ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓ ଇସ୍ରାଏଲ ପ୍ରଧାନମନ୍ତ୍ରୀ ମହାମହିମ ନାଫତାଲି ବେନେଟଙ୍କ ମଧ୍ୟରେ ଟେଲିଫୋନ ବାର୍ତ୍ତାଳାପ
Posted On:
16 AUG 2021 9:20PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଫୋନ ଯୋଗେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନାଫତାଲି ବେନେଟଙ୍କ ସହ କଥା ହୋଇଛନ୍ତି ।
ଚଳିତ ବର୍ଷ ଆରମ୍ଭ ବେଳକୁ ଇସ୍ରାଏଲର ପ୍ରଧାନମନ୍ତ୍ରୀ ପଦ ଭାର ଗ୍ରହଣ କରିଥିବାରୁ ବେନେଟଙ୍କୁ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି ।
ବିଗତ କିଛି ବର୍ଷ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କରେ ଆଖିଦୃଶିଆ ପ୍ରଗତି ହୋଇଥିବାରୁ ଉଭୟ ନେତା ସନ୍ତୋଷ ବ୍ୟକ୍ତ କରିଥିଲେ । କୃଷି, ପ୍ରତିରକ୍ଷା ଓ ସୁରକ୍ଷା ଏବଂ ସାଇବର ସୁରକ୍ଷା ଭଳି କ୍ଷେତ୍ରରେ ଇସ୍ରାଏଲ ସହ ଭାରତ ସମ୍ପର୍କ ମଜବୁତ କରିବା ପ୍ରଧାନମନ୍ତ୍ରୀ ଗୁରୁତ୍ୱ ପ୍ରଦାନ କରିଛନ୍ତି ।
ଉଚ୍ଚ ପ୍ରଯୁକ୍ତି ଓ ନବାଚାର ଭଳି କ୍ଷେତ୍ରରେ ସହଯୋଗ ବୃଦ୍ଧିର ଅବକାଶ ରହିଛି ବୋଲି ଉଭୟ ନେତା ଏକମତ ହୋଇଥିଲେ । ଏ କ୍ଷେତ୍ରରେ ନିଆ ଯିବାକୁ ଥିବା ମଜବୁତ ପଦକ୍ଷେର ସମ୍ପର୍କରେ ସେମାନେ ଆଲୋଚନା କରିଥିଲେ ଓ ଭାରତ- ଇସ୍ରାଏଲ ରଣନୈତିକ ଭାଗିଦାରୀକୁ ସମୃଦ୍ଧ କରିବା ପାଇଁ ଦୁଇ ଦେଶର ବୈଦେଶିକ ମନ୍ତ୍ରୀ ଏ ନେଇ ରୋଡମ୍ୟାପ ପ୍ରସ୍ତୁତ କରିବେ ବୋଲି ନିଷ୍ପତ୍ତି ନେଇଥିଲେ ।
ଆଗାମୀ ବର୍ଷ ଭାରତ ଓ ଇସ୍ରାଏଲ କୂଟନୈତିକ ସମ୍ପର୍କ ୩୦ ବର୍ଷ ପୂରଣ କରୁଥିବାରୁ ପ୍ରଧାନମନ୍ତ୍ରୀ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେନେଟଙ୍କୁ ଭାରତ ଆସିବାକୁ ଆମନ୍ତ୍ରଣ ଜଣାଇଥିଲେ ।
ଆଗାମୀ ଇହୁଦୀ ପର୍ବ ରୋସ ହାସନାହ ପାଇଁ ପ୍ରଧାନମନ୍ତ୍ରୀ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେନେଟ ଓ ଇସ୍ରାଏଲବାସୀଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ ।
SR
(Release ID: 1746569)
Visitor Counter : 232
Read this release in:
Tamil
,
English
,
Urdu
,
Marathi
,
Hindi
,
Manipuri
,
Bengali
,
Assamese
,
Punjabi
,
Gujarati
,
Telugu
,
Kannada
,
Malayalam