ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଆମେ ମହିଳା ହକିରେ ଏକ ପଦକକୁ ଅଳ୍ପକେ ହରାଇଲୁ କିନ୍ତୁ ଏହି ଦଳ ନୂଆ ଭାରତର ଆବେଗକୁ ପ୍ରତିଫଳିତ କରିଛି : ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 06 AUG 2021 10:01AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଆମେ ମହିଳା ହକିରେ ଅଳ୍ପକେ ପଦକ ହରାଇଛୁ କିନ୍ତୁ ଏହି ଦଳ ନୂତନ ଭାରତର ଆବେଗକୁ ପ୍ରତିଫଳିତ କରିଛି- ଯେଉଁଠାରେ ଆମେ ଆମର ଶ୍ରେଷ୍ଠ ତଥା ନୂତନ କୃତିତ୍ୱ ହାସଲ କରିଛୁ ସେ ଏହା ମଧ୍ୟ କହିଛନ୍ତି ଯେ ଟୋକିଓ ଅଲିମ୍ପିକ୍ସ ୨୦୨୦ ରେ ଆମର ମହିଳା ହକି ଦଳର ମହାନ ପ୍ରଦର୍ଶନକୁ ଆମେ ସର୍ବଦା ମନେ ରଖିବୁ

ଏକ ଟୁଇଟ୍ ଜରିଆରେ ପ୍ରଧାନମନ୍ତ୍ରୀ କହିଛନ୍ତି;

 ଟୋକିଓ ୨୦୨୦ ରେ ଆମର ମହିଳା ହକି ଦଳର ମହାନ ପ୍ରଦର୍ଶନକୁ ଆମେ ସର୍ବଦା ମନେ ରଖିବୁ ସେମାନେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ ଦଳର ପ୍ରତ୍ୟେକ ସଦସ୍ୟ ଉଲ୍ଲେଖନୀୟ ସାହସ, ଦକ୍ଷତା ଏବଂ ସହନଶୀଳତା ଦ୍ୱାରା ଆଶୀର୍ବାଦ ପ୍ରାପ୍ତ ହୋଇଥିଲେ ଉତ୍ତମ କ୍ରୀଡା ପ୍ରଦର୍ଶନ କରିଥିବା ଏହି ଦଳ ପାଇଁ ଭାରତ ଗର୍ବିତ

ଆମେ ମହିଳା ହକିରେ ଏକ ପଦକକୁ ଅଳ୍ପକେ ହରାଇଲୁ କିନ୍ତୁ ଏହି ଦଳ ନୂଆ ଭାରତର ଆବେଗକୁ ପ୍ରତିଫଳିତ କରିଛି - ଯେଉଁଠାରେ ଆମେ ଆମର ସର୍ବୋତ୍ତମ ଏବଂ ନୂତନ କୃତୀତ୍ୱ ହାସଲ କରିପାରିଛୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛିଟୋକିଓ ୨୦୨୦ ରେ ସେମାନଙ୍କର ସଫଳତା  ଭାରତର  ଛୋଟ  ଝିଅମାନଙ୍କୁ ହକି ଖେଳିବାକୁ ଉତ୍ସାହିତ କରିବ ଏବଂ ଏଥିରେ ଉତ୍କର୍ଷତା ପ୍ରତିପାଦନ କରିବ   ଏହି ଦଳ ପାଇଁ ଗର୍ବିତ

 

HS


(ରିଲିଜ ଆଡି: 1743129) ପରିଦର୍ଶକ କାଉଣ୍ଟର : 259