ପୋଷ୍ଟ କରାଯିବା ଦିନାଙ୍କ:
31 AUG 2021 12:17PM by PIB Bhubaneswar
ପାରାଲିମ୍ପିକ୍ସ ଗେମ୍ସ, ଟୋକିଓରେ ବନ୍ଧୁକ ଚାଳନାରେ କାଂସ୍ୟ ପଦକ ବିଜେତା ସିଂହରାଜ ଅଧାନାଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ଏକ ଟ୍ୱିଟରେ କହିଛନ୍ତି;
“ସିଂହରାଜ ଅଧାନାଙ୍କ ଅସାଧାରଣ ପ୍ରଦର୍ଶନ! ଭାରତର ପ୍ରତିଭାବାନ ଶୁଟର ଦେଶ ପାଇଁ କାଂସ୍ୟ ପଦକ ଜିତିଛନ୍ତି । ସେ କଠିନ ପରିଶ୍ରମ କରିଛନ୍ତି ଓ ଏହି ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି । ତାଙ୍କୁ ଅଭିନନ୍ଦନ ଜଣାଉଛି ଓ ତାଙ୍କ ଉଜ୍ୱଳ ଭବିଷ୍ୟତ କାମନା କରୁଛି ।#ପାରାଲିମ୍ପିକ୍ସ#ପ୍ରେଜ4ପାରା ।”
SR