ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କୋଭିଡ-୧୯ ଅପଡେଟ

Posted On: 18 SEP 2021 10:34AM by PIB Bhubaneshwar

ଦେଶରେ ଗତ ୨୪ଘଣ୍ଟା ମଧ୍ୟରେ ଗୋଟିଏ ଦିନରେ ବର୍ତ୍ତମାନ ପର୍ଯ୍ୟନ୍ତ ସର୍ବାଧିକ ୨.୫କୋଟି ଟିକା ଦିଆଯାଇସାରିଛି ।

ଗତ ୨୪ଘଣ୍ଟା ମଧ୍ୟରେ ଭାରତରେ ୩୫, ୬୬୨ନୂଆ ସଂକ୍ରମିତ ରୋଗୀ ଚିହ୍ନଟ ହୋଇଛନ୍ତି ।

ସକ୍ରିୟ ମାମଲା ସର୍ବମୋଟ ମାମଲାର ୧.୦୨ପ୍ରତିଶତ ଅଟେ ।

ଭାରତରେ ବର୍ତ୍ତମାନ ୩, ୪୦, ୬୩୯ ସକ୍ରିୟ ମାମଲା ରହିଛି ।

ବର୍ତ୍ତମାନ ଆରୋଗ୍ୟ ହାର ୯୭.୬୫ପ୍ରତିଶତ ଅଟେ ।

ଗତ ୨୪ଘଣ୍ଟା ମଧ୍ୟରେ ୩୩,୭୯୮ରୋଗୀ ସୁସ୍ଥ ହୋଇଛନ୍ତି, ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ସର୍ବମୋଟ ୩, ୨୬, ୩୨, ୨୨୨ରୋଗୀ ସୁସ୍ଥ ହୋଇଛନ୍ତି ।

ସାପ୍ତାହିକ ପଜିଟିଭିଟି ହାର ବର୍ତ୍ତମାନ ପର୍ଯ୍ୟନ୍ତ ୨.୦୨ପ୍ରତିଶତ ଅଟେ, ଯାହା ଗତ ୮୫ଦିନରେ ୩ ପ୍ରତିଶତରୁ କମ୍ ରହିଛି ।

ଦୈନିକ ସଂକ୍ରମଣ ହାର ୨.୪୬ପ୍ରତିଶତ ଅଟେ, ଯାହାକି ଗତ ୧୯ଦିନରେ ୩ ପ୍ରତିଶତରୁ କମ୍ ।

ବର୍ତ୍ତମାନ ପର୍ଯ୍ୟନ୍ତ ସର୍ବମୋଟ ୫୫.୦୭କୋଟି ପରୀକ୍ଷଣ କରାଯାଇସାରିଛି । 

 

****

NS / SLP



(Release ID: 1756048) Visitor Counter : 171