୍ରଦାନ କରିବା ଲାଗି ଆଧାର ଆଧାରିତ - କେୱାଇସି ପ୍ରକ୍ରିୟାକୁ ପୁଣିଥରେ ଆରମ୍ଭ କରାଯାଇଛି  ଭାରତୀୟ ବିଶିଷ୍ଟ ପରିଚୟ ପ୍ରାଧିକରଣ (ୟୁଆଇଡିଏଆଇ) ଏଥିପାଇଁ ଦୂରସଞ୍ଚାର ସେବା ପ୍ରଦାନକାରୀମାନଙ୍କ ଠାରୁ ପ୍ରତ୍ୟେକ ଗ୍ରାହକଙ୍କ ପାଇଁ ଟଙ୍କା ନେବ ଏହା ସମ୍ପୂର୍ଣ୍ଣ ଭାବେ ଏକ କାଗଜମୁକ୍ତ (ପେପରଲେସ) ଏବଂ ଡିଜିଟାଲ ପ୍ରକ୍ରିୟା ଯେଉଁଥିରେ ଗ୍ରାହକଙ୍କ ଫଟୋ ସହିତ ତାଙ୍କର ଜନସାଂଖ୍ୟିକ ବିବରଣୀ ଦୂରସଞ୍ଚାର ସେବା ପ୍ରଦାନକାରୀ (ଟିଏସପି) ଦ୍ୱାରା ଭାରତୀୟ ବିଶିଷ୍ଟ ପରିଚୟ ପ୍ରାଧିକରଣ (ୟୁଆଇଡିଏଆଇ) ଠାରୁ ଅନଲାଇନ ପ୍ରାପ୍ତ କରାଯାଇଥାଏ

ସେଲ୍ଫ- କେୱାଇସି

ଏହି ପ୍ରକ୍ରିୟାରେ, ଗ୍ରାହକମାନଙ୍କୁ ଏକ ଆପ/ପୋର୍ଟାଲ ଆଧାରିତ ଅନଲାଇନ ପ୍ରକ୍ରିୟା ମାଧ୍ୟମରେ ମୋବାଇଲ ସଂଯୋଗ ଜାରି କରାଯାଇଥାଏ ଏଥିରେ ଗ୍ରାହକ ଘରେ/କାର୍ଯ୍ୟାଳୟରେ ବସି ମୋବାଇଲ କନେକ୍ସନ ପାଇଁ ଆବେଦନ କରିପାରିବେ ୟୁଆଇଡିଏଆଇ ଦ୍ୱାରା ଇଲେକ୍ଟ୍ରୋନିକ ରୂପରେ କିମ୍ବା ଡିଜିଲକର ମାଧ୍ୟମରେ ସତ୍ୟ ପ୍ରମାଣିତ କାଗଜପତ୍ର ଉପଯୋଗ କରି ସେମାନଙ୍କ ପାଖରେ ସିମ ପହଞ୍ଚାଇ ଦିଆଯାଇପାରିବ

ପ୍ରିପେଡରୁ ପୋଷ୍ଟପେଡ୍ କିମ୍ବା ଏହାର ବିପରୀତ ସେବା ପାଇବା ଲାଗି ଓଟିପି ଆଧାରିତ ପରିବର୍ତ୍ତନ

ଓଟିପି ଆଧାରିତ ପରିବର୍ତ୍ତନ ପ୍ରକ୍ରିୟା କାର୍ଯ୍ୟକାରୀ ହେବା ଦ୍ୱାରା ଜଣେ ଗ୍ରାହକ ନିଜ ମୋବାଇଲ ସଂଯୋଗକୁ ପ୍ରିପେଡରୁ ପୋଷ୍ଟପେଡ ଏବଂ ପୋଷ୍ଟପେଡରୁ ପ୍ରିପେଡରେ ପରିବର୍ତ୍ତନ କରିବାଲାଗି ଓଟିପି ଆଧାରିତ ପ୍ରାମାଣିକରଣକୁ ଉପଯୋଗ କରିପାରିବେ

ଡିଓଟି ୱେବସାଇଟରେ ସଂକ୍ରାନ୍ତ ବିସ୍ତୃତ ଆଦେଶ ଦିଆଯାଇଛି(ଲିଙ୍କ -https://dot.gov.in/relatedlinks/telecom-reforms-2021)

 

 

********

P.S.



(Release ID: 1757308) Visitor Counter : 186