ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ରୋକ୍ଲାରେ ବିଶ୍ୱ ତୀରନ୍ଦାଜୀ ଯୁବ ଚାମ୍ପିୟନସିପରେ ପଦକ ଜିତିଥିବା ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
Posted On:
15 AUG 2021 10:30PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରୋକ୍ଲାଠାରେ ହୋଇଥିବା ବିଶ୍ୱ ତୀରନ୍ଦାଜୀ ଯୁବ ପ୍ରତିଯୋଗିତାରେ ୮ଟି ସ୍ୱର୍ଣ୍ଣ ସହିତ ୧୫ଟି ପଦକ ଜିତିବା ପରେ ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ଟୁଇଟ୍ କରି କହିଛନ୍ତି;
ରୋକ୍ଲାଠାରେ ବିଶ୍ୱ ତୀରନ୍ଦାଜୀ ଯୁବ ଚାମ୍ପିୟନସିପ୍ରେ ଭାରତୀୟ ଦଳ ୮ଟି ସ୍ୱର୍ଣ୍ଣ ସହିତ ୧୫ ପଦକ ଜିତି ଆମକୁ ଗୌରାବାନ୍ୱିତ କରିଛି । ଆମ ଦଳକୁ ଶୁଭେଚ୍ଛା ଏବଂ ଭବିଷ୍ୟତର ପ୍ରୟାସ ପାଇଁ ଶୁଭକାମନା।
ତୀରନ୍ଦାଜୀ ଖେଳକୁ ପ୍ରୋତ୍ସାହିତ କରିବା ସହିତ ଏଥିରେ ଉତ୍କର୍ଷ ହାସଲ କରିବା ପାଇଁ ଏହି ସଫଳତା ସମଗ୍ର ଯୁବପିଢୀକୁ ପ୍ରେରଣା ଯୋଗାଇବ ।
****
NS / SLP
(Release ID: 1746482)
Visitor Counter : 175
Read this release in:
Malayalam
,
English
,
Urdu
,
Marathi
,
Hindi
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada