ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଆମ ପୁରୁଷ ହକି ଟିମ ଟୋକିଓ ୨୦୨୦ରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କଲେ ଓ ତାହା ହିଁ ଗୁରୁତ୍ୱପୂର୍ଣ୍ଣ: ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 03 AUG 2021 11:38AM by PIB Bhubaneswar

ଆମ ପୁରୁଷ ହକି ଟିମ ଟୋକିଓ ୨୦୨୦ରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କଲେ ଓ ତାହା ହିଁ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ଆଗାମୀ ମ୍ୟାଚ ଓ ଭବିଷ୍ୟତର ପ୍ରୟାସ ପାଇଁ ସେ ଟିମକୁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି ।

ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ଜିତିବା ଓ ହାରିବା ଜୀବନର ଅଂଶ । ଆମ ପୁରୁଷ ହକି ଟିମ #ଟୋକିଓ ୨୦୨୦ରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କଲେ ଓ ତାହା ହିଁ ଗୁରୁତ୍ୱପୂର୍ଣ୍ଣ । ଆଗାମୀ ମ୍ୟାଚ ଓ ସେମାନଙ୍କ ଭବିଷ୍ୟତ ପ୍ରୟାସ ପାଇଁ ଟିମକୁ ଶୁଭେଚ୍ଛା ଜଣାଉଛି । ଆମ ଖେଳାଳିମାନଙ୍କ ପାଇଁ ଭାରତ ଗର୍ବିତ ।”

 

SR


(ରିଲିଜ ଆଡି: 1741798) ପରିଦର୍ଶକ କାଉଣ୍ଟର : 285