ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ସେଣ୍ଟ ଭିନସେଣ୍ଟ ଆଣ୍ଡ ଦ ଗ୍ରେନାଡିନ୍ସର ପ୍ରଧାନମନ୍ତ୍ରୀ ରାଲ୍ଫ ଗନସାଲଭେସ୍ଙ୍କ ଉପରେ ହୋଇଥିବା ଆକ୍ରମଣର ନିନ୍ଦା କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

Posted On: 09 AUG 2021 9:58AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସେଣ୍ଟ ଭିନସେଣ୍ଟ ଆଣ୍ଡ ଦ ଗ୍ରେନାଡିନସର ପ୍ରଧାନମନ୍ତ୍ରୀ ରାଲ୍ଫ ଗନସାଲଭେସ୍ଙ୍କ ଉପରେ ହୋଇଥିବା ଆକ୍ରମଣକୁ ନିନ୍ଦା କରିଛନ୍ତି ତଥା ତାଙ୍କର ଆଶୁ ଆରୋଗ୍ୟ ଓ ସୁସ୍ୱାସ୍ଥ୍ୟ କାମନା କରିଛନ୍ତି ।

 

ଏ ନେଇ ଏକ ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀ କହିଛନ୍ତି;

 

‘‘ସେଣ୍ଟ ଭିନସେଣ୍ଟ ଆଣ୍ଡ ଦ ଗ୍ରେନାଡିନସର ପ୍ରଧାନମନ୍ତ୍ରୀ ରାଲ୍ଫ ଗନସାଲଭେସ୍ଙ୍କ ଉପରେ ହୋଇଥିବା ଜଘନ୍ୟ ଆକ୍ରମଣକୁ ମୁଁ ନିନ୍ଦା କରୁଛି । ମୁଁ ଆପଣଙ୍କର ଆଶୁ ଆରୋଗ୍ୟ ଏବଂ ଉତ୍ତମ ସ୍ୱାସ୍ଥ୍ୟ କାମନା କରୁଛି । ଆଜି ସାମୁଦ୍ରିକ ସୁରକ୍ଷା ପ୍ରସଙ୍ଗରେ ଜାତିସଂଘ ସୁରକ୍ଷା ପରିଷଦର ଉନ୍ମୁକ୍ତ ଆଲୋଚନାରେ ଆପଣଙ୍କ ଅନୁପସ୍ଥିତି ଆମକୁ ପ୍ରଭାବିତ କରିବ ।’’

SR



(Release ID: 1744068) Visitor Counter : 186