ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଆୟୁଷ୍ମାନ ଭାରତ ପିଏମ୍‌ଜେଏୱାଇ ପୂରଣ କଲା ତିନିବର୍ଷ-ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

Posted On: 23 SEP 2021 4:15PM by PIB Bhubaneshwar
  • ବିଶ୍ୱର ସର୍ବବୃହତ୍  ସ୍ୱାସ୍ଥ୍ୟ ଯତ୍ନ ଯୋଜନା ଆୟୁଷ୍ମାନ ଭାରତ (ପିଏମ୍‌ଜେ ଏୱାଇ) ତିନିବର୍ଷ ସମ୍ପୂର୍ଣ୍ଣ କରିଥିବାରୁ ପ୍ରଧାନମନ୍ତ୍ରୀ ଏହାର ପ୍ରଶଂସା କରିଛନ୍ତି । ମାଇ ଗଭ୍ ଇଣ୍ଡିଆକୁ ଉତ୍ତର ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ।
  • ସ୍ୱାସ୍ଥ୍ୟ ସେବା ଯତ୍ନର ମହତ୍ୱ ବିଗତ ବର୍ଷରେ ଜନସାଧାରଣ ଠିକ୍ ବୁଝି ପାରିଛନ୍ତି ।
  • ଆମ ନାଗରିକମାନଙ୍କୁ ସର୍ବୋତ୍ତମ ଗୁଣାତ୍ମକ ଓ ଅଳ୍ପ ମୂଲ୍ୟରେ ସ୍ୱାସ୍ଥ୍ୟସେବା ଯୋଗାଇବାକୁ ଆମେ ଅଙ୍ଗୀକାରବଦ୍ଧ । ଆୟୁଷ୍ମାନ ଭାରତ-ପିଏମ୍‌ଜେୱାଇ ଏହି ଲକ୍ଷ୍ୟ ହାସଲ କରିବାର ମୁଖ୍ୟ ଆୟୁଧ ।

****

SM / SLP



(Release ID: 1757305) Visitor Counter : 211