ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପାରାଲିମ୍ପିକ୍ସ ଗେମ୍ସର ବ୍ୟାଡମିଣ୍ଟନ ସ୍ଵର୍ଣ୍ଣ ବିଜେତା ପ୍ରମୋଦ ଭଗତଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

Posted On: 04 SEP 2021 5:24PM by PIB Bhubaneshwar

ଟୋକିଓ ପାରାଲିମ୍ପିକ୍ସ ଗେମ୍ସର ବ୍ୟାଡମିଣ୍ଟନ ସ୍ଵର୍ଣ୍ଣ ବିଜେତା ପ୍ରମୋଦ ଭଗତଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି

ଏକ ଟ୍ଵିଟ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ପ୍ରମୋଦ ଭଗତ ସମଗ୍ର ଦେଶର ହୃଦୟକୁ ଜିଣିଛନ୍ତି । ସେ ଜଣେ ଚାମ୍ପିଅନ, ଯାହାଙ୍କ ସଫଳତା ଲକ୍ଷ ଲକ୍ଷ ଲୋକଙ୍କୁ ଅନୁପ୍ରାଣିତ କରିବ ସେ ଉଲ୍ଲେଖନୀୟ ସହନଶୀଳତା ଏବଂ ଦୃଢ ସଙ୍କଳ୍ପର ପ୍ରଦର୍ଶନ କରିଛନ୍ତି । ବ୍ୟାଡମିଣ୍ଟନରେ ସ୍ଵର୍ଣ୍ଣ ପଦକ ପାଇଁ ତାଙ୍କୁ ଅଭିନନ୍ଦନ । ଭବିଷ୍ୟତରେ ତାଙ୍କର ସମସ୍ତ ପ୍ରୟାସ ପାଇଁ ତାଙ୍କୁ ଶୁଭକାମନା । @ପ୍ରମୋଦଭଗତ83” ।

 

**********

TRP/



(Release ID: 1752123) Visitor Counter : 192