ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ପିଏମ୍ ଜନ ଧନ ଯୋଜନାର ସାତ ବର୍ଷ ପୂର୍ତ୍ତି ଅବସରରେ ଖୁସି ବ୍ୟକ୍ତ କଲେ ଏବଂ ଏହାକୁ ସବୁଦିନ ପାଇଁ ଭାରତର ବିକାଶ ଦିଗ ବଦଳାଇ ଦେଇଥିବା ପଦକ୍ଷେପ ଦର୍ଶାଇଲେ

प्रविष्टि तिथि: 28 AUG 2021 11:18AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପିଏମ୍ ଜନ ଧନ ଯୋଜନାର ସାତ ବର୍ଷ ପୂର୍ତ୍ତି ଅବସରରେ ଖୁସି ବ୍ୟକ୍ତ କରିଛନ୍ତି । ଏଥିସହ ପିଏମ୍ ଜନ ଧନ ଯୋଜନାକୁ ସଫଳ କରିବାରେ କାର୍ଯ୍ୟ କରିଥିବା ସମସ୍ତଙ୍କ ଅବିଶ୍ରାନ୍ତ ଉଦ୍ୟମକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି ।

ଏ ନେଇ ଏକାଧିକ ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀ କହିଛନ୍ତି;

‘‘ଭାରତର ବିକାଶ ଦିଗକୁ ସବୁଦିନ ପାଇଁ ବଦଳାଇ ଦେଇଥିବା ଏକ ପଦକ୍ଷେପ, ପିଏମ୍ ଜନଧନ ଯୋଜନାକୁ ଆଜି ସାତ ବର୍ଷ ପୂରଣ କରିଛି । ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଓ ଏକ ମର୍ଯ୍ୟାଦାପୂର୍ଣ୍ଣ ଜୀବନ ସହିତ ଅଗଣିତ ଭାରତୀୟଙ୍କ ସଶକ୍ତୀକରଣକୁ ଏହା ସୁନିଶ୍ଚିତ କରିଛି । ଜନ ଧନ ଯୋଜନା ମଧ୍ୟ ଆହୁରି ସ୍ୱଚ୍ଛତା ଆଣିବାରେ ସହାୟକ ହୋଇଛି ।

ଏହି ଅବସରରେ ଜନ ଧନ ଯୋଜନାକୁ ସଫଳ କରାଇବା ଦିଗରେ କାର୍ଯ୍ୟ କରିଥିବା ତମାମ ଲୋକଙ୍କର ଅବିଶ୍ରାନ୍ତ ଉଦ୍ୟମକୁ ମୁଁ ପ୍ରଶଂସା କରିବାକୁ ଚାହିଁବି । ଭାରତର ଲୋକମାନେ ଯେମିତି ଏକ ଗୁଣଯୁକ୍ତ ଜୀବନ ଜିଇଁବେ, ତାହାକୁ ସେମାନଙ୍କ ପ୍ରୟାସ ସୁନିଶ୍ଚିତ କରିଛି ।’’

 

SR


(रिलीज़ आईडी: 1749880) आगंतुक पटल : 250
इस विज्ञप्ति को इन भाषाओं में पढ़ें: Malayalam , English , Urdu , Marathi , हिन्दी , Manipuri , Bengali , Assamese , Punjabi , Gujarati , Tamil , Telugu , Kannada