ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଟୋକିଓ ଅଲମ୍ପିକ୍ସ ୨୦୨୦ରେ ବକ୍ସିଂରେ କାଂସ୍ୟ ପଦକ ଜିତିଥିବା ଲଭଲିନା ବୋରଗୋହାଇଁଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

प्रविष्टि तिथि: 04 AUG 2021 12:04PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଟୋକିଓ ଅଲମ୍ପିକ୍ସ ୨୦୨୦ରେ ବକ୍ସିଂରେ କାଂସ୍ୟ ପଦକ ଜିତିଥିବା ଲଭଲିନା ବୋରଗୋହାଇଁଙ୍କୁ  ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ତାଙ୍କ ଦୃଢତା ଓ ସଂକଳ୍ପ ପ୍ରଶଂସନୀୟ ।

ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

ବଢିଆ ଲଢେଇ @ଲଭଲିନା ବୋରଗୋହାଇଁ! ବକ୍ସିଂ ରିଙ୍ଗରେ ତାଙ୍କ ସଫଳତା ଅନେକ ଭାରତୀୟଙ୍କୁ ପ୍ରେରଣା ଯୋଗାଇବ । ତାଙ୍କ ଦୃଢତା ଓ ସଂକଳ୍ପ ପ୍ରଶଂସନୀୟ । କାଂସ୍ୟ ପଦକ ଜିତିଥିବାରୁ ତାଙ୍କୁ ଶୁଭେଚ୍ଛା ଜଣାଉଛି । ତାଙ୍କ ଉଜ୍ଜଳ ଭବିଷ୍ୟତ କାମନା କରୁଛି ।#Tokyo2020 

 

SR


(रिलीज़ आईडी: 1742422) आगंतुक पटल : 270
इस विज्ञप्ति को इन भाषाओं में पढ़ें: Telugu , English , Urdu , Marathi , हिन्दी , Assamese , Manipuri , Bengali , Punjabi , Gujarati , Tamil , Kannada , Malayalam