ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଇଞ୍ଜିନିୟର୍ସ ଦିବସ ଅବସରରେ ଇଞ୍ଜିନିୟରମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା ଜ୍ଞାପନ


ଜୟନ୍ତୀ ଅବସରରେ ଶ୍ରୀ ଏମ. ବିଶ୍ୱେଶ୍ୱରାୟାଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

Posted On: 15 SEP 2021 10:44AM by PIB Bhubaneshwar

ଇଞ୍ଜିନିୟର୍ସ ଦିବସ ଅବସରରେ ପରିଶ୍ରମୀ ଇଞ୍ଜିନିୟର୍ସମାନଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି । ସେହିପରି ଜୟନ୍ତୀ ଅବସରରେ ଶ୍ରୀ ଏମ. ବିଶ୍ୱେଶ୍ୱରାୟାଙ୍କୁ ପ୍ରଧାନମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ତାଙ୍କ ଉପଲବ୍ଧିଗୁଡିକୁ ସ୍ମରଣ କରିଛନ୍ତି ।

ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ସମସ୍ତ ପରିଶ୍ରମୀ ଇଞ୍ଜିନିୟର୍ସମାନଙ୍କୁ #ଇଞ୍ଜିନିୟର୍ସଦିବସର ଶୁଭେଚ୍ଛା । ଆମ ପୃଥିବୀକୁ ଉତ୍ତମ ଓ ପ୍ରଯୁକ୍ତିଗତ ଭାବେ ଆଗେଇ ନେବାରେ ସେମାନଙ୍କ ଅବଦାନକୁ ପ୍ରଶଂସା କରିବା ପାଇଁ କୌଣସି ଶବ୍ଦ ଯଥେଷ୍ଟ ନୁହେଁ । ଅସାଧାରଣ ବ୍ୟକ୍ତିତ୍ୱ ଶ୍ରୀ ଏମ. ବିଶ୍ୱେଶ୍ୱରାୟାଙ୍କୁ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ତାଙ୍କ ଉପଲବ୍ଧିଗୁଡିକୁ ସ୍ମରଣ କରୁଛି ।

SR



(Release ID: 1755139) Visitor Counter : 171