ଆୟୁଷ
ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ଆସନ୍ତାକାଲି (୦୧.୦୯.୨୦୨୧) ସାତଜଣ କେନ୍ଦ୍ରମନ୍ତ୍ରୀ ଆରମ୍ଭ କରିବେ ଯୋଗ ବ୍ରେକ୍ ମୋବାଇଲ ଆପ୍
Posted On:
31 AUG 2021 6:09PM by PIB Bhubaneshwar
ଆଜାଦୀ କା ଅମୃତ ମହୋତ୍ସବ’ ପାଳନ ଅବସରରେ ସାତଜଣ କେନ୍ଦ୍ରମନ୍ତ୍ରୀ ଆସନ୍ତାକାଲି (୦୧.୦୯.୨୦୨୧) ଏକ ମୋବାଇଲ ଆପ୍ (ବ୍ରେକ) ଉଦ୍ଘାଟନ କରିବେ । ସ୍ୱାଧୀନତାର ୭୫ବର୍ଷ ପାଳନ ଅବସରରେ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆସନ୍ତାକାଲି ହେବାକୁ ଥିବା ଏକ ସମାରୋହରେ କେନ୍ଦ୍ର ଆୟୁଷ, ବନ୍ଦର, ଜାହାଜ ଚଳାଚଳ ଓ ରାଜପଥ ମନ୍ତ୍ରୀ ଶ୍ରୀ ସର୍ବାନନ୍ଦ ସୋନୱାଲ ଓ ଅନ୍ୟାନ୍ୟ ଛଅଜଣ କେନ୍ଦ୍ରମନ୍ତ୍ରୀ ଏହି ମୋବାଇଲ ଆପ୍ ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି । ଅଗଷ୍ଟ ୩୦ରୁ ସେପ୍ଟେମ୍ବର ୫ତାରିଖ ମଧ୍ୟରେ ସପ୍ତାହବ୍ୟାପୀ ଆୟୁଷ ମନ୍ତ୍ରଣାଳୟ ଅନେକ କାର୍ଯ୍ୟକ୍ରମ ଓ ଅଭିଯାନର ଯୋଜନା କରିଛି ।
ଅନ୍ୟ ଯେଉଁ ମନ୍ତ୍ରୀଗଣ ଏଥିରେ ଯୋଗଦେବେ ସେମାନେ ହେଲେ କେନ୍ଦ୍ର ସ୍ୱାସ୍ଥ୍ୟ, ପରିବାର କଲ୍ୟାଣ , ସାର ଓ ରସାୟନ ମନ୍ତ୍ରୀ ଶ୍ରୀ ମନସୁଖ ଲକ୍ଷ୍ମଣ ଭାଇ ମାଣ୍ଡଭିୟା, କେନ୍ଦ୍ର ଆଇନ ଓ ନ୍ୟାୟମନ୍ତ୍ରୀ ଶ୍ରୀ କିରନ୍ ରିଜଜ୍ଜୁ, କେନ୍ଦ୍ର ସୂଚନା, ପ୍ରସାରଣ ଓ ଯୁବବ୍ୟାପାର ଓ କ୍ରୀଡାମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁର କେନ୍ଦ୍ର ବିଜ୍ଞାନ ପ୍ରଯୁକ୍ତି, ଧରିତ୍ରୀବିଜ୍ଞାନ ଓ ଡିଓପିଟି ଏବଂ ପିଏମ୍ଓ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଶ୍ରୀ ଜିତେନ୍ଦ୍ର ସିଂ, କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀମତୀ ମିନାକ୍ଷୀ ଲେଖି ଏବଂ କେନ୍ଦ୍ର ଆୟୁଷ,ମହିଳା ଓ ଶିଶୁ ବିକାଶ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ମଞ୍ଜପାରା ମହେନ୍ଦ୍ର ଭାଇ କାଲୁଭାଇ ।
ପାଞ୍ଚମିନିଟ୍ ଯୋଗ ବ୍ରେକ ପ୍ରୋଟୋକଲ’ ମଧ୍ୟରେ ରହିଛି ଖୁବ୍ ଉପାଦେୟ ଯୋଗାଭ୍ୟାସ । ଏହା ମଣିଷକୁ ଚାପମୁକ୍ତ ଓ କର୍ମ କ୍ଷେତ୍ରରେ ସତେଜ ରଖିବା ସହ ବ୍ୟକ୍ତିର ଉତ୍ପାଦକତା ମଧ୍ୟ ବୃଦ୍ଧି କରିବେ । ଯୋଗବ୍ରେକ ପରିକଳ୍ପନା ବିଶ୍ୱବ୍ୟାପୀ ବୃତ୍ତିଗତ କାଯ୍ର୍ୟରେ ନିୟୋଜିତ ବ୍ୟକ୍ତିମାନଙ୍କ ପାଇଁ ଉପଯୋଗୀ । ଏକ ପରୀକ୍ଷିତ ପ୍ରୋଟୋକଲ ଅନୁସାରେ ଅନେକ ବିଶେଷଜ୍ଞ ଏହାକୁ ବିକଶିତ କରିଛନ୍ତି ।
ଏହି ପ୍ରୋଟୋକଲ ନିମ୍ନକ୍ତୋ ପ୍ରଦତ୍ତ ଯୋଗ ସମ୍ବନ୍ଧୀୟ ଅଭ୍ୟାସ ଉପରେ ପର୍ଯ୍ୟବେସିତ ।
ତଡାସନ-ଉର୍ଦ୍ଧ୍ୱ ହସ୍ତୋଉତ୍ଥାନାସନ-ତଡାସନ
ସ୍କନ୍ଧ ଚକ୍ର-ଉତ୍ତନାମାନଜୁକାସନ-କଟି ଚକ୍ରାସନ
ଅର୍ଦ୍ଧ ଚକ୍ରାସନ ପ୍ରସାରିତ ପଦୋଉଥନାସନ-ଗଭୀର ନିଶ୍ୱାସ
ନାଡି ଶୋଧନ ପ୍ରଣାୟମ
ଭ୍ରମରୀ ପ୍ରଣାୟମ-ଧ୍ୟାନ
ଏହି ପରିମାପକ ମାନ ୨୦୨୦ ଜାନୁୟରୀ ମାସରେ ଏକ ପାଇଲଟ୍ ପ୍ରକଳ୍ପଭାବେ ବିଭିନ୍ନ ଅଂଶୀଦାରଙ୍କ ସହଯୋଗରେ ଦେଶର ଛଅଟି ମେଟ୍ରୋନଗରୀର ପ୍ରବର୍ତ୍ତିତ ହୋଇଥିଲା । ଦେଶର ଛଅଟି ଅଗ୍ରଣୀ ଯୋଗ ପ୍ରତିଷ୍ଠାନ ସମେତ ମୋରାରଜୀ ଦେଶାଇ ଜାତୀୟ ଯୋଗ ପ୍ରତିଷ୍ଠାନ ଦ୍ୱାରା ୧୫ଦିନ ବ୍ୟାପୀ ଏକ ପରୀକ୍ଷାମୂଳକ ପ୍ରଦର୍ଶନ ହୋଇଥିଲା । ଖୁବ୍ ସଫଳ ହୋଇଥିବା ଏହି ପ୍ରଦର୍ଶନରେ ଉଭୟ ଘରୋଇ ଓ ସରକାରୀ କ୍ଷେତ୍ରରୁ ୭୧୭ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ ।
ଆସନ୍ତାକାଲି(୦୧.୦୯.୨୦୨୧)ଉତ୍ସବରେ ପାଞ୍ଚମିନିଟ୍ରେ ଯୋଗ ପ୍ରୋଟୋକଲ ପରୀକ୍ଷାମୂଳକ ପ୍ରଦର୍ଶନ ଏମ୍ଡିଏନୱାଇଆଇ ନିର୍ଦ୍ଦେଶକ ଡକ୍ଟର ଈଶ୍ୱର ଭି. ବାସବରେଡ୍ଡୀଙ୍କ ଦ୍ୱାରା କରାଯିବାକୁ ଥିବାବେଳେ, ଏହା ର ବୈଷୟିକ ପ୍ରଦର୍ଶନ ଆୟୁଷ ମନ୍ତ୍ରଣାଳୟର ଡକ୍ଟର ଲୀନା ଛତ୍ରେଙ୍କ ଦ୍ୱାରା କରାହେବ ।
ପ୍ରାୟ ଛଅ ଶହ ବିଶିଷ୍ଟ ଯୋଗ ତତ୍ତ୍ୱବିୱନିତ୍, ନୀତି ନିର୍ଦ୍ଧାରକ, ଅମଲାତନ୍ତ୍ର ଅଧିକାରୀ ଯୋଗ ଅନୁସନ୍ଧିତ୍ସୁ ଏଥିରେ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି ।
****
SM / SLP
(Release ID: 1750922)
Visitor Counter : 208