ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କେରଳରେ କୋଝିକୋଡ ଜିଲ୍ଲାରେ ସାମ୍ନାକୁ ଆସିଲା ନିପା ଭାଇରସ୍ ସଂକ୍ରମଣ ମାମଲା


ସହାୟତା ପାଇଁ ରାଜ୍ୟକୁ ଟିମ୍ ପଠାଇଲେ କେନ୍ଦ୍ର ସରକାର

Posted On: 05 SEP 2021 8:00AM by PIB Bhubaneshwar

କେରଳର କୋଝିକୋଡ ଜିଲ୍ଲାରେ ନିପା ଭାଇରସର ଏକ ମାମଲା ସାମ୍ନାକୁ ଆସିଛି ।

କେରଳ କୋଝିକୋଡ ଜିଲ୍ଲାରେ ୩ ସେପ୍ଟେମ୍ବର ୨୦୨୧ରେ ଏନ୍‌ସେଫାଲାଇଟିସ୍ ଏବଂ ମାୟୋକାର୍ଡିଟିସ ଲକ୍ଷଣ ଥିବା ଏକ ୧୨ବର୍ଷର ବାଳକକ ନିପା ଭାଇରସ ସଂକ୍ରମି ହୋଇଥିବା ମାମଲା ସାମ୍ନାକୁ ଆସିଥିଲା । ଏହି ଭାଇରସ୍  ବାଦୁଡିର ସାଲିଭା ମାଧ୍ୟମରେ ସଂକ୍ରମିତ ହୋଇଥାଏ । ଶିଶୁଟି ହସ୍‌ପିଟାଲରେ ଭର୍ତ୍ତି ହୋଇଥିଲା । ଆଜି ସକାଳେ ତାର ମୃତ୍ୟୁ ଘଟିଛି । କେନ୍ଦ୍ର ସରକାର ପଠାଇଥିବା ଏନସିଡିସିର ଏକ ଟିମ୍ ଆଜି ରାଜ୍ୟରେ ପହଞ୍ଚୁଛନ୍ତି

କେନ୍ଦ୍ର ସରକାରଙ୍କ ଦ୍ୱାରା ନିମ୍ନ ଲିଖିତ ସାର୍ବଜନୀ ସ୍ୱାସ୍ଥ୍ୟ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି :

୧) ପରିବାର, ଗାଁ ଏବଂ ବିଶେଷଭାବରେ ମାଲପ୍ପୁରମ ଭଳି ସମାନ ଭୌଗୋଳିକ ପରିସ୍ଥିତି ଥିବା ସ୍ଥାନଗୁଡିକରେ ସକ୍ରିୟ ସଂକ୍ରମିତ ବ୍ୟକ୍ତିଙ୍କୁ ଠାବ କରିବା ।

୨) ଗତ ୧୨ଦିନ ମଧ୍ୟରେ ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କ ସହ ସମ୍ପୃକ୍ତ

 ସମ୍ପର୍କୀୟଙ୍କୁ ଚିହ୍ନଟ କରିବା ।

୩) ସମ୍ପର୍କରେ ଆସୁଥିବା ଲୋକମାନଙ୍କୁ ଦୃଢଭାବେ କ୍ୱାରେଣ୍ଟାଇନ କରିବା ଏବଂ କୌଣସି ସନ୍ଧିଗ୍ଧ ବ୍ୟକ୍ତିଙ୍କୁ ସଙ୍ଗରୋଧରେ ରଖିବା ।

୪) ପରୀକ୍ଷାଗାରରେ ଯାଞ୍ଚ ପାଇଁ ନମୁନା ସଂଗ୍ରହ ଏବଂ ପରିବହନ ।

ଉଲ୍ଲେଖନୀୟ ଯେ ୨୦୧୮ ମସିହାରେ ମଧ୍ୟ କେରଳରେ କୋଝିକୋଡ ଏବଂ ମାଲପ୍ପୁରମ୍ ଜିଲ୍ଲାରେ ନିପା ଭାଇରସ୍‌ ସଂକ୍ରମଣ ଦେଖିବାକୁ ମିଳିଥିଲା ।

 

*****

NS / SLP



(Release ID: 1752384) Visitor Counter : 281